ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ Apple Music ସହିତ ଗାଆନ୍ତୁ

 Apple Music ସବ୍‌ସ୍କ୍ରାଇବର୍‌ ଚୟନିତ ଗୀତଗୁଡ଼ିକ ପାଇଁ ରିଅଲ୍ ଟାଇମ୍‌ରେ ବିଟ୍—ବାଇ-ବିଟ୍ ଲିରୀକ୍ସ୍‌ ଦେଖିବା ପାଇଁ Apple Music Sing ବ‍୍ୟବହାର କରିପାରିବା, ସହିତ ଏକ ଗୀତର ଭୋକଲ୍‌ର ଭଲ୍ୟୁମ୍‌କୁ ଆଡ୍‌ଜଷ୍ଟ୍‌ କରିପାରିବେ— ଯାହା ଆପଣଙ୍କୁ ଲିରୀକ୍ସ୍ ହାଇଲାଇଟ୍ ହେଉଥିବା ସହିତ ଏହାକୁ ଦେଖି ମ୍ଯୂଜିକ୍‌ ସହିତ ଆପଣଙ୍କୁ ଗାଇବା ପାଇଁ ଅନୁମତି ଦେଇଥାଏ।

iPadOS 16.2 କିମ୍ବା ପରବର୍ତ୍ତୀ ଭର୍ଶନ୍‌ ବ‍୍ୟବହାର କରୁଥିବା iPad Pro 11-ଇଞ୍ଚ୍‌ (3ୟ ଜେନେରେଶନ୍ ଏବଂ ପରବର୍ତ୍ତୀ ଭର୍ଶନ୍‌), iPad Air (4ର୍ଥ ଜେନେରେଶନ୍ ଏବଂ ପରବର୍ତ୍ତୀ ଭର୍ଶନ୍‌), iPad mini (A17 Pro), iPad mini (6ଷ୍ଠ ଜେନରେଶନ୍‌) ଏବଂ iPad (9ମ ଜେନରେଶନ୍‌ ଏବଂ ପରବର୍ତ୍ତୀ ଭର୍ଶନ୍‌)ରେ Apple Music Sing ଉପଲବ୍ଧ।

ଏକ ଗୀତର ଭିକଲ୍‌ ଭଲ୍ଯୁମ୍‌ ଆଡ୍‌ଜଷ୍ଟ୍ କରନ୍ତୁ

  1. ଆପଣଙ୍କ iPadରେ ଥିବା ମ୍ଯୂଜିକ୍‌ ଆପ୍ କୁ ଯାଆନ୍ତୁ।

  2. ଗୀତ ଚାଲୁଥିବା ସମୟରେ, “ବର୍ତ୍ତମାନ ଚାଲୁଛି” ସ୍କ୍ରୀନ୍‌ ଖୋଲିବାକୁ MiniPlayer ରେ ଟାପ୍‌ କରନ୍ତୁ, ତା’ପରେ “ଲୀରିକ୍ସ୍‌” ବଟନ୍ ରେ ଟାପ୍‌ କରନ୍ତୁ।

  3. “Apple Music Sing” ବଟନ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ଭୋକଲ୍‌ ଭଲ୍ଯୂମ୍‌ ଆଡ୍‌ଜଷ୍ଟ୍ କରିବା ପାଇଁ ସ୍ଲାଇଡର୍‌ ଉପର କିମ୍ବା ତଳକୁ ଡ୍ରାଗ୍ କରନ୍ତୁ।

    ଆପଣଙ୍କୁ ଲିରିକ୍ସ୍‌ର ଉଚ୍ଚାରଣ କିମ୍ବା ଅନୁବାଦ କରିବା ସମୟରେ ସହାୟତା ଆବଶ୍ଯକ ହେଲେ, ଅନୁବାଦ ଓ ଉଚ୍ଚାରଣ ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “ଉଚ୍ଚାରଣ ଦେଖାନ୍ତୁ” କିମ୍ବା “ଅନୁବାଦ ଦେଖାନ୍ତୁ”କୁ ବାଛନ୍ତୁ। ଅନୁବାଦ ଏବଂ ଉଚ୍ଚାରଣ ବଟନ୍ କେବଳ ଏକ ଅନୁବାଦ କିମ୍ବା ଉଚ୍ଚାରଣ ଉପଲବ୍ଧ ଥିବା ସମୟରେ ଦେଖାଯାଏ, ଯାହା ଆପଣଙ୍କ iPad ଡିଭାଇସ୍‌ର ପ୍ରାଥମିକତା ଭାଷା ଲିଷ୍ଟ୍‌ ସହ ମେଳ ହୋଇଥାଏ। (ଆପଣ ଏହି ଲିଷ୍ଟ୍‌ ଦେଖିପାରିବେ ଏବଂ ସେଟିଂସ୍  > ସାଧାରଣ > ଭାଷା ଓ ଅଞ୍ଚଳରେ ସିଧାସଳଖ ଏଥିରେ ଭାଷା ଯୋଡ଼ିପାରିବେ।) ସମସ୍ତ ଭାଷାରେ ଉପଲବ୍ଧ ନାହିଁ।

    ଟିପ୍‌: ଆପଣ ଗୀତର ଲିରିକ୍ସ୍ କିମ୍ବା ଉଚ୍ଚାରଣକୁ ବଡ଼ ଅକ୍ଷରରେ ଦେଖାଯିବା ପାଇଁ ସେଟ୍ କରିପାରିବେ। ସେଟିଂସ୍‌  > ସାଧାରଣ > ଆପ୍‌ > ମ୍ୟୂଜିକ୍‌କୁ ଯାଆନ୍ତୁ।

  4. ଗୀତ ପାଇଁ Apple Music Sing ବନ୍ଦ କରିବାକୁ ସ୍ଲାଇଡର୍‌ରେ ଟାପ୍ କରନ୍ତୁ।

ଯଦି ଆପଣ Dolby Atmos ସହିତ ଚାଲୁଥିବା ଏକ ଗୀତ ଶୁଣୁଛନ୍ତି ଏବଂ ଆପଣ Apple Music ସିଙ୍ଗ ଚାଲୁ କରିନ୍ତି, ତେବେ Dolby Atmos ବନ୍ଦ ହୋଇଯାଏ ଏବଂ ସରାଉଣ୍ଡ୍ ସାଉଣ୍ଡ୍ ବିନା ଗୀତ ଚଲେ। ଯଦି ଆପଣ Apple Music Sing ବନ୍ଦ କରନ୍ତି, ତେବେ Dolby Atmos ସାହାଯ‍୍ୟରେ ଗୀତ ଚାଲୁ ହେବ।

”ବର୍ତ୍ତମାନ ଚାଲୁଛି” ସ୍କ୍ରୀନ୍‌ରେ ଗୀତର ଡାହାଣ ପଟେ Apple Music ସିଙ୍ଗ୍‌ ସ୍ଲାଇଡର୍‌ ଏବଂ ବାମ ପଟେ ଅନୁବାଦ ଏବଂ ଉଚ୍ଚାରଣ ବଟନ୍ ଦେଖାଉଛି। ଅନୁବାଦ ଅନ୍‌ ଅଛି, ତେଣୁ ଆପଣ ସ୍ପାନିଶ୍‌ରୁ ଇଂରାଜୀ ଭାଷାର ଅନୁବାଦକୁ ଦେଖିପାରିବେ। ଚାଲୁଥିବା ଲିରିକ୍ସ୍‌ ହାଇଲାଇଟ୍ ହୋଇଥାଏ।

Apple TV 4Kରେ ଭିଜୁଅଲ୍ ଇଫେକ୍ଟ୍‌ ସହିତ ଅନ୍‌ସ୍କ୍ରୀନ୍‌ରେ ଗାଆନ୍ତୁ

ଲିରିକ୍ସ୍‌ ସହିତ ଅନସ୍କ୍ରୀନ୍‌ରେ ନିଜେ ଗାଉଥିବାର ଦେଖିବା ପାଇଁ ଆପଣ ନିଜ iPad କୁ ଏକ କଣ୍ଟିନ‍୍ୟୁଇଟି କ‍୍ୟାମେରା ଭାବେ ବ‍୍ୟବହାର କରିପାରିବେ। ଆପଣ ନିଜର ଇମେଜ୍‌ ଏବଂ ଗୀତରେ ଭିଜୁଅଲ୍‌ ଇଫେକ୍ଟ୍ ଯୋଡ଼ିପାରିବେ, ଯାହା ସିଙ୍ଗ୍ଏଲଙ୍ଗ୍ ଅନୁଭୂତିକୁ ବଢାଇଥାଏ।

Apple TV 4K ୟୂଜର୍ ଗାଇଡ୍‌ରେ “Apple TV 4K ପାଇଁ ଆପଣଙ୍କ iPad କୁ ୱେବ୍‌କ‍୍ୟାମ୍‌ ଭାବରେ ବ୍ଯବହାର କରନ୍ତୁ” ଏବଂ “Apple TV 4K ରେ Apple Music Sing ବ୍ଯବହାର କରନ୍ତୁ” ଦେଖନ୍ତୁ।

Juan David Loaiza “Kapo,” Orlando J ଙ୍କ ଦ୍ୱାରା ଲିଖିତ "Ily”। Cepeda Matos, Julio “Bati” Emmanuel Batista Ramos, Juan Diego Medina Vélez, Julian Turizo, Miguel Angel Diaz Velez, and Daniel Rondon.
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.