ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad ରେ ଥିବା FaceTime ଅଡିଓ ସେଟିଂସ୍‌ ପରିବର୍ତ୍ତନ କରନ୍ତୁ

FaceTime ଆପ୍‌ ରେ ସ୍ପେଶିୟଲ୍ ଅଡିଓ, ଆପଣଙ୍କ ବନ୍ଧୁମାନେ ଆପଣଙ୍କ ସହିତ ରୂମ୍‌ରେ ଥିବା ପରି ଅନୁଭବ କରାଏ। ପ୍ରତ୍ଯେକ ବ୍ଯକ୍ତି ସ୍କ୍ରୀନ୍‌ର ଯେଉଁ ଦିଗରେ ଅବସ୍ଥାପିତ ଅଛନ୍ତି ସେହି ଦିଗରୁ ସେମାନେ ଆସୁଥିବା ପରି ସେମାନଙ୍କ ଭଏସ୍ ପ୍ରସାରିତ ଏବଂ ସାଉଣ୍ଡ୍ ହୋଇଥାଏ। ଆପଣ ଏକ FaceTime କଲ୍ ସମୟରେ ଅନ୍ଯ ଅଡିଓ ସେଟିଂସ୍ ଆଡ୍‌ଜଷ୍ଟ୍‌ କରିପାରିବେ।

ଧ‍୍ୟାନ ଦିଅନ୍ତୁ: ସ୍ପେଶିୟଲ୍ ଅଡିଓ ସମର୍ଥିତ iPad ମଡେଲ୍‌ରେ ଉପଲବ୍ଧ ଏବଂ ନିମ୍ନଲିଖିତ AirPods ମଡେଲ୍‌ ସହିତ କାର୍ଯ‍୍ୟ କରେ: AirPods 3, AirPods Pro (ସମସ୍ତ ମଡେଲ୍) ଏବଂ AirPods Max।

ବ୍ଯାକ୍‌ଗ୍ରାଉଣ୍ଡ୍‌ ସାଉଣ୍ଡ୍ ଫିଲ୍ଟର୍ କରନ୍ତୁ

ଆପଣ ଅନ୍ୟାନ୍ୟ ସାଉଣ୍ଡ୍ ଫିଲ୍ଟର୍ କରିବାକୁ ଚାହାଁନ୍ତି ଏବଂ ଏକ FaceTime କଲ୍‌ରେ କେବଳ ଆପଣଙ୍କ ଭଏସ୍‌ ସ୍ପଷ୍ଟ ଭାବରେ ଶୁଣାଯିବାକୁ ଚାହାଁନ୍ତି, ତେବେ ସେହି ସମୟରେ ଆପଣ ଭଏସ୍ ଆଇଶୋଲେଶନ୍‌କୁ (ସମର୍ଥିତ ମଡେଲ୍‌ରେ ଉପଲବ୍ଧ) ଚାଲୁ କରିପାରିବେ। ଭଏସ୍ ଆଇସୋଲେଶନ୍ ମୋଡ୍ ଏକ FaceTime କଲ୍‌ରେ ଆପଣଙ୍କ ଭଏସ୍‌କୁ ପ୍ରାଥମିକତା ଦିଏ ଏବଂ ପାରିପାର୍ଶ୍ୱିକ ଶବ୍ଦକୁ ବ୍ଲକ୍‌ କରେ।

  1. ଆପଣଙ୍କ iPad ରେ ଥିବା FaceTime ଆପ୍ ରେ କଲ୍ ସମୟରେ, କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲନ୍ତୁ

  2. FaceTime ରେ ଟାପ୍ କରନ୍ତୁ, ତା’ପରେ ଭଏସ୍ ଆଇସୋଲେଶନ୍ ଚୟନ କରନ୍ତୁ।

ଆପଣଙ୍କ ଆଖପାଖର ସାଉଣ୍ଡ୍ ଅନ୍ତର୍ଭୂକ୍ତ କରନ୍ତୁ

ଆପଣ ଯେତେବେଳେ ଚାହାଁନ୍ତି ଯେ, ଆପଣଙ୍କ ଭଏସ୍ ଏବଂ ଆପଣଙ୍କ ଚାରିପାଖରେ ଥିବା ସମସ୍ତ ସାଉଣ୍ଡ୍‌ ଏକ FaceTime କଲ୍‌ରେ ଶୁଣାଯାଉ, ସେତେବେଳେ ଆପଣ ୱାଇଡ୍ ସ୍ପେକ୍ଟ୍ରମ୍ ଚାଲୁ କରିପାରିବେ (ସମର୍ଥିତ ମଡେଲ୍‌)ରେ ଉପଲବ୍ଧ।

  1. ଆପଣଙ୍କ iPad ରେ ଥିବା FaceTime ଆପ୍ ରେ କଲ୍ ସମୟରେ, କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲନ୍ତୁ

  2. FaceTime ରେ ଟାପ୍ କରନ୍ତୁ, ତା’ପରେ ୱାଇଡ୍ ସ୍ପେକ୍ଟ୍ରମ୍ ଚୟନ କରନ୍ତୁ।

ଅଡିଓ ସ୍ବୟଂଚାଳିତ ଭାବରେ ଆଡ୍‌ଜଷ୍ଟ୍‌ କରନ୍ତୁ

ଆପଣଙ୍କ ଅଡିଓ ସେଟିଂସ୍ ସ୍ୱୟଂଚାଳିତ ଭାବରେ ଆଡଜଷ୍ଟ୍ କରିବାକୁ, “ସ୍ୱୟଂଚାଳିତ” ବାଛନ୍ତୁ।

  1. ଆପଣଙ୍କ iPad ରେ ଥିବା FaceTime ଆପ୍ ରେ କଲ୍ ସମୟରେ, କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲନ୍ତୁ

  2. FaceTime ରେ ଟାପ୍ କରନ୍ତୁ, ତା’ପରେ “ସ୍ୱୟଂଚାଳିତ” ଚୟନ କରନ୍ତୁ।

ମାଇକ୍ ମ୍ଯୂଟ୍ କରନ୍ତୁ

  1. ଆପଣଙ୍କ iPad ରେ FaceTime ଆପ୍‌ ରେ ଏକ କଲ୍ ସମୟରେ, FaceTime କଣ୍ଟ୍ରୋଲ୍‌ ଦେଖାଇବା ପାଇଁ ସ୍କ୍ରୀନ୍‌ରେ ଟାପ୍ କରନ୍ତୁ (ଯଦି ସେଗୁଡ଼ିକ ଦୃଶ‍୍ୟମାନ ନୁହେଁ)।

  2. ମାଇକ୍ରୋଫୋନ୍ ସ୍ବିଚ୍ ବଟନ୍ ରେ ଟାପ୍‌ କରନ୍ତୁ।

    ମାଇକ୍ ପୁନଃ ଚାଲୁ କରିବା ପାଇଁ ମାଇକ୍ରୋଫୋନ୍ ସ୍ବିଚ୍ ବଟନ୍ ରେ ଟାପ୍ କରନ୍ତୁ।

ଆପଣଙ୍କ ମାଇକ୍‌ ମ‍୍ୟୂଟ୍‌ ଥିବା ସମୟରେ, ଏହା ଆପଣ କହୁଛନ୍ତି କି ନାହିଁ ଚିହ୍ନଟ କରେ ଏବଂ ଆପଣଙ୍କୁ ଆପଣଙ୍କ ମାଇକ୍‌ ମ୍ଯୂଟ୍ ଥିବାର ସୂଚିତ କରାଏ ଏବଂ ଆପଣ ଏହାକୁ ଅନ୍‌ମ୍ଯୂଟ୍ କରିବା ପାଇଁ ମାଇକ୍ରୋଫୋନ୍ ସ୍ବିଚ୍ ବଟନ୍ ରେ ଟାପ୍ କରିପାରିବେ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.