ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିନା ଆପ୍‌ର ଟେକ୍ସ୍‌ଟ୍‌କୁ ଅନୁବାଦ କରନ୍ତୁ

iPad ରେ, କ‍୍ୟାମେରା, ଫଟୋ, Safari, ମେସେଜ୍, ମେଲ୍, ସମର୍ଥିତ ତୃତୀୟ-ପକ୍ଷ ଆପ୍ ଇତ୍ଯାଦିରୁ ଟେକ୍ସ୍‌ଟ୍‌ ଅନୁବାଦ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ସମର୍ଥିତ ଭାଷାଗୁଡ଼ିକ ପାଇଁ ଅନୁବାଦ ଉପଲବ୍ଧ ଅଟେ। iOS ଏବଂ iPadOS ଫୀଚର୍‌ ଉପଲବ୍ଧତା ଓ୍ବେବ୍‌ସାଇଟ୍‌ ଦେଖନ୍ତୁ।

ଆପ୍‌ର ଟେକ୍ସ୍‌ଟ୍‌ ଅନୁବାଦ କରନ୍ତୁ

ଆପଣ Sanfari, ମେସେଜ୍‌, Mail, ସମର୍ଥିତ ତୃତୀୟ-ପକ୍ଷ ଆପ୍ ଏବଂ ଇତ୍ଯାଦିରେ ଅନୁବାଦ କରିବା ପାଇଁ ଯେକୌଣସି ଟେକ୍ସ୍‌ଟ୍‌ ଚୟନ କରିପାରିବେ। ଆପଣ ନିଜ iPadରେ ଟେକ୍ସ୍‌ଟ୍‌ ଲେଖିଲା ବେଳେ, ଆପଣ ଯାହା ଲେଖିଛନ୍ତି ତାହାକୁ ଅନୁବାଦ ସହିତ ମଧ୍ଯ ବଦଳାଇ ପାରିବେ।

  1. ଆପଣଙ୍କ iPad ରେ Safari, ମେସେଜ୍ କିମ୍ବା Mail ଭଳି ଏକ ଆପ୍‌କୁ ଯାଆନ୍ତୁ।

  2. ଆପଣ ଅନୁବାଦ କରିବାକୁ ଚାହୁଁଥିବା ଟେକ୍ସ୍‌ଟ୍‌ ଚୟନ କରନ୍ତୁ, ତା’ପରେ ଅନୁବାଦରେ ଟାପ୍ କରନ୍ତୁ।

    ଯଦି ଆପଣ ଅନୁବାଦ ଦେଖୁନାହାନ୍ତି, ଅଧିକ ବିକଳ୍ପ ଦେଖିବା ପାଇଁ “ଅଧିକ ଆଇଟମ୍ ଦେଖାନ୍ତୁ” ବଟନ୍ରେ ଟାପ୍ କରନ୍ତୁ।

  3. ଆପଣ ନିଜ ଚୟନିତ ଟେକ୍ସ୍‌ଟ୍‌କୁ ଯେଉଁ ଭାଷାରେ ଅନୁବାଦ କରିବାକୁ ଚାହୁଁଛନ୍ତି, ସେହି ଭାଷାରେ ଟାପ୍ କରନ୍ତୁ।

  4. ଟେକ୍ସ୍‌ଟ୍‌ ଅନୁବାଦ ତଳେ, ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ ବାଛନ୍ତୁ:

    • ଅନୁବାଦ ସହିତ ବଦଳାନ୍ତୁ: ଅନୁବାଦ ସହିତ ଆପଣଙ୍କ ମୂଳ ଟେକ୍ସ୍‌ଟ୍‌କୁ ବଦଳାନ୍ତୁ (କେବଳ ଏଡିଟେବଲ୍‌ ଟେକ୍ସ୍‌ଟ୍‌କୁ ଅନୁବାଦ କରିବା ସମୟରେ ଉପଲବ୍ଧ)।

    • ଅନୁବାଦ କପି କରନ୍ତୁ: ଅନୁବାଦ ହୋଇଥିବା ଟେକ୍ସ୍‌ଟ୍‌ କପି କରନ୍ତୁ।

    • ଫେଭରିଟ୍‌ରେ ଯୋଡ଼ନ୍ତୁ: ଫେଭରିଟ୍ ଲିଷ୍ଟ୍‌ରେ ଅନୁବାଦ ଯୋଡ଼ନ୍ତୁ।

    • ଅନୁବାଦରେ ଖୋଲନ୍ତୁ: ଅନୁବାଦ ଆପ୍‌ରେ ଅନୁବାଦ ସହିତ ଅଧିକ କରନ୍ତୁ।

    • ଭାଷାଗୁଡ଼ିକ ଡାଉନ୍‌ଲୋଡ୍‌ କରନ୍ତୁ: ଅଫ୍‌ଲାଇନ୍‌ ଅନୁବାଦ ପାଇଁ ଭାଷା ଡାଉନ୍‌ଲୋଡ୍‌ କରନ୍ତୁ।

    • ମୂଳ ଟେକ୍ସ୍‌ଟ୍‌ ଶୁଣନ୍ତୁ: ଅଧିକରେ ଟାପ୍ କରନ୍ତୁ, ତା’ପରେ ଅରିଜିନଲ୍ ଟେକ୍ସ୍‌ଟ୍‌ ଶୁଣିବା ପାଇଁ “ଗ୍ରେ ପ୍ଲେ” ବଟନ୍ ରେ ଟାପ୍ କରନ୍ତୁ।

    • ଅନୁବାଦିତ ଟେକ୍ସ୍‌ଟ୍‌ ଶୁଣନ୍ତୁ: ଅନୁବାଦିତ ଟେକ୍ସ୍‌ଟ୍‌ ଶୁଣିବା ପାଇଁ “ନୀଳ ପ୍ଲେ” ବଟନ୍ରେ ଟାପ୍ କରନ୍ତୁ।

ଫଟୋରେ ଟେକ୍ସ୍‌ଟ୍‌କୁ ଅନୁବାଦ କରନ୍ତୁ

ଆପଣ ଟେକ୍ସ୍‌ଟ୍ ଥିବା ଏକ ଫଟୋ ଦେଖିବା ସମୟରେ, “ଟେକ୍ସ୍‌ଟ୍‌ ଚିହ୍ନଟ କରନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ, ଆପଣ ଅନୁବାଦ କରିବାକୁ ଚାହୁଁଥିବା ଟେକ୍ସ୍‌ଟ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “ଅନୁବାଦ କରନ୍ତୁ”ରେ ଟାପ୍ କରନ୍ତୁ।

ଯଦି ଆପଣ ଅନୁବାଦ ଦେଖୁନାହାନ୍ତି, ଅଧିକ ବିକଳ୍ପ ଦେଖିବା ପାଇଁ “ଅଧିକ ଆଇଟମ୍ ଦେଖାନ୍ତୁ” ବଟନ୍ରେ ଟାପ୍ କରନ୍ତୁ।

iPad କ‍୍ୟାମେରା ସହାୟତାରେ ଟେକ୍ସ୍‌ଟ୍ ଅନୁବାଦ କରନ୍ତୁ

ରେସିପି ଭଳି, ଉଦାହରଣ ସ୍ୱରୂପ—ଆପଣଙ୍କ ଚାରିପାଖର ଟେକ୍ସ୍‌ଟ୍‌କୁ ଅନୁବାଦ କରିବା ପାଇଁ ଆପଣ କ୍ୟାମେରା ବ‍୍ୟବହାର କରିପାରିବେ।

  1. ଆପଣଙ୍କ iPad ରେ କ‍୍ୟାମେରା ଖୋଲନ୍ତୁ।

  2. iPadକୁ ଏପରି ରଖନ୍ତୁ ଯାହା ଦ୍ୱାରା ଟେକ୍ସ୍‌ଟ୍‌ ସ୍କ୍ରୀନ୍‌ରେ ଦେଖାଯିବ।

  3. ଚିହ୍ନଟ ହୋଇଥିବା ଟେକ୍ସ୍‌ଟ୍‌ର ଚାରିପାଖରେ ହଳଦିଆ ଫ୍ରେମ୍ ଦେଖାଯିବା ପରେ “ଟେକ୍ସ୍‌ଟ୍‌ ଚିହ୍ନଟ କରନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ।

  4. ଆପଣ ଅନୁବାଦ କରିବାକୁ ଚାହୁଁଥିବା ଟେକ୍ସ୍‌ଟ୍‌ ଚୟନ କରନ୍ତୁ, ତା’ପରେ ଅନୁବାଦରେ ଟାପ୍ କରନ୍ତୁ।

    ଯଦି ଆପଣ ଅନୁବାଦ ଦେଖୁନାହାନ୍ତି, ଅଧିକ ବିକଳ୍ପ ଦେଖିବା ପାଇଁ “ଅଧିକ ଆଇଟମ୍ ଦେଖାନ୍ତୁ” ବଟନ୍ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.