ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଟେକ୍ସ୍‌ଟ୍ ରିପ୍ଲେସ୍‌ମେଣ୍ଟ୍ ସହିତ କୀ’ଷ୍ଟ୍ରୋକ୍ ସେଭ୍ କରନ୍ତୁ

iPadରେ, ଏକ ଟେକ୍ସ୍‌ଟ୍ ରିପ୍ଲେସ୍‌ମେଣ୍ଟ୍‌ ସେଟ୍ ଅପ୍ କରନ୍ତୁ ଯାହାକୁ ଆପଣ କେବଳ କିଛି ଅକ୍ଷର ଟାଇପ୍ କରି ଏକ ଓ୍ବର୍ଡ୍‌ କିମ୍ୱା ବାକ୍ଯାଂଶ ଲେଖିବା ପାଇଁ ବ୍ୟବହାର କରିପାରିବେ। ଉଦାହରଣ ସ୍ୱରୂପ, “ମୁଁ ରାସ୍ତାରେ ଅଛି”! ଲେଖିବା ପାଇଁ “omw” ଟାଇପ୍ କରନ୍ତୁ ତାହା ଆପଣଙ୍କ ପାଇଁ ପୂର୍ବରୁ ସେଟ୍ ଅପ୍ ହୋଇଛି କିନ୍ତୁ ଆପଣ ନିଜର ମଧ୍ଯ ଯୋଡ଼ିପାରିବେ।

ଏକ ଟେକ୍ସ୍‌ଟ୍ ରିପ୍ଲେସ୍‌ମେଣ୍ଟ୍ ତିଆରି କରନ୍ତୁ

  1. ନିମ୍ନଲିଖିତ ମଧ‍୍ୟରୁ ଯେକୌଣସି ଗୋଟିଏ କରନ୍ତୁ:

    • ଅନ୍‌ସ୍କ୍ରୀନ୍‌ କୀ’ବୋର୍ଡ୍ ସହିତ: ଇମୋଜି ବଟନ୍‌ କିମ୍ବା ସ୍ବିଚ୍ କୀ’ବୋର୍ଡ୍‌ କୀ’କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, କୀ’ବୋର୍ଡ୍‌ ସେଟିଂସ୍‌ରେ ଟାପ୍ କରନ୍ତୁ, ତା’ପରେ ଟେକ୍ସ୍‌ଟ୍ ରିପ୍ଲେସ୍‌ମେଣ୍ଟ୍‌ରେ ଟାପ୍ କରନ୍ତୁ।

    • ଏକ ବାହ୍ୟ କୀ’ବୋର୍ଡ୍ ସହିତ: ସେଟିଂସ୍ > ସାଧାରଣ > କୀ’ବୋର୍ଡ୍‌କୁ ଯାଆନ୍ତୁ ତା’ପରେ ଟେକ୍ସ୍‌ଟ୍‌ ରିପ୍ଲେସ୍‌ମେଣ୍ଟ୍‌ରେ ଟାପ୍‌ କରନ୍ତୁ।

  2. ଶୀର୍ଷର ଡାହାଣ ପଟ “ଯୋଡ଼ନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ।

  3. ବାକ୍ଯାଂଶ ଫିଲ୍ଡ୍‌ରେ ଏକ ବାକ୍ଯାଂଶ ଏବଂ ଶର୍ଟ୍‌କଟ୍ ଫିଲ୍ଡ୍‌ରେ ଆପଣ ବ୍ଯବହାର କରିବାକୁ ଚାହୁଁଥିବା ଟେକ୍ସଟ୍ ଶର୍ଟ୍‌କଟ୍ ଟାଇପ୍ କରନ୍ତୁ।

ଆପଣ ବ‍୍ୟବହାର କରୁଥିବା ଏକ ଶବ୍ଦ କିମ୍ବା ବାକ୍ଯାଂଶ ଅଛି ଏବଂ ଏହାକୁ ସଂଶୋଧନ କରିବାକୁ ଚାହାନ୍ତି ନାହିଁ?

  1. ସେଟିଂସ୍ > ସାଧାରଣ > କୀ’ବୋର୍ଡ୍‌କୁ ଯାଆନ୍ତୁ ତା’ପରେ ଟେକ୍ସ୍‌ଟ୍‌ ରିପ୍ଲେସ୍‌ମେଣ୍ଟ୍‌ରେ ଟାପ୍‌ କରନ୍ତୁ।

  2. “ଯୋଡ଼ନ୍ତୁ” ବଟନ୍‌ "ଉପର ଡାହାଣ"ରେ ଟାପ୍ କରନ୍ତୁ, ତାପରେ ବାକ୍ୟାଂଶ ଫିଲ୍ଡ୍‌ରେ ଆପଣଙ୍କ ଓ୍ବର୍ଡ୍‌ କିମ୍ବା ବାକ୍ୟାଂଶ ଲେଖନ୍ତୁ କିନ୍ତୁ ସର୍ଟ୍‌କଟ୍‌ ଫିଲ୍ଡ୍‌କୁ ଖାଲି ରଖନ୍ତୁ।

ୱର୍ଡ୍‌ ଏବଂ ଇନ୍‌ପୁଟ୍‌ ପେୟର୍ ପାଇଁ ଏକ ଟେକ୍ସ୍‌ଟ୍ ରିପ୍ଲେସ୍‌ମେଣ୍ଟ୍ ତିଆରି କରନ୍ତୁ

କେତେକ ଚାଇନିଜ୍ କିମ୍ବା ଜାପାନୀ କୀ’ବୋର୍ଡ୍ ବ୍ଯବହାର କରିବା ସମୟରେ ଆପଣ ୱର୍ଡ୍‌ ଏବଂ ଇନ୍‌ସର୍ଟ୍‌ ପେୟର୍ ପାଇଁ ଏକ ଟେକ୍ସଟ୍ ରିପ୍ଲେସ୍‌ମେଣ୍ଟ୍ ତିଆରି କରିପାରିବେ। ଟେକ୍ସଟ୍ ରିପ୍ଲେସ୍‌ମେଣ୍ଟ୍‌ ଆପଣଙ୍କ ପର୍ସନଲ୍ ଶବ୍ଦକୋଷରେ ଯୋଡ଼ାଯାଇଛି। ଆପଣ ସମର୍ଥିତ କୀ’ବୋର୍ଡ୍ ବ୍ଯବହାର କରିବା ସମୟରେ ଏକ ୱର୍ଡ୍‌ କିମ୍ବା ଇନ୍‌ସର୍ଟ୍‌ ପାଇଁ ଟେକ୍ସଟ୍ ଶର୍ଟ୍‌କଟ୍ ଟାଇପ୍ କଲେ, ଟାଇପ୍ ହୋଇଥିବା ଶର୍ଟ୍‌କଟ୍ ପାଇଁ ପେୟର୍ ହୋଇଥିବା ୱର୍ଡ୍‌ କିମ୍ବା ଇନ୍‌ସର୍ଟ୍‌ ପ୍ରତିସ୍ଥାପିତ ହୁଏ।

ନିମ୍ନୋକ୍ତ ପାଇଁ ଶର୍ଟକଟ୍ ଉପଲବ୍ଧ ଅଛି:

  • ସରଳୀକୃତ ଚାଇନିଜ୍: ପିନ୍‌ୟିନ୍‌

  • ପାରମ୍ପରିକ ଚାଇନିଜ୍: ପିନ୍‌ୟିନ୍‌ ଓ ଝୁୟିନ୍

  • ଜାପାନୀଜ୍‌: ରୋମାଜି ଓ କାନା

ଆପଣଙ୍କ ଅନ୍ଯ ଡିଭାଇସ୍‌ରେ ଆପଣଙ୍କ ପର୍ସନଲ୍ ଶବ୍ଦକୋଷକୁ ଅପ୍ ଟୁ ଡେଟ୍ ରଖିବା ପାଇଁ iCloud ବ୍ଯବହାର କରନ୍ତୁ

ସେଟିଂସ୍‌  > [ଆପଣଙ୍କ ନାମ] > iCloudକୁ ଯାଆନ୍ତୁ, ତା’ପରେ, କ୍ଯାଲେଣ୍ଡର୍ ଚାଲୁ କରନ୍ତୁ।

ଆପଣଙ୍କ ପର୍ସନଲ୍ ଶବ୍ଦକୋଷକୁ ରୀସେଟ୍ କରନ୍ତୁ

  1. ସେଟିଂସ୍  > ସାଧାରଣ > iPad ଟ୍ରାନ୍ସ୍‌ଫର୍‌ କିମ୍ବା ରୀସେଟ୍ କରନ୍ତୁ, ତା’ପରେ "କୀ’ବୋର୍ଡ୍‌ ଶବ୍ଦକୋଷ ରୀସେଟ୍ କରନ୍ତୁ"ରେ ଟାପ୍ କରନ୍ତୁ।

  2. “କୀ’ବୋର୍ଡ୍‌ ଶବ୍ଦକୋଷ ରୀସେଟ୍‌ କରନ୍ତୁ” ଉପରେ ଟାପ୍ କରନ୍ତୁ।

    ସମସ୍ତ କଷ୍ଟମ୍ ଓ୍ବାର୍ଡ୍ ଏବଂ ଶର୍ଟ୍‌କଟ୍ ଡିଲିଟ୍ ହୋଇଯାଏ ଏବଂ “କୀ’ବୋର୍ଡ୍‌ ଶବ୍ଦକୋଷ” ନିଜ ଡିଫଲ୍ଟ୍ ସ୍ଥିତିକୁ ଫେରିଆସେ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.