iPad ରେ ଆପଣଙ୍କ ଭଏସ୍‌ମେଲ୍ ଯାଞ୍ଚ କରନ୍ତୁ

ଆପଣଙ୍କ ଭଏସ୍‌ମେଲ୍ ମେସେଜ୍ ଶୁଣିବା, ଡିଲିଟ୍ କରିବା, ପଢ଼ିବା କିମ୍ବା ଶେୟର୍ କରିବା ପାଇଁ ଫୋନ୍ ଆପ୍ ବ୍ଯବହାର କରନ୍ତୁ। ଭିଜୁଅଲ୍ ଭଏସ୍‌ମେଲ୍ ଉପଲବ୍ଧ ନଥିବା ସମୟରେ ଆପଣ ନିଜର ଭଏସ୍‌ମେଲ୍ ମେସେଜ୍ ଯାଞ୍ଚ କରିପାରିବେ।

ଏକ ଭଏସ୍‌ମେଲ୍ ମେସେଜ୍ ଚଲାନ୍ତୁ, ଶେୟର୍‌ କରନ୍ତୁ କିମ୍ବା ଡିଲିଟ୍ କରନ୍ତୁ

Siri: ଏହିପରି କିଛି Siri କୁ ପଚାରନ୍ତୁ, “Play the voicemail from Eliza.” କିପରି Siri ବ‍୍ୟବହାର କରିବେ ଜାଣନ୍ତୁ

କିମ୍ବା Siri ବ୍ୟବହାର ନ କରି:

  1. ଆପଣଙ୍କ iPad ରେ ଫୋନ୍‌ ଆପ୍ କୁ ଯାଆନ୍ତୁ।

  2. “ଭଏସ୍‌ମେଲ୍”ରେ ଟାପ୍ କରନ୍ତୁ, ତା’ପରେ ଏକ “ମେସେଜ୍”ରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • ମେସେଜ୍ ପ୍ଲେ କରନ୍ତୁ: “ଚଲାନ୍ତୁ” ବଟନ୍‌ ରେ ଟାପ୍‌ କରନ୍ତୁ।

      ଆପଣ ମେସେଜ୍‌ଗୁଡ଼ିକ ଡିଲିଟ୍‌ ନ କରିବା ପର୍ଯ୍ୟନ୍ତ (କିମ୍ବା ଆପଣଙ୍କ ନେଟ୍‌ୱର୍କ୍‌ ପ୍ରଦାନକାରୀ ସେଗୁଡିକୁ ଡିଲିଟ୍ ନ କରିବା ପର୍ଯ୍ୟନ୍ତ, ଯଦି ସେଗୁଡିକ iCloudରେ ଷ୍ଟୋର୍ ହୋଇନାହିଁ) ସେଗୁଡ଼ିକ ସେଭ୍ ଥାଏ।

    • ମେସେଜ୍ ଶେୟର୍‌ କରନ୍ତୁ: “ଶେୟର୍ କରନ୍ତୁ” ବଟନ୍‌ ରେ ଟାପ୍‌ କରନ୍ତୁ।

    • ମେସେଜ୍ ଡିଲିଟ୍ କରନ୍ତୁ: “ଡିଲିଟ୍ କରନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

      ଗୁରୁତ୍ବପୂର୍ଣ୍ଣ: କେତେକ ଦେଶ କିମ୍ବା ଅଞ୍ଚଳରେ, ଆପଣଙ୍କ ନେଟ୍‌ୱର୍କ୍‌ ପ୍ରଦାନକାରୀଙ୍କ ଦ୍ୱାରା ଡିଲିଟ୍ ହୋଇଥିବା ମେସେଜ୍ ସ୍ଥାୟୀ ଭାବରେ ଇରେଜ୍ ହୋଇପାରେ। ଯଦି ଆପଣ ନିଜ SIM କାର୍ଡ୍‌ ବଦଳାନ୍ତି ତେବେ ଆପଣଙ୍କ ଭଏସ୍ ମେସେଜ୍ ମଧ୍ଯ ଡିଲିଟ୍ ହୋଇପାରେ।

ଏକ ଡିଲିଟ୍ ହୋଇଥିବା ମେସେଜ୍ ରିକଭର୍ କରିବାକୁ, ଡିଲିଟ୍ ହୋଇଥିବା ମେସେଜ୍‌ରେ ଟାପ୍ କରନ୍ତୁ, ମେସେଜ୍‌ରେ ଟାପ୍ କରନ୍ତୁ, ତା’ପରେ “ଅନ୍‌ଡିଲିଟ୍” ବଟନ୍‌ ରେ ଟାପ୍ କରନ୍ତୁ।

ଯଦି Apple Intelligence ଚାଲୁ ଅଛି ଏବଂ ଆପଣଙ୍କ ଅଞ୍ଚଳରେ ଲାଇଭ୍ ଭଏସ୍‌ମେଲ୍ ଉପଲବ୍ଧ ଅଛି, ତେବେ ପ୍ରତ୍ୟେକ ମିସ୍ କଲ୍ ତଳେ ଭଏସ୍‌ମେଲ୍ ସାରାଂଶ ଦେଖାଯିବ, ଯାହାଦ୍ୱାରା ଆପଣ ତୁରନ୍ତ ଦେଖିପାରିବେ ଯେ କିଏ ଯୋଗାଯୋଗ କରିଛନ୍ତି ଏବଂ ସେମାନେ କ’ଣ କହିଛନ୍ତି। “ଫୋନ୍‌ରେ Apple Intelligence ବ‍୍ୟବହାର କରନ୍ତୁ” ଦେଖନ୍ତୁ।

ଭିଜୁଅଲ୍ ଭଏସ୍‌ମେଲ୍ ଉପଲବ୍ଧ ନଥିବା ବେଳେ ଆପଣଙ୍କ ମେସେଜ୍ ଯାଞ୍ଚ କରନ୍ତୁ

  • ଆପଣଙ୍କ iPadରେ: “ଭଏସ୍‌ମେଲ୍”ରେ ଟାପ୍ କରନ୍ତୁ, ତା’ପରେ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

  • ଅନ୍ଯ ଏକ ଫୋନ୍‌ରେ: ଆପଣଙ୍କ ଗ୍ରିଟିଂକୁ ବାଇପାସ୍ କରିବାକୁ ନିଜର ମୋବାଇଲ୍ ନମ୍ବର୍‌ ଡାଏଲ୍ କରନ୍ତୁ, * କିମ୍ୱା # (ଆପଣଙ୍କ ନେଟ୍‌ୱର୍କ୍‌ ପ୍ରଦାନକାରୀଙ୍କ ଉପରେ ନିର୍ଭର କରି) ଦବାନ୍ତୁ, ତାପରେ ଆପଣଙ୍କ ଭଏସ୍‌ମେଲ୍ ପାସ୍‌ୱର୍ଡ୍ ଲେଖନ୍ତୁ।

ଭଏସ୍‌ମେଲ୍ ଟ୍ରାନ୍‌ସ୍କ୍ରିପ୍ସନ୍ ଦେଖନ୍ତୁ

ଭଏସ୍‌ମେଲ୍ ଟ୍ରାନ୍‌ସ୍କ୍ରିପ୍ସନ୍ ଆପଣଙ୍କ ମେସେଜ୍‌କୁ ଟେକ୍ସ୍‌ଟ୍‌ରେ ରୂପାନ୍ତରିତ କରେ।

ଧ‍୍ୟାନ ଦିଅନ୍ତୁ: ଭଏସ୍‌ମେଲ୍ ଟ୍ରାନ୍‌ସ୍କ୍ରିପ୍ସନ୍‌ ଚୟନିତ ଦେଶ କିମ୍ବା ଅଞ୍ଚଳରେ ଚୟନିତ ନେଟ୍‌ୱର୍କ୍‌ ପ୍ରଦାନକାରୀଠାରୁ ଉପଲବ୍ଧ।

  1. ଆପଣଙ୍କ iPad ରେ ଫୋନ୍‌ ଆପ୍ କୁ ଯାଆନ୍ତୁ।

  2. ଫିଲ୍ଟର୍‌ ବଟନ୍‌ ରେ ଟାପ୍ କରନ୍ତୁ, ଭଏସ୍‌ମେଲ୍‌ରେ ଟାପ୍ କରନ୍ତୁ, ତା’ପରେ ଏକ ମେସେଜ୍‌ରେ ଟାପ୍ କରନ୍ତୁ।

    ଆପଣଙ୍କ ସ୍କ୍ରୀନ୍‌ର ଡାହାଣ ପାର୍ଶ୍ବରେ ଭଏସ୍‌ମେଲ୍‌ର ଟ୍ରାନ୍‌ସ୍କ୍ରିପ୍ସନ୍ ଦେଖାଯାଉଛି।

*Apple Intelligence ନିମ୍ନଲିଖିତ ଭାଷାଗୁଡ଼ିକ ପାଇଁ ସମର୍ଥନ ସହିତ ବୀଟାରେ ଉପଲବ୍ଧ: ଇଂରାଜୀ, ଡାନିଶ୍, ଡଚ୍, ଫରାସୀ, ଜର୍ମାନ୍, ଇଟାଲୀୟ, ନର୍‌ୱେଜିଅନ୍‌, ପର୍ତ୍ତୁଗୀଜ୍, ସ୍ପାନିଶ୍, ସ୍ୱିଡିଶ୍, ତୁର୍କୀ, ଚାଇନିଜ୍ (ସରଳୀକୃତ), ଚାଇନିଜ୍ (ପାରମ୍ପରିକ), ଜାପାନୀ, କୋରିଆନ୍ ଓ ଭିଏତ୍‌ନାମୀ। କେତେକ ଫୀଚର୍ ସମସ୍ତ ଭାଷା କିମ୍ବା ଅଞ୍ଚଳରେ ଉପଲବ୍ଧ ହୋଇନପାରେ। ଭାଷା ଓ ଫୀଚର୍ ଉପଲବ୍ଧତା ଏବଂ ସିଷ୍ଟମ୍ ଆବଶ‍୍ୟକତା ବିଷୟରେ ଅଧିକ ସୂଚନା ପାଇଁ Apple ସହାୟତା ଆର୍ଟିକଲ୍ “Apple Intelligence କିପରି ପ୍ରାପ୍ତ କରିବେ” ଦେଖନ୍ତୁ।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.