iPad ରେ ପିଲାର ସ୍କ୍ରୀନ୍ ଟାଇମ୍ ଅନୁରୋଧର ଉତ୍ତର ଦିଅନ୍ତୁ

ସ୍କ୍ରୀନ୍ ଟାଇମ୍ ପିତାମାତାଙ୍କୁ ସେମାନଙ୍କ ପିଲାମାନେ ଡିଭାଇସ୍‌ରେ ବିତାଇଥିବା ସମୟ, ସେମାନେ କେଉଁ ଆପ୍ ବ୍ଯବହାର କରନ୍ତି ଏବଂ କେଉଁ ଲୋକଙ୍କ ସହ ଯୋଗାଯୋଗ କରିପାରିବେ ତାହା ପରିଚାଳନା କରିବାରେ ସହାୟତା କରେ। ଏବଂ ଏହା ଆପଣ ସେଟ୍ କରିଥିବା ସୀମାରେ ପହଞ୍ଚିବା ପରେ ସେମାନଙ୍କୁ ଅନୁରୋଧ କରିବାକୁ ଅନୁମତି ଦିଏ। ଉଦାହରଣ ସ୍ୱରୂପ:

  • ଯଦି ଆପଣ ଡାଉନ୍‌ଟାଇମ୍ କିମ୍ବା ଆପ୍ ସୀମା ଚାଲୁ କରିଛନ୍ତି, ତେବେ ସେମାନେ ଏକ ସମୟସୀମା ଅତିକ୍ରମ କରିବା ପରେ ଆପଣଙ୍କୁ ଅଧିକ ସମୟ ପାଇଁ ଅନୁମତି ମାଗିପାରିବେ।

  • ଯଦି ଆପଣ ସେମାନଙ୍କ ଯୋଗାଯୋଗ ସୀମା ସେଟ୍ କରନ୍ତି ଯାହା ଦ୍ୱାରା ସେମାନେ କେବଳ ତାଙ୍କ କଣ୍ଟାକ୍ଟ୍ ଲିଷ୍ଟ୍‌ରେ ଥିବା ଲୋକଙ୍କ ସହ ଯୋଗାଯୋଗ କରିପାରିବେ, ସେମାନେ ଲିଷ୍ଟ୍‌ରେ ଏକ ନୂଆ କଣ୍ଟାକ୍ଟ୍ ଯୋଡ଼ିବାକୁ କହିପାରିବେ।

    ଧ‍୍ୟାନ ଦିଅନ୍ତୁ: ଯଦି କୌଣସି ଆପ୍ ଆବଶ୍ୟକୀୟ ଟେକ୍ନିକଲ୍ ଆବଶ୍ୟକତାକୁ ଗ୍ରହଣ କରିଛି, ତେବେ ଆପଣଙ୍କ ପିଲା ଆପ୍‌ରେ ଥିବା ଲୋକଙ୍କ ସହିତ ଯୋଗାଯୋଗ କରିବା ପାଇଁ ପଚାରିବାକୁ ସମର୍ଥ ହୋଇପାରନ୍ତି।

ଆପଣଙ୍କ ପିଲା ସ୍କ୍ରୀନ୍ ଟାଇମ୍ ବାହାରେ ଅନ୍ୟ ଅନୁରୋଧ ମଧ‍୍ୟ କରିପାରିବେ। ଯଦି ଆପଣ “କିଣିବାକୁ ପଚାରନ୍ତୁ” ସେଟ୍ ଅପ୍ କରନ୍ତି, ତେବେ ଆପଣଙ୍କ ପିଲା ଏକ ଆପ୍ ଡାଉନ୍‌ଲୋଡ୍ କରିବା, ଏକ ଶେୟର୍ ହୋଇଥିବା ଆପ୍ ପୁନଃ ଡାଉନ୍‌ଲୋଡ୍ କରିବା କିମ୍ବା App Store, iTunes Store କିମ୍ବା Apple Books ରୁ ଏକ ଆଇଟମ୍ କ୍ରୟ କରିବା ପାଇଁ ଅନୁମତି ଅନୁରୋଧ କରିପାରିବେ। ସେମାନେ ତାଙ୍କ ସାମ୍ପ୍ରତିକ ବୟସ ରେଟିଂ ଉପରେ ଥିବା ଏକ ଆପ୍ କ୍ରୟ କରିବା କିମ୍ବା ଡାଉନ୍‌ଲୋଡ୍‌ କରିବାକୁ ଏକ ବ୍ଯତିକ୍ରମ ପାଇଁ ମଧ‍୍ୟ କହିପାରିବେ। “କିଣିବାକୁ ପଚାରନ୍ତୁ” ସେଟ୍‌ ଅପ୍ କରିବାକୁ କିମ୍ବା ଏହି ଅନୁରୋଧ ହ୍ୟାଣ୍ଡଲ୍ କରିବାକୁ, “ଜଣେ ପିଲା ପାଇଁ “କିଣିବାକୁ ପଚାରନ୍ତୁ” ଚାଲୁ କରନ୍ତୁ” ଓ “ଜଣେ ପିଲାର ବ୍ୟତିକ୍ରମ ଅନୁରୋଧର ଉତ୍ତର ଦିଅନ୍ତୁ” ଦେଖନ୍ତୁ।

“ଅଧିକ ସମୟ ପାଇଁ ଅନୁରୋଧ କରନ୍ତୁ” ବିଭାଗ ଦେଖାଉଥିବା ଏକ ଫ‍୍ୟାମିଲି ଶେୟରିଂ ଗ୍ରୂପ୍‌ରେ ଥିବା ଜଣେ ପିଲା ପାଇଁ ସ୍କ୍ରୀନ୍‌।

ସେମାନଙ୍କ ଡିଭାଇସ୍‌ରେ ସିଧାସଳଖ ଭାବରେ ଜଣେ ପିଲାର ସ୍କ୍ରୀନ୍ ଟାଇମ୍ ଅନୁରୋଧର ଉତ୍ତର ଦିଅନ୍ତୁ

  1. ପିଲାଙ୍କ ଡିଭାଇସ୍‌ରେ, ପ୍ରାସଙ୍ଗିକ ଆପ୍ ଖୋଲନ୍ତୁ, ତା’ପରେ ଅନୁରୋଧ ଆରମ୍ଭ କରିବା ପାଇଁ ଏକ ବିକଳ୍ପରେ କ୍ଲିକ୍ କିମ୍ବା ଟାପ୍ କରନ୍ତୁ। (ଉଦାହରଣ ସ୍ୱରୂପ, “ଅଧିକ ସମୟ ମାଗନ୍ତୁ”ରେ କ୍ଲିକ୍ କିମ୍ବା ଟାପ୍ କରନ୍ତୁ।)

  2. “ସ୍କ୍ରୀନ୍ ଟାଇମ୍ ପାସ୍‌କୋଡ୍ ଲେଖନ୍ତୁ”ରେ କ୍ଲିକ୍ କିମ୍ବା ଟାପ୍ କରନ୍ତୁ, ତା’ପରେ ସ୍କ୍ରୀନ୍ ଟାଇମ୍ ପାସ୍‌କୋଡ୍ ଲେଖନ୍ତୁ।

  3. ଅନୁମୋଦନ କିମ୍ବା ଅସ୍ୱୀକାର କରିବା ପାଇଁ ଏକ ବିକଳ୍ପରେ କ୍ଲିକ୍ କିମ୍ବା ଟାପ୍ କରନ୍ତୁ।

ଆପଣଙ୍କ iPad ରେ ପିଲାର ସ୍କ୍ରୀନ୍ ଟାଇମ୍ ଅନୁରୋଧର ଉତ୍ତର ଦିଅନ୍ତୁ

ଆପଣ ନିଜ iPad ରେ—ଆପ୍‌ରେ ଅଧିକ ସମୟ ପାଇଁ ଅନୁରୋଧ ଭଳି—ଜଣେ ପିଲାର ଅନୁରୋଧକୁ ଅନୁମୋଦନ କରିପାରିବେ।

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ସ୍କ୍ରୀନ୍ ଟାଇମ୍‌ରେ ଟାପ୍ କରନ୍ତୁ, ତା’ପରେ ଆପଣଙ୍କ ପରିବାର ସଦସ୍ଯଙ୍କ ନାମ ଚୟନ କରନ୍ତୁ। (ଆପଣଙ୍କୁ ତଳକୁ ସ୍କ୍ରୋଲ୍ କରିବାକୁ ପଡ଼ିପାରେ।)

  3. ଯଦି ଆପଣଙ୍କ ପିଲା ଏକ ଅନୁରୋଧ କରିଛନ୍ତି, ତେବେ ଆପ୍‌ର ଏକ ଲିଷ୍ଟ୍ ଦେଖାଯିବ। ପିଲାଙ୍କ ଅନୁରୋଧ ଅଧୀନରେ ଥିବା ଆପ୍‌ରେ ଟାପ୍ କରନ୍ତୁ, ତା’ପରେ ସ୍କ୍ରୀନ୍ ଟାଇମ୍ ପାସ୍‌କୋଡ୍ ଲେଖନ୍ତୁ।

  4. ଅନୁରୋଧ ଉପରେ ନିର୍ଭର କରି, ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • 15 ମିନିଟ୍ ପାଇଁ ଅନୁମୋଦନ କରନ୍ତୁ: 15 ମିନିଟ୍ ପାଇଁ “ଅନୁମୋଦନ କରନ୍ତୁ”ରେ ଟାପ୍ କରନ୍ତୁ।

    • 1 ଘଣ୍ଟା ପାଇଁ ଅନୁମୋଦନ କରନ୍ତୁ: “ଏକ ଘଣ୍ଟା ପାଇଁ ଅନୁମୋଦନ ଦିଅନ୍ତୁ”ରେ ଟାପ୍ କରନ୍ତୁ।

    • ଦିନର ବାକି ସମୟ ପାଇଁ ଅନୁମୋଦନ କରନ୍ତୁ: “ପୁରା ଦିନ ପାଇଁ ଅନୁମୋଦନ ଦିଅନ୍ତୁ”ରେ ଟାପ୍ କରନ୍ତୁ।

    • ଅନୁରୋଧ ଅନୁମୋଦନ କରନ୍ତୁ: “ଅନୁରୋଧ ଅନୁମୋଦନ କରନ୍ତୁ”ରେ ଟାପ୍ କରନ୍ତୁ।

    • ଅନୁରୋଧ ଅସ୍ୱୀକାର କରନ୍ତୁ: “ଅନୁମୋଦନ ଦିଅନ୍ତୁ ନାହିଁ”ରେ ଟାପ୍ କରନ୍ତୁ।

ଆପଣ ନୋଟିଫିକେଶନ୍ ଏବଂ ମେସେଜ୍‌ରୁ ସିଧାସଳଖ ଭାବରେ ଅନୁରୋଧକୁ ଅନୁମୋଦନ କିମ୍ବା ଅସ୍ୱୀକାର ମଧ‍୍ୟ କରିପାରିବେ। ନୋଟିଫିକେଶନ୍‌ କିମ୍ବା ମେସେଜ୍‌ରେ, “ଅନୁମୋଦନ କିମ୍ବା ଅସ୍ୱୀକାର କରନ୍ତୁ”ରେ କ୍ଲିକ୍ କରନ୍ତୁ (କିମ୍ବା ଏକ ବିକଳ୍ପ ଚୟନ କରିବା ପାଇଁ ବିକଳ୍ପ ପପ୍‌-ଅପ୍‌ ମେନ‍୍ୟୂରେ କ୍ଲିକ୍‌ କରନ୍ତୁ)।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.