ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad ରେ ଫଟୋ ଆଲ୍‌ବମ୍‌ ତିଆରି କରି କାର୍ଯ‍୍ୟ କରନ୍ତୁ

ଆପଣଙ୍କ ଫଟୋ ଓ ଭିଡିଓ ଦେଖିବା ଏବଂ ସଂଗଠିତ କରିବା ପାଇଁ ଫଟୋ ଆପ୍‌ରେ ଆଲବମ୍‌ ବ୍ଯବହାର କରନ୍ତୁ। ଆପଣ ଆଲ୍‌ବମ୍‌ଗୁଡ଼ିକର ରୀନେମ୍, ପୁନଃ ବ୍ଯବସ୍ଥା ଏବଂ ଡିଲିଟ୍ ମଧ୍ୟ କରିପାରିବେ ଏବଂ ଏକାଧିକ ଆଲ୍‌ବମ୍‌ ରଖିବାକୁ ଫୋଲ୍ଡର୍ ତିଆରି କରିପାରିବେ।

ଆଲବମ୍‌ ପାଇଁ ଫଟୋ ଆପ୍ ଖୋଲା ଅଛି। ପର୍ସନଲ୍‌ ଚୟନ ହୋଇଛି। ବାକି iPad ସ୍କ୍ରୀନ୍‌ ଏକ ଗ୍ରିଡ୍‌ରେ ଆଲବମ୍ ଥମ୍ବନେଲ୍ ଦେଖାଉଛି।

ଯଦି ଆପଣ iCloud ଫଟୋ ବ୍ୟବହାର କରନ୍ତି, ତେବେ iCloudରେ ଆଲ୍‌ବମ୍‌ ଷ୍ଟୋର୍ ହୋଇଯାଏ। ଆପଣ ସମାନ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରିଥିବା ଡିଭାଇସ୍‌ଗୁଡ଼ିକରେ ସେଗୁଡ଼ିକ ଅପ୍ ଟୁ ଡେଟ୍ ଏବଂ ଆକ୍ସେସିବଲ୍ ଅଟେ। “iCloud ସହାୟତାରେ ଆପଣଙ୍କ ଫଟୋ ଏବଂ ଭିଡିଓର ବ‍୍ୟାକ୍‌ଅପ୍ ନିଅନ୍ତୁ ଏବଂ ସିଙ୍କ୍ କରନ୍ତୁ” ଦେଖନ୍ତୁ।

ଏକ ନୂଆ ଆଲ୍‌ବମ୍ ତିଆରି କରନ୍ତୁ

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଲାଇବ୍ରେରି ସାଇଡ୍‌ବାର୍‌ରେ ଥିବା ଆଲ୍‌ବମ୍‌ରେ ଟାପ୍ କରନ୍ତୁ, ତା’ପରେ ସମସ୍ତ ଆଲ୍‌ବମ୍‌ରେ ଟାପ୍ କରନ୍ତୁ (କିମ୍ବା ସଂଗ୍ରହରେ ଟାପ୍ କରନ୍ତୁ, ତା’ପରେ ଆଲ୍‌ବମ୍‌ରେ ଟାପ୍ କରନ୍ତୁ)।

  3. “ଯୋଡ଼ନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ “ନୂଆ ଆଲ୍‌ବମ୍”ରେ ଟାପ୍ କରନ୍ତୁ।

  4. ଆଲ୍‌ବମ୍‌ ପାଇଁ ଏକ ନାମ ଲେଖନ୍ତୁ, ଫଟୋ ଯୋଡ଼ନ୍ତୁ ଏବଂ ଆଲ୍‌ବମ୍‌କୁ ଉପସ୍ଥାପନ କରିବା ପାଇଁ ଏକ କୀ’ ଫଟୋ ବାଛନ୍ତୁ।

  5. “ତିଆରି କରନ୍ତୁ”ରେ ଟାପ୍‌ କରନ୍ତୁ।

ଏକ ଆଲବମ୍‌ ତିଆରି କରିବାକୁ ଆପଣ ଅନ୍ୟ ଲୋକମାନଙ୍କ ସହିତ ସହଯୋଗ କରନ୍ତି, ଶେୟର୍ ହୋଇଥିବା ଆଲବମ୍‌ ତିଆରି କରନ୍ତୁ ଦେଖନ୍ତୁ।

ଆଲ୍‌ବମ୍ କ୍ରମବଦ୍ଧ କରନ୍ତୁ

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଲାଇବ୍ରେରି ସାଇଡ୍‌ବାର୍‌ରେ ଥିବା ଆଲ୍‌ବମ୍‌ରେ ଟାପ୍ କରନ୍ତୁ, ତା’ପରେ ସମସ୍ତ ଆଲ୍‌ବମ୍‌ରେ ଟାପ୍ କରନ୍ତୁ (କିମ୍ବା ସଂଗ୍ରହରେ ଟାପ୍ କରନ୍ତୁ, ତା’ପରେ ଆଲ୍‌ବମ୍‌ରେ ଟାପ୍ କରନ୍ତୁ)।

  3. “ଅଧିକ” ବଟନ୍‌ ରେ ଟାପ୍‌ କରନ୍ତୁ, ତା’ପରେ ଏକ “କ୍ରମବଦ୍ଧ” ବିକଳ୍ପ ବାଛନ୍ତୁ।

    ଯଦି ଆପଣ “କଷ୍ଟମ୍ ଅର୍ଡର୍ ଅନୁସାରେ କ୍ରମବଦ୍ଧ କରନ୍ତୁ” ଚୟନ କରନ୍ତି, ତେବେ ଏକ ଆଲ୍‌ବମ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ଏହାକୁ ଏକ ନୂଆ ଅବସ୍ଥାନକୁ ଡ୍ରାଗ୍ କରନ୍ତୁ।

  4. କେବଳ ଆଲ୍‌ବମ୍ କିମ୍ବା କେବଳ ଫୋଲ୍ଡର୍ ଦେଖାଇବା ପାଇଁ “ଅଧିକ” ବଟନ୍‌ ରେ ଟାପ୍ କରନ୍ତୁ, ଫିଲ୍ଟର୍‌ରେ ଟାପ୍‌ କରନ୍ତୁ, ତା’ପରେ ଏକ ବିକଳ୍ପ ବାଛନ୍ତୁ।

ଆଲ୍‌ବମ୍‌ ଲିଷ୍ଟ୍‌ର ଫର୍ମାଟ୍ ପରିବର୍ତ୍ତନ କରିବା ପାଇଁ, “ଅଧିକ” ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ “ଲିଷ୍ଟ୍ ଭ୍ଯୂ” କିମ୍ବା "ମୁଖ‍୍ୟ ଫଟୋ" ଚୟନ କରନ୍ତୁ।

ଏକ ଆଲ୍‌ବମ୍ ରୀନେମ୍ କରନ୍ତୁ

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ସଂଗ୍ରହରେ ଟାପ୍ କରନ୍ତୁ, ତା’ପରେ ଆଲ୍‌ବମ୍‌ରେ ଟାପ୍ କରନ୍ତୁ।

  3. ଆପଣ ରୀନେମ୍ କରିବାକୁ ଚାହୁଁଥିବା ଆଲ୍‌ବମ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

  4. “ଶୀର୍ଷକ ଏବଂ ଫଟୋ ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

  5. ଟେକ୍ସ୍‌ଟ୍ ଫିଲ୍ଡ୍‌ରେ ନୂଆ ନାମ ଲେଖନ୍ତୁ, ତା’ପରେ ସମ୍ପୂର୍ଣ୍ଣରେ ଟାପ୍‌ କରନ୍ତୁ।

ଏକ ଆଲ୍‌ବମ୍‌ରୁ ଫଟୋ ଶେୟର୍ କରନ୍ତୁ

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ସଂଗ୍ରହରେ ଟାପ୍ କରନ୍ତୁ, ତା’ପରେ ଆଲ୍‌ବମ୍‌ରେ ଟାପ୍ କରନ୍ତୁ।

  3. ଏହାକୁ ଖୋଲିବା ପାଇଁ ଏକ ଆଲ୍‌ବମ୍‌ରେ ଟାପ୍‌ କରନ୍ତୁ।

  4. “ଚୟନ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଆପଣ ଶେୟର୍‌ କରିବାକୁ ଚାହୁଁଥିବା ଆଇଟମ୍‌ରେ ଟାପ୍ କରନ୍ତୁ। କିମ୍ବା “ଚୟନ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଆଲ୍‌ବମ୍‌ରେ ଥିବା ସବୁକିଛି ଶେୟର୍ କରିବା ପାଇଁ “ସବୁ ଚୟନ କରନ୍ତୁ”ରେ ଟାପ୍ କରନ୍ତୁ।

  5. “ଶେୟର୍ କରନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ, ତାପରେ AirDrop, ମେସେଜ୍‌ କିମ୍ୱା Mail ଭଳି ଏକ ଶେୟରିଂ ବିକଳ୍ପ ବାଛନ୍ତୁ।

ଏକ ଆଲ୍‌ବମ୍‌‌କୁ ଡିଲିଟ୍ କରନ୍ତୁ

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ସଂଗ୍ରହରେ ଟାପ୍ କରନ୍ତୁ, ତା’ପରେ ଆଲ୍‌ବମ୍‌ରେ ଟାପ୍ କରନ୍ତୁ।

  3. ଆପଣ ଡିଲିଟ୍ କରିବାକୁ ଚାହୁଁଥିବା ଆଲ୍‌ବମ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

  4. “ଆଲ୍‌ବମ୍‌ ଡିଲିଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଆପଣ ଏକ ଆଲ୍‌ବମ୍‌ ଡିଲିଟ୍ କଲେ, ଏହା ମଧ୍ଯରେ ଥିବା ଫଟୋ ଏବଂ ଭିଡିଓ ଆପଣଙ୍କ ଫଟୋ ଲାଇବ୍ରେରି ଏବଂ ସେଗୁଡ଼ିକରେ ଯୋଡ଼ାଯାଇଥିବା ଅନ୍ଯ କୌଣସି ଆଲ୍‌ବମ୍‌ରେ ରହିଥାଏ।

ଫୋଲ୍ଡର୍‌ଗୁଡ଼ିକରେ ଆଲ୍‌ବମ୍ ସଂଗଠିତ କରନ୍ତୁ

ଆପଣ ନିଜ ଆଲ୍‌ବମ୍ ସଙ୍ଗଠିତ କରିବା ପାଇଁ ଫୋଲ୍ଡର୍ ତିଆରି କରିପାରିବେ। ଆପଣ ଏକ ଫୋଲ୍ଡର୍ ତିଆରି କରିବା ପରେ, ଏହା ଆଲ୍‌ବମ୍ ସଂଗ୍ରହରେ ଦେଖାଯାଏ।

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଲାଇବ୍ରେରି ସାଇଡ୍‌ବାର୍‌ରେ ଥିବା ଆଲ୍‌ବମ୍‌ରେ ଟାପ୍ କରନ୍ତୁ, ତା’ପରେ ସମସ୍ତ ଆଲ୍‌ବମ୍‌ରେ ଟାପ୍ କରନ୍ତୁ (କିମ୍ବା ସଂଗ୍ରହରେ ଟାପ୍ କରନ୍ତୁ, ତା’ପରେ ଆଲ୍‌ବମ୍‌ରେ ଟାପ୍ କରନ୍ତୁ)।

  3. “ଯୋଡ଼ନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ ନୂଆ ଫୋଲ୍ଡର୍‌ରେ ଟାପ୍ କରନ୍ତୁ।

  4. ଫୋଲ୍ଡର୍‌ର ନାମ କରନ୍ତୁ, ତା’ପରେ ଏଥିରେ ଆଲ୍‌ବମ୍‌ ଯୋଡ଼ନ୍ତୁ।

  5. “ତିଆରି କରନ୍ତୁ”ରେ ଟାପ୍‌ କରନ୍ତୁ।

ଏକ ଫୋଲ୍ଡର୍‌ରୁ ଏକ ଆଲ୍‌ବମ୍ କାଢ଼ିବା ପାଇଁ, ଏହାକୁ ଖୋଲିବା ପାଇଁ ଫୋଲ୍ଡର୍‌ରେ ଟାପ୍ କରନ୍ତୁ, ଏକ ଆଲ୍‌ବମ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “ଫୋଲ୍ଡର୍‌ରୁ କାଢ଼ି ଦିଅନ୍ତୁ”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.