iPadର ଭଏସ୍ ମେମୋରେ ଏକ ରେକର୍ଡିଂ କରନ୍ତୁ

ଆପଣ iPadକୁ ପର୍ସନଲ୍‌ ନୋଟ୍, ଶ୍ରେଣୀଗୃହ ଲେକ୍ଚର୍, ମ୍ୟୁଜିକଲ୍ ଆଇଡିଆ ଇତ୍ଯାଦି ରେକର୍ଡ୍‌ କରିବା ପାଇଁ ପୋର୍ଟେବଲ୍ ରେକର୍ଡିଂ ଡିଭାଇସ୍ ଭାବେ ବ୍ୟବହାର କରିପାରିବେ। ଆପଣ ଏଡିଟିଂ ଟୂଲ୍‌ ଯେପରିକି “ଟ୍ରିମ୍ କରନ୍ତୁ”, “ବଦଳାନ୍ତୁ”, ଏବଂ “ପୁନଃ ଚାଲୁ କରନ୍ତୁ” ସାହାଯ‍୍ୟରେ ମଧ୍ୟ ଆପଣଙ୍କ ରେକର୍ଡିଂଗୁଡ଼ିକୁ ଫାଇନ୍‌-ଟ୍ୟୂନ୍ କରିପାରିବେ।

ବିଲ୍ଟ୍‌-ଇନ୍ ମାଇକ୍ରୋଫୋନ୍, ସମର୍ଥିତ ହେଡ୍‌ସେଟ୍ କିମ୍ବା ବାହ‍୍ୟ ମାଇକ୍ରୋଫୋନ୍ ବ୍ୟବହାର କରି ଭଏସ୍ ମେମୋ ରେକର୍ଡ୍‌ କରନ୍ତୁ।

ଯେତେବେଳେ iCloud ସେଟିଂସ୍ କିମ୍ୱା iCloud ପ୍ରାଥମିକତାରେ ଭଏସ୍ ମେମୋ ଚାଲୁ କରାଯାଏ, ସେତେବେଳେ ଆପଣଙ୍କ iPhone, iPad, ଏବଂ Macରେ ଆପଣଙ୍କ ରେକର୍ଡିଂଗୁଡ଼ିକ ସ୍ବୟଂଚାଳିତ ଭାବରେ ଦେଖାଯାଏ ଏବଂ ଅପ୍‌ଡେଟ୍‌ ହୋଇଥାଏ ଯେଉଁଠାରେ ଆପଣ ସେହି Apple ଆକାଉଣ୍ଟ୍‌ରେ ସାଇନ୍‌ ଇନ୍‌ କରିଥାନ୍ତି

ପ୍ରଗତିଶୀଳ ରେକର୍ଡିଂର ଏକ ଓ୍ବେଭ୍‌ଫର୍ମ୍‌ ସହିତ ଏକ ସମୟ ସୂଚକ, ରେକର୍ଡିଂକୁ ପଜ୍ କରିବା ପାଇଁ ଏକ ବଟନ୍ ଏବଂ ଟ୍ରାନ୍ସ୍‌କ୍ରିପ୍ସନ୍ ଦେଖିବା ପାଇଁ ଏକ ବଟନ୍ ଦେଖାଉଥିବା ଏକ ଭଏସ୍ ମେମୋ ରେକର୍ଡିଂ।

ଏକ ମୌଳିକ ରେକର୍ଡିଂ କରନ୍ତୁ

  1. ଆପଣଙ୍କ iPad ରେ ଭଏସ୍ ମେମୋ ଆପ୍ କୁ ଯାଆନ୍ତୁ।

  2. ରେକର୍ଡିଂ ଆରମ୍ଭ କରିବା ପାଇଁ “ରେକର୍ଡ୍ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ।

    ରେକର୍ଡିଂ ସ୍ତର ଆଡ୍‌ଜଷ୍ଟ୍ କରିବାକୁ, ମାଇକ୍ରୋଫୋନ୍‌କୁ ଆପଣ ରେକର୍ଡିଂ କରୁଥିବା ସ୍ଥାନରୁ ନିକଟକୁ କିମ୍ବା ଅଧିକ ଦୂରକୁ ମୂଭ୍‌ କରନ୍ତୁ।

  3. ରେକର୍ଡିଂ ସମାପ୍ତ କରିବାକୁ “ସମ୍ପୂର୍ଣ୍ଣ ହୋଇଛି”ରେ ଟାପ୍ କରନ୍ତୁ।

ଯଦି ସେଟିଂସ୍‌  > ଗୋପନୀୟତା ଓ ସୁରକ୍ଷାରେ ଲୋକେଶନ୍ ସେବା ଚାଲୁ ଥାଏ, ତେବେ ଆପଣଙ୍କ ରେକର୍ଡିଂ “ନୂଆ ରେକର୍ଡିଂ” ନାମରେ କିମ୍ବା ଆପଣଙ୍କ ଲୋକେଶନ୍‌ ନାମରେ ସେଭ୍‌ ହୋଇଥାଏ। ନାମ ବଦଳାଇବା ପାଇଁ, ରେକର୍ଡିଂରେ ଟାପ୍‌ କରନ୍ତୁ, ତା’ପରେ ନାମରେ ଟାପ୍‌ କରନ୍ତୁ ଏବଂ ଏକ ନୂଆ ନାମ ଟାଇପ୍ କରନ୍ତୁ।

ଆପଣଙ୍କ ରେକର୍ଡିଂକୁ ଫାଇନ୍‌-ଟ୍ଯୂନ୍ କରିବାକୁ ଏକ ରେକର୍ଡିଂକୁ ଏଡିଟ୍‌ କରନ୍ତୁ ଦେଖନ୍ତୁ।

ଧ‍୍ୟାନ ଦିଅନ୍ତୁ: ଆପଣଙ୍କ ଗୋପନୀୟତା ପାଇଁ, ଯେତେବେଳେ ଆପଣ ରେକର୍ଡିଂ କରିବା ପାଇଁ ଭଏସ୍ ମେମୋ ବ୍ୟବହାର କରନ୍ତି, ଆପଣଙ୍କ ମାଇକ୍ରୋଫୋନ୍ ଚାଲୁ ଅଛି ବୋଲି ଦର୍ଶାଇବା ପାଇଁ ଆପଣଙ୍କ ସ୍କ୍ରୀନ୍‌ର ଶୀର୍ଷରେ ଏକ କମଳା ରଙ୍ଗର ବିନ୍ଦୁ ଦେଖାଯାଇଥାଏ।

ବ୍ଯାକ୍‌ଗ୍ରାଉଣ୍ଡ୍‌ ସାଉଣ୍ଡ୍ ଫିଲ୍ଟର୍ କରନ୍ତୁ

ଆପଣ ନିଜ ମୋନୋ ଏବଂ ଷ୍ଟେରିଓ ରେକର୍ଡିଂରେ ବ୍ୟାକ୍‌ଗ୍ରାଉଣ୍ଡ୍ ସାଉଣ୍ଡ୍ ଅନ୍ତର୍ଭୁକ୍ତ କରିପାରିବେ କିମ୍ବା ବାଦ୍‌ ଦେଇପାରିବେ।

  1. ଆପଣଙ୍କ iPad ରେ ଭଏସ୍ ମେମୋ ଆପ୍ କୁ ଯାଆନ୍ତୁ।

  2. କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲନ୍ତୁ

  3. କଣ୍ଟ୍ରୋଲ୍ ସେଣ୍ଟର୍‌ର ଶୀର୍ଷରେ ଥିବା ଭଏସ୍ ମେମୋରେ ଟାପ୍ କରନ୍ତୁ।

  4. ବ୍ୟାକ୍‌ଗ୍ରାଉଣ୍ଡ୍ ସାଉଣ୍ଡ୍ ଫିଲ୍ଟର୍ କରିବାକୁ ଏବଂ କେବଳ ଆପଣଙ୍କ ଭଏସ୍ ରେକର୍ଡ୍ କରିବାକୁ, “ଭଏସ୍ ଆଇସୋଲେଶନ୍” ଚୟନ କରନ୍ତୁ।

ଷ୍ଟେରିଓ କିମ୍ବା ମୋନୋ ରେକର୍ଡ୍ କରନ୍ତୁ

ଆପଣ ଚୟନ କରୁଥିବା ରେକର୍ଡିଂ ମୋଡ୍ ଏହାକୁ ଚଲାଇବା ସମୟରେ ରେକର୍ଡିଂର ସାଉଣ୍ଡ୍ କିପରି ହେବ ତାହା ନିର୍ଦ୍ଧାରଣ କରିଥାଏ।

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ “ଭଏସ୍ ମେମୋ”ରେ ଟାପ୍ କରନ୍ତୁ।

  3. ରେକର୍ଡିଂ ମୋଡ୍‌ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ ଗୋଟିଏ ବାଛନ୍ତୁ:

    • ମୋନୋ: ଉଭୟ କାନରେ ଅଡିଓ ପ୍ଲେବ୍ଯାକ୍ ସମାନ ଅଟେ।

    • ଷ୍ଟେରିଓ: ବାମ ଓ ଡାହାଣ କାନ ମଧ୍ୟରେ ଅଡିଓ ପ୍ଲେବ୍ଯାକ୍ ଅଲଗା କରେ।

    ଷ୍ଟେରିଓ ଚୟନ କରାଗଲେ, ଭଏସ୍ ମେମୋ ଆପଣଙ୍କ iPad ରେ ଏକାଧିକ ମାଇକ୍ରୋଫୋନ୍ ଏବଂ ଡାହାଣ ଓ ବାମ ଅଡିଓ ଚ‍୍ୟାନେଲ୍ ବ୍ୟବହାର କରି ରେକର୍ଡ୍ କରିଥାଏ। ଯଦି ଆପଣ ହେଡ୍‌ଫୋନ୍ ମାଧ୍ୟମରେ ଷ୍ଟେରିଓ ରେକର୍ଡିଂ ଶୁଣନ୍ତି, ଆପଣ ବିଭିନ୍ନ ମାଇକ୍ରୋଫୋନ୍‌ରୁ ଭିନ୍ନ ଭିନ୍ନ ଶବ୍ଦ ଶୁଣିଥାନ୍ତି; ତଥାପି, ୱେଭ୍‌ଫର୍ମ୍ ଡିସ୍‌ପ୍ଲେ ସମାନ ଦେଖାଯାଏ।

ଉନ୍ନତ ରେକର୍ଡିଂ ଫୀଚର୍ ବ୍ୟବହାର କରନ୍ତୁ

ଆପଣ ଆଂଶିକ ଭାବରେ ରେକର୍ଡିଂ କରିପାରିବେ, ରେକର୍ଡ୍‌ କରିବା ସମୟରେ ପଜ୍ କରିପାରିବେ ଏବଂ ପୁଣି ଆରମ୍ଭ କରିପାରିବେ।

  1. ଆପଣଙ୍କ iPad ରେ ଭଏସ୍ ମେମୋ ଆପ୍ କୁ ଯାଆନ୍ତୁ।

  2. ଗୋଟିଏ ରେକର୍ଡିଂ ଆରମ୍ଭ କରିବା ପାଇଁ “ରେକର୍ଡ୍ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ।

    ରେକର୍ଡିଂ ସ୍ତର ଆଡ୍‌ଜଷ୍ଟ୍ କରିବାକୁ, ମାଇକ୍ରୋଫୋନ୍‌କୁ ଆପଣ ରେକର୍ଡିଂ କରୁଥିବା ସ୍ଥାନରୁ ନିକଟକୁ କିମ୍ବା ଅଧିକ ଦୂରକୁ ମୂଭ୍‌ କରନ୍ତୁ।

    ଆପଣ ରେକର୍ଡିଂ କରୁଥିବା ସମୟରେ ଅଧିକ ବିବରଣୀ ଦେଖିବା ପାଇଁ, ୱେଭ୍‌ଫର୍ମ୍‌ର ଶୀର୍ଷ ଭାଗରୁ ଉପରକୁ ସ୍ୱାଇପ୍ କରନ୍ତୁ।

  3. ରେକର୍ଡିଂ ବନ୍ଦ କରିବା ପାଇଁ “ପଜ୍ କରନ୍ତୁ” ବଟନ୍ରେ ଟାପ୍‌ କରନ୍ତୁ; ଜାରି ରଖିବା ପାଇଁ “ପୁନଃ ଚାଲୁ କରନ୍ତୁ”ରେ ଟାପ୍‌ କରନ୍ତୁ।

  4. ଆପଣଙ୍କ ରେକର୍ଡିଂ ସମୀକ୍ଷା କରିବା ପାଇଁ “ଚଲାନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ।

    ପ୍ଲେବ୍ଯାକ୍ ଆରମ୍ଭ ହେଉଥିବା ସ୍ଥାନ ବଦଳାଇବା ପାଇଁ “ଚଲାନ୍ତୁ” ବଟନ୍‌ରେ ଟାପ୍ କରିବା ପୂର୍ବରୁ ପ୍ଲେହେଡ୍‌କୁ ସ୍କ୍ରୀନ୍ ତଳେ ଥିବା ଛୋଟ ଓ୍ବେଭ୍‌ଫର୍ମ୍‌କୁ ଡାହାଣକୁ କିମ୍ବା ବାମକୁ ଡ୍ରାଗ୍ କରନ୍ତୁ।

  5. ରେକର୍ଡିଂକୁ ସେଭ୍ କରିବା ପାଇଁ, “ସମ୍ପୂର୍ଣ୍ଣ”ରେ ଟାପ୍‌ କରନ୍ତୁ।

ଯଦି ସେଟିଂସ୍‌  > ଗୋପନୀୟତା ଓ ସୁରକ୍ଷାରେ ଲୋକେଶନ୍ ସେବା ଚାଲୁ ଥାଏ, ତେବେ ଆପଣଙ୍କ ରେକର୍ଡିଂ “ନୂଆ ରେକର୍ଡିଂ” ନାମରେ କିମ୍ବା ଆପଣଙ୍କ ଲୋକେଶନ୍‌ ନାମରେ ସେଭ୍‌ ହୋଇଥାଏ। ନାମ ବଦଳାଇବା ପାଇଁ, ରେକର୍ଡିଂରେ ଟାପ୍‌ କରନ୍ତୁ, ତା’ପରେ ନାମରେ ଟାପ୍‌ କରନ୍ତୁ ଏବଂ ଏକ ନୂଆ ନାମ ଟାଇପ୍ କରନ୍ତୁ।

ଆପଣଙ୍କ ରେକର୍ଡିଂକୁ ଫାଇନ୍‌-ଟ୍ଯୁନ୍‌ କରିବା ପାଇଁ, ଏକ ରେକର୍ଡିଂ ଏଡିଟ୍ କିମ୍ବା ଡିଲିଟ୍ କରନ୍ତୁ ଦେଖନ୍ତୁ।

“ଆରମ୍ଭ ଏବଂ ବନ୍ଦ କରନ୍ତୁ” ଟୋନ୍‌କୁ ମ୍ୟୂଟ୍ କରନ୍ତୁ

ସାଇଲେଣ୍ଟ୍ ମୋଡ୍ ଚାଲୁ କରି ଆପଣ ଷ୍ଟାର୍ଟ୍ ଏବଂ ଷ୍ଟପ୍ ଟୋନ୍ ମ୍ୟୂଟ୍ କରିପାରିବେ।

କଣ୍ଟ୍ରୋଲ୍ ସେଣ୍ଟର୍‌ ଖୋଲନ୍ତୁ, ତା’ପରେ ସାଇଲେଣ୍ଟ୍ ମୋଡ୍ ଚାଲୁ କରିବା ପାଇଁ ସାଇଲେଣ୍ଟ୍ ମୋଡ୍ ଅଫ୍ ବଟନ୍‌ ଉପରେ ଟାପ୍ କରନ୍ତୁ।

ରେକର୍ଡିଂ ସମୟରେ ଅନ୍ୟ ଏକ ଆପ୍ ବ୍ଯବହାର କରନ୍ତୁ

ଆପଣ ରେକର୍ଡିଂ କରୁଥିବା ସମୟରେ, ଅନ୍ୟ ଏକ ଆପ୍ ବ୍ୟବହାର କରିପାରିବେ, ଯେପର୍ଯ୍ୟନ୍ତ ଏହା ଆପଣଙ୍କ iPadରେ ଅଡିଓ ଚାଲୁ କରୁନାହିଁ।

  1. ଆପଣଙ୍କ iPad ରେ ଭଏସ୍ ମେମୋ ଆପ୍ କୁ ଯାଆନ୍ତୁ।

  2. ରେକର୍ଡିଂ ଆରମ୍ଭ କରିବା ପାଇଁ “ରେକର୍ଡ୍ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ।

  3. ରେକର୍ଡିଂ ସମୟରେ, ଆପଣ ହୋମ୍ ସ୍କ୍ରୀନ୍‌କୁ ଯାଇପାରିବେ ଏବଂ ଅନ୍ଯ ଏକ ଆପ୍ ଖୋଲିପାରିବେ।

    ଯଦି ଅନ୍ୟ ଆପ୍ ଅଡିଓ ଚଲାଇବା ଆରମ୍ଭ କରେ, ଭଏସ୍ ମେମୋ ରେକର୍ଡିଂ ବନ୍ଦ କରିଦିଏ।

  4. ଭଏସ୍ ମେମୋକୁ ଫେରିବାକୁ, ସ୍କ୍ରୀନ୍ ଉପରେ ଥିବା କମଳା ଆଇକନ୍ ଉପରେ ଟାପ୍ କରନ୍ତୁ।

ଯଦି iCloud ସେଟିଂସ୍ କିମ୍ୱା ପ୍ରାଥମିକତାରେ ଭଏସ୍ ମେମୋ ଚାଲୁ କରାଯାଏ, ତେବେ ଆପଣଙ୍କ ରେକର୍ଡିଂଗୁଡ଼ିକ iCloudରେ ସେଭ୍‌ ହୋଇଥାଏ ଏବଂ ସମାନ Apple ଆକାଉଣ୍ଟ୍‌ରେ ସାଇନ୍‌ ଇନ୍‌ ହୋଇଥିବା iPhone, iPad, ଏବଂ Macରେ ସ୍ବୟଂଚାଳିତ ଭାବରେ ଦେଖାଯାଏ।

ଯେପର୍ଯ‍୍ୟନ୍ତ ଆପଣ ସେଟିଂସ୍‌ରେ ଷ୍ଟେରିଓ ରେକର୍ଡିଂ ଚାଲୁ କରନ୍ତି ନାହିଁ, ତେବେ ବିଲ୍ଟ-ଇନ୍ ମାଇକ୍ରୋଫୋନ୍ ବ୍ୟବହାର କରୁଥିବା ରେକର୍ଡିଂ ମୋନୋରେ ଥାଏ। ଆପଣ ଷ୍ଟେରିଓରେ ରେକର୍ଡ୍ କରିବା ପାଇଁ iPad ସହିତ କାମ କରୁଥିବା ଏକ ଏକ୍ସ୍‌ଟର୍ନଲ୍ ଷ୍ଟେରିଓ ମାଇକ୍ରୋଫୋନ୍ କିମ୍ବା ଅଡିଓ ଇଣ୍ଟର୍‌ଫେସ୍ ମଧ‍୍ୟ ବ୍ୟବହାର କରିପାରିବେ। Apple “iPad ପାଇଁ ତିଆରି କରାଯାଇଛି” କିମ୍ବା “iPhone ସହିତ କାର୍ଯ‍୍ୟ କରେ” ଲୋଗୋ ସହିତ ଚିହ୍ନିତ ଆକ୍ସେସରି ଖୋଜନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.