ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad ରେ ଆପଣ କ’ଣ ଶେୟର୍ କରୁଛନ୍ତି ତାହା କଣ୍ଟ୍ରୋଲ୍ କରନ୍ତୁ

ପ୍ରଥମଥର ପାଇଁ ଆପଣଙ୍କ iPhoneରେ କିଛି ବ‍୍ୟବହାର କରିବା ସମୟରେ ଆପ୍‌ଗୁଡ଼ିକ ଅନୁମତି ମାଗନ୍ତି। କେଉଁ ଆପ୍ ଆପଣଙ୍କ ଡାଟା, ଲୋକେଶନ୍, କ‍୍ୟାମେରା ଏବଂ ମାଇକ୍ରୋଫୋନ୍‌ ଆକ୍ସେସ୍ କରିପାରିବ ତାହା ଆପଣ ନିୟନ୍ତ୍ରଣ କରିପାରିବେ ଏବଂ ସୁରକ୍ଷା ପରିଚାଳନା କରିପାରିବେ। ଆପଣ କେତେ ଶେୟର୍ କରିବାକୁ ଚାହୁଁଛନ୍ତି ତାହା ପରିବର୍ତ୍ତନ କରିବା ପାଇଁ, ସେଟିଂସ୍ ଆପ୍ କୁ ଯାଆନ୍ତୁ, ତା’ପରେ ଗୋପନୀୟତା ଓ ସୁରକ୍ଷାରେ ଟାପ୍ କରନ୍ତୁ।

ଲୋକେଶନ୍‌ ସେବା ଏବଂ ଟ୍ରାକିଂ ପାଇଁ ସେଟିଂସ୍ ଏବଂ କେଉଁ ଆପ୍‌ ଆପଣଙ୍କ ଡେଟା ଆକ୍ସେସ୍ କରିପାରିବ ତାହା ନିୟନ୍ତ୍ରଣ କରିବା ପାଇଁ ସେଟିଂସ୍ ସହିତ ଗୋପନୀୟତା ଓ ସୁରକ୍ଷା ସ୍କ୍ରୀନ୍।

ଆପଣଙ୍କ iPadରେ ଥିବା ସୂଚନାକୁ କେଉଁ ଆପ୍ ଗୁଡ଼ିକ ଆକ୍ସେସ୍ କରନ୍ତି, ତାହା ନିୟନ୍ତ୍ରଣ କରନ୍ତୁ

ଆପଣଙ୍କୁ ଜିନିଷଗୁଡ଼ିକୁ ଅଧିକ ଶୀଘ୍ର କରିବାରେ ସହାୟତା କରିବା ପାଇଁ—ଆପଣ ନିଜର iPad ଆପ୍ଲିକେଶନ୍—ଯେପରିକି କଣ୍ଟାକ୍ଟ୍‌, ଫଟୋ ଏବଂ କ୍ୟାଲେଣ୍ଡର୍‌ରେ ତୃତୀୟ-ପକ୍ଷ ଆପ୍ଲିକେଶନ୍‌କୁ ସୂଚନା ବ୍ୟବହାର କରିବା ପାଇଁ ଅନୁମତି ଦେଇପାରିବେ। ଉଦାହରଣ ସ୍ୱରୂପ, ଏକ ମେସେଜିଂ ଆପ୍‌ ସମାନ ଆପ୍ ବ୍ୟବହାର କରୁଥିବା ବନ୍ଧୁମାନଙ୍କୁ ଖୋଜିବା ପାଇଁ ଆପଣଙ୍କ କଣ୍ଟାକ୍ଟ୍‌ ଆକସେସ୍ କରିବା ପାଇଁ ଅନୁରୋଧ କରିପାରେ। ଆପଣ ପ୍ରତ୍ଯେକ ଆପ୍ ପାଇଁ ଆକ୍ସେସ୍‌କୁ ଅନ୍ କିମ୍ବା ଅଫ୍ କରିପାରିବେ।

iPad ଆପ୍‌ରେ ସୂଚନା ଆକ୍ସେସ୍ କରିବା ପାଇଁ କିପରି ଅନୁମତି ଦିଆଯିବ

ଆପ୍ ସାହାଯ‍୍ୟରେ ଆପଣଙ୍କ iPad ର ଲୋକେଶନ୍ ଶେୟର୍‌ କରିବା ପାଇଁ ସେଟିଂସ୍‌ ସହିତ ଲୋକେଶନ୍ ସର୍ଭିସ୍ ସ୍କ୍ରୀନ୍।

ଆପଣଙ୍କ iPadର ଲୋକେଶନ୍ କେଉଁ ଆପ୍ ବ୍ୟବହାର କରିପାରିବ, ତାହା ନିୟନ୍ତ୍ରଣ କରନ୍ତୁ

ଯେତେବେଳେ ଆପଣ ଆପ୍‌କୁ ଆପଣଙ୍କ iPadର ଲୋକେଶନ୍‌ ପାଇଁ ଆକ୍ସେସ୍ ଦିଅନ୍ତି, ସେହି ଆପ୍‌ ଆପଣଙ୍କୁ ନିର୍ଦ୍ଦେଶାବଳୀ ପ୍ରାପ୍ତ କରିବା, ଜରୁରୀକାଳୀନ ପରିସ୍ଥିତିରେ ସହାୟତା ପ୍ରାପ୍ତ କରିବା ଇତ୍ଯାଦି ସହାୟତା କରିପାରେ। ଉଦାହରଣ ସ୍ୱରୂପ, ଏକ ରାଇଡ୍-ଶେୟରିଂ ଆପ୍ ଆପଣଙ୍କୁ ନେବା ପାଇଁ ଆପଣଙ୍କ ଲୋକେଶନ୍‌ ଆକ୍ସେସ୍‌ କରିବାକୁ ଅନୁରୋଧ କରିପାରେ। ଏକ ଆପ୍ ଲୋକେଶନ୍ ସେବା ବ୍ୟବହାର କରିବା ସମୟରେ, ଲୋକେଶନ୍ ସେବା ଆଇକନ୍ ଷ୍ଟାଟସ୍ ବାର୍‌ରେ ଦେଖାଯିବ।

ଆପଣଙ୍କ iPadର ଲୋକେଶନ୍‌ ଆକ୍ସେସ୍‌କୁ କିପରି ଅନୁମତି ଦିଆଯିବ

କ୍ୟାମେରା, ମାଇକ୍ରୋଫୋନ୍ ଏବଂ ଆପଣଙ୍କ iPadର ଅନ୍ୟ ଅଂଶକୁ ଆପ୍ ବ୍ୟବହାର କରିପାରିବ କି ନାହିଁ ତାହା ନିୟନ୍ତ୍ରଣ କରିବା ପାଇଁ ସେଟିଂସ୍ ସହିତ ଗୋପନୀୟତା ଓ ସୁରକ୍ଷା ସ୍କ୍ରୀନ୍।

କେଉଁ ଆପ୍‌ଗୁଡ଼ିକ ଆପଣଙ୍କ iPadରେ କ୍ୟାମେରା ଏବଂ ମାଇକ୍ରୋଫୋନ୍‌କୁ ଆକ୍ସେସ୍‌ କରିବ, ତାହା ନିୟନ୍ତ୍ରଣ କରନ୍ତୁ

ସେହି ଆପ୍‌ଗୁଡ଼ିକୁ ସିଧାସଳଖ କଣ୍ଟେଣ୍ଟ୍‌ ଅପ୍‌ଲୋଡ୍‌ କରିବା ସହଜ କରିବା ପାଇଁ ଆପଣ କ୍ୟାମେରା ଏବଂ ମାଇକ୍ରୋଫୋନ୍ ବ୍ୟବହାର କରିବାକୁ ଆପ୍‌ଗୁଡ଼ିକୁ ଅନୁମତି ଦେଇପାରିବେ। ଉଦାହରଣ ସ୍ୱରୂପ, ଏକ ସୋଶିଅଲ୍ ନେଟ୍‌ୱର୍କିଂ ଆପ୍ ଆପଣଙ୍କ କ୍ୟାମେରା ବ୍ୟବହାର କରିବାକୁ କହିପାରେ ଯାହା ଦ୍ୱାରା ଆପଣ ଫଟୋ ଉଠାଇ ସେହି ଆପ୍‌ରେ ପୋଷ୍ଟ୍‌ କରିପାରିବେ। କୌଣସି ଆପ୍ କ୍ୟାମେରା ବ୍ୟବହାର କରିବା ସମୟରେ (କ୍ୟାମେରା ଏବଂ ମାଇକ୍ରୋଫୋନ୍ ଏକାଠି ବ୍ୟବହାର ହେଉଥିବା ସହିତ), ଏକ ସବୁଜ ସୂଚକ ଦୃଶ୍ୟମାନ ହୁଏ।

ଆପଣଙ୍କ କ‍୍ୟାମେରା ଏବଂ ମାଇକ୍ରୋଫୋନ୍‌ ଆକ୍ସେସ୍‌କୁକୁ କିପରି ଅନୁମତି ଦେବେ

ଏକ ଟ୍ରାକିଂ ସ୍କ୍ରୀନ୍, ଯେଉଁଥିରେ ଅନ୍ୟ କମ୍ପାନୀଗୁଡିକ ମାଲିକାନାରେ ଥିବା ୱେବ୍‌ସାଇଟ୍ କିମ୍ୱା ଆପ୍‌ଗୁଡ଼ିକରେ ଆପଣଙ୍କ ଗତିବିଧିକୁ ଟ୍ରାକ୍ କରିବା ପାଇଁ ଅନୁରୋଧ କରିପାରିବ କି ନାହିଁ, ତାହା ନିୟନ୍ତ୍ରଣ କରିବାକୁ ଏକ ସେଟିଂ ଅଛି।

କେଉଁ ଆପ୍‌ ୱେବସାଇଟ୍ କିମ୍ୱା ଅନ୍ୟ ଆପ୍‌ରେ ଆପଣଙ୍କୁ କିମ୍ବା ଆପଣଙ୍କ iPadକୁ ଟ୍ରାକ୍ କରିପାରିବ, ତାହା ନିୟନ୍ତ୍ରଣ କରନ୍ତୁ

ସମସ୍ତ ଆପ୍ ଅନ୍ୟ କମ୍ପାନୀମାନଙ୍କ ମାଲିକାନାରେ ଥିବା ୱେବ୍‌ସାଇଟ୍ କିମ୍ୱା ଆପ୍‌ରେ ଆପଣଙ୍କୁ କିମ୍ବା ଆପଣଙ୍କ iPad ଟ୍ରାକ୍ କରିବା ପୂର୍ବରୁ ଆପଣଙ୍କ ଅନୁମତି ମାଗିବା ଆବଶ୍ୟକ (ଉଦାହରଣ ସ୍ୱରୂପ, ବିଜ୍ଞାପନ ପାଇଁ କିମ୍ୱା ଡେଟା ବ୍ରୋକର୍‌ଙ୍କ ସହିତ ଆପଣଙ୍କ ସୂଚନା ଶେୟର୍ କରିବା ପାଇଁ)। ଆପଣ ଏକ ଆପ୍‌କୁ ଅନୁମତି ପ୍ରଦାନ କରିବା କିମ୍ବା ଅସ୍ବୀକାର କରିବା ପରେ, ଏହାକୁ ପରିବର୍ତ୍ତନ କରିପାରିବେ। ଆପଣ ସମସ୍ତ ଆପ୍‌କୁ ଅନୁମତି ପାଇଁ ଅନୁରୋଧ କରିବାରୁ ମଧ୍ୟ ବନ୍ଦ କରିପାରିବେ।

ଆପଣଙ୍କ ୱେବ୍ ଆକ୍ଟିଭିଟିକୁ ଆକ୍ସେସ୍ କରିବା ପାଇଁ କିପରି ଅନୁମତି ଦିଆଯିବ

ଆପ୍ ଗୋପନୀୟତା ରିପୋର୍ଟ୍‌ ସ୍କ୍ରୀନ୍‌, ଯେଉଁଥିରେ ଆପ୍ କେତେ ଥର ସେମାନଙ୍କ ନେଟ୍‌ୱର୍କ୍ କାର୍ଯ୍ଯକଳାପ ସହିତ ଆପଣ ସେମାନଙ୍କୁ ଦେଇଥିବା ଅନୁମତିକୁ ବ୍ଯବହାର କରେ, ଆପଣ ତାହା ଏକ ରିପୋର୍ଟ୍‌କୁ ଅନ୍ କରି ଦେଖିପାରିବେ।

ଆପଣ ପ୍ରଦାନ କରୁଥିବା ଅନୁମତିକୁ ଆପ୍‌ଗୁଡ଼ିକ କିପରି ବ୍ୟବହାର କରେ, ତାହା ସମୀକ୍ଷା କରନ୍ତୁ

ଏକ ଆପ୍ ଗୋପନୀୟତା ରିପୋର୍ଟ୍‌ର ସମୀକ୍ଷା କରି ଆପଣ ଆପ୍‌ଗୁଡ଼ିକୁ ପ୍ରଦାନ କରିଥିବା ଅନୁମତିଗୁଡ଼ିକୁ ସେମାନେ କିପରି ବ୍ୟବହାର କରୁଛନ୍ତି ଏବଂ ସେମାନଙ୍କ ନେଟ୍‌ୱର୍କ୍‌ ଆକ୍ଟିଭିଟିଗୁଡ଼ିକ ଆପଣ ଦେଖିପାରିବେ।

ଏକ ଆପ୍ ଗୋପନୀୟତା ରିପୋର୍ଟ୍‌ କିପରି ଦେଖିବେ

Apple ଆପଣଙ୍କ ସୂଚନାକୁ କିପରି ସୁରକ୍ଷିତ କରେ ସେ ବିଷୟରେ ଅଧିକ ଜାଣିବା ପାଇଁ, ଗୋପନୀୟତା ଓ୍ବେବ୍‌ସାଇଟ୍‌କୁ ଯାଆନ୍ତୁ। Apple କିପରି ଏହାର ପ୍ଲାଟ୍‌ଫର୍ମ୍‌ର କୋର୍‌ରେ ସୁରକ୍ଷା ଡିଜାଇନ୍ କରେ ତାହା ଜାଣିବା ପାଇଁ, Apple ପ୍ଲାଟ୍‌ଫର୍ମ୍‌ ସୁରକ୍ଷା ଗାଇଡ୍ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.