ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ Safari ବ୍ଯବହାର କରି ଓ୍ବେବ୍‌ସାଇଟ୍‌ ଖୋଜନ୍ତୁ

ଓ୍ବେବ୍‌ସାଇଟ୍‌ କିମ୍ବା ନିର୍ଦ୍ଦିଷ୍ଟ ସୂଚନା ଖୋଜିବା ପାଇଁ URL କିମ୍ବା ସର୍ଚ୍ଚ୍‌ ଶବ୍ଦ ଲେଖନ୍ତୁ।

ସର୍ଚ୍ଚ୍ ଫିଲ୍ଡ୍‌ରେ “atlas” ଟାଇପ୍ ହୋଇଥିବା ଏବଂ ଅବଶିଷ୍ଟ URL ସ୍ୱୟଂଚାଳିତ ଭାବରେ ପୂରଣ କରାଯାଇଥିବା ଏକ ୱେବ୍‌ପୃଷ୍ଠା। ସର୍ଚ୍ଚ୍‌ ଫିଲ୍ଡ୍‌ ତଳେ Google ସର୍ଚ୍ଚ୍‌ ପରାମର୍ଶଗୁଡ଼ିକ ଅଛି।

ୱେବ୍ ସର୍ଚ୍ଚ୍‌ କରନ୍ତୁ

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. ସର୍ଚ୍ଚ୍‌ ଫିଲ୍ଡ୍‌ରେ ଏକ ସର୍ଚ୍ଚ୍‌ ଶବ୍ଦ, ବାକ୍ଯାଂଶ କିମ୍ବା URL ଲେଖନ୍ତୁ।

  3. ସର୍ଚ୍ଚ୍‌ ପରାମର୍ଶରେ ଟାପ୍‌ କରନ୍ତୁ କିମ୍ବା କୀ’ବୋର୍ଡ୍‌ରେ “ଯାଆନ୍ତୁ” ବଟନ୍ ଟାପ୍‌ କରନ୍ତୁ।

ଯଦି ଆପଣ ପ୍ରସ୍ତାବିତ ସର୍ଚ୍ଚ୍‌ ଟର୍ମ୍‌ ଦେଖିବାକୁ ଚାହାନ୍ତି ନାହିଁ, ତେବେ ସେଟିଂସ୍‌  > ଆପ୍‌ > Safariକୁ ଯାଆନ୍ତୁ ତା’ପରେ “ସର୍ଚ୍ଚ୍‌ ଇଞ୍ଜିନ୍ ପରାମର୍ଶ” ବନ୍ଦ କରନ୍ତୁ (ସର୍ଚ୍ଚ୍‌ ତଳେ)।

ଆପଣ ସର୍ଚ୍ଚ୍‌ କରିବା ସମୟରେ ଆପଣଙ୍କ ଫେଭରିଟ୍‌ ଓ୍ବେବ୍‌ସାଇଟ୍‌ ଦେଖନ୍ତୁ

ଯେତେବେଳେ ଆପଣ ଏକ ଠିକଣା ଲେଖନ୍ତି, ସର୍ଚ୍ଚ୍‌ କରନ୍ତି କିମ୍ବା ଏକ ନୂଆ ଟ୍ଯାବ୍‌ ତିଆରି କରନ୍ତି, ଆପଣଙ୍କ ଫେଭରିଟ୍‌କୁ ପରାମର୍ଶ ଭାବରେ ଦେଖାଯିବ।

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ Safari ରେ ଟାପ୍ କରନ୍ତୁ।

  3. “ପୃଷ୍ଠା ଫେଭରିଟ୍ ଆରମ୍ଭ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଫେଭରିଟ୍‌ରେ ଟାପ୍ କରନ୍ତୁ।

    ଯଦି ଆପଣଙ୍କ ଫେଭରିଟ୍‌ରେ ଏକାଧିକ ଫୋଲ୍ଡର୍ ଅଛି, ତେବେ ଆପଣ Safari ସର୍ଚ୍ଚ୍‌ ପରାମର୍ଶରେ ଯାହା ଦେଖିବାକୁ ଚାହୁଁଛନ୍ତି ତାହା ଚୟନ କରିପାରିବେ।

ଏକ ୱେବ୍‌ପେଜ୍‌‌ ସର୍ଚ୍ଚ୍‌ କରନ୍ତୁ

ଆପଣ ଏକ ୱେବ୍‌ପୃଷ୍ଠା‌ରେ ଏକ ନିର୍ଦ୍ଦିଷ୍ଟ ଶବ୍ଦ କିମ୍ବା ବାକ୍ଯାଂଶ ପାଇପାରିବେ।

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. ଏକ ୱେବ୍‌ପେଜ୍‌କୁ ଯାଆନ୍ତୁ।

  3. ପୃଷ୍ଠା ମେନ‍୍ୟୂ ବଟନ୍ ରେ ଟାପ୍‌ କରନ୍ତୁ, ତା’ପରେ ଡକ୍ୟୁମେଣ୍ଟ୍ ସର୍ଚ୍ଚ୍ ବଟନ୍ ରେ ଟାପ୍‌ କରନ୍ତୁ।

  4. ସର୍ଚ୍ଚ୍‌ ଫିଲ୍ଡ୍‌ରେ ଶବ୍ଦ କିମ୍ବା ବାକ୍ଯାଂଶ ଲେଖନ୍ତୁ।

  5. ଅନ୍ଯ ଦୃଷ୍ଟାନ୍ତ ଖୋଜିବା ପାଇଁ “ପରବର୍ତ୍ତୀ ଫଳାଫଳ” ବଟନ୍ ରେ ଟାପ୍‌ କରନ୍ତୁ।

ସର୍ଚ୍ଚ୍‌ ଇଞ୍ଜିନ୍ ବାଛନ୍ତୁ

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ Safari ରେ ଟାପ୍ କରନ୍ତୁ।

  3. ସର୍ଚ୍ଚ୍‌ ଇଞ୍ଜିନ୍‌ରେ ଟାପ୍ କରନ୍ତୁ, ତା’ପରେ ଏକ ସର୍ଚ୍ଚ୍‌ ଇଞ୍ଜିନ୍ ବାଛନ୍ତୁ।

ଆପଣଙ୍କ ଫଟୋରେ ଅବ୍‌ଜେକ୍ଟ୍‌ ଖୋଜନ୍ତୁ

“ଭିଜୁଅଲ୍‌ ଲୁକ୍ ଅପ୍” ସହାୟତାରେ ଆପଣ ଆପଣଙ୍କ ଫଟୋ ଏବଂ ଭିଡିଓରେ ଦେଖାଯାଉଥିବା ଲୋକପ୍ରିୟ ଲ୍ଯାଣ୍ଡ୍‌ମାର୍କ୍‌, ଉଦ୍ଭିଦ, ପୋଷା ପ୍ରାଣୀ ଏବଂ ଆହୁରି ଅନେକ ବିଷୟରେ ଜାଣିପାରିବେ। ଆପଣଙ୍କ ଫଟୋ ଓ ଭିଡିଓରେ ଥିବା ଅବ୍‌ଜେକ୍ଟ୍‌ ଚିହ୍ନଟ କରିବା ପାଇଁ ଭିଜୁଅଲ୍‌ ଲୁକ୍ ଅପ୍ ବ‍୍ୟବହାର କରନ୍ତୁ ଦେଖନ୍ତୁ।

ଫଟୋ ଆପ୍‌ରେ ଏକ ଫଟୋ ଖୋଲା ଅଛି। ସ୍କ୍ରୀନ୍‌ର ଶୀର୍ଷ ଭାଗରେ, ଭିଜୁଅଲ୍‌ ଲୁକ୍ ଅପ୍ ସୂଚନା ଉପଲବ୍ଧ ଅଛି ବୋଲି ସୂଚାଉଥିବା ଏକ ଆଇକନ୍ ଡିସ୍‌ପ୍ଲେ କରୁଥିବା ଏକ ସୂଚନା ବଟନ୍।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.