ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିବା ମ୍ଯୂଜିକ୍‌ ଆପ୍‌ରେ ଗୀତଗୁଡ଼ିକୁ ଶଫଲ୍ କିମ୍ବା ପୁନରାବୃତ୍ତି କରନ୍ତୁ

ଆପଣଙ୍କ ଲାଇବ୍ରେରୀରେ ଥିବା ସମସ୍ତ ଗୀତ ଏବଂ ଆଲ୍‌ବମ୍‌କୁ ଆପଣ ଶଫଲ୍ କରିପାରିବେ (ସେଗୁଡ଼ିକୁ ରାଣ୍ଡମ୍ କ୍ରମରେ ଚଲାଇପାରିବେ) କିମ୍ବା କେବଳ ଏକ ପ୍ଲେଲିଷ୍ଟ୍ କିମ୍ବା ଆଲ୍‌ବମ୍‌କୁ ଶଫଲ୍ କରିପାରିବେ। ଆପଣ ପ୍ରତ୍ଯେକ ଗୀତ, ପ୍ଲେଲିଷ୍ଟ୍ କିମ୍ବା ଆଲ୍‌ବମ୍‌ର ମଧ‍୍ୟ ପୁନରାବୃତ୍ତି କରିପାରିବେ।

  1. ଆପଣଙ୍କ iPadରେ ଥିବା ମ୍ଯୂଜିକ୍‌ ଆପ୍ କୁ ଯାଆନ୍ତୁ।

  2. ଗୀତ ଚାଲୁଥିବା ସମୟରେ, “ବର୍ତ୍ତମାନ ଚାଲୁଛି” ସ୍କ୍ରୀନ୍‌ ଖୋଲିବାକୁ MiniPlayer ରେ ଟାପ୍‌ କରନ୍ତୁ।

  3. “ଏହା ପରେ ଚାଲିବ” ବଟନ୍ରେ ଟାପ୍ କରନ୍ତୁ, ତା'ପରେ ନିମ୍ନଲିଖିତ ଯେକୌଣସି କାର୍ଯ୍ଯ କରନ୍ତୁ:

    • ଆପଣଙ୍କ ଗୀତକୁ ରାଣ୍ଡମ୍ କ୍ରମରେ ଚଲାନ୍ତୁ (ଶଫଲ୍ କରନ୍ତୁ): “ଶଫଲ୍” ବଟନ୍ ରେ ଟାପ୍‌ କରନ୍ତୁ। ଶଫଲ୍ ବନ୍ଦ କରିବାକୁ ପୁଣି ଟାପ୍ କରନ୍ତୁ।

    • ଏକ ଆଲ୍‌ବମ୍‌, ପ୍ଲେଲିଷ୍ଟ୍, କିମ୍ବା ସମ୍ପୂର୍ଣ୍ଣ କ୍ଯୁକୁ ପୁନରାବୃତ୍ତି କରନ୍ତୁ: “ପୁନରାବୃତ୍ତି କରନ୍ତୁ” ବଟନ୍ ରେ ଟାପ୍‌ କରନ୍ତୁ।

      ଧ‍୍ୟାନ ଦିଅନ୍ତୁ: ଏକାଧିକ ଗୀତ ପୁନରାବୃତ୍ତି ହେଉଥିବା ସମୟରେ ଆପଣ କେତେ ଗୀତ ପୁନରାବୃତ୍ତି ହେବ ତାହା ଦେଖିପାରିବେ—କେବଳ କ୍ଯୁର ନିମ୍ନ ପର୍ଯ‍୍ୟନ୍ତ ସ୍କ୍ରୋଲ୍ କରନ୍ତୁ।

    • ଗୋଟିଏ ଗୀତ ପୁନରାବୃତ୍ତି କରନ୍ତୁ: “ପୁନରାବୃତ୍ତି କରନ୍ତୁ” ବଟନ୍ ରେ ଡବଲ୍-ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.