ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

ଇଭେଣ୍ଟ୍‌ଗୁଡ଼ିକୁ iPadରେ ଥିବା କ୍ଯାଲେଣ୍ଡର୍‌ରେ ଏକ ଭିନ୍ନ ଟାଇମ୍‌ ଜୋନ୍‌ରେ ଶେଡ୍ୟୂଲ୍ କିମ୍ବା ଡିସ୍‌ପ୍ଲେ କରନ୍ତୁ

କ୍ଯାଲେଣ୍ଡର୍‌ ଆପ୍‌ରେ, ଆପଣଙ୍କ ସାମ୍ପ୍ରତିକ ଲୋକେଶନ୍‌ର ଟାଇମ୍‌ ଜୋନ୍ ଅନୁସାରେ ଇଭେଣ୍ଟ୍ ଦେଖାଯାଏ। ଆପଣ ଏକ ଭିନ୍ନ ଲୋକେଶନ୍‌କୁ ଯାତ୍ରା କଲେ ମଧ୍ଯ ସର୍ବଦା ଏକ ନିର୍ଦ୍ଦିଷ୍ଟ ଟାଇମ୍‌ ଜୋନ୍ ଡିସ୍‌ପ୍ଲେ୍‌ କରିବା ପାଇଁ ନିଜ କ୍ଯାଲେଣ୍ଡର୍‌ ସେଟ୍ କରିପାରିବେ। ଆପଣ କ୍ଯାଲେଣ୍ଡର୍‌ରେ ପ୍ରଦର୍ଶିତ ସାମ୍ପ୍ରତିକ ଟାଇମ୍‌ ଜୋନ୍‌ରୁ ଭିନ୍ନ ଏକ ଟାଇମ୍‌ ଜୋନ୍‌ରେ ଏକ ଇଭେଣ୍ଟ୍‌ ମଧ୍ଯ ଶେଡ୍ଯୂଲ୍ କରିପାରିବେ।

ଏକ ନୂଆ ଇଭେଣ୍ଟ୍ ପାଇଁ ଟାଇମ୍‌ ଜୋନ୍ ବଦଳାନ୍ତୁ

ଆପଣ କ୍ଯାଲେଣ୍ଡର୍‌ରେ ଇଭେଣ୍ଟ୍ କ୍ରିଏଟ୍ ଏବଂ ଏଡିଟ୍ କରିପାରିବେ ଏବଂ ଇଭେଣ୍ଟ୍‌ର ଟାଇମ୍ ଜୋନ୍ ବଦଳାଇ ପାରିବେ-ଯଦିଓ ଏହା ସମ୍ପ୍ରତି ଆପଣ ରହୁଥିବା ଟାଇମ୍ ଜୋନ୍ ଠାରୁ ଭିନ୍ନ ଅଟେ। ଉଦାହରଣ ସ୍ୱରୂପ, ଯଦି ଆପଣ ନ୍ଯୁୟର୍କ୍‌ରେ ରୁହନ୍ତି, ତେବେ ଆପଣ ଏକ ଇଭେଣ୍ଟ୍ ତିଆରି କରିପାରିବେ କିମ୍ବା ଏଡିଟ୍ କରିପାରିବେ ଏବଂ ଚିକାଗୋ ପରି ଅନ୍ଯ ଏକ ଲୋକେଶନ୍‌ର ଟାଇମ୍ ଜୋନ୍ ଅନୁସାରେ ଏହାକୁ ଶେଡ୍ୟୂଲ୍ କରିପାରିବେ।

  1. ଆପଣଙ୍କ iPadରେ କ୍ଯାଲେଣ୍ଡର୍‌ ଆପ୍ କୁ ଯାଆନ୍ତୁ।

  2. ସ୍କ୍ରୀନ୍‌ର ଶୀର୍ଷରେ ଥିବା “ଯୋଡ଼ନ୍ତୁ” ବଟନ୍‌ ରେ ଟାପ୍‌ କରନ୍ତୁ।

  3. ଇଭେଣ୍ଟ୍‌ ବିବରଣୀ (ଶୀର୍ଷକ, ଲୋକେଶନ୍, ଯାତ୍ରା ଟାଇମ୍‌, ଆଟାଚ୍‌ମେଣ୍ଟ୍ ଇତ୍ଯାଦି) ଯୋଡ଼ନ୍ତୁ।

  4. ଇଭେଣ୍ଟ୍ ପାଇଁ ଆରମ୍ଭ ଏବଂ ଶେଷ ଟାଇମ୍‌ ଲେଖନ୍ତୁ, ତା’ପରେ “ଟାଇମ୍ ଜୋନ୍”ରେ ଟାପ୍‌ କରନ୍ତୁ।

  5. ଏକ ଲୋକେଶନ୍ ସର୍ଚ୍ଚ୍‌ କରନ୍ତୁ, ଏଥିରେ ଟାପ୍ କରନ୍ତୁ, ତା’ପରେ ସମ୍ପୂର୍ଣ୍ଣ ବଟନ୍‌ ରେ ଟାପ୍ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଆବଶ‍୍ୟକ ହେଲେ ଆପଣ ପରେ ଇଭେଣ୍ଟ୍‌ର ଟାଇମ୍ ଜୋନ୍ ଏଡିଟ୍ କରିପାରିବେ।

ସର୍ବଦା ଏକ ନିର୍ଦ୍ଦିଷ୍ଟ ଟାଇମ୍‌ ଜୋନ୍‌ରେ ଆପଣଙ୍କ କ୍ଯାଲେଣ୍ଡର୍‌ ଦେଖନ୍ତୁ

ଆପଣ ଡିଫଲ୍ଟ୍ ଟାଇମ୍ ଜୋନ୍ ସେଟିଂକୁ ଓଭର୍‌ରାଇଡ୍ କରିପାରିବେ ଯାହା ଦ୍ୱାରା ଆପଣ ନିଜ ପସନ୍ଦର ଟାଇମ୍ ଜୋନ୍‌ରେ କ୍ଯାଲେଣ୍ଡର୍‌ ଡିସ୍‌ପ୍ଲେ କରିପାରିବେ। ଯଦି ଆପଣ ରିମୋଟ୍‌ ଭାବରେ କାମ କରୁଛନ୍ତି ତେବେ ଏକ ଭିନ୍ନ ଟାଇମ୍ ଜୋନ୍‌ରେ ଆପଣଙ୍କ ସହକର୍ମୀଙ୍କ ସହ ମିଟିଂ ଶେଡ୍ଯୂଲ୍ କରିବା ବେଳେ ଟାଇମ୍‌ର ଟ୍ରାକ୍‌ ରଖିବା ପାଇଁ ଏହା ସହାୟକ ହୋଇପାରିବ। ଉଦାହରଣ ସ୍ୱରୂପ, ଯଦି ଆପଣ ସାନ୍ ଫ୍ରାନ୍ସିସ୍କୋରେ ରୁହନ୍ତି କିନ୍ତୁ ଆପଣ ଚାକିରି ବୋଷ୍ଟନ୍‌ରେ କରନ୍ତି, ତେବେ ଆପଣ ନିଜର ସାଂପ୍ରତିକ ଲୋକେଶନ୍‌ର ଟାଇମ୍ ଜୋନ୍ ଅତିକ୍ରମ କରିପାରିବେ ଏବଂ ବୋଷ୍ଟନ୍‌ରେ ଥିବା ଟାଇମ୍ ଜୋନ୍ ଅନୁଯାୟୀ ଆପଣଙ୍କ କ୍ୟାଲେଣ୍ଡର୍ ଇଭେଣ୍ଟ୍‌ଗୁଡ଼ିକୁ ଦେଖିପାରିବେ।

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ କ୍ଯାଲେଣ୍ଡର୍‌ରେ ଟାପ୍ କରନ୍ତୁ।

  3. “ଟାଇମ୍ ଜୋନ୍ ଓଭର୍‌ରାଇଡ୍”ରେ ଟାପ୍ କରନ୍ତୁ, ତା’ପରେ “ଟାଇମ୍ ଜୋନ୍ ଓଭର୍‌ରାଇଡ୍” ଚାଲୁ କରନ୍ତୁ।

  4. “ଟାଇମ୍ ଜୋନ୍”ରେ ଟାପ୍‌ କରି ଏକ ଲୋକେଶନ୍ ଖୋଜନ୍ତୁ (ଉଦାହରଣ ସ୍ୱରୂପ ବୋଷ୍ଟନ୍), ତା’ପରେ “ଲୋକେଶନ୍”ରେ ଟାପ୍‌ କରନ୍ତୁ।

ଆପଣ ଟାଇମ୍ ଜୋନ୍ ଓଭର୍‌ରାଇଡ୍ ଚାଲୁ କରିବା ପୂର୍ବରୁ ସୃଷ୍ଟି ହୋଇଥିବା ଇଭେଣ୍ଟ୍ ଆପଣଙ୍କ ଦ୍ୱାରା ଚୟନ କରାଯାଇଥିବା ଲୋକେଶନ୍ ଟାଇମ୍ ଜୋନ୍ ଅନୁଯାୟୀ ଦେଖାଯିବ କିନ୍ତୁ ଇଭେଣ୍ଟ୍‌ରେ ସୃଷ୍ଟି ହୋଇଥିବା ମୂଳ ଟାଇମ୍ ଜୋନ୍ ମଧ୍ଯ ଦେଖାଇବ।

ଧ‍୍ୟାନ ଦିଅନ୍ତୁ: “ଟାଇମ୍ ଜୋନ୍ ଓଭର୍‌ରାଇଡ୍” କେବଳ କ୍ଯାଲେଣ୍ଡର୍‌ ଆପ୍‌ରେ ଦର୍ଶାଯାଇଥିବା ଟାଇମ୍ ଜୋନ୍‌କୁ ବଦଳାଇଥାଏ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.