ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadeରେ ଥିବା ମ୍ଯାପ୍‌ରେ ସ୍ଥାନଗୁଡ଼ିକ ବିଷୟରେ ସୂଚନା ପ୍ରାପ୍ତ କରନ୍ତୁ

ଦେଖାଯାଉଥିବା ସ୍ଥାନଗୁଡ଼ିକ ବିଷୟରେ ଆପଣ ରାସ୍ତାର ଠିକଣା ଏବଂ ଅନ୍ଯ ସୂଚନା ପାଇପାରିବେ।

ଏକ ସଂଗ୍ରହାଳୟ ପାଇଁ ସ୍ଥାନ କାର୍ଡ ଯାହାର ଖୋଲା ସ୍ଥିତି, ରେଟିଂ, ଏକ ବର୍ଣ୍ଣନା, ଫଟୋ ଏବଂ ଏହାକୁ କଲ୍ କରିବା ପାଇଁ ବଟନ୍‌, ଏହାର ଓ୍ବେବ୍‌ସାଇଟ୍‌କୁ ଯାଆନ୍ତୁ କିମ୍ବା ଟିକେଟ୍ କିଣନ୍ତୁ।

ଏକ ସ୍ଥାନ ବିଷୟରେ ସୂଚନା ପ୍ରାପ୍ତ କରନ୍ତୁ

  1. ଆପଣଙ୍କ iPadରେ ମ‍୍ୟାପ୍‌ ଆପ୍‌ କୁ ଯାଆନ୍ତୁ।

  2. ଏକ ସ୍ଥାନକୁ ଟାପ୍ କରନ୍ତୁ (ଉଦାହରଣ ସ୍ୱରୂପ, ମ୍ଯାପ୍‌ରେ ଏକ ସହର କିମ୍ବା ଲ୍ଯାଣ୍ଡମାର୍କ୍‌, ଆପଣ ଏକ ପିନ୍ ଦ୍ୱାରା ଚିହ୍ନିତ କରିଥିବା ସ୍ଥାନ କିମ୍ବା ମ୍ଯାପ୍ସ୍‌ରେ ସର୍ଚ୍ଚ୍‌ ଫଳାଫଳ), ତା’ପରେ ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • ଲୋକେଶନ୍‌କୁ ଯିବା ପାଇଁ ଏକ ମାର୍ଗ ପ୍ରାପ୍ତ କରନ୍ତୁ: ଦିଗ ନିର୍ଦ୍ଦେଶ ବଟନ୍ରେ ଟାପ୍ କରନ୍ତୁ।

    • ଅଧିକ ସୂଚନା ଦେଖନ୍ତୁ: ପ୍ଲେସ୍ କାର୍ଡ୍‌ରେ ତଳକୁ ସ୍କ୍ରୋଲ୍ କରନ୍ତୁ।

      ଏହି ସୂଚନା ମଧ୍ଯରେ ରାସ୍ତାର ଠିକଣା, ଏକ ଫୋନ୍ ନମ୍ବର୍, ଏକ ୱେବ୍‌ପେଜ୍ ଲିଙ୍କ୍, ଗ୍ରାହକ ସମୀକ୍ଷା ଇତ୍ଯାଦି ଅନ୍ତର୍ଭୁକ୍ତ ହୋଇପାରେ। ଅନେକ ରେଷ୍ଟରାଣ୍ଟ୍ ଏବଂ ଅନ୍ଯ ବିଜ୍‌ନେସ୍ ଆପ୍ କ୍ଲିପ୍‌ ଅଫର୍‌ କରନ୍ତି ଯାହା ଆପଣଙ୍କୁ ସେମାନଙ୍କ ପ୍ଲେସ୍ କାର୍ଡ୍‌ରେ ଥିବା ବଟନ୍‌ରେ ଟାପ୍‌ କରି ଅର୍ଡର୍‌ କରିବାକୁ କିମ୍ବା ସଂରକ୍ଷଣ କରିବାକୁ ଅନୁମତି ଦେଇଥାଏ।

ଏକ ସ୍ଥାନ ବିଷୟରେ ସୂଚନା ସେଭ୍ କରନ୍ତୁ

ଆପଣ ଏକ ସ୍ଥାନ ସେଭ୍ କରିପାରିବେ କିମ୍ବା ଏହାକୁ ପିନ୍ ଭାବରେ ଆପଣଙ୍କ କଷ୍ଟମ୍ ଗାଇଡ୍ରେ କିମ୍ବା ଆପଣଙ୍କ କଣ୍ଟାକ୍ଟ୍ରେ ଗୋଟିଏ ପିନ୍ ଭାବରେ ଯୋଡ଼ିପାରିବେ।

  1. ଆପଣଙ୍କ iPadରେ ମ‍୍ୟାପ୍‌ ଆପ୍‌ କୁ ଯାଆନ୍ତୁ।

  2. ମ‍୍ୟାପ୍‌ରେ ଏକ ସ୍ଥାନ କିମ୍ବା ମ‍୍ୟାପ୍‌ରେ ସର୍ଚ୍ଚ୍ ଫଳାଫଳରେ ଟାପ୍ କରନ୍ତୁ, ଅଧିକ ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ ଏକ ବିକଳ୍ପ ବାଛନ୍ତୁ।

ତୃତୀୟ ପକ୍ଷଙ୍କୁ ରେଷ୍ଟରାଣ୍ଟ୍ର ନାମ ପଠାଇବା ବନ୍ଦ କରନ୍ତୁ

ଯଦି ଆପଣ ଏକ ଆପ୍ ଇନ୍‌ଷ୍ଟଲ୍‌ କରନ୍ତି ଯେଉଁଥିରେ ଏକ ଟେବୁଲ୍-ବୁକିଂ ଏକ୍ସଟେନ୍ଶନ୍ ଅଛି, ଏହା ଆପଣଙ୍କୁ ରେଷ୍ଟରାଣ୍ଟରେ ସଂରକ୍ଷଣ କରିବାରେ ମଧ୍ଯ ସହାୟତା କରିପାରେ। ଆପଣ ଦେଖୁଥିବା ରେଷ୍ଟରାଣ୍ଟ୍‌ଗୁଡ଼ିକର ନାମ ଏକ୍ସ୍‌ଟେନ୍‌ଶନ୍‌କୁ ପଠାଇବା ବନ୍ଦ କରିପାରିବେ।

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ ମ‍୍ୟାପ୍‌ରେ ଟାପ୍ କରନ୍ତୁ।

  3. ରେଷ୍ଟରାଣ୍ଟ୍ ବୁକିଂରେ ଟାପ୍ କରନ୍ତୁ, ତା’ପରେ ଆପ୍ ଏକ୍ସ୍‌ଟେନ୍‌ଶନ୍‌କୁ ବନ୍ଦ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.