ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଆପ୍, ଆପ୍ ଡାଉନ୍‌ଲୋଡ୍‌, ଓ୍ବେବ୍‌ସାଇଟ୍‌ ଏବଂ କ୍ରୟକୁ ବ୍ଲକ୍ କରନ୍ତୁ

ଆପଣ iTunes ଓ App Store କ୍ରୟ ବ୍ୟତୀତ, ଆପ୍, ଫୀଚର୍ ଏବଂ ୱେବ୍‌ସାଇଟ୍‌କୁ ଆକ୍ସେସ୍ ପ୍ରତିବନ୍ଧିତ କରିପାରିବେ।

ବିଷୟବସ୍ତୁକୁ ବ୍ଲକ୍‌ କରନ୍ତୁ ଏବଂ iTunes ଓ ap Store କ୍ରୟଗୁଡ଼ିକୁ ରୋକନ୍ତୁ

ଅନୁପଯୁକ୍ତ ବିଷୟବସ୍ତୁ ବ୍ଲକ୍ କରିବା ପାଇଁ ବିଷୟବସ୍ତୁ ଏବଂ ଗୋପନୀୟତା ପ୍ରତିବନ୍ଧକ ସେଟ୍ କରନ୍ତୁ ଏବଂ iTunes Store ଏବଂ App Store କ୍ରୟ ପାଇଁ ପ୍ରତିବନ୍ଧକ ସେଟ୍ କରନ୍ତୁ।

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ସ୍କ୍ରୀନ୍ ଟାଇମ୍‌ରେ ଟାପ୍ କରନ୍ତୁ।

    ଯଦି ଆପଣ ନିଜ ପିଲାଙ୍କ ପାଇଁ ଏହି ଫୀଚର୍ ଚାଲୁ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପିଲାଙ୍କ ନାମରେ ଟାପ୍ କରନ୍ତୁ।

  3. “ବିଷୟବସ୍ତୁ ଓ ଗୋପନୀୟତା କଟକଣା” ଉପରେ ଟାପ୍ କରନ୍ତୁ, ତା’ପରେ ବିଷୟବସ୍ତୁ ଓ ଗୋପନୀୟତା କଟକଣା ଚାଲୁ କରନ୍ତୁ।

  4. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଷ୍ଟୋର୍ କ୍ରୟ ଏବଂ ପୁଣି ଡାଉନ୍‌ଲୋଡ୍‌ କରିବା ପାଇଁ ପ୍ରତିବନ୍ଧକ ସେଟ୍ କରନ୍ତୁ: iTunes ଏବଂ App Store କ୍ରୟ ଉପରେ ଟାପ୍ କରନ୍ତୁ।

    • ହୋମ୍ ସ୍କ୍ରୀନ୍‌ରୁ ଏକ ଆପ୍ କିମ୍ବା ଫିଚର୍ କାଢ଼ନ୍ତୁ: “ଅନୁମତିପ୍ରାପ୍ତ ଆପ୍ ଏବଂ ଫୀଚର୍‌” ଉପରେ ଟାପ୍ କରନ୍ତୁ।

    • App Store, ମିଡିଆ, ୱେବ୍‌ ଏବଂ Game Center ପାଇଁ ବିଷୟବସ୍ତୁ ରେଟିଂ ଏବଂ ଅନ୍ଯ ପ୍ରତିବନ୍ଧକ ସେଟ୍‌ କରନ୍ତୁ: App Store, ମିଡିଆ, ୱେବ୍ ଓ ଗେମ୍‌ରେ ଟାପ୍ କରନ୍ତୁ।

    • Apple Intelligence,* Siri, ଏବଂ ଗଣିତ ଫଳାଫଳର ଆକ୍ସେସ୍ ସୀମିତ କରନ୍ତୁ: ଇଣ୍ଟେଲିଜେନ୍ସ ଏବଂ Siriରେ ଟାପ୍ କରନ୍ତୁ; । (Apple ସ୍କ୍ରୀନ୍ ଟାଇମ୍‌ରେ ଇଣ୍ଟେଲିଜେନ୍ସ୍ ଫୀଚର୍‌ ପାଇଁ ଆକ୍ସେସ୍ ବ୍ଲକ୍‌ କରନ୍ତୁ ଦେଖନ୍ତୁ।)

    • ନିର୍ଦ୍ଦିଷ୍ଟ ଫୀଚର୍‌, ଆପ୍ କିମ୍ବା ମିଡିଆରେ ଗୋପନୀୟତା ସେଟିଂସ୍‌ରେ ପରିବର୍ତ୍ତନକୁ ଅନୁମତି ଦିଅନ୍ତୁ: ଗୋପନୀୟତା ତଳେ ଥିବା ଏକ “ବିକଳ୍ପ” ଉପରେ ଟାପ୍ କରନ୍ତୁ, ତା’ପରେ “ପରିବର୍ତ୍ତନକୁ ଅନୁମତି ଦିଅନ୍ତୁ“ କିମ୍ବା “ପରିବର୍ତ୍ତନକୁ ଅନୁମତି ଦିଅନ୍ତୁ ନାହିଁ” ଉପରେ ଟାପ୍ କରନ୍ତୁ।

    • ଅନ୍ଯ ସେଟିଂସ୍‌ରେ ପରିବର୍ତ୍ତନକୁ ଅନୁମତି ଦିଅନ୍ତୁ: “ପରିବର୍ତ୍ତନକୁ ଅନୁମତି ଦିଅନ୍ତୁ”ର ତଳେ ଥିବା ବିକଳ୍ପ ଉପରେ ଟାପ୍ କରନ୍ତୁ, ତା’ପରେ “ଅନୁମତି ଦିଅନ୍ତୁ” କିମ୍ବା “ଅନୁମତି ଦିଅନ୍ତୁ ନାହିଁ” ଉପରେ ଟାପ୍ କରନ୍ତୁ।

ବିଲ୍ଟ୍-ଇନ୍ ଆପ୍ ଏବଂ ଫୀଚର୍‌ଗୁଡ଼ିକୁ ଚାଲୁ କିମ୍ବା ବନ୍ଦ କରନ୍ତୁ

ଆପଣ ବିଲ୍ଟ୍-ଇନ୍ ଆପ୍ କିମ୍ବା ଫୀଚର୍‌ର ବ୍ଯବହାରକୁ ସୀମିତ କରିପାରିବେ। ଯଦି ଆପଣ କୌଣସି ଆପ୍ ବନ୍ଦ କରନ୍ତି, ତେବେ ଏହାକୁ ଡିଲିଟ୍ କରାଯିବ ନାହିଁ; ଆପଣ ଏହାକୁ ପୁନଃ ଚାଲୁ ନକରିବା ପର୍ଯ‍୍ୟନ୍ତ ଏହାକୁ ଅସ୍ଥାୟୀ ଭାବରେ ଆପଣଙ୍କ ହୋମ୍‌ସ୍କ୍ରୀନ୍‌ରୁ ଲୁଚାଇ ରଖାଯିବ।

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ସ୍କ୍ରୀନ୍ ଟାଇମ୍‌ରେ ଟାପ୍ କରନ୍ତୁ।

    ଯଦି ଆପଣ ନିଜ ପିଲାଙ୍କ ପାଇଁ ଏହି ଫୀଚର୍ ଚାଲୁ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପିଲାଙ୍କ ନାମରେ ଟାପ୍ କରନ୍ତୁ।

  3. “ବିଷୟବସ୍ତୁ ଓ ଗୋପନୀୟତା କଟକଣା” ଉପରେ ଟାପ୍ କରନ୍ତୁ, ତା’ପରେ ବିଷୟବସ୍ତୁ ଓ ଗୋପନୀୟତା କଟକଣା ଚାଲୁ କରନ୍ତୁ।

  4. ଅନୁମୋଦିତ ଆପ୍ ଏବଂ ଫୀଚର୍‌ ଉପରେ ଟାପ୍ କରନ୍ତୁ, ତା’ପରେ ଆପଣ ସୀମିତ କରିବାକୁ ଚାହୁଁଥିବା ଆପ୍ କିମ୍ବା ଫୀଚର୍‌ ବନ୍ଦ କରନ୍ତୁ।

ଓ୍ବେବ୍‌ସାଇଟ୍ ବ୍ଲକ୍ କରନ୍ତୁ

ଆପଣ URL ଦ୍ବାରା ନିର୍ଦ୍ଦିଷ୍ଟ ଓ୍ବେବ୍‌ସାଇଟ୍‌ଗୁଡ଼ିକୁ ବ୍ଲକ୍ କରିପାରିବେ।

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ସ୍କ୍ରୀନ୍ ଟାଇମ୍‌ରେ ଟାପ୍ କରନ୍ତୁ।

    ଯଦି ଆପଣ ନିଜ ପିଲାଙ୍କ ପାଇଁ ୱେବ୍‌ସାଇଟ୍ ବ୍ଲକ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପିଲାଙ୍କ ନାମରେ ଟାପ୍ କରନ୍ତୁ।

  3. “ବିଷୟବସ୍ତୁ ଓ ଗୋପନୀୟତା କଟକଣା” ଉପରେ ଟାପ୍ କରନ୍ତୁ, ତା’ପରେ ବିଷୟବସ୍ତୁ ଓ ଗୋପନୀୟତା କଟକଣା ଚାଲୁ କରନ୍ତୁ।

  4. App Store, ମିଡିଆ, ୱେବ୍ ଏବଂ ଗେମ୍‌ରେ ଟାପ୍ କରନ୍ତୁ, ତା’ପରେ ୱେବ୍ ବିଷୟବସ୍ତୁରେ ଟାପ୍ କରନ୍ତୁ।

  5. “ବୟସ୍କ ୱେବ୍‌ସାଇଟ୍‌ ସୀମିତ କରନ୍ତୁ” ଚୟନ କରନ୍ତୁ, “କଦାପି ଅନୁମତି ଦିଅନ୍ତୁ ନାହିଁ” ତଳେ “ୱେବ୍‌ସାଇଟ୍‌ ଯୋଡ଼ନ୍ତୁ”ରେ ଟାପ୍‌ କରନ୍ତୁ ଏବଂ ଆପଣ ବ୍ଲକ୍‌ କରିବାକୁ ଚାହୁଁଥିବା ୱେବ୍‌ସାଇଟ୍‌ରେ URL ଲେଖନ୍ତୁ।

*Apple Intelligence ନିମ୍ନଲିଖିତ ଭାଷାଗୁଡ଼ିକ ପାଇଁ ସମର୍ଥନ ସହିତ ବୀଟାରେ ଉପଲବ୍ଧ: ଇଂରାଜୀ, ଡାନିଶ୍, ଡଚ୍, ଫରାସୀ, ଜର୍ମାନ୍, ଇଟାଲୀୟ, ନର୍‌ୱେଜିଅନ୍‌, ପର୍ତ୍ତୁଗୀଜ୍, ସ୍ପାନିଶ୍, ସ୍ୱିଡିଶ୍, ତୁର୍କୀ, ଚାଇନିଜ୍ (ସରଳୀକୃତ), ଚାଇନିଜ୍ (ପାରମ୍ପରିକ), ଜାପାନୀ, କୋରିଆନ୍ ଓ ଭିଏତ୍‌ନାମୀ। କେତେକ ଫୀଚର୍ ସମସ୍ତ ଭାଷା କିମ୍ବା ଅଞ୍ଚଳରେ ଉପଲବ୍ଧ ହୋଇନପାରେ। ଭାଷା ଓ ଫୀଚର୍ ଉପଲବ୍ଧତା ଏବଂ ସିଷ୍ଟମ୍ ଆବଶ‍୍ୟକତା ବିଷୟରେ ଅଧିକ ସୂଚନା ପାଇଁ Apple ସହାୟତା ଆର୍ଟିକଲ୍ Apple Intelligence କିପରି ପ୍ରାପ୍ତ କରିବେ ଦେଖନ୍ତୁ।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.