iPad ରେ ଥିବା Apple Games ଆପ୍‌ରେ ବନ୍ଧୁମାନଙ୍କ ସହ ସଂଯୋଗ କରନ୍ତୁ

ବନ୍ଧୁଙ୍କ ସହ ଗେମ୍ ଖେଳିବା ଅଧିକ ମଜାଦାର ହୋଇଥାଏ। Apple Games ଆପ୍‌ରେ ଆପଣ ବନ୍ଧୁଙ୍କୁ ଆମନ୍ତ୍ରଣ କରିପାରିବେ, ବନ୍ଧୁତ୍ୱ ଅନୁରୋଧ ଇତ୍ଯାଦି ଦେଖିପାରିବେ।

ବନ୍ଧୁମାନଙ୍କୁ ଯୋଡ଼ନ୍ତୁ

  1. ଆପଣଙ୍କ iPad ରେ ଥିବା Apple Games ଆପ୍ କୁ ଯାଆନ୍ତୁ।

  2. ବନ୍ଧୁରେ ଟାପ୍ କରନ୍ତୁ, ତା’ପରେ “ଆମନ୍ତ୍ରଣ ଆଇକନ୍” ବଟନ୍ ରେ ଟାପ୍ କରନ୍ତୁ।

  3. ସେମାନଙ୍କ ନାମ ଲେଖି ଏକ କଣ୍ଟାକ୍ଟ୍ ଖୋଜନ୍ତୁ, ତା’ପରେ “ଆମନ୍ତ୍ରଣ କରନ୍ତୁ”ରେ ଟାପ୍ କରନ୍ତୁ।

  4. ମେସେଜ୍ ଆପ୍ ବ୍ଯବହାର କରି ଆମନ୍ତ୍ରଣ ପଠାଇବା ପାଇଁ “ପଠାନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

ଆପଣ କଣ୍ଟାକ୍ଟ୍‌ ଆପ୍‌ରେ ମଧ୍ଯ ଜଣେ ବନ୍ଧୁଙ୍କୁ ଯୋଡ଼ିପାରିବେ। ସେମାନଙ୍କ କଣ୍ଟାକ୍ଟ୍ କାର୍ଡ୍‌ ଖୋଲନ୍ତୁ, ତା’ପରେ Game Centerରେ “ବନ୍ଧୁଙ୍କୁ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

ବନ୍ଧୁତ୍ବ ଅନୁରୋଧର ଉତ୍ତର ଦିଅନ୍ତୁ

ଯଦି ଆପଣ Apple Games ଆପ୍‌ରେ ଥିବା କଣ୍ଟାକ୍ଟ୍‌ରୁ ଏକ ବନ୍ଧୁତ୍ବ ଅନୁରୋଧ ପ୍ରାପ୍ତ କରନ୍ତି, ତେବେ ଆପଣ ଉତ୍ତର ଦେବାର ଅନେକ ଉପାୟ ଅଛି:

  • Apple Games ଆପ୍‌ରେ: ଆପଣଙ୍କ ଅବତାରରେ ଟାପ୍ କରନ୍ତୁ, ତା’ପରେ “ବନ୍ଧୁତ୍ୱ ଅନୁରୋଧ”ରେ ଟାପ୍ କରନ୍ତୁ।

  • ମେସେଜ୍ ଆପ୍‌ରେ: “ବନ୍ଧୁତ୍ୱ ଅନୁରୋଧ” ଲିଙ୍କ୍‌ରେ ଟାପ୍ କରନ୍ତୁ।

  • ସେଟିଂସ୍ ଆପ୍‌ରେ : Game Center ରେ ଟାପ୍ କରନ୍ତୁ, ତା’ପରେ “ବନ୍ଧୁତ୍ୱ ଅନୁରୋଧ”ରେ ଟାପ୍‌ କରନ୍ତୁ।

ଆପଣଙ୍କ ବନ୍ଧୁଙ୍କ ସାମ୍ପ୍ରତିକ ଆକ୍ଟିଭିଟି ଦେଖନ୍ତୁ

ଆପଣ ନିଜ ବନ୍ଧୁମାନଙ୍କ ଶେୟର୍ କରାଯାଇଥିବା ଗେମିଂ ହିଷ୍ଟ୍ରି ଦେଖିପାରିବେ, ଉପଲବ୍ଧି ତୁଳନା କରିପାରିବେ ଏବଂ ବନ୍ଧୁମାନଙ୍କୁ ଆମନ୍ତ୍ରଣ ଲିଙ୍କ୍ ଏବଂ ପାର୍ଟି କୋଡ୍ ପଠାଇପାରିବେ।

  1. ଆପଣଙ୍କ iPad ରେ ଥିବା Apple Games ଆପ୍ କୁ ଯାଆନ୍ତୁ।

  2. ବନ୍ଧୁରେ ଟାପ୍ କରନ୍ତୁ।

  3. ବନ୍ଧୁ ଏବଂ ଗ୍ରୂପ୍‌ରେ, ଆପଣଙ୍କ ବନ୍ଧୁଙ୍କ ସାମ୍ପ୍ରତିକ ଆକ୍ଟିଭିଟି ଦେଖିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ।

ଆପଣ ସେଟିଂସ୍ ଆପ୍‌  କୁ ଯାଇ Game Center ରେ ଟାପ୍‌ କରି, ତା’ପରେ “ସମସ୍ତ ବନ୍ଧୁ”ରେ ଟାପ୍‌ କରି ଆପଣ ନିଜ ବନ୍ଧୁଙ୍କ ପ୍ରୋଫାଇଲ୍ ଏବଂ ସାମ୍ପ୍ରତିକ କାର୍ଯ୍ଯକଳାପ ମଧ‍୍ୟ ଦେଖିପାରିବେ।

ଜଣେ ୟୂଜର୍‌ଙ୍କୁ ରିପୋର୍ଟ୍ କରନ୍ତୁ କିମ୍ବା ଜଣେ ବନ୍ଧୁଙ୍କୁ କାଢ଼ି ଦିଅନ୍ତୁ

ଆପଣ ଜଣେ ୟୂଜର୍‌ଙ୍କୁ ପ୍ରତାରଣା, ଅନୁପଯୁକ୍ତ ଛବି କିମ୍ବା ଡାକନାମ କିମ୍ବା ଅନ୍ଯ କୌଣସି ସମସ୍ଯା ପାଇଁ ରିପୋର୍ଟ୍ କରିପାରିବେ। ଆପଣ ନିଜ ବନ୍ଧୁମାନଙ୍କ ଲିଷ୍ଟ୍‌ରୁ ମଧ୍ଯ କୌଣସି ବ୍ଯକ୍ତିଙ୍କୁ କାଢ଼ିପାରିବେ।

  1. ଆପଣଙ୍କ iPad ରେ ଥିବା Apple Games ଆପ୍ କୁ ଯାଆନ୍ତୁ।

  2. ଶୀର୍ଷ ଡାହାଣ ପାର୍ଶ୍ୱରେ ଥିବା ଆପଣଙ୍କ ଅବତାରରେ ଟାପ୍ କରନ୍ତୁ, ତା’ପରେ “ସମସ୍ତ ବନ୍ଧୁ”ରେ ଟାପ୍ କରନ୍ତୁ।

  3. ଆପଣ ରିପୋର୍ଟ୍‌ କରିବାକୁ କିମ୍ବା କାଢ଼ିବାକୁ ଚାହୁଁଥିବା ବନ୍ଧୁଙ୍କ ଉପରେ ଟାପ୍ କରନ୍ତୁ, ଅଧିକ ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ “ବନ୍ଧୁଙ୍କୁ ରିପୋର୍ଟ୍‌ କରନ୍ତୁ” କିମ୍ବା “ବନ୍ଧୁଙ୍କୁ କାଢ଼ି ଦିଅନ୍ତୁ” ବାଛନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.