ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ସ୍କ୍ରୀନ୍ ଟାଇମ୍ ସହିତ ଶେଡ୍ଯୂଲ୍‌ ସେଟ୍ କରନ୍ତୁ

ଆପଣ କେବେ ଓ କିପରି iPad ବ୍ଯବହାର କରନ୍ତି ତାହା ପରିଚାଳନା କରିବାରେ ସ୍କ୍ରୀନ୍ ଟାଇମ୍ ସହାୟତା କରେ। ଆପଣ ଶେଡ‍୍ୟୂଲ୍ ତିଆରି କରିପାରିବେ ଏବଂ ଆପଣଙ୍କ ପାଇଁ ସର୍ବୋତ୍ତମ ଭାବରେ କାର୍ଯ୍ୟ କରୁଥିବା ସୀମା ସେଟ୍ କରିପାରିବେ। ଏଠାରେ କିଛି ଉପାୟ ଅଛି ଯାହା ଦ୍ୱାରା ଆପଣ ନିଜ ସ୍କ୍ରୀନ୍ ଟାଇମ୍ ଶେଡ୍ଯୂଲ୍‌କୁ କଷ୍ଟମାଇଜ୍ କରିପାରିବେ:

  • ଡାଉନ୍‌ଟାଇମ୍‌ ଶେଡ୍ଯୂଲ୍‌ କରନ୍ତୁ: ଯେତେବେଳେ ଅଧିକାଂଶ ଆପ୍ ଉପଲବ୍ଧ ନଥାଏ —ଯେପରିକି ଡିନର୍ କିମ୍ବା ଶୋଇବା ସମୟରେ ନିର୍ଦ୍ଦିଷ୍ଟ ସମୟ ଧାର୍ଯ‍୍ୟ କରି ଆପଣଙ୍କ ସ୍କ୍ରୀନ୍‌ରୁ ନିୟମିତ ବ୍ରେକ୍ ନିଅନ୍ତୁ।

  • ଆପ୍ ବ୍ଯବହାର ପାଇଁ ସୀମା ସେଟ୍ କରନ୍ତୁ: ଦୈନିକ ସମୟ ସୀମା ସେଟ୍ କରି ଆପ୍ ବ୍ଯବହାରରେ ଆପଣ କେତେ ସମୟ ବିତାଉଛନ୍ତି ତାହା ନିୟନ୍ତ୍ରଣ କରନ୍ତୁ।

  • ନିର୍ଦ୍ଦିଷ୍ଟ ଆପ୍ ଏବଂ କଣ୍ଟାକ୍ଟ୍‌କୁ ଅନୁମତି ଦିଅନ୍ତୁ: ଡାଉନ୍‌ଟାଇମ୍‌ ସମୟରେ ଏବଂ ଆପଣ ସମୟ ସୀମାରେ ପହଞ୍ଚିବା ପରେ ଉପଲବ୍ଧ ରହୁଥିବା ଆପ୍ ଓ କଣ୍ଟାକ୍ଟ୍ ଚୟନ କରନ୍ତୁ।

ଆପଣ ଶେଡ୍ୟୂଲ୍‌ କରାଯାଇଥିବା ଡାଉନ୍‌ଟାଇମ୍‌ ସମୟରେ ଆପ୍ ବ୍ଲକ୍ କରିପାରିବେ ଯାହାଫଳରେ ସୀମାରେ ପହଞ୍ଚିବା ପରେ ସେଗୁଡ଼ିକୁ ଅଣଦେଖା କରାଯାଇପାରିବ ନାହିଁ।

ସ୍କ୍ରୀନ୍‌ଠାରୁ ଦୂରରେ ରହିବାର ସମୟ ଶେଡ୍ୟୂଲ୍‌ କରନ୍ତୁ

ଆପଣ ନିଜ ଡିଭାଇସ୍‌ଠାରୁ ଦୂରରେ ରହିବାକୁ ଚାହୁଁଥିବା ଅବଧି ପାଇଁ ଆପ୍ ଓ ନୋଟିଫିକେଶନ୍ ବ୍ଲକ୍ କରନ୍ତୁ। ଉଦାହରଣ ସ୍ୱରୂପ, ଆପଣ ଭୋଜନ ସମୟରେ କିମ୍ବା ଶୋଇବା ସମୟରେ ଡାଉନ୍‌ଟାଇମ୍ ଶେଡ‍୍ୟୂଲ୍ କରିବାକୁ ଚାହିଁପାରନ୍ତି। ଡାଉନ୍‌ଟାଇମ୍‌ ସମୟରେ, କେବଳ ଆପଣ ଅନୁମତି ଦେଇଥିବା କଲ୍, ମେସେଜ୍ ଏବଂ ଆପ୍ ଉପଲବ୍ଧ ଥାଏ। କେତେକ ଆପ୍ ଏବଂ କଣ୍ଟାକ୍ଟ୍‌କୁ କିପରି ଅନୁମତି ଦେବେ ଜାଣିବା ପାଇଁ ନିର୍ଦ୍ଦିଷ୍ଟ କଣ୍ଟାକ୍ଟ୍ ଠାରୁ କଲ୍ ଏବଂ ମେସେଜ୍‌ଗୁଡ଼ିକୁ ଅନୁମତି ଦିଅନ୍ତୁ କିମ୍ୱା ବ୍ଲକ୍ କରନ୍ତୁସବୁ ସମୟରେ ଅନୁମତି ଦେବା ପାଇଁ ଆପ୍ ଏବଂ କଣ୍ଟାକ୍ଟ୍ ବାଛନ୍ତୁ ଦେଖନ୍ତୁ।

ଧ‍୍ୟାନ ଦିଅନ୍ତୁ: ଡିଫଲ୍ଟ୍ ଭାବରେ, ଥରେ ସ୍କ୍ରୀନ୍ ଟାଇମ୍ ସୀମାରେ ପହଞ୍ଚିଗଲେ ତାହାକୁ ଅଣଦେଖା କରିହେବ। ସୀମାକୁ ଅଣଦେଖା କରିବାରୁ କିପରି ରୋକାଯାଇପାରିବ ତାହା ଜାଣିବା ପାଇଁ, “ଶେଡ୍ଯୂଲ୍‌ ହୋଇଥିବା ଡାଉନ୍‌ଟାଇମ୍‌ ସମୟରେ ଆପ୍ ବ୍ଲକ୍ କରନ୍ତୁ” ଦେଖନ୍ତୁ।

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ସ୍କ୍ରୀନ୍ ଟାଇମ୍‌ରେ ଟାପ୍ କରନ୍ତୁ।

    ଯଦି ଆପଣ ନିଜ ପିଲାଙ୍କ ପାଇଁ ଡାଉନ୍‌ଟାଇମ୍ ଚାଲୁ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପିଲାଙ୍କ ନାମରେ ଟାପ୍ କରନ୍ତୁ।

  3. ଆପ୍ ଓ ଓ୍ବେବ୍‌ସାଇଟ୍‌ ଆକ୍ଟିଭିଟି ଉପରେ ଟାପ୍ କରନ୍ତୁ, ତା’ପରେ ଯଦି ଆପଣ ପୂର୍ବରୁ ତାହା କରିନାହାନ୍ତି ତେବେ ଆପ୍ ଓ ଓ୍ବେବ୍‌ସାଇଟ୍‌ ଆକ୍ଟିଭିଟି ଚାଲୁ କରନ୍ତୁ।

  4. ଡାଉନ୍‌ଟାଇମ୍‌ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ ଗୋଟିଏ କରନ୍ତୁ:

    • ଆସନ୍ତାକାଲି ପର୍ଯ୍ୟନ୍ତ ଡାଉନ୍‌ଟାଇମ୍‌ ଅନ୍ କରିବା ପାଇଁ ଟାପ୍ କରନ୍ତୁ।

    • ପୂର୍ବରୁ ଡାଉନ୍‌ଟାଇମ୍ ଶେଡ୍ଯୂଲ୍ କରିବା ପାଇଁ “ଶେଡ୍ଯୂଲ୍ କରାଯାଇଛି”ରେ ଟାପ୍ କରନ୍ତୁ।

    ଆପଣ ଡାଉନ୍‌ଟାଇମ୍ ଶେଡ‍୍ୟୂଲ୍ କରିବା ସମୟରେ, ଡାଉନ୍‌ଟାଇମ୍ ଆରମ୍ଭ ହେବା ପୂର୍ବରୁ ଏକ 5 ମିନିଟ୍‌ର ରିମାଇଣ୍ଡର୍ ପଠାଯାଏ। ଆପଣ ରିମାଇଣ୍ଡର୍‌କୁ ଅଣଦେଖା କରିପାରିବେ କିମ୍ବା ଶେଡ‍୍ୟୂଲ୍ ହୋଇଥିବା ଡାଉନ୍‌ଟାଇମ୍‌ ଆରମ୍ଭ ନ ହେବା ପର୍ଯ‍୍ୟନ୍ତ ଡାଉନ୍‌ଟାଇମ୍‌ ଚାଲୁ କରିପାରିବେ।

  5. ପ୍ରତ୍ଯେକ ଦିନ କିମ୍ବା କଷ୍ଟମାଇଜ୍ କରାଯାଇଥିବା ଦିନଗୁଡ଼ିକ ଚୟନ କରନ୍ତୁ, ତା’ପରେ ଆରମ୍ଭ ଏବଂ ସମାପ୍ତି ସମୟ ସେଟ୍ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: ଯେତେବେଳେ ଆପଣ “ଦିନ କଷ୍ଟମାଇଜ୍ କରନ୍ତୁ” ଚୟନ କରିବେ, ଆପଣ ସପ୍ତାହର ବିଭିନ୍ନ ଦିନ—ଯେପରିକି ସପ୍ତାହାନ୍ତ ପାଇଁ ଶେଡ୍ଯୂଲ୍ ସେଟ୍ କରିପାରିବେ।

ଆପଣ ଶେଡ୍ଯୁଲ୍ ବନ୍ଦ କରି ଯେକୌଣସି ସମୟରେ ଡାଉନ୍‌ଟାଇମ୍‌ ଶେଡ୍ଯୁଲ୍ ବନ୍ଦ କରିପାରିବେ।

ଶେଡ୍ଯୂଲ୍‌ ହୋଇଥିବା ଡାଉନ୍‌ଟାଇମ୍‌ ସମୟରେ ଆପ୍ ବ୍ଲକ୍ କରନ୍ତୁ

ଯଦି ଆପଣ ନିଜ ପାଇଁ କିମ୍ବା ନିଜ ପିଲାଙ୍କ ପାଇଁ ଏକ ସ୍କ୍ରୀନ୍ ଟାଇମ୍ ପାସ୍‌କୋଡ୍ ସେଟ୍ କରନ୍ତି, ତେବେ ଆପଣ ଚୟନ କରିପାରିବେ ଯେ ଆପ୍‌ଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ବ୍ଲକ୍ ହୋଇଛି ନା କେବଳ ଡାଉନ୍‌ଟାଇମ୍ ସମୟରେ ଡିମ୍ ହୋଇଛି।

  1. ଆପଣଙ୍କ iPad ରେ ଥିବା ସେଟିଂସ୍  ଆପ୍‌କୁ ଯାଆନ୍ତୁ।

  2. ସ୍କ୍ରୀନ୍ ଟାଇମ୍‌ରେ ଟାପ୍ କରନ୍ତୁ।

    ଯଦି ଆପଣ ନିଜ ପିଲାଙ୍କ ପାଇଁ ଏହି ଫୀଚର୍ ଚାଲୁ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପିଲାଙ୍କ ନାମରେ ଟାପ୍ କରନ୍ତୁ।

  3. ଡାଉନ୍‌ଟାଇମ୍‌ରେ ଟାପ୍ କରନ୍ତୁ, ତା’ପରେ “ଡାଉନ୍‌ଟାଇମ୍‌ରେ ବ୍ଲକ୍ କରନ୍ତୁ” ଚାଲୁ କରନ୍ତୁ।

ଯେତେବେଳେ “ଡାଉନ୍‌ଟାଇମ୍‌ରେ ବ୍ଲକ୍ କରନ୍ତୁ” ଚାଲୁ ଥାଏ, ସେତେବେଳେ ଡାଉନ୍‌ଟାଇମ୍‌ ସମୟରେ ପ୍ରତିବନ୍ଧିତ ଆପ୍ ଖୋଲାଯାଇପାରିବ ନାହିଁ—ସେଗୁଡ଼ିକ ଏକ ଆୱର୍‌ଗ୍ଲାସ୍ ଆଇକନ୍ ସହିତ ଡିମ୍ ହୋଇ ଦେଖାଯିବ। ଯେତେବେଳେ “ଡାଉନ୍‌ଟାଇମ୍‌ରେ ବ୍ଲକ୍ କରନ୍ତୁ” ଅଫ୍ ଥାଏ, ଆପଣ ଏହା ଡାଉନ୍‌ଟାଇମ୍‌ ବୋଲି ଏକ ରିମାଇଣ୍ଡର୍ ଦେଖନ୍ତି, କିନ୍ତୁ ଆପଣ ଆପ୍ ବ୍ୟବହାର ଜାରି ରଖିବାକୁ ବାଛିପାରିବେ।

ଆପ୍ ବ୍ଯବହାର ପାଇଁ ସୀମା ସେଟ୍ କରନ୍ତୁ

ଆପ୍‌ଗୁଡ଼ିକର ବର୍ଗ (ଉଦାହରଣ ସ୍ୱରୂପ, ଗେମ୍ କିମ୍ବା ସାମାଜିକ ନେଟ୍‌ଓ୍ବର୍କିଂ) ପାଇଁ ଏବଂ ଅଲଗା ଅଲଗା ଆପ୍ ପାଇଁ ଏକ ସମୟସୀମା ସେଟ୍ କରନ୍ତୁ।

  1. ଆପଣଙ୍କ iPad ରେ ସେଟିଂସ୍  ଆପ୍‌କୁ ଯାଆନ୍ତୁ।

  2. ସ୍କ୍ରୀନ୍ ଟାଇମ୍‌ରେ ଟାପ୍ କରନ୍ତୁ।

    ଯଦି ଆପଣ ନିଜ ପିଲାଙ୍କ ପାଇଁ ଆପ୍ ସୀମା ସେଟ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପିଲାଙ୍କ ନାମରେ ଟାପ୍ କରନ୍ତୁ।

  3. “ଆପ୍ ସୀମା” ଉପରେ ଟାପ୍ କରନ୍ତୁ, ତା’ପରେ “ସୀମା ଯୋଡ଼ନ୍ତୁ” ଉପରେ ଟାପ୍ କରନ୍ତୁ।

  4. ଗୋଟିଏ କିମ୍ବା ଅଧିକ ଆପ୍ ବର୍ଗ ଚୟନ କରନ୍ତୁ।

    ପୃଥକ୍‌ ପୃଥକ୍‌ ଆପ୍ ପାଇଁ ସୀମା ସେଟ୍ କରିବାକୁ, ସେହି ବର୍ଗରେ ଥିବା ସମସ୍ତ ଆପ୍ ଦେଖିବା ପାଇଁ “ବର୍ଗର ନାମ”ରେ ଟାପ୍ କରନ୍ତୁ, ତା’ପରେ ଆପଣ ସୀମିତ କରିବାକୁ ଚାହୁଁଥିବା ଆପ୍ ଚୟନ କରନ୍ତୁ। ଯଦି ଆପଣ ଏକାଧିକ ବର୍ଗ କିମ୍ବା ଆପ୍ ଚୟନ କରନ୍ତି, ତେବେ ଆପଣ ସେଟ୍ କରିଥିବା ସମୟସୀମା ସେ ସବୁ ପାଇଁ ପ୍ରଯୁଜ୍ଯ।

  5. ଶୀର୍ଷ ଡାହାଣରେ ”ପରବର୍ତ୍ତୀ” ଉପରେ ଟାପ୍ କରନ୍ତୁ, ତା’ପରେ ଅନୁମତିପ୍ରାପ୍ତ ସମୟର ପରିମାଣ ସେଟ୍ କରନ୍ତୁ।

    ପ୍ରତ୍ଯେକ ଦିନ ପାଇଁ କିଛି ପରିମାଣର ଟାଇମ୍ ସେଟ୍ କରିବାକୁ, “ଦିନଗୁଡ଼ିକ କଷ୍ଟମାଇଜ୍ କରନ୍ତୁ” ଉପରେ ଟାପ୍ କରନ୍ତୁ, ତା’ପରେ ନିର୍ଦ୍ଦିଷ୍ଟ ଦିନ ପାଇଁ ସୀମା ସେଟ୍ କରନ୍ତୁ।

  6. ଆପଣ ସୀମା ସେଟ୍‌ କରିବା ସମାପ୍ତ କରିବା ପରେ, “ସମ୍ପୂର୍ଣ୍ଣ ବଟନ୍‌”ରେ ଟାପ୍ କରନ୍ତୁ।

ସବୁ ସମୟରେ ଅନୁମତି ଦେବା ପାଇଁ ଆପ୍ ଏବଂ କଣ୍ଟାକ୍ଟ୍ ବାଛନ୍ତୁ

ଡାଉନ୍‌ଟାଇମ୍‌ ସମୟରେ ମଧ୍ଯ ବ୍ଯବହାର କରାଯାଉଥିବା ଆପ୍ ଏବଂ ଆପଣ ଯେକୌଣସି ସମୟରେ ଯୋଗାଯୋଗ କରିପାରୁଥିବା କଣ୍ଟାକ୍ଟ୍‌ (ଉଦାହରଣ ସ୍ୱରୂପ, ଜରୁରୀକାଳୀନ ପରିସ୍ଥିତିରେ) ନିର୍ଦ୍ଦିଷ୍ଟ କରନ୍ତୁ।

  1. ଆପଣଙ୍କ iPad ରେ ସେଟିଂସ୍  ଆପ୍‌କୁ ଯାଆନ୍ତୁ।

  2. ସ୍କ୍ରୀନ୍ ଟାଇମ୍‌ରେ ଟାପ୍ କରନ୍ତୁ।

    ଯଦି ଆପଣ ନିଜ ପିଲାଙ୍କ ପାଇଁ ଏହି ଫୀଚର୍ ଚାଲୁ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପିଲାଙ୍କ ନାମରେ ଟାପ୍ କରନ୍ତୁ।

  3. “ସର୍ବଦା ଅନୁମତିପ୍ରାପ୍ତ”ରେ ଟାପ୍ କରନ୍ତୁ।

  4. ଆପଣ ଯୋଗାଯୋଗ କରିବାକୁ ଚାହୁଁଥିବା କଣ୍ଟାକ୍ଟ୍ ନିର୍ଦ୍ଦିଷ୍ଟ କରିବାକୁ, କଣ୍ଟାକ୍ଟ୍ ଉପରେ ଟାପ୍ କରନ୍ତୁ।

    ଯୋଗାଯୋଗ ସୀମା ରେ ଆପଣ ଚୟନ କରିଥିବା ବିକଳ୍ପ ଏଠାରେ ଦେଖାଯିବ। ଆପଣ ଏହି ସେଟିଂକୁ ନିର୍ଦ୍ଦିଷ୍ଟ କଣ୍ଟାକ୍ଟ୍‌ରେ ପରିବର୍ତ୍ତନ କରିପାରିବେ, ତା’ପରେ ନିମ୍ନୋକ୍ତ ମଧ୍ଯରୁ ଗୋଟିଏ ବାଛନ୍ତୁ:

    • ମୋ କଣ୍ଟାକ୍ଟ୍‌ରୁ ବାଛନ୍ତୁ: ଯୋଗାଯୋଗ ଅନୁମତି ଦେବାକୁ ନିର୍ଦ୍ଦିଷ୍ଟ ଲୋକଙ୍କୁ ଚୟନ କରିବା ପାଇଁ।

    • ନୂଆ କଣ୍ଟାକ୍ଟ୍ ଯୋଡ଼ନ୍ତୁ: ଏକ ନୂଆ କଣ୍ଟାକ୍ଟ୍ ଯୋଡ଼ିବାକୁ ଏବଂ ସେହି ବ୍ଯକ୍ତି ସହିତ ଯୋଗାଯୋଗ କରିବାକୁ ଅନୁମତି ଦିଅନ୍ତୁ।

  5. ଶୀର୍ଷ ବାମ ପାର୍ଶ୍ୱରେ ଥିବା “ପଛକୁ ଯାଆନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ “ଅନୁମତିପ୍ରାପ୍ତ ଆପ୍” ତଳେ ଥିବା “କାଢ଼ି ଦିଅନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ କିମ୍ବା “ଆପ୍ ବାଛନ୍ତୁ” ତଳେ ଥିବା “ଇନ୍‌ସର୍ଟ୍ କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

  6. ଶୀର୍ଷ ବାମ ପାର୍ଶ୍ୱରେ ଥିବା “ପଛକୁ ଯାଆନ୍ତୁ” ବଟନ୍‌ ରେ ଟାପ୍‌ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.