ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିବା ପାଣିପାଗ ମ୍ଯାପ୍‌ ଦେଖନ୍ତୁ

ଆପଣଙ୍କ ଲୋକେଶନ୍ କିମ୍ବା ଅନ୍ଯ ଅଞ୍ଚଳରେ ଅଧିକ ବୃଷ୍ଟିପାତ, ତାପମାତ୍ରା, ବାୟୁର ଗୁଣବତ୍ତା ଏବଂ ପବନର ମ୍ଯାପ୍‌ ଦେଖିବା ପାଇଁ ଆପଣ ପାଣିପାଗ ଆପ୍ ବ‍୍ୟବହାର କରିପାରିବେ।

ଧ‍୍ୟାନ ଦିଅନ୍ତୁ: ସମସ୍ତ ଫୀଚର୍ ସବୁ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ। Apple ସହାୟତା ଆର୍ଟିକଲ୍ ପାଣିପାଗ ଆପ୍‌ରେ ଫୀଚର୍‌ ଉପଲବ୍ଧତା ଏବଂ ଡେଟା ସୋର୍ସ୍ ଦେଖନ୍ତୁ।

ସମୁଦ୍ରର ଏକ ପବନ ମ‍୍ୟାପ୍‌ iPad ସ୍କ୍ରୀନ୍‌କୁ ପୂରଣ କରୁଛି। “ଫୁଲ୍ ସ୍କ୍ରୀନ୍ ମ‍୍ୟାପ୍‌ ଟଗଲ୍ କରନ୍ତୁ” ବଟନ୍ ଏବଂ ୱିଣ୍ଡ୍‌ ମ‍୍ୟାପ୍‌ ଓଭରଲେ ସ୍କେଲ୍ ଶୀର୍ଷ ବାମ କୋଣରେ ଅଛି। ଶାର୍ଷ-ଡାହାଣ କୋଣରେ, ଶୀର୍ଷରୁ ନିମ୍ନକୁ, ଓଭର୍‌ଲେ ମେନ‍୍ୟୂ, ସାମ୍ପ୍ରତିକ ଲୋକେଶନ୍ ଏବଂ ଫେଭରିଟ୍ ଲୋକେଶନ୍ ବଟନ୍ ଅଛି। ନିମ୍ନ ଭାଗରେ ଏକ ଟାଇମ୍‌ଲାଇନ୍ ଅଛି।

ଏକ ଫୁଲ୍ ସ୍କ୍ରୀନ୍‌ ପାଣିପାଗ ମ୍ଯାପ୍‌ ଦେଖନ୍ତୁ

  1. ଆପଣଙ୍କ iPadରେ ଥିବା ପାଣିପାଗ ଆପ୍ କୁ ଯାଆନ୍ତୁ।

  2. ଏକ ଲୋକେଶନ୍ ଚୟନ କରନ୍ତୁ, ତଳକୁ ସ୍କ୍ରୋଲ୍ କରନ୍ତୁ, ପାଣିପାଗ ମ୍ଯାପ୍‌ ଉପରେ ଟାପ୍ କରନ୍ତୁ, ତା’ପରେ ମ୍ଯାପ୍‌କୁ ପୂର୍ଣ୍ଣ ସ୍କ୍ରୀନ୍‌ରେ ବଡ଼ କରିବାକୁ “ଫୁଲ୍ ସ୍କ୍ରୀନ୍ ମ‍୍ୟାପ୍‌ ଟଗଲ୍ କରନ୍ତୁ” ବଟନ୍ ଉପରେ ଟାପ୍ କରନ୍ତୁ।

    ଏହାର ସାଇଜ୍ ପୁଣି ହ୍ରାସ କରିବା ପାଇଁ “ଫୁଲ୍ ସ୍କ୍ରୀନ୍ ମ‍୍ୟାପ୍‌ ଟଗଲ୍ କରନ୍ତୁ” ବଟନ୍ ଉପରେ ଟାପ୍ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: ଚୟନିତ ଲୋକେଶନ୍ ପାଇଁ ପାଣିପାଗ ସ୍ଥିତି ଉପରେ ନିର୍ଭର କରି ଦର୍ଶାଯାଇଥିବା ପାଣିପାଗ ମ୍ଯାପ୍‌ର ପ୍ରକାର ବଦଳିପାରେ।

  3. ବୃଷ୍ଟିପାତ, ତାପମାତ୍ରା, ବାୟୁର ଗୁଣବତ୍ତା କିମ୍ବା ପବନ ମ୍ଯାପ୍‌କୁ ବଦଳାଇବା ପାଇଁ ଉପର ଡାହାଣ ପଟେ ଓଭର୍‌ଲେ ମେନ‍୍ୟୂ ବଟନ୍ ଉପରେ ଟାପ୍ କରନ୍ତୁ।

  4. ଏକ ବୃଷ୍ଟିପାତ କିମ୍ବା ପବନ ପୂର୍ବାନୁମାନ ମ୍ଯାପ୍‌ରେ, ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • ଟାଇମ୍‌ଲାଇନ୍ ଦେଖାନ୍ତୁ: ମ୍ଯାପ୍‌ର ନିମ୍ନରେ ଟାପ୍ କରନ୍ତୁ।

    • ଟାଇମ୍‌ଲାଇନ୍‌ର ଅବଧି ପରିବର୍ତ୍ତନ କରନ୍ତୁ: ମେନ‍୍ୟୂ ବଟନ୍‌ରେ ଟାପ୍ କରନ୍ତୁ, ତା’ପରେ 12-ଘଣ୍ଟା ପୂର୍ବାନୁମାନ ଏବଂ ପରବର୍ତ୍ତୀ-ଘଣ୍ଟା ପୂର୍ବାନୁମାନ ମଧ୍ଯରେ ସ୍ୱିଚ୍ କରନ୍ତୁ।

  5. ମ୍ଯାପ୍ ବନ୍ଦ କରିବା ପାଇଁ “ବନ୍ଦ କରନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

ପାଣିପାଗ ମ୍ଯାପ୍‌ର ଲୋକେଶନ୍ ପରିବର୍ତ୍ତନ କରନ୍ତୁ

  1. ଆପଣଙ୍କ iPadରେ ଥିବା ପାଣିପାଗ ଆପ୍ କୁ ଯାଆନ୍ତୁ।

  2. ବଡ଼ କରିବା ପାଇଁ ପାଣିପାଗ ମ୍ଯାପ୍‌ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • ମ୍ଯାପ୍‌ ମୂଭ୍‌ କରନ୍ତୁ: ଏହାକୁ ଡ୍ରାଗ୍ କରନ୍ତୁ।

    • ଜୂମ୍ ଇନ୍ ଏବଂ ଆଉଟ୍: ସ୍କ୍ରୀନ୍‌କୁ ପିଞ୍ଚ୍ କରନ୍ତୁ।

    • ଆପଣଙ୍କ ଲିଷ୍ଟ୍‌ରୁ ଅନ୍ଯ ଏକ ଲୋକେଶନ୍ ଦେଖନ୍ତୁ: ଆପଣଙ୍କ ଲିଷ୍ଟ୍‌ରେ ଥିବା ପରବର୍ତ୍ତୀ ଲୋକେଶନ୍ ଦେଖିବା ପାଇଁ ସାଇଡ୍‌ବାର୍‌ରେ ଏକ ଲୋକେଶନ୍‌ରେ ଟାପ୍ କରନ୍ତୁ କିମ୍ବା ବାମକୁ ସ୍ୱାଇପ୍ କରନ୍ତୁ। କିମ୍ବା ମ୍ଯାପ୍‌ ବଡ଼ ହୋଇଥିବା ସମୟରେ, ଉପର ଡାହାଣ ପାର୍ଶ୍ୱରେ ଥିବା ଲୋକେଶନ୍ ଲିଷ୍ଟ୍ ବଟନ୍ ରେ ଟାପ୍‌ କରନ୍ତୁ, ତା’ପରେ ଏକ ଲୋକେଶନ୍‌ରେ ଟାପ୍‌ କରନ୍ତୁ।

    • ଆପଣଙ୍କ ସାମ୍ପ୍ରତିକ ଲୋକେଶନ୍‌କୁ ଫେରନ୍ତୁ: ଉପର ଡାହାଣ ପଟେ ସାମ୍ପ୍ରତିକ ଲୋକେଶନ୍ ବଟନ୍ରେ ଟାପ୍ କରନ୍ତୁ।

    • ଆପଣଙ୍କ ଲିଷ୍ଟ୍‌ରେ ଏକ ଲୋକେଶନ୍ ଯୋଡ଼ନ୍ତୁ, ଏହାର ସାମ୍ପ୍ରତିକ ସ୍ଥିତି ଦେଖନ୍ତୁ କିମ୍ବା ଏହାକୁ ମ୍ଯାପ୍‌ରେ ଦେଖନ୍ତୁ: ମ୍ଯାପ୍‌ରେ ଲୋକେଶନ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, ତା’ପରେ [ଲୋକେଶନ୍] ଯୋଡ଼ନ୍ତୁ, [ଲୋକେଶନ୍] ଦେଖନ୍ତୁ କିମ୍ବା “ମ୍ଯାପ୍‌ରେ ଖୋଲନ୍ତୁ”ରେ ଟାପ୍ କରନ୍ତୁ।

  3. ମ୍ଯାପ୍ ବନ୍ଦ କରିବା ପାଇଁ “ବନ୍ଦ କରନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.