iPad ରେ Wi-Fi ବ୍ଯବହାର କରି କଲ୍ କରନ୍ତୁ

ଆପଣଙ୍କ iPad ରେ କମ୍ ମୋବାଇଲ୍ ସିଗ୍‌ନଲ୍ ଥିଲେ, ଏକ Wi-Fi ନେଟ୍‌ୱର୍କ୍ ମାଧ‍୍ୟମରେ କଲ୍ କରିବାକୁ ଏବଂ ପ୍ରାପ୍ତ କରିବାକୁ Wi-Fi କଲିଂ ବ୍ୟବହାର କରନ୍ତୁ।

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ମୋବାଇଲ୍‌ରେ ଟାପ୍ କରନ୍ତୁ, Wi-Fi କଲିଂରେ ଟାପ୍ କରନ୍ତୁ, ତା’ପରେ ଏହି iPad ରେ ଥିବା Wi-Fi କଲିଂ ଚାଲୁ କରନ୍ତୁ।

  3. ଜରୁରୀକାଳୀନ ସେବା ପାଇଁ ଆପଣଙ୍କ ଠିକଣା ଲେଖନ୍ତୁ କିମ୍ବା ସୁନିଶ୍ଚିତ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: ଆପଣଙ୍କ iPad ରେ ଜରୁରୀକାଳୀନ କଲ୍‌ ଉପଲବ୍ଧ ଥିବା ସମୟରେ ମୋବାଇଲ୍ ସେବା ମାଧ‍୍ୟମରେ ରୁଟ୍ ହୋଇଥାଏ। ଯଦି ମୋବାଇଲ୍ ସେବା ଉପଲବ୍ଧ ନଥିବା ଏବଂ ଆପଣ Wi-Fi କଲିଂ ସକ୍ଷମ ସକ୍ଷମ ଥିବା କ୍ଷେତ୍ରରେ, ଜରୁରୀକାଳୀନ କଲ୍‌ଗୁଡ଼ିକ Wi-Fi ମାଧ୍ୟମରେ କରାଯାଇପାରେ ଏବଂ ଆପଣ ଲୋକେଶନ୍‌ ସେବା ସକ୍ଷମ କରିଥାନ୍ତୁ କିମ୍ବା ନକରିଥାନ୍ତୁ, ଉତ୍ତର ପାଇବାରେ ସହାୟତା କରିବାକୁ ଆପଣଙ୍କ ଡିଭାଇସ୍‌ର ଲୋକେଶନ୍‌ ସୂଚନା ଜରୁରୀକାଳୀନ କଲ୍ ପାଇଁ ବ୍ୟବହାର ହୋଇପାରେ। କିଛି ନେଟ୍‌ୱର୍କ୍‌ ପ୍ରଦାନକାରୀ Wi-Fi କଲିଂ ପାଇଁ ସାଇନ୍ ଅପ୍ କରିବା ସମୟରେ ଆପଣଙ୍କର ଲୋକେଶନ୍ ଭାବରେ ଆପଣ ନେଟ୍‌ୱର୍କ୍‌ ପ୍ରଦାନକାରୀଙ୍କ ସହିତ ପଞ୍ଜୀକୃତ କରିଥିବା ଠିକଣାକୁ ବ୍ଯବହାର କରିପାରନ୍ତି। Wi-Fi କଲିଂ ସହ ସଂଯୁକ୍ତ ଥିବା ସମୟରେ, ଆପଣଙ୍କ iPad ଜରୁରୀକାଳୀନ ଆଲର୍ଟ୍‌ ଗ୍ରହଣ କରିନପାରେ।

Wi-Fi କଲିଂ ଉପଲବ୍ଧ ଥିବା ସମୟରେ, "Wi-Fi" ଆପଣଙ୍କ ନେଟ୍‌ୱର୍କ୍‌ ପ୍ରଦାନକାରୀଙ୍କ ନାମ ପରେ ଷ୍ଟାଟସ୍ ବାର୍‌ ରେ ଡିସ୍‌ପ୍ଲେ ହୁଏ ଏବଂ ଆପଣଙ୍କ ସମସ୍ତ କଲ୍ Wi-Fi ମାଧ‍୍ୟମରେ ଯାଏ।

ଧ‍୍ୟାନ ଦିଅନ୍ତୁ: ଯଦି ଆପଣ କଲ୍ କରିବା ସମୟରେ Wi-Fi ସଂଯୋଗ ବିଛିନ୍ନ ହୋଇଯାଇଥାଏ, ତେବେ ଉପଲବ୍ଧ ଏବଂ ଚଲୁ ଥିବା ସମୟରେ, କଲ୍ ଗୁଡିକ VoLTE (ଭଏସ୍ ଓଭର୍‌ LTE) ବ୍ୟବହାର କରି ଆପଣଙ୍କ ନେଟ୍‌ୱର୍କ୍‌ ପ୍ରଦାନକାରୀରୀଙ୍କ ମୋବାଇଲ୍ ନେଟ୍‌ୱର୍କ୍‌କୁ ସ୍ୱୟଂଚାଳିତ ଭାବରେ ସ୍ବିଚ୍ ହୁଏ। “ମୋବାଇଲ୍ ଡେଟା ସେଟିଂସ୍ ଦେଖନ୍ତୁ କିମ୍ବା ପରିବର୍ତ୍ତନ କରନ୍ତୁ” ଦେଖନ୍ତୁ। (ଏକ Wi-Fi ସଂଯୋଗ ଉପଲବ୍ଧ ହେଲେ, VoLTE କଲ୍‌ଗୁଡ଼ିକ ମଧ୍ଯ Wi-Fiକୁ ସ୍ୱିଚ୍ ହୋଇଯାଏ।) ଫୀଚର୍‌ର ଉପଲବ୍ଧତା ପାଇଁ ଆପଣଙ୍କ ନେଟ୍‌ୱର୍କ୍‌ ପ୍ରଦାନକାରୀ ସହିତ ଯୋଗାଯୋଗ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.