ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିବା ଆପଣଙ୍କ ଫଟୋରୁ ଷ୍ଟିକର୍ ତିଆରି କରନ୍ତୁ

ଫଟୋ ଆପ୍‌ରେ ଆପଣ ନିଜ ଫଟୋରେ ଥିବା ବିଷୟରୁ ଷ୍ଟିକର୍ ଏବଂ ନିଜ Live Photosରେ ଥିବା ବିଷୟରୁ ଆନିମେଟେଡ୍ ଷ୍ଟିକର୍ ତିଆରି କରିପାରିବେ। ତା’ପରେ ମେସେଜ୍, ଫଟୋ, ନୋଟ୍ ଏବଂ ଆହୁରି ଅନେକ କିଛି ସଜାଇବା ପାଇଁ ଆପଣଙ୍କ ଷ୍ଟିକର୍‌ର ବ୍ୟବହାର କରନ୍ତୁ।

ଏକ ଫଟୋ କିମ୍ବା Live Photo କୁ ଏକ ଷ୍ଟିକର୍‌ରେ ପରିଣତ କରନ୍ତୁ

ଆପଣ ଏକ ଫଟୋର ମୁଖ୍ୟ ବିଷୟକୁ ଷ୍ଟିକର୍‌ରେ ପରିଣତ କରିପାରିବେ।

କୁକୁରର ଫଟୋ ପାଇଁ ଫଟୋ ଆପ୍ ଖୋଲା ଅଛି। “କୁକୁରକୁ ଚୟନ କରାଯାଇଛି” ଏବଂ ଉପରୋକ୍ତ ମେନ‍୍ୟୂରେ“ଷ୍ଟିକର୍ ଯୋଡ଼ନ୍ତୁ” ବିକଳ୍ପ ଉପଲବ୍ଧ ଅଛି।
  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଫୁଲ୍ ସ୍କ୍ରୀନ୍‌ରେ ଖୋଲିବା ପାଇଁ ଫଟୋରେ ଟାପ୍ କରନ୍ତୁ।

  3. ବିଷୟକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ରିଲୀଜ୍‌ କରନ୍ତୁ।

  4. “ଷ୍ଟିକର୍ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

    ଆପଣଙ୍କ ଷ୍ଟିକର୍ ମେନ‍୍ୟୂରେ ଷ୍ଟିକର୍ ଦେଖାଯାଏ, ଯାହାକୁ ଆପଣ iPad ଅନ୍‌ସ୍କ୍ରୀନ୍ କୀ’ବୋର୍ଡ୍ କିମ୍ବା ମାର୍କ୍‌ଅପ୍ ଟୂଲ୍‌ ବ୍ୟବହାର କରିବା ସମୟରେ ଆକ୍ସେସ୍ କରିପାରିବେ।

  5. ଯଦି ଆପଣ ଆଉଟ୍‌ଲାଇନ୍, କମିକ୍ କିମ୍ବା ପଫି ଭଳି ଏକ ଭିଜୁଅଲ୍ ଇଫେକ୍ଟ୍‌ ଲାଗୁ କରିବାକୁ ଚାହୁଁଛନ୍ତି ତେବେ “ଇଫେକ୍ଟ୍‌ ଯୋଡ଼ନ୍ତୁ” ରେ ଟାପ୍ କରନ୍ତୁ।

ଟିପ୍‌: ଗୋଟିଏ ଫଟୋକୁ ସଜାଇବା ପାଇଁ ଆପଣ ତିଆରି କରିଥିବା ଷ୍ଟିକର୍‌ର ବ୍ୟବହାର କରିପାରିବେ। ଫଟୋ ଏବଂ ଭିଡିଓକୁ ଏଡିଟ୍ କରନ୍ତୁ ଦେଖନ୍ତୁ।

ଷ୍ଟିକର୍ ଡିଲିଟ୍ କରନ୍ତୁ

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଗୋଟିଏ ଫଟୋ ଖୋଲନ୍ତୁ, ତା’ପରେ ଏଡିଟ୍ ବଟନ୍‌ରେ ଟାପ୍ କରନ୍ତୁ।

  3. ମାର୍କ୍‌ଅପ୍ ବଟନ୍‌ ରେ ଟାପ୍‌ କରନ୍ତୁ, ତା’ପରେ “ଯୋଡ଼ନ୍ତୁ” ବଟନ୍‌ ରେ ଟାପ୍‌ କରନ୍ତୁ।

  4. “ଷ୍ଟିକର୍ ଯୋଡ଼ନ୍ତୁ”ରେ ଟାପ୍‌ କରନ୍ତୁ, ଆପଣ ଡିଲିଟ୍ କରିବାକୁ ଚାହୁଁଥିବା ଷ୍ଟିକର୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “କାଢ଼ି ଦିଅନ୍ତୁ”ରେ ଟାପ୍‌ କରନ୍ତୁ।

ଆପଣଙ୍କ ଷ୍ଟିକର୍‌ଗୁଡ଼ିକ iCloud ସହ ସିଙ୍କ୍ ହୁଏ, ତେଣୁ ସେଗୁଡ଼ିକ ଆପଣ ସମାନ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରିଥିବା ଆପଣଙ୍କ iPhone, iPad, Mac, ଏବଂ Apple Vision Pro ଡିଭାଇସ୍‌ଗୁଡ଼ିକରେ ଉପଲବ୍ଧ ହୋଇଥାଏ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.