ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିବା ଖୋଜାଖୋଜି ଆପ୍‌ରେ ଜଣେ ବନ୍ଧୁଙ୍କ ଲୋକେଶନ୍ ପରିବର୍ତ୍ତନ ହେବା ସମୟରେ ଆଲର୍ଟ୍ ପାଆନ୍ତୁ

ଆପଣଙ୍କ ବନ୍ଧୁଙ୍କ ଲୋକେଶନ୍ ପରିବର୍ତ୍ତନ ସମୟରେ ଏକ ନୋଟିଫିକେଶନ୍ ପାଇବା ପାଇଁ ଖୋଜାଖୋଜି ଆପ୍ ବ୍ଯବହାର କରନ୍ତୁ। ଜଣେ ବନ୍ଧୁ ଏକ ଲୋକେଶନ୍‌କୁ ଆସିଲେ, ଏକ ଲୋକେଶନ୍ ଛାଡ଼ିଲେ କିମ୍ବା ଏକ ଲୋକେଶନ୍‌ରେ ନଥିଲେ ଆପଣଙ୍କୁ ସୂଚନା ମିଳିପାରିବ।

ଗୁରୁତ୍ବପୂର୍ଣ୍ଣ: ଆପଣଙ୍କ ବନ୍ଧୁଙ୍କ ଲୋକେଶନ୍ ପରିବର୍ତ୍ତନ ହେବା ସମୟରେ ଏକ ନୋଟିଫିକେଶନ୍ ପାଇବା ପାଇଁ ନିଶ୍ଚିତ କରନ୍ତୁ ଯେ ଆପଣ ଖୋଜାଖୋଜି ଆପ୍ ପାଇଁ ନୋଟିଫିକେଶନ୍‌କୁ ଅନୁମତି ଦେଉଛନ୍ତି। ନୋଟିଫିକେଶନ୍‌ ସେଟିଂସ୍ ପରିବର୍ତ୍ତନ କରନ୍ତୁ ଦେଖନ୍ତୁ।

ଆପଣଙ୍କ ଲୋକେଶନ୍ ପରିବର୍ତ୍ତନ ହେବା ସମୟରେ ନିଜ ବନ୍ଧୁଙ୍କୁ ମଧ୍ଯ ଜଣାଇ ପାରିବେ। “ଖୋଜାଖୋଜି” ଆପ୍‌ରେ ଆପଣଙ୍କ ଲୋକେଶନ୍ ପରିବର୍ତ୍ତନ କରିବା ସମୟରେ ଜଣେ ବନ୍ଧୁଙ୍କୁ ସୂଚିତ କରନ୍ତୁ ଦେଖନ୍ତୁ।

ଆପଣଙ୍କ ବନ୍ଧୁ ଏକ ଲୋକେଶନ୍‌ରେ ପହଞ୍ଚିଲେ କିମ୍ବା ଛାଡ଼ିବା ସମୟରେ ସୂଚନା ପାଆନ୍ତୁ

  1. ଆପଣଙ୍କ iPadରେ “ଖୋଜାଖୋଜି” ଆପ୍ କୁ ଯାଆନ୍ତୁ।

  2. ସ୍କ୍ରୀନ୍‌ର ନିମ୍ନ-ବାମ ପାର୍ଶ୍ବରେ ଥିବା “ଲୋକମାନେ”ରେ ଟାପ୍ କରନ୍ତୁ, ତା’ପରେ ସେହି ବ୍ଯକ୍ତିଙ୍କ ନାମରେ ଟାପ୍ କରନ୍ତୁ ଯାହାଙ୍କ ବିଷୟରେ ଆପଣ ସୂଚନା ଚାହୁଁଛନ୍ତି।

  3. ନୋଟିଫିକେଶନ୍ ତଳେ, “ଯୋଡ଼ନ୍ତୁ” ଉପରେ ଟାପ୍ କରନ୍ତୁ, ତା’ପରେ “ମୋତେ ସୂଚିତ କରନ୍ତୁ” ଉପରେ ଟାପ୍ କରନ୍ତୁ।

  4. ଜଣେ ବନ୍ଧୁ ଲୋକେଶନ୍‌ରେ ପହଞ୍ଚିଲେ କିମ୍ବା ଛାଡ଼ିବା ଟାଇମ୍‌ରେ ଆପଣଙ୍କୁ ସୂଚିତ କରାଯିବ କି ନାହିଁ ବାଛନ୍ତୁ।

  5. ଏକ ଲୋକେଶନ୍ ବାଛନ୍ତୁ କିମ୍ବା ଏକ ନୂଆ ଲୋକେଶନ୍ ତିଆରି କରିବା ପାଇଁ “ନୂଆ ଲୋକେଶନ୍” ଉପରେ ଟାପ୍ କରନ୍ତୁ ଏବଂ ଏକ ଲୋକେଶନ୍‌ର ବ୍ଯାସାର୍ଦ୍ଧ ସେଟ୍ କରନ୍ତୁ।

    ଏକ ବଡ଼ ବ୍ଯାସାର୍ଦ୍ଧ ସହିତ, ଆପଣଙ୍କ ବନ୍ଧୁ ଲୋକେଶନ୍‌ରେ ଥିବା ପରିବର୍ତ୍ତେ ଲୋକେଶନ୍‌ର ଆଖପାଖରେ ଥିବାବେଳେ ଆପଣଙ୍କୁ ସୂଚିତ କରାଯାଏ।

  6. ଆପଣ କେବଳ ଥରେ କିମ୍ବା ପ୍ରତ୍ଯେକ ଥର ସୂଚିତ ହେବାକୁ ଚାହୁଁଛନ୍ତି କି ନାହିଁ ବାଛନ୍ତୁ।

  7. “ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ “ସମ୍ପୂର୍ଣ୍ଣ ହୋଇଛି”ରେ ଟାପ୍ କରନ୍ତୁ।

    ଆପଣ ନୋଟିଫିକେଶନ୍ ସେଟ୍ କରିବା ପରେ ଆପଣଙ୍କ ବନ୍ଧୁ ଏକ ଆଲର୍ଟ୍ ପାଆନ୍ତି।

    ଯଦି ଆପଣ ଏକ ପୁନରାବୃତ୍ତି ନୋଟିଫିକେଶନ୍ ସେଟ୍ କରନ୍ତି, ଏହା ସେଟ୍ ହେବା ପୂର୍ବରୁ ଆପଣଙ୍କ ବନ୍ଧୁ ଏହାକୁ ଅନୁମୋଦନ କରିବା ଆବଶ‍୍ୟକ। ଆପଣ ପ୍ରଥମ ଥର ପାଇଁ ଚୟନ କରିଥିବା ସ୍ଥାନରେ ପହଞ୍ଚିବା କିମ୍ବା ସେଠାରୁ ବାହାରିବା ସମୟରେ ସେମାନେ ଅନୁମୋଦନ ପାଇଁ ଅନୁରୋଧର ଏକ ଆଲର୍ଟ୍ ପାଆନ୍ତି।

ଆପଣଙ୍କ ବନ୍ଧୁ ଏକ ଲୋକେଶନ୍‌ରେ ନଥିବା ସମୟରେ ସୂଚନା ପାଆନ୍ତୁ

ଯଦି ଆପଣଙ୍କ ବନ୍ଧୁ କିମ୍ବା ପରିବାର ସଦସ୍ଯ ଏକ ସେଟ୍‌ କରାଯାଇଥିବା ଶେଡ‍୍ୟୂଲ୍‌ରେ ଏକ ନିର୍ଦ୍ଦିଷ୍ଟ ଲୋକେଶନ୍‌ରେ ନଥାନ୍ତି, ତେବେ ଆପଣ ଏକ ନୋଟିଫିକେଶନ୍ ପ୍ରାପ୍ତ କରିପାରନ୍ତି। ଉଦାହରଣ ସ୍ୱରୂପ ଯଦି ଆପଣଙ୍କ ପିଲା, ସ୍କୁଲ୍‌ ସମୟରେ ସ୍କୁଲ୍‌ରେ ନଥାଏ ତେବେ ଆପଣଙ୍କୁ ସୂଚିତ କରାଯାଇପାରିବ।

  1. ଆପଣଙ୍କ iPadରେ “ଖୋଜାଖୋଜି” ଆପ୍ କୁ ଯାଆନ୍ତୁ।

  2. ସ୍କ୍ରୀନ୍‌ର ନିମ୍ନ-ବାମ ପାର୍ଶ୍ବରେ ଥିବା “ଲୋକମାନେ”ରେ ଟାପ୍ କରନ୍ତୁ, ତା’ପରେ ସେହି ବ୍ଯକ୍ତିଙ୍କ ନାମରେ ଟାପ୍ କରନ୍ତୁ ଯାହାଙ୍କ ବିଷୟରେ ଆପଣ ସୂଚନା ଚାହୁଁଛନ୍ତି।

  3. ନୋଟିଫିକେଶନ୍ ତଳେ, “ଯୋଡ଼ନ୍ତୁ” ଉପରେ ଟାପ୍ କରନ୍ତୁ, ତା’ପରେ “ମୋତେ ସୂଚିତ କରନ୍ତୁ” ଉପରେ ଟାପ୍ କରନ୍ତୁ।

  4. ନିମ୍ନରେ, ଯେତେବେଳେ [ଆପଣଙ୍କ ବନ୍ଧୁଙ୍କ ନାମ ]ରେ ଟାପ୍‌ କରନ୍ତୁ ଏଠାରେ ନାହିଁ।

  5. ଏକ ଲୋକେଶନ୍ ବାଛନ୍ତୁ କିମ୍ବା ଏକ ନୂଆ ଲୋକେଶନ୍ ତିଆରି କରିବା ପାଇଁ “ନୂଆ ଲୋକେଶନ୍” ଉପରେ ଟାପ୍ କରନ୍ତୁ ଏବଂ ଏକ ଲୋକେଶନ୍‌ର ବ୍ଯାସାର୍ଦ୍ଧ ସେଟ୍ କରନ୍ତୁ।

    ଏକ ବଡ଼ ବ୍ଯାସାର୍ଦ୍ଧ ସହିତ, ଆପଣଙ୍କ ବନ୍ଧୁ ଲୋକେଶନ୍‌ରେ ଥିବା ପରିବର୍ତ୍ତେ ଲୋକେଶନ୍‌ର ଆଖପାଖରେ ଥିବାବେଳେ ଆପଣଙ୍କୁ ସୂଚିତ କରାଯାଏ।

  6. ଆପଣ କେତେବେଳେ ନୋଟିଫିକେସନ୍ ପାଇବା ପାଇଁ ଚାହୁଁଛନ୍ତି, ଚୟନ କରନ୍ତୁ।

    • ଟାଇମ୍: ଆରମ୍ଭ ଏବଂ ସମାପ୍ତି ସମୟ ଚୟନ କରନ୍ତୁ।

    • ଦିନ: ସପ୍ତାହର ଦିନଗୁଡ଼ିକ ଚୟନ କରନ୍ତୁ।

  7. “ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ “ସମ୍ପୂର୍ଣ୍ଣ ହୋଇଛି”ରେ ଟାପ୍ କରନ୍ତୁ।

    ନୋଟିଫିକେଶନ୍ ସେଟ୍ ହେବା ପୂର୍ବରୁ ଆପଣଙ୍କ ବନ୍ଧୁ ଏହାକୁ ଅନୁମୋଦନ କରିବା ଆବଶ‍୍ୟକ। ନୋଟିଫିକେଶନ୍ ଆରମ୍ଭ ହେବାର ସମୟ ଏବଂ ଦିନରେ ଅନୁମୋଦନ ପାଇଁ ଅନୁରୋଧ କରି ସେମାନେ ଏକ ଆଲର୍ଟ୍ ପାଆନ୍ତି।

ଆପଣ ସେଟ୍ କରିଥିବା ଏକ ନୋଟିଫିକେଶନ୍ ପରିବର୍ତ୍ତନ କରନ୍ତୁ କିମ୍ବା ବନ୍ଦ କରନ୍ତୁ

  1. ଆପଣଙ୍କ iPadରେ “ଖୋଜାଖୋଜି” ଆପ୍ କୁ ଯାଆନ୍ତୁ।

  2. ସ୍କ୍ରୀନ୍‌ର ନିମ୍ନ-ବାମ ପାର୍ଶ୍ବରେ ଥିବା “ଲୋକମାନେ”ରେ ଟାପ୍ କରନ୍ତୁ, ତା’ପରେ ସେହି ବ୍ଯକ୍ତିଙ୍କ ନାମରେ ଟାପ୍ କରନ୍ତୁ ଯାହାଙ୍କ ନୋଟିଫିକେଶନ୍ ଆପଣ ପରିବର୍ତ୍ତନ କରିବାକୁ କିମ୍ବା ବନ୍ଦ କରିବାକୁ ଚାହୁଁଛନ୍ତି।

    ଏହା ଜଣେ ବନ୍ଧୁଙ୍କ ବିଷୟରେ ଆପଣଙ୍କୁ ପ୍ରାପ୍ତ ହେଉଥିବା ନୋଟିଫିକେଶନ୍ ହୋଇପାରେ କିମ୍ବା ଆପଣଙ୍କ ବନ୍ଧୁଙ୍କୁ ଆପଣଙ୍କ ବିଷୟରେ ପ୍ରାପ୍ତ ହେଉଥିବା ନୋଟିଫିକେଶନ୍ ହୋଇପାରେ।

  3. ନୋଟିଫିକେଶନ୍ ତଳେ ଥିବା ନୋଟିଫିକେଶନ୍‌ରେ ଟାପ୍ କରନ୍ତୁ।

  4. ନିମ୍ନୋକ୍ତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • ଏକ ନୋଟିଫିକେଶନ୍ ପରିବର୍ତ୍ତନ କରନ୍ତୁ: ଯେକୌଣସି ବିବରଣୀ ପରିବର୍ତ୍ତନ କରନ୍ତୁ, ତା’ପରେ “ସମ୍ପୂର୍ଣ୍ଣ ହୋଇଛି” ଟାପ୍‌ କରନ୍ତୁ।

    • ଏକ ନୋଟିଫିକେଶନ୍ ବନ୍ଦ କରନ୍ତୁ: ନୋଟିଫିକେଶନ୍ ଡିଲିଟ୍ କରିବା ପାଇଁ ଟାପ୍ କରନ୍ତୁ, ତା’ପରେ ପୁଣି ଡିଲିଟ୍ ନୋଟିଫିକେଶନ୍ ଉପରେ ଟାପ୍ କରନ୍ତୁ।

ଆପଣ ସର୍ବାଧିକ 25ଟି “ମୋତେ ସୂଚିତ କରନ୍ତୁ” ନୋଟିଫିକେଶନ୍ ତିଆରି କରିପାରିବେ।

ଧ‍୍ୟାନ ଦିଅନ୍ତୁ: ଆପଣ କେବଳ ସେହି ବନ୍ଧୁମାନଙ୍କ ପାଇଁ ରିକରିଂ ନୋଟିଫିକେଶନ୍ ତିଆରି କରିପାରିବେ ଯାହାଙ୍କ ପାଖରେ ଦ୍ୱି-ସ୍ତରୀୟ ପ୍ରମାଣୀକରଣ ଚାଲୁ ଅଛି।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.