ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଆପଣଙ୍କ Apple ଆକାଉଣ୍ଟ୍ ସୁରକ୍ଷିତ ରଖନ୍ତୁ

ଆପଣଙ୍କ Apple ଆକାଉଣ୍ଟ୍‌ ହେଉଛି ସେହି ଆକାଉଣ୍ଟ୍‌ ଯାହା ଆପଣ App Store, Apple Music, iCloud, iMessage ଏବଂ FaceTime ପରି Apple ସେବାଗୁଡ଼ିକ ଆକ୍ସେସ୍ କରିବାକୁ ବ୍ୟବହାର କରନ୍ତି। ଆପଣଙ୍କ ଆକାଉଣ୍ଟ୍‌ରେ ଆପଣ ସାଇନ୍ ଇନ୍ କରିବା ପାଇଁ ବ୍ୟବହାର କରୁଥିବା ଇମେଲ୍ ଠିକଣା ଏବଂ ପାସ୍‌ଓ୍ବର୍ଡ୍‌ ସହିତ ଆପଣ Apple ସେବାଗୁଡ଼ିକରେ ବ୍ୟବହାର କରୁଥିବା କଣ୍ଟାକ୍ଟ୍‌, ପେମେଣ୍ଟ୍‌ ଏବଂ ସୁରକ୍ଷା ବିବରଣୀ ଅନ୍ତର୍ଭୁକ୍ତ। ଆପଣଙ୍କ Apple ଆକାଉଣ୍ଟ୍‌କୁ ସୁରକ୍ଷିତ ରଖିବା ପାଇଁ Apple ଇଣ୍ଡଷ୍ଟ୍ରୀ-ଷ୍ଟାଣ୍ଡାର୍ଡ୍‌ ଅଭ୍ୟାସ ବ୍ୟବହାର କରେ।

ଆପଣଙ୍କ Apple ଆକାଉଣ୍ଟ୍‌ର ସୁରକ୍ଷାକୁ ସର୍ବାଧିକ କରିବା ପାଇଁ ସର୍ବୋତ୍ତମ ଅଭ୍ଯାସ

  • ଅନ୍ୟମାନଙ୍କୁ, ଏପରିକି ପରିବାର ସଦସ୍ୟଙ୍କୁ ମଧ୍ୟ ଆପଣଙ୍କ Apple ଆକାଉଣ୍ଟ୍ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ।

    Apple ଆକାଉଣ୍ଟ୍‌ ଶେୟର୍ ନକରି କ୍ରୟ, ସବ୍‌ସ୍କ୍ରିପ୍ସନ୍, ଏକ ପାରିବାରିକ କ୍ୟାଲେଣ୍ଡର୍‌ ଏବଂ ଅଧିକ ଶେୟର୍‌ କରିବାକୁ, ଫ୍ଯାମିଲି ଶେୟରିଂ ସେଟ୍ ଅପ୍ କରନ୍ତୁ

  • ଦ୍ୱି-ସ୍ତରୀୟ ପ୍ରମାଣୀକରଣ ବ୍ୟବହାର କରନ୍ତୁ। ଯଦି ଆପଣ iOS 13.4, iPadOS 13.4, macOS 10.15.4 କିମ୍ବା ପରବର୍ତ୍ତୀ ଭର୍ଶନ୍ ଥିବା ଡିଭାଇସ୍‌ରେ ଆପଣଙ୍କର Apple ଆକାଉଣ୍ଟ୍ ତିଆରି କରନ୍ତି, ତେବେ ଆପଣଙ୍କ ଆକାଉଣ୍ଟ୍ ସ୍ୱୟଂଚାଳିତ ଭାବରେ ଦ୍ୱି-ସ୍ତରୀୟ ପ୍ରମାଣୀକରଣ ବ‍୍ୟବହାର କରିଥାଏ। ଯଦି ଆପଣ ପୂର୍ବରୁ ଦ୍ୱି-ସ୍ତରୀୟ ପ୍ରମାଣୀକରଣ ବିନା ଏକ Apple ଆକାଉଣ୍ଟ୍‌ ତିଆରି କରିଛନ୍ତି, ତେବେ ବର୍ତ୍ତମାନ ଦ୍ୱି-ସ୍ତରୀୟ ପ୍ରମାଣୀକରଣ ଚାଲୁ କରନ୍ତୁ

  • ଆପଣଙ୍କ ପାସ୍‌ୱର୍ଡ୍, ସୁରକ୍ଷା ପ୍ରଶ୍ନ, ଯାଞ୍ଚକରଣ କୋଡ୍, ରିକଭରି କୀ’ କିମ୍ବା ଅନ୍ୟ କୌଣସି ଆକାଉଣ୍ଟ୍‌ ସୁରକ୍ଷା ବିବରଣୀ ଅନ୍ୟ କୌଣସି ବ୍ଯକ୍ତିଙ୍କୁ ଦିଅନ୍ତୁ ନାହିଁ। Apple ଆପଣଙ୍କୁ ଏହି ସୂଚନା କଦାପି ପଚାରିବ ନାହିଁ।

  • Safari କିମ୍ବା ଅନ୍ୟ ୱେବ୍ ବ୍ରାଉଜରରେ ଆପଣଙ୍କ Apple ଆକାଉଣ୍ଟ୍‌ ପୃଷ୍ଠା ଆକ୍ସେସ୍‌ କରିବା ସମୟରେ, ଆପଣଙ୍କ ସେଶନ୍‌ ଏନ୍‌କ୍ରିପ୍ଟ୍‌ ଏବଂ ସୁରକ୍ଷିତ ଅଛି କି ନାହିଁ ଯାଞ୍ଚ କରିବାକୁ ଠିକଣା କ୍ଷେତ୍ରରେ ଲକ୍ ଆଇକନ୍ ଆକ୍ସେସ୍‌ କରନ୍ତୁ।

  • ଏକ ସର୍ବସାଧାରଣ କମ୍ପ୍ଯୁଟର୍‌ ବ୍ୟବହାର କରିବା ସମୟରେ, ଅନ୍ୟ ଲୋକଙ୍କୁ ଆପଣଙ୍କ ଆକାଉଣ୍ଟ୍‌ ଆକ୍ସେସ୍ କରିବାରୁ ପ୍ରତିରୋଧ କରିବା ପାଇଁ ଆପଣଙ୍କ ସେଶନ୍ ସମ୍ପୂର୍ଣ୍ଣ ହେବା ପରେ ସର୍ବଦା ସାଇନ୍ ଆଉଟ୍ କରନ୍ତୁ।

  • ଫିଶିଂ ସ୍କାମ୍‌ ଏଡ଼ାନ୍ତୁ। ସନ୍ଦେହଜନକ ଇମେଲ୍ କିମ୍ୱା ଟେକ୍ସ୍‌ଟ୍ ମେସେଜ୍‌ରେ ଥିବା ଲିଙ୍କ୍‌ରେ କ୍ଲିକ୍ କରନ୍ତୁ ନାହିଁ ଏବଂ ଆପଣ ନିଶ୍ଚିତ ନଥିବା କୌଣସି ୱେବ୍‌ସାଇଟ୍‌ରେ କଦାପି ପର୍ସନଲ୍‌ ସୂଚନା ପ୍ରଦାନ କରନ୍ତୁ ନାହିଁ। Apple ସହାୟତା ଆର୍ଟିକଲ୍ ଫିଶିଂ ମେସେଜ୍, ଫୋନି ସହାୟତା କଲ୍ ଏବଂ ଅନ୍ଯାନ୍ଯ ସ୍କାମ୍ ସହିତ ସାମାଜିକ ଇଞ୍ଜିନିୟରିଂ ସ୍କିମ୍‌ଗୁଡ଼ିକୁ ଚିହ୍ନନ୍ତୁ ଏବଂ ସେଠାରୁ ଦୂରେଇ ରୁହନ୍ତୁ ଦେଖନ୍ତୁ।

  • ଅନ୍ୟ ଅନ୍‌ଲାଇନ୍ ଆକାଉଣ୍ଟ୍‌ରେ ଆପଣଙ୍କ ପାସ୍‌ୱର୍ଡ୍ ବ୍ୟବହାର କରନ୍ତୁ ନାହିଁ।

  • ଯଦି ଆପଣଙ୍କ ଡିଭାଇସ୍ ହଜିଯାଇଛି କିମ୍ୱା ଚୋରି ହୋଇଛି, ତେବେ ସେହି ଡିଭାଇସ୍ ପାଇଁ ଯଥାଶୀଘ୍ର ସମ୍ଭବ ଲଷ୍ଟ୍‌ ମୋଡ୍‌ ଚାଲୁ କରନ୍ତୁ। (ଆପଣ ଏହାକୁ ଜଣେ ବନ୍ଧୁଙ୍କ ଡିଭାଇସ୍‌ରେ କରିପାରିବେ ଏବଂ ଆପଣ ନିଜର ବ୍ୟବହାର କରିବାର ଆବଶ୍ୟକତା ନାହିଁ।)

ଆକାଉଣ୍ଟ୍ ରିକଭରି କଣ୍ଟାକ୍ଟ୍‌କୁ ଯୋଡ଼ନ୍ତୁ

ଯଦି ଆପଣ ନିଜ ପାସ୍‌ଓ୍ବର୍ଡ୍‌ ଭୁଲିଯାଆନ୍ତି କିମ୍ୱା ଲକ୍ ଆଉଟ୍ ହୋଇଯାଆନ୍ତି, ତେବେ ଆପଣଙ୍କ Apple ଆକାଉଣ୍ଟ୍‌ ପାସ୍‌ଓ୍ବର୍ଡ୍‌ ରୀସେଟ୍ କରିବା ଏବଂ ଆପଣଙ୍କ ଆକାଉଣ୍ଟ୍‌କୁ ଆକ୍ସେସ୍‌ ରିଷ୍ଟୋର୍‌ କରିବାରେ ସହାୟତା କରିବା ପାଇଁ ଏବଂ ଆପଣଙ୍କ ଆକାଉଣ୍ଟ୍‌କୁ ପୁଣି ଆକ୍ସେସ୍ ପାଇବା ପାଇଁ “ଆକାଉଣ୍ଟ୍‌ ରିକଭରି କଣ୍ଟାକ୍ଟ୍‌” ଭାବରେ ଆପଣ ବିଶ୍ୱାସ କରୁଥିବା ଜଣେ କିମ୍ବା ଅଧିକ ଲୋକଙ୍କୁ ବାଛନ୍ତୁ।

ସେଟିଂସ୍‌  > [ଆପଣଙ୍କ ନାମ] > ସାଇନ୍-ଇନ୍‌ ଓ ସୁରକ୍ଷା > ରିକଭରି କଣ୍ଟାକ୍ଟ୍‌କୁ ଯାଆନ୍ତୁ, "ରିକଭରି କଣ୍ଟାକ୍ଟ୍‌ ଯୋଡ଼ନ୍ତୁ"ରେ ଟାପ୍‌ କତନ୍ତୁ, ତା’ପରେ ଅନ୍‌ସ୍କ୍ରୀନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

ଫୀଚର୍ ବିଷୟରେ ସୂଚନା ସହିତ ଆକାଉଣ୍ଟ୍‌ ରିକଭରି କଣ୍ଟାକ୍ଟ୍ ସ୍କ୍ରୀନ୍। “ରିକଭରି କଣ୍ଟାକ୍ଟ୍ ଯୋଡ଼ନ୍ତୁ” ବଟନ୍‌ ନିମ୍ନରେ ଅଛି

ଅଧିକ ସୂଚନା ପାଇଁ, ସେଟିଂସ୍‌  > [ଆପଣଙ୍କ ନାମ] > ସାଇନ୍‌-ଇନ୍‌ ଓ ସୁରକ୍ଷାକୁ ଯାଆନ୍ତୁ, ତା’ପରେ “ରିକଭରି କଣ୍ଟାକ୍ଟ୍‌ ଯୋଡ଼ନ୍ତୁ”ର ତଳେ “ଅଧିକ ଜାଣନ୍ତୁ”ରେ ଟାପ୍ କରନ୍ତୁ।

ଲେଗସି କଣ୍ଟାକ୍ଟ୍ ଯୋଡ଼ନ୍ତୁ

ଡିଜିଟଲ୍‌ ଲେଗସି ପ୍ରୋଗ୍ରାମ୍‌ ଆପଣଙ୍କୁ ଲୋକମାନଙ୍କୁ ଲେଗସି କଣ୍ଟାକ୍ଟ୍‌ ଭାବରେ ମନୋନୀତ କରିବାକୁ ଅନୁମତି ଦେଇଥାଏ ଯାହା ଦ୍ୱାରା ଆପଣଙ୍କ ମୃତ୍ୟୁ ଘଟିଲେ ସେମାନେ ଆପଣଙ୍କ Apple ଆକାଉଣ୍ଟ୍‌କୁ ଆକ୍ସେସ୍‌ କରିପାରିବେ।

ସେଟିଂସ୍‌  > [ଆପଣଙ୍କ ନାମ] > ସାଇନ୍-ଇନ୍‌ ଓ ସୁରକ୍ଷା > ଲେଗସି କଣ୍ଟାକ୍ଟ୍‌କୁ ଯାଆନ୍ତୁ, ଲେଗସି କଣ୍ଟାକ୍ଟ୍‌ ଯୋଡ଼ନ୍ତୁରେ ଟାପ୍‌ କତନ୍ତୁ, ତା’ପରେ ଅନ୍‌ସ୍କ୍ରୀନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

ଏକ ଲେଗସି କଣ୍ଟାକ୍ଟ୍ ସହିତ ଆକ୍ସେସ୍‌ କୀ’ କିପରି ଶେୟର୍ କରିବେ, କିପରି ଏକ ଲେଗସି କଣ୍ଟାକ୍ଟ୍ କାଢ଼ିବେ ଏବଂ ଆପଣଙ୍କ ଲେଗସି କଣ୍ଟାକ୍ଟ୍ କିପରି ଆପଣଙ୍କ ଆକାଉଣ୍ଟ୍‌କୁ ଆକ୍ସେସ୍ କରିବାକୁ ଅନୁରୋଧ କରିପାରେ ସେ ବିଷୟରେ ଅଧିକ ସୂଚନା ପାଇଁ, Apple ସହାୟତା ଆର୍ଟିକଲ୍‌ ଆପଣଙ୍କ Apple ଆକାଉଣ୍ଟ୍‌ ପାଇଁ ଏକ ଲେଗସି କଣ୍ଟାକ୍ଟ୍ କିପରି ଯୋଡ଼ିବେ ଦେଖନ୍ତୁ। ଏକ ଲେଗସି କଣ୍ଟାକ୍ଟ୍‌ ଆକ୍ସେସ୍‌ କରିପାରୁଥିବା ଡେଟା ବିଷୟରେ Apple ସହାୟତା ଆର୍ଟିକଲ୍‌ ମଧ୍ଯ ଦେଖନ୍ତୁ।

ଫିଚର୍ ବିଷୟରେ ସୂଚନା ଥିବା ଲେଗସି କଣ୍ଟାକ୍ଟ୍ ସ୍କ୍ରୀନ୍। “ଲେଗସି କଣ୍ଟାକ୍ଟ୍‌ ଯୋଡ଼ନ୍ତୁ” ବଟନ୍ ନିମ୍ନରେ ଅଛି।

ଆପଣଙ୍କ ଆକାଉଣ୍ଟ୍‌ ପାଇଁ ଏକ ରିକଭରି କୀ’ ଜେନେରେଟ୍ କରନ୍ତୁ

ଆପଣଙ୍କ ଆକାଉଣ୍ଟ୍‌ର ସୁରକ୍ଷା ଉପରେ ଅତିରିକ୍ତ ନିୟନ୍ତ୍ରଣ ପାଇଁ, ଆପଣ ଏକ ରିକଭର୍ କୀ’ ତିଆରି କରିପାରିବେ ଯାହା ଆପଣଙ୍କୁ ଆପଣଙ୍କ ଆକାଉଣ୍ଟ୍‌ର ପାସ୍‌ଓ୍ବର୍ଡ୍‌ ରୀସେଟ୍ କରିବାରେ କିମ୍ବା ଆପଣଙ୍କ Apple ପାସ୍‌ଓ୍ବର୍ଡ୍‌କୁ ଆକ୍ସେସ୍‌ ରିକଭର୍‌ କରିବାରେ ସହାୟତା କରିପାରେ। ରିକଭରି କୀ’ ହେଉଛି ଏକ ଅନିୟମିତ ଭାବେ ଜେନରେଟ୍ ହୋଇଥିବା 28-ଅକ୍ଷରର କୋଡ୍ ଯାହାକୁ ଆପଣ ଏକ ସୁରକ୍ଷିତ ସ୍ଥାନରେ ରଖିବା ଉଚିତ। ଆପଣ ନିଜ ରିକଭର୍‌ କୀ’ ଲେଖି କିମ୍ବା ଆପଣଙ୍କ Apple ଆକାଉଣ୍ଟ୍‌କୁ ପୂର୍ବରୁ ସାଇନ୍ ଇନ୍ ହୋଇଥିବା ଅନ୍ୟ ଡିଭାଇସ୍ ବ୍ୟବହାର କରି ନିଜ ଆକାଉଣ୍ଟ୍‌ ପାସ୍‌ଓ୍ବର୍ଡ୍‌କୁ ରୀସେଟ୍ କରିପାରିବେ। ଆପଣଙ୍କ ଆକାଉଣ୍ଟ୍‌କୁ ଆକ୍ସେସ୍‌ ଥିବା ସୁନିଶ୍ଚିତ କରିବା, ରିକଭର୍‌ କୀ’ ଏବଂ ଆପଣଙ୍କ ବିଶ୍ୱସ୍ତ ଡିଭାଇସ୍‌ଗୁଡ଼ିକରେ ଆକ୍ସେସ୍‌ ବଜାୟ ରଖିବା ପାଇଁ ଆପଣ ବ୍ୟକ୍ତିଗତ ଭାବରେ ଦାୟୀ ଅଟନ୍ତି।

Apple ସହାୟତା ଆର୍ଟିକଲ୍ ଆପଣଙ୍କ Apple ଆକାଉଣ୍ଟ୍ ପାଇଁ ଏକ ରିକଭରି କୀ’ ସେଟ୍ ଅପ୍ କରନ୍ତୁ

ସର୍ବୋତ୍ତମ ଅଭ୍ଯାସ ବିଷୟରେ ଅଧିକ ସୂଚନା ପାଇଁ, Apple ସହାୟତା ଆର୍ଟିକଲ୍‌ ସୁରକ୍ଷା ଏବଂ ଆପଣଙ୍କ Apple ଆକାଉଣ୍ଟ୍‌ ଦେଖନ୍ତୁ।

ଆପଣଙ୍କ Apple ଆକାଉଣ୍ଟ୍ ସେଟ୍ ଅପ୍ କିମ୍ବା ପରିଚାଳନା କରିବା ପାଇଁ, Apple ଆକାଉଣ୍ଟ୍ ଓ୍ବେବ୍‌ସାଇଟ୍‌କୁ ଯାଆନ୍ତୁ।

ଯଦି ଆପଣ ନିଜର Apple ଆକାଉଣ୍ଟ୍ର ପାସ୍‌ୱର୍ଡ୍ ଭୁଲି ଯାଇଛନ୍ତି, ତେବେ, ନିଜ Apple ଆକାଉଣ୍ଟ୍ ଓ୍ବେବ୍‌ସାଇଟ୍‌ ରିକଭର୍ କରନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.