iPad ରେ ଥିବା ଜର୍ନଲ୍ ଆପ୍‌ର ବ‍୍ୟବହାର ଆରମ୍ଭ କରନ୍ତୁ

ଆପଣଙ୍କ ଅଭିଜ୍ଞତାକୁ ରେକର୍ଡ୍‌ କରିବା ପାଇଁ iPad ରେ ଜର୍ନଲ୍ ଆପ୍ କିପରି ବ‍୍ୟବହାର କରିବେ ଜାଣନ୍ତୁ। ଆପଣ ଫଟୋ, ମ୍ଯୂଜିକ୍, ଡ୍ରଇଂ, ଅଡିଓ ରେକର୍ଡିଂ ଏବଂ ଏପରିକି ଆପଣଙ୍କ ବର୍ତ୍ତମାନର ମାନସିକ ସ୍ଥିତି ଯୋଡ଼ିପାରିବେ। ଆପଣ Apple Pencil (“ସୁସଙ୍ଗତତା” ଦେଖନ୍ତୁ) କିମ୍ବା ଆପଣଙ୍କ ଆଙ୍ଗୁଠିରେ ଆପଣଙ୍କ ଏଣ୍ଟ୍ରିକୁ ସ୍କେଚ୍ କରିପାରିବେ କିମ୍ବା ହସ୍ତଲିଖିତ କରିପାରିବେ।

ଜର୍ନଲ୍ ଆପ୍ ପାଇଁ ସ୍ୱାଗତ ସ୍କ୍ରୀନ୍।

ଜର୍ନଲ୍ ସେଟ୍ ଅପ୍ କରନ୍ତୁ

ଆପଣ ପ୍ରଥମ ଥର ପାଇଁ ଜର୍ନଲ୍ ଖୋଲିବା ସମୟରେ, ସେଟ୍ ଅପ୍ କରିବା ପାଇଁ ଅନ୍‌ସ୍କ୍ରୀନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ। ଆପଣ ସମାନ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରିବା ସମୟରେ, ଆପଣ iPhone ରୁ iPad କୁ ଜର୍ନଲିଂ ପରାମର୍ଶ ସିଙ୍କ୍ କରିପାରିବେ। ସେଟିଂସ୍‌ କୁ ଯାଆନ୍ତୁ, ତା’ପରେ ଗୋପନୀୟତା ଓ ସୁରକ୍ଷା ଉପରେ ଟାପ୍ କରନ୍ତୁ। “ଜର୍ନଲିଂ ପରାମର୍ଶ”ରେ ଟାପ୍ କରନ୍ତୁ, “ଜର୍ନଲିଂ ପରାମର୍ଶ ଚାଲୁ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ “iPad କୁ ସିଙ୍କ୍ କରିବାକୁ ଅନୁମତି ଦିଅନ୍ତୁ”କୁ ଚାଲୁ କରନ୍ତୁ।

ଏକ ଏଣ୍ଟ୍ରି କମ୍ପୋଜ୍ କରିବା ପାଇଁ ଜର୍ନଲ୍ ଆପ୍‌ରେ ଥିବା ଏକ ସ୍କ୍ରୀନ୍।

ଜର୍ନଲ୍‌ ଏଣ୍ଟ୍ରି ତିଆରି କରନ୍ତୁ

ସ୍କ୍ରୀନ୍‌ର ଶୀର୍ଷରେ ଥିବା “ଏକ ଏଣ୍ଟ୍ରି ତିଆରି କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ଲେଖିବା ଆରମ୍ଭ କରନ୍ତୁ। ଏକ ଡ୍ରଇଂ ଯୋଡ଼ିବାକୁ “ଡ୍ରଇଂ ଯୋଡ଼ନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

ଶୀର୍ଷ ଡାହାଣ ପାର୍ଶ୍ୱରେ ସର୍ଚ୍ଚ୍‌ ବଟନ୍‌ ସହିତ ଜର୍ନଲ୍‌ ଏଣ୍ଟ୍ରି ଦେଖାଉଥିବା ଜର୍ନଲ୍‌ ଆପ୍‌ରେ ଏକ ସ୍କ୍ରୀନ୍ ।

ଆପଣଙ୍କ ଜର୍ନଲ୍ ଏଣ୍ଟ୍ରିଗୁଡ଼ିକର ସମୀକ୍ଷା କରନ୍ତୁ

ପୂର୍ବ ଏଣ୍ଟ୍ରି ଦେଖିବା ପାଇଁ ଆପଣଙ୍କ ଜର୍ନଲ୍‌ ମାଧ‍୍ୟମରେ ସ୍କ୍ରୋଲ୍ କରନ୍ତୁ। କେବଳ ନିର୍ଦ୍ଦିଷ୍ଟ ପ୍ରକାରର ଏଣ୍ଟ୍ରି ଦେଖିବା ପାଇଁ, “ସର୍ଚ୍ଚ୍‌ କରନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ ଫଟୋ କିମ୍ବା ଡ୍ରଇଂ ଭଳି ଏକ ବର୍ଗ ବାଛନ୍ତୁ କିମ୍ବା ଆପଣ ଖୋଜୁଥିବା ଟେକ୍ସ୍‌ଟ୍ ଟାଇପ୍ କରନ୍ତୁ।

ଜର୍ନଲ୍ ଆପ୍‌ରେ ଆପଣଙ୍କ ଜର୍ନଲ୍ ଅନ୍‌ଲକ୍ କରିବା ପାଇଁ Touch ID ବ‍୍ୟବହାର କରିବାକୁ ପ୍ରମ୍ପ୍ଟ୍‌ କରୁଥିବା ଏକ ସ୍କ୍ରୀନ୍।

ଆପଣଙ୍କ ଜର୍ନଲ୍ ଗୋପନୀୟ ରଖନ୍ତୁ

ଆପଣଙ୍କ ଜର୍ନଲ୍‌କୁ ସୁରକ୍ଷିତ ରଖନ୍ତୁ ଯାହା ଦ୍ୱାରା କେବଳ ଆପଣ ଏହାକୁ Face ID, Touch ID କିମ୍ୱା ଆପଣଙ୍କ ପାସ୍‌କୋଡ୍ ଦ୍ବାରା ଆକ୍ସେସ୍ କରିପାରିବେ।

ଅଧିକ ଜାଣିବାକୁ ଚାହୁଁଛନ୍ତି କି?

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.