ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ମେସେଜ୍ ପଠାନ୍ତୁ ଏବଂ ଉତ୍ତର ଦିଅନ୍ତୁ

ଆପଣ ଟେକ୍ସଟ୍ ମେସେଜ୍, ଇମେଜ୍ ଏବଂ ଆହୁରି ଅନେକ କିଛି ପଠାଇ ପାରିବେ। ଆପଣ ଏକ ବାର୍ତ୍ତାଳାପ ମଧ୍ୟରେ କିମ୍ବା ଥ୍ରେଡ୍‌ରେ ନିର୍ଦ୍ଦିଷ୍ଟ ମନ୍ତବ୍ୟର ଉତ୍ତର ଦେଇପାରିବେ। ଆପଣ ନିଜ ମେସେଜ୍‌ଗୁଡ଼ିକ ଶୁଣିବା ଏବଂ ସେଗୁଡ଼ିକର ଉତ୍ତର ଦେବା ପାଇଁ Siriକୁ ମଧ୍ୟ ବ୍ୟବହାର କରିପାରିବେ।

ମେସେଜ୍ ଆପ୍‌ରେ ସମସ୍ତ ଫୀଚର୍‌କୁ ସମ୍ପୂର୍ଣ୍ଣ ରୂପେ ବ୍ଯବହାର କରିବା ପାଇଁ, ଆପଣ ମେସେଜ୍ ସେଟ୍ ଅପ୍ କରିଛନ୍ତି ବୋଲି ନିଶ୍ଚିତ କରନ୍ତୁ।

Siri: Siri କୁ କୁହନ୍ତୁ କିଛି ଏହିପରି, “Read my last message from Antonio.” Siriକୁ କିପରି ବ୍ୟବହାର କରିବେ ଜାଣନ୍ତୁ

ବାମ ପାର୍ଶ୍ୱରେ ଏକ ମେସେଜ୍‌ ବାର୍ତ୍ତାଳାପ ଲିଷ୍ଟ୍‌ ଏବଂ ଡାହାଣ ପାର୍ଶ୍ୱରେ ଏକ ବାର୍ତ୍ତାଳାପ ଟ‍୍ରାନ୍‌ସ୍କ୍ରିପ୍ଟ୍। ଏକ ଅପଠିତ ମେସେଜ୍‌କୁ ନୀଳ ଡଟ୍‌ ଦ୍ୱାରା ଚିହ୍ନିତ କରାଯାଇଛି।

ଏକ ବାର୍ତ୍ତାଳାପ ଆରମ୍ଭ କରନ୍ତୁ

ଏକ ନୂଆ ବାର୍ତ୍ତାଳାପ ଆରମ୍ଭ କରିବାକୁ ଆପଣ ଜଣେ କିମ୍ବା ଅଧିକ ଲୋକମାନଙ୍କୁ ଏକ SMS ପଠାଇପାରିବେ।

ବାମ ପାର୍ଶ୍ୱରେ ଏକ ମେସେଜ୍‌ ବାର୍ତ୍ତାଳାପ ଲିଷ୍ଟ୍‌ ଏବଂ ଡାହାଣ ପାର୍ଶ୍ୱରେ ଏକ ବାର୍ତ୍ତାଳାପ ଟ‍୍ରାନ୍‌ସ୍କ୍ରିପ୍ଟ୍। ଶୀର୍ଷରେ, କଣ୍ଟାକ୍ଟ୍ ଆଇକନ୍‌ରେ ଟାପ୍ କରିବା ଦ୍ୱାରା ବାର୍ତ୍ତାଳାପ ବିବରଣୀ ଖୋଲେ।
  1. ଆପଣଙ୍କ iPadରେ ମେସେଜ୍‌ ଆପ୍‌ କୁ ଯାଆନ୍ତୁ।

  2. ସ୍କ୍ରୀନ୍‌ର ଶୀର୍ଷରେ ଥିବା “କମ୍ପୋଜ୍” ବଟନ୍‌ ରେ ଟାପ୍‌ କରନ୍ତୁ।

  3. “ପ୍ରାପ୍ତେଷୁ” ଫିଲ୍ଡ୍‌ରେ ଟାପ୍ କରନ୍ତୁ, ତା’ପରେ ପ୍ରତ୍ୟେକ ପ୍ରାପ୍ତକର୍ତ୍ତାଙ୍କ ଫୋନ୍ ନମ୍ବର୍, କଣ୍ଟାକ୍ଟ୍ ନାମ କିମ୍ବା Apple ଆକାଉଣ୍ଟ୍ ଲେଖନ୍ତୁ।

    ଆପଣଙ୍କ କଣ୍ଟାକ୍ଟ୍‌ ରୁ ପ୍ରାପ୍ତକର୍ତ୍ତାଙ୍କୁ ବାଛିବା ପାଇଁ,“କଣ୍ଟାକ୍ଟ୍‌ ଯୋଡ଼ନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

  4. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

  5. ପଠାଇବା ପାଇଁ “ପଠାନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ।

    ଯଦି ଏକ ମେସେଜ୍ ପଠାଯାଇପାରିବ ନାହିଁ, ତେବେ ଏକ ଆଲର୍ଟ୍ ଦେଖାଯିବ। ପୁନର୍ବାର ମେସେଜ୍‌ ପଠାଇବାକୁ “ପଠାଇବା ବିଫଳ ହୋଇଛି” ବଟନ୍‌ରେ ଟାପ୍‌ କରନ୍ତୁ।

ଏକ ବାର୍ତ୍ତାଳାପରୁ ବାର୍ତ୍ତାଳାପ ଲିଷ୍ଟ୍‌କୁ ଫେରିବାକୁ, “ପଛକୁ ଯାଆନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

ଯଦି Apple Intelligence* ଚାଲୁ ଅଛି, ତେବେ ଆପଣ କଷ୍ଟମ୍ ଇମୋଜି ତିଆରି କରିପାରିବେ—ଯାହାକୁ Genmoji କୁହାଯାଏ। “Genmoji ସହାୟତାରେ ନିଜର ଇମୋଜି ତିଆରି କରନ୍ତୁ” ଦେଖନ୍ତୁ।

ଯଦି ଆପଣଙ୍କୁ ଅସୁବିଧା ହେଉଛି, ତେବେ Apple ସହାୟତା ଆର୍ଟିକଲ୍‌ “ଯଦି ଆପଣ ନିଜ iPhone କିମ୍ବା iPad ରେ ମେସେଜ୍ ପଠାଇ ପାରୁନାହାନ୍ତି କିମ୍ବା ପ୍ରାପ୍ତ କରିପାରୁନାହାନ୍ତି” ଦେଖନ୍ତୁ।

ଗୋଟିଏ ମେସେଜ୍‌ର ଉତ୍ତର ଦିଅନ୍ତୁ

ବାର୍ତ୍ତାଳାପ ଲିଷ୍ଟ୍‌ରେ ବାର୍ତ୍ତାଳାପ ଅନୁଯାୟୀ ମେସେଜ୍ ଗ୍ରୂପ୍‌ ହୋଇଛି। ଏକ ଡଟ୍ ଦର୍ଶାଏ ଯେ ଆପଣ ସେହି ବାର୍ତ୍ତାଳାପରେ ଏକ କିମ୍ବା ତା’ଠାରୁ ଅଧିକ ମେସେଜ୍ ପଢ଼ିନାହାନ୍ତି।

  1. ଆପଣଙ୍କ iPadରେ ମେସେଜ୍‌ ଆପ୍‌ କୁ ଯାଆନ୍ତୁ।

  2. ବାର୍ତ୍ତାଳାପ ଲିଷ୍ଟ୍‌ରେ, ଆପଣ ଯେଉଁ ବାର୍ତ୍ତାଳାପରେ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି ସେଥିରେ ଟାପ୍ କରନ୍ତୁ।

  3. ଟେକ୍ସଟ୍ ଫିଲ୍ଡ୍‌ରେ ଟାପ୍‌ କରନ୍ତୁ, ଆପଣଙ୍କ ମେସେଜ୍ ତିଆରି କରନ୍ତୁ, ତା’ପରେ ଆପଣଙ୍କ ମେସେଜ୍ ପଠାଇବା ପାଇଁ “ପଠାନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ।

ଯଦି Apple Intelligence* ଚାଲୁ ଅଛି, ତେବେ ଆପଣ ଏହାକୁ ବ୍ୟବହାର କରି ଆପଣ ପ୍ରାପ୍ତ କରିଥିବା ମେସେଜ୍‌ର ଉତ୍ତର ପରାମର୍ଶ ଦେଇପାରିବେ। “ମେସେଜ୍‌ରେ Apple Intelligence ବ୍ଯବହାର କରନ୍ତୁ” ଦେଖନ୍ତୁ।

ଟିପ୍‌: ଆପଣଙ୍କୁ ଏକ ମେସେଜ୍ କେବେ ପଠାଯାଇଥିଲା ତାହା ଖୋଜନ୍ତୁ। ବାର୍ତ୍ତାଳାପରେ ଥିବା ସମସ୍ତ ମେସେଜ୍‌ର ଟାଇମ୍‌ଷ୍ଟାମ୍ପ୍‌ ଦେଖିବା ପାଇଁ ମେସେଜ୍ ବବଲ୍‌କୁ ବାମକୁ ଡ୍ରାଗ୍ କରନ୍ତୁ।

ଏକ ନିର୍ଦ୍ଦିଷ୍ଟ ମେସେଜ୍ ପାଇଁ ଇନ୍‌ଲାଇନ୍‌ ଉତ୍ତର ଦିଅନ୍ତୁ

ଆପଣ ଏକ ନିର୍ଦ୍ଦିଷ୍ଟ ମେସେଜ୍‌ର ଇନ୍‌ଲାଇନ୍‌ ଉତ୍ତର ଦେଇପାରିବେ। ଆପଣ ଯେଉଁ ମେସେଜ୍‌କୁ ଉତ୍ତର ଦେଉଛନ୍ତି ତାହା ଏକ ଇନ୍‌ଲାଇନ୍‌ ଉତ୍ତର ଉଦ୍ଧୃତ କରେ। କେଉଁ ଉତ୍ତରଟି କେଉଁ ମେସେଜ୍ ସହ ସମ୍ବନ୍ଧିତ ତାହା ସ୍ପଷ୍ଟ କରି ଏହା ଏକ ବ୍ୟସ୍ତ ବାର୍ତ୍ତାଳାପକୁ ବ୍ଯବସ୍ଥିତ କରି ରଖିଥାଏ।

ମେସେଜ୍‌ରେ ଏକ ଗ୍ରୁପ୍ ବାର୍ତ୍ତାଳାପରେ ଏକ ଇନ୍‌କ୍ଲାଇନ୍ ଉତ୍ତର କମ୍ପୋଜ୍‌ କରାଯାଉଛି। ବାର୍ତ୍ତାଳାପରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ବିଷୟରେ ଉଲ୍ଲେଖ କରାଯାଇଛି, ଯାହା ଫଳରେ ତାଙ୍କ ନାମ ନୀଳ, ବୋଲ୍ଡ୍‌ ଟେକ୍ସ୍‌ଟ୍‌ରେ ଦେଖାଯାଉଛି।
  1. ଆପଣଙ୍କ iPadରେ ମେସେଜ୍‌ ଆପ୍‌ କୁ ଯାଆନ୍ତୁ।

  2. ବାର୍ତ୍ତାଳାପ ଲିଷ୍ଟ୍‌ରେ, ଆପଣ ଯେଉଁ ବାର୍ତ୍ତାଳାପରେ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି ସେଥିରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଆପଣ ଉତ୍ତର ଦେବାକୁ ଚାହୁଁଥିବା ମେସେଜ୍ ବବଲ୍‌ରେ ଡାହାଣକୁ ସ୍ୱାଇପ୍ କରନ୍ତୁ।

    • ଆପଣ ଉତ୍ତର ଦେବାକୁ ଚାହୁଁଥିବା ମେସେଜ୍ ବବଲ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “ଉତ୍ତର ଦିଅନ୍ତୁ” ରେ ଟାପ୍ କରନ୍ତୁ।

  4. ଆପଣଙ୍କ ମେସେଜ୍ ଲେଖନ୍ତୁ, ତା’ପରେ “ପଠାନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: ଏକ ଗ୍ରୂପ୍ ବାର୍ତ୍ତାଳାପ ରେ ଥିବା ସମସ୍ତେ ଆପଣଙ୍କ ଇନ୍‌ଲାଇନ୍‌ ଉତ୍ତର ଦେଖିପାରିବେ। ବ‍୍ୟକ୍ତିଗତ ଭାବରେ ଉତ୍ତର ଦେବା ପାଇଁ, ବାର୍ତ୍ତାଳାପର ଶୀର୍ଷରେ ଥିବା ଆପଣଙ୍କ ଗ୍ରୂପ୍‌ର ଆଇକନ୍‌ରେ ଟାପ୍ କରନ୍ତୁ, ଆପଣ ବ୍ଯକ୍ତିଗତ ଭାବରେ ମେସେଜ୍ କରିବାକୁ ଚାହୁଁଥିବା ବ୍ଯକ୍ତିଙ୍କ ଆଇକନ୍ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ମେସେଜ୍‌ରେ ଟାପ୍ କରନ୍ତୁ।

  5. ମୁଖ୍ୟ ବାର୍ତ୍ତାଳାପକୁ ଫେରିବାକୁ, ବ୍ଳର୍ ହୋଇଥିବା ବ୍ଯାକ୍‌ଗ୍ରାଉଣ୍ଡ୍‌ରେ ଟାପ୍ କରନ୍ତୁ।

ଏକ Tapback‌ ଯେପରି ଥମ୍ବସ୍ ଅପ୍ କିମ୍ବା ହାର୍ଟ୍‌ ସହିତ ପ୍ରତିକ୍ରିୟା ଦେବା ପାଇଁ ଏକ ମେସେଜ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

ଟିପ୍‌: ଏକ ମେସେଜ୍‌ର କିଛି ଅଂଶ କପି କରିବାକୁ, ମେସେଜ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, “ଚୟନ କରନ୍ତୁ”ରେ ଟାପ୍ କରନ୍ତୁ, ଆପଣ କପି କରିବାକୁ ଚାହୁଁଥିବା ଟେକ୍ସ୍‌ଟ୍ ଚୟନ କରନ୍ତୁ, ତା’ପରେ “କପି କରନ୍ତୁ”ରେ ଟାପ୍ କରନ୍ତୁ।

ଆପଣଙ୍କ ଲକ୍ ସ୍କ୍ରୀନ୍‌ରୁ ମେସେଜ୍‌ଗୁଡ଼ିକର ଉତ୍ତର ଦିଅନ୍ତୁ

ଆପଣ ମେସେଜ୍ ନଖୋଲି ଆପଣଙ୍କ ଲକ୍ ସ୍କ୍ରୀନ୍‌ରେ ମେସେଜ୍‌ଗୁଡ଼ିକର ଉତ୍ତର ଦେଇପାରିବେ। ଲକ୍ ସ୍କ୍ରୀନ୍ ଫୀଚର୍ ଚାଲୁ କରନ୍ତୁ ଦେଖନ୍ତୁ।

କିଛି ବବଲ୍‌ ନୀଳ ଏବଂ କିଛି ସବୁଜ କାହିଁକି?

ଯଦି iMessageକୁ ବ୍ୟବହାର କରି ମେସେଜ୍ ପଠାଯାଇପାରିବ, ତେବେ ଆପଣ ଏକ ନୀଳ ରଙ୍ଗର “ପଠାନ୍ତୁ” ତୀର “ପଠାନ୍ତୁ” ବଟନ୍‌କୁ ଦେଖିବେ ଏବଂ ମେସେଜ୍ ଏକ ନୀଳ ରଙ୍ଗର ବବଲ୍‌ରେ ଦେଖାଯିବ।

ଯଦି ଆପଣ iMessage ବ୍ୟବହାର କରିପାରିବେ ନାହିଁ (ଉଦାହରଣ ସ୍ୱରୂପ, ଯେତେବେଳେ ଜଣେ ପ୍ରାପ୍ତକର୍ତ୍ତା Apple ଡିଭାଇସ୍ ବ୍ୟବହାର କରୁ ନାହାନ୍ତି), ଆପଣ SMS, MMS କିମ୍ବା RCS ବ୍ୟବହାର କରିପାରିବେ। SMS, MMS କିମ୍ବା RCS ସହିତ ପଠାଯାଇଥିବା ମେସେଜ୍ ସବୁଜ ବବଲ୍‌ରେ ଦେଖାଯାଏ।

ଅଧିକ ସୂଚନା ପାଇଁ, Apple ସହାୟତା ଆର୍ଟିକଲ୍ iMessage, RCS ଏବଂ SMS/MMS ମଧ୍ୟରେ କ’ଣ ପାର୍ଥକ୍ୟ ରହିଛି? ଦେଖନ୍ତୁ

ଧ‍୍ୟାନ ଦିଅନ୍ତୁ: ଆପଣ ଯେତେବେଳେ Apple ଡିଭାଇସ୍ ବ୍ଯବହାର କରୁନଥିବା ପ୍ରାପ୍ତକର୍ତ୍ତାଙ୍କୁ ମେସେଜ୍ ପଠାନ୍ତି, ସେତେବେଳେ ବିଷୟବସ୍ତୁ ଆଶାନୁରୂପ ଭାବରେ ଦେଖାଯିବ ନାହିଁ।

ଲାଇଭ୍ ଅନୁବାଦ ବ୍ଯବହାର କରନ୍ତୁ

ଯଦି Apple Intelligence* ଚାଲୁ ଅଛି, ତେବେ ଆପଣ ମେସେଜ୍‌ରେ ଏହାକୁ ସ୍ୱୟଂଚାଳିତ ଭାବରେ ଟେକ୍ସ୍‌ଟ୍ ଅନୁବାଦ କରିବା ପାଇଁ ବ୍ଯବହାର କରିପାରିବେ। “ମେସେଜ୍‌ ଏବଂ କଲ୍‌ ଅନୁବାଦ କରନ୍ତୁ” ଦେଖନ୍ତୁ।

*Apple Intelligence ନିମ୍ନଲିଖିତ ଭାଷାଗୁଡ଼ିକ ପାଇଁ ସମର୍ଥନ ସହିତ ବୀଟାରେ ଉପଲବ୍ଧ: ଇଂରାଜୀ, ଡାନିଶ୍, ଡଚ୍, ଫରାସୀ, ଜର୍ମାନ୍, ଇଟାଲୀୟ, ନର୍‌ୱେଜିଅନ୍, ପର୍ତ୍ତୁଗୀଜ୍, ସ୍ପାନିଶ୍, ସ୍ୱିଡିଶ୍, ତୁର୍କୀ, ଚାଇନିଜ୍ (ସରଳୀକୃତ), ଚାଇନିଜ୍ (ପାରମ୍ପରିକ), ଜାପାନୀ, କୋରିଆନ୍ ଓ ଭିଏତ୍‌ନାମୀ। କେତେକ ଫୀଚର୍ ସମସ୍ତ ଭାଷା କିମ୍ବା ଅଞ୍ଚଳରେ ଉପଲବ୍ଧ ହୋଇନପାରେ। ଭାଷା ଓ ଫୀଚର୍ ଉପଲବ୍ଧତା ଏବଂ ସିଷ୍ଟମ୍ ଆବଶ‍୍ୟକତା ବିଷୟରେ ଅଧିକ ସୂଚନା ପାଇଁ Apple ସହାୟତା ଆର୍ଟିକଲ୍ Apple Intelligence କିପରି ପ୍ରାପ୍ତ କରିବେ ଦେଖନ୍ତୁ।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.