iPadରେ Safari ବ‍୍ୟବହାର କରି ୱେବ୍ ବ୍ରାଉଜ୍‌ କରନ୍ତୁ

ଆପଣ ୱେବ୍ ବ୍ରାଉଜ୍‌ କରିପାରିବେ, ଓ୍ବେବ୍‌ସାଇଟ୍‌ ଦେଖିପାରିବେ, ଓ୍ବେବ୍‌ସାଇଟ୍‌ ଲିଙ୍କ୍ ପ୍ରିଭ୍ଯୁ କରିପାରିବେ, ୱେବ୍ ପେଜ୍ ଅନୁବାଦ କରିପାରିବେ ଏବଂ ଯଦି Safari ଆପ୍‌କୁ କାଢ଼ି ଦିଆଯାଏ ତେବେ ଏହାକୁ ଆପଣଙ୍କ ହୋମ୍ ସ୍କ୍ରୀନ୍‌ରେ ପୁଣି ଯୋଡ଼ିପାରିବେ। ଯଦି ଆପଣ ନିଜର ସମସ୍ତ ଡିଭାଇସ୍‌ରେ ସମାନ Apple ଆକାଉଣ୍ଟ୍ ସହିତ iCloudରେ ସାଇନ୍ ଇନ୍ କରନ୍ତି, ତେବେ ଆପଣ ଅନ୍ଯ ଡିଭାଇସ୍‌ରେ ଖୋଲା ଥିବା ପେଜ୍‌ଗୁଡ଼ିକ ଦେଖିପାରିବେ ଏବଂ ଆପଣଙ୍କ ସମସ୍ତ ଡିଭାଇସ୍‌ରେ ଆପଣଙ୍କ ବୁକ୍‌ମାର୍କ୍‌, ହିଷ୍ଟ୍ରି ଏବଂ ପଠନ ଲିଷ୍ଟ୍ ଅପଡେଟ୍ ରଖିପାରିବେ।

ଏକ ଖୋଲା ୱେବ୍‌ପୃଷ୍ଠା। ଶୀର୍ଷରେ ବାମରୁ ଡାହାଣକୁ, ସାଇଡ୍‌ବାର୍‌ ବଟନ୍, ପୂର୍ବବର୍ତ୍ତୀ ବଟନ୍‌, ସର୍ଚ୍ଚ୍‌ ଫିଲ୍ଡ୍‌, ଶେୟର୍ ବଟନ୍, ନୂଆ ଟାବ୍‌ ବଟନ୍ ଏବଂ ଟାବ୍‌ ଓଭର୍‌ଭ୍ଯୂ ବଟନ୍ ଅଛି।

ଏକ ୱେବ୍‌ପେଜ୍‌କୁ ଯାଆନ୍ତୁ

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. ସର୍ଚ୍ଚ୍‌ ଫିଲ୍ଡ୍‌ରେ ୱେବ୍‌ପେଜ୍‌‌ର ନାମ କିମ୍ବା ୱେବ୍ ଠିକଣା (URL) ଲେଖନ୍ତୁ।

Safariରେ ଓ୍ବେବ୍‌ସାଇଟ୍‌ ଦେଖନ୍ତୁ

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଶୀର୍ଷକୁ ଫେରନ୍ତୁ: ଏକ ଲମ୍ବା ପୃଷ୍ଠାର ଶୀର୍ଷକୁ ଶୀଘ୍ର ଫେରିବା ପାଇଁ ୱିଣ୍ଡୋର ଶୀର୍ଷ ଧାରରେ ଡବଲ୍-ଟାପ୍ କରନ୍ତୁ।

    • ପୃଷ୍ଠା ବିଷୟରେ ଅଧିକ ଜାଣନ୍ତୁ: iPadକୁ ଲ୍ୟାଣ୍ଡ୍‌ସ୍କେପ୍‌ ଓରିଏଣ୍ଟେଶନ୍‌କୁ ଘୂରାନ୍ତୁ।

    • ପୃଷ୍ଠା ରିଫ୍ରେଶ୍‌ କରନ୍ତୁ: ପୃଷ୍ଠାର ଶୀର୍ଷରୁ ତଳକୁ ଟାଣନ୍ତୁ।

    • ଲିଙ୍କ୍ ଶେୟର୍‌ କରନ୍ତୁ: ୱିଣ୍ଡୋର ଶୀର୍ଷ ଡାହାଣ ପାର୍ଶ୍ବରେ ଥିବା “ଶେୟର୍ କରନ୍ତୁ”‌ ବଟନ୍‌ ରେ ଟାପ୍ କରନ୍ତୁ।

ଓ୍ବେବ୍‌ସାଇଟ୍‌ ଲିଙ୍କ୍ ପ୍ରିଭ୍ଯୁ କରନ୍ତୁ

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. ପୃଷ୍ଠା ନଖୋଲି ଲିଙ୍କ୍‌ର ପ୍ରିଭ୍ଯୁ ଦେଖିବା ପାଇଁ Safariରେ ଏକ ଲିଙ୍କ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

    ଲିଙ୍କ୍ ଖୋଲିବା ପାଇଁ ପ୍ରୀଭ୍ୟୂରେ ଟାପ୍‌ କରନ୍ତୁ କିମ୍ବା “ଖୋଲନ୍ତୁ”ରେ ଟାପ୍ କରନ୍ତୁ। ପ୍ରିଭ୍ଯୁ ବନ୍ଦ କରିବା ଏବଂ ସାମ୍ପ୍ରତିକ ପୃଷ୍ଠାରେ ରହିବା ପାଇଁ ପ୍ରିଭ୍ଯୁ ବାହାରେ ଯେକୌଣସି ସ୍ଥାନରେ ଟାପ୍‌ କରନ୍ତୁ।

    ଏକ ଓ୍ବେବ୍‌ସାଇଟ୍‌ ପାଇଁ ପ୍ରୀଭ୍ୟୂ। ପ୍ରୀଭ୍ୟୂର ଡାହାଣ ପଟେ ଏକ ମେନ‍୍ୟୂ ଅଛି ଯାହା ବିକଳ୍ପଗୁଡ଼ିକ ଦେଖାଏ, ଯେଉଁଥିରେ ଖୋଲନ୍ତୁ, ବ୍ଯାକ୍‌ଗ୍ରାଉଣ୍ଡ୍‌ରେ ଖୋଲନ୍ତୁ, ନୂଆ ୱିଣ୍ଡୋରେ ଖୋଲନ୍ତୁ ଇତ୍ଯାଦି ଅନ୍ତର୍ଭୁକ୍ତ।

ଏକ ୱେବ୍ ପେଜ୍ ଅନୁବାଦ କରନ୍ତୁ

ଆପଣ ଏକ ୱେବ୍‌ପୃଷ୍ଠାକୁ ଅନ୍ଯ ଭାଷାରେ ଦେଖିଲେ, ଏହାକୁ ଅନୁବାଦ କରିବା ପାଇଁ ଆପଣ Safari ବ‍୍ୟବହାର କରିପାରିବେ (ସମସ୍ତ ଭାଷା କିମ୍ବା ଅଞ୍ଚଳରେ ଉପଲବ୍ଧ ନୁହେଁ)।

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. ପୃଷ୍ଠା ମେନ‍୍ୟୂ ବଟନ୍ ରେ ଟାପ୍‌ କରନ୍ତୁ, ତା’ପରେ “ଅନୁବାଦ” ବଟନ୍ ରେ ଟାପ୍‌ କରନ୍ତୁ (ଯଦି ଅନୁବାଦ ଉପଲବ୍ଧ)।

ଡାଉନ୍‌ଲୋଡ୍‌‌ ପରିଚାଳନା କରନ୍ତୁ

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. ଆପଣ ଡାଉନ୍‌ଲୋଡ୍‌‌ କରିବାକୁ ଚାହୁଁଥିବା ଫାଇଲ୍ କିମ୍ବା ଲିଙ୍କ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ଡାଉନ୍‌ଲୋଡ୍‌‌ ଲିଙ୍କ୍ ହୋଇଥିବା ଫାଇଲ୍ ଉପରେ ଟାପ୍ କରନ୍ତୁ।

    ଆପଣ ଡାଉନ୍‌ଲୋଡ୍‌ କରୁଥିବା ଫାଇଲ୍‌ର ସ୍ଥିତି ଯାଞ୍ଚ କରିବା, ଡାଉନ୍‌ଲୋଡ୍‌ ହୋଇଥିବା ଫାଇଲ୍‌କୁ ଶୀଘ୍ର ଆକ୍ସେସ୍ କରିବା କିମ୍ବା ଡାଉନ୍‌ଲୋଡ୍‌ ହୋଇଥିବା ଫାଇଲ୍‌କୁ ଅନ୍ଯ ଫାଇଲ୍‌ରେ କିମ୍ବା ଆପଣ କାର୍ଯ‍୍ୟ କରୁଥିବା ଇମେଲ୍‌କୁ ଡ୍ରାଗ୍ କରିବା ପାଇଁ “ଡାଉନ୍‌ଲୋଡ୍‌ କରନ୍ତୁ” ବଟନ୍ ଉପରେ ଟାପ୍‌ କରନ୍ତୁ।

ଟିପ୍‌: Safari ବ୍ଯବହାର କରିବା ଜାରି ରଖିବା ସମୟରେ ଆପଣ ବ୍ଯାକ୍‌ଗ୍ରାଉଣ୍ଡ୍‌ରେ ଫାଇଲ୍ ଡାଉନ୍‌ଲୋଡ୍ କରିପାରିବେ।

ଆପଣଙ୍କ ହୋମ୍ ସ୍କ୍ରୀନ୍‌ରେ Safari ପୁଣି ଯୋଡ଼ନ୍ତୁ

ଯଦି ଆପଣ ନିଜ ହୋମ୍ ସ୍କ୍ରୀନ୍‌ରେ Safari ଦେଖୁନାହାନ୍ତି, ତେବେ ଆପଣ ଏହାକୁ ଆପ୍ ଲାଇବ୍ରେରୀରେ ପାଇପାରିବେ ଏବଂ ଏହାକୁ ପୁଣି ଯୋଡ଼ିପାରିବେ।

  1. ହୋମ୍ ସ୍କ୍ରୀନ୍‌ରେ, ଆପ୍ ଲାଇବ୍ରେରୀ ନ ଦେଖାଯିବା ପର୍ଯ‍୍ୟନ୍ତ ବାମକୁ ସ୍ୱାଇପ୍ କରନ୍ତୁ।

  2. ସର୍ଚ୍ଚ୍‌ ଫିଲ୍ଡରେ "Safari" ଲେଖନ୍ତୁ।

  3. Safari ଆପ୍ ଆଇକନ୍ କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, ତା’ପରେ “ହୋମ୍ ସ୍କ୍ରୀନ୍‌ରେ ଯୋଡ଼ନ୍ତୁ”ରେ ଟାପ୍‌ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.