ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିବା “ଖୋଜାଖୋଜି” ଆପ୍‌ରେ ଏକ AirTag କିମ୍ୱା ଅନ୍ଯ ଆଇଟମ୍‌କୁ “ହଜିଯାଇଥିବା” ଭାବରେ ଚିହ୍ନିତ କରନ୍ତୁ

ଯଦି ଆପଣ ଆପଣଙ୍କ Apple ଆକାଉଣ୍ଟ୍‌ରେ ପଞ୍ଜିକୃତ ହୋଇଥିବା ଏକ AirTag କିମ୍ୱା ତୃତୀୟ-ପକ୍ଷ ଆଇଟମ୍ ହଜାଇଥାନ୍ତି, ତେବେ ଆପଣ “ଖୋଜାଖୋଜି” ଆପ୍‌ ବ୍ୟବହାର କରି ଏହାକୁ ହଜିଯାଇଥିବା ଭାବରେ ଚିହ୍ନିତ କରିପାରିବେ ଏବଂ ଏକ ମେସେଜ୍‌ ସହିତ ଆପଣଙ୍କ କଣ୍ଟାକ୍ଟ୍‌ ସୂଚନା ଦେଖାଇପାରିବେ।

କିପରି ଏକ AirTag କିମ୍ବା ତୃତୀୟ-ପକ୍ଷ ଆଇଟମ୍ ପଞ୍ଜିକରଣ କରିବେ, ଜାଣନ୍ତୁ।

ଯେତେବେଳେ ଆପଣ ଏକ ଆଇଟମ୍ ହଜିଯାଇଛି ବୋଲି ଚିହ୍ନିତ କରନ୍ତି, ସେତେବେଳେ କ’ଣ ହୁଏ?

  • ଆପଣ ଆଇଟମ୍ ହଜିଯାଇଛି ଦର୍ଶାଇ ଏକ ମେସେଜ୍ ଯୋଡ଼ିପାରିବେ ଏବଂ ଆପଣଙ୍କ ଫୋନ୍ ନମ୍ବର୍ କିମ୍ୱା ଇମେଲ୍ ଠିକଣା ଅନ୍ତର୍ଭୁକ୍ତ କରିପାରିବେ।

  • ଯଦି ଅନ୍ଯ କେହି ଆପଣଙ୍କ ଆଇଟମ୍ ଖୋଜନ୍ତି, ସେମାନେ “ଲଷ୍ଟ୍‌ ମୋଡ୍” ମେସେଜ୍‌ରେ ଥିବା ଏକ ୱେବ୍‌ସାଇଟ୍‌ ଦେଖିବା ପାଇଁ ଏକ ସମର୍ଥିତ ଡିଭାଇସ୍ ବ‍୍ୟବହାର କରିପାରିବେ।

ଏକ ହଜିଯାଇଥିବା ଆଇଟମ୍ ପାଇଁ “କଣ୍ଟାକ୍ଟ୍ ସୂଚନା ଦେଖାନ୍ତୁ” ଚାଲୁ କରନ୍ତୁ

ଏକ ହଜିଯାଇଥିବା ଆଇଟମ୍ ପାଇଁ “କଣ୍ଟାକ୍ଟ୍‌ ସୂଚନା ଦେଖାନ୍ତୁ” ଚାଲୁ କରିବା ପାଇଁ ନିମ୍ନଲିଖିତ କାର୍ଯ‍୍ୟ କରନ୍ତୁ:

  1. ଆପଣଙ୍କ iPadରେ “ଖୋଜାଖୋଜି” ଆପ୍ କୁ ଯାଆନ୍ତୁ।

  2. ସ୍କ୍ରୀନ୍‌ର ନିମ୍ନରେ ଥିବା ଆଇଟମ୍‌ରେ ଟାପ୍ କରନ୍ତୁ, ତା’ପରେ ହଜିଯାଇଥିବା ଆଇଟମ୍‌ରେ ଟାପ୍ କରନ୍ତୁ।

  3. ହଜିଯାଇଥିବା AirTag ତଳେ, “କଣ୍ଟାକ୍ଟ୍ ସୂଚନା ଦେଖାନ୍ତୁ”ରେ ଟାପ୍‌ କରନ୍ତୁ।

  4. ଏକ ଫୋନ୍ ନମ୍ବର ଲେଖିବାକୁ ଅନ୍‌ସ୍କ୍ରୀନ୍‌ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ ଯେଉଁଠାରେ ଆପଣଙ୍କ ସହ ଯୋଗାଯୋଗ କରାଯାଇପାରିବ। ଏହା ପରିବର୍ତ୍ତେ ଏକ ଇମେଲ୍ ଠିକଣା ଲେଖିବାକୁ, “ଏକ ଇମେଲ୍ ଠିକଣା ବ‍୍ୟବହାର କରନ୍ତୁ” ଉପରେ ଟାପ୍ କରନ୍ତୁ।

    ଗୁରୁତ୍ବପୂର୍ଣ୍ଣ: ନିଶ୍ଚିତ କରନ୍ତୁ ଯେ, ଆପଣ ଖୋଜାଖୋଜି ଆପ୍ ପାଇଁ ନୋଟିଫିକେଶନ୍ ଅନୁମତି ଦିଅନ୍ତି। iPadରେ ନୋଟିଫିକେଶନ୍ ସେଟିଂସ୍ ପରିବର୍ତ୍ତନ କରନ୍ତୁ ଦେଖନ୍ତୁ।

  5. “ସମ୍ପୂର୍ଣ୍ଣ ହୋଇଛି”ରେ ଟାପ୍ କରନ୍ତୁ।

“ଲଷ୍ଟ୍ ମୋଡ୍” ମେସେଜ୍‌ରେ କଣ୍ଟାକ୍ଟ୍ ସୂଚନା ବଦଳାନ୍ତୁ

  1. ଆପଣଙ୍କ iPadରେ “ଖୋଜାଖୋଜି” ଆପ୍ କୁ ଯାଆନ୍ତୁ।

  2. ସ୍କ୍ରୀନ୍‌ର ନିମ୍ନରେ ଥିବା ଆଇଟମ୍‌ରେ ଟାପ୍ କରନ୍ତୁ, ତା’ପରେ ହଜିଯାଇଥିବା ଆଇଟମ୍‌ରେ ଟାପ୍ କରନ୍ତୁ।

  3. ହଜିଯାଇଥିବା AirTag ତଳେ, “କଣ୍ଟାକ୍ଟ୍ ସୂଚନା ଦେଖାନ୍ତୁ”ରେ ଟାପ୍‌ କରନ୍ତୁ।

  4. ଫୋନ୍ ନମ୍ବର୍ କିମ୍ବା ମେସେଜ୍ ଏଡିଟ୍‌ କରନ୍ତୁ, ତା’ପରେ “ସମ୍ପୂର୍ଣ୍ଣ ହୋଇଛି”ରେ ଟାପ୍ କରନ୍ତୁ।

ଏକ ହଜିଯାଇଥିବା ଆଇଟମ୍ ପାଇଁ “କଣ୍ଟାକ୍ଟ୍ ସୂଚନା ଦେଖାନ୍ତୁ” ବନ୍ଦ କରନ୍ତୁ

ଆପଣ ଆପଣଙ୍କ ହଜିଯାଇଥିବା ଆଇଟମ୍ ଖୋଜିବା ପରେ, “କଣ୍ଟାକ୍ଟ୍ ସୂଚନା ଦେଖାନ୍ତୁ” ବନ୍ଦ କରନ୍ତୁ।

  1. ଆପଣଙ୍କ iPadରେ “ଖୋଜାଖୋଜି” ଆପ୍ କୁ ଯାଆନ୍ତୁ।

  2. ସ୍କ୍ରୀନ୍‌ର ନିମ୍ନ-ବାମ ପାର୍ଶ୍ବରେ ଆଇଟମ୍‌ରେ ଟାପ୍ କରନ୍ତୁ, ତା’ପରେ ଆଇଟମ୍ ନାମରେ ଟାପ୍ କରନ୍ତୁ।

  3. ହଜିଯାଇଥିବା AirTag ତଳେ, “କଣ୍ଟାକ୍ଟ୍ ସୂଚନା ଦେଖାନ୍ତୁ”ରେ ଟାପ୍‌ କରନ୍ତୁ।

  4. “ସୂଚନା ଦେଖାଇବା ବନ୍ଦ କରନ୍ତୁ”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.