ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ମେସେଜ୍ ପଠାନ୍ତୁ ଏବଂ ଉତ୍ତର ଦିଅନ୍ତୁ

ଆପଣ ଟେକ୍ସଟ୍ ମେସେଜ୍, ଇମେଜ୍ ଏବଂ ଆହୁରି ଅନେକ କିଛି ପଠାଇ ପାରିବେ। ଆପଣ ଏକ ବାର୍ତ୍ତାଳାପ ମଧ୍ୟରେ କିମ୍ବା ଥ୍ରେଡ୍‌ରେ ନିର୍ଦ୍ଦିଷ୍ଟ ମନ୍ତବ୍ୟର ଉତ୍ତର ଦେଇପାରିବେ। ଆପଣ ନିଜ ମେସେଜ୍‌ଗୁଡ଼ିକ ଶୁଣିବା ଏବଂ ସେଗୁଡ଼ିକର ଉତ୍ତର ଦେବା ପାଇଁ Siriକୁ ମଧ୍ୟ ବ୍ୟବହାର କରିପାରିବେ।

ମେସେଜ୍ ଆପ୍‌ର ସମସ୍ତ ଫୀଚର୍‌ ସମ୍ପୂର୍ଣ୍ଣ ରୂପେ ବ୍ଯବହାର କରିବା ପାଇଁ, ଆପଣ ମେସେଜ୍ ସେଟ୍ ଅପ୍ କରିଛନ୍ତି ବୋଲି ନିଶ୍ଚିତ କରନ୍ତୁ।

ବାମ ପାର୍ଶ୍ବରେ ବାର୍ତ୍ତାଳାପ ଲିଷ୍ଟ୍‌ ଏବଂ ଡାହାଣ ପାର୍ଶ୍ବରେ ଏକ ବାର୍ତ୍ତାଳାପ ଅଛି। ନୂଆ ମେସେଜ୍ ଆରମ୍ଭ କରିବା ପାଇଁ ବାର୍ତ୍ତାଳାପ ଲିଷ୍ଟ୍‌ର ଶୀର୍ଷ ଡାହାଣ ପାର୍ଶ୍ବରେ ଥିବା “କମ୍ପୋଜ୍ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ। ଏକ ମେସେଜ୍‌ର ବାମ ପାର୍ଶ୍ୱରେ ଏକ ନୀଳ ବିନ୍ଦୁ ଏହାକୁ ଅପଠିତ ବୋଲି ସୂଚାଉଛି।

ଏକ ଟେକ୍ସଟ୍ ମେସେଜ୍ ପଠାନ୍ତୁ

ଏକ ନୂଆ ବାର୍ତ୍ତାଳାପ ଆରମ୍ଭ କରିବାକୁ ଆପଣ ଜଣେ କିମ୍ବା ଅଧିକ ଲୋକମାନଙ୍କୁ ଏକ SMS ପଠାଇପାରିବେ।

ବାମ ପାର୍ଶ୍ବରେ ବାର୍ତ୍ତାଳାପ ଲିଷ୍ଟ୍‌ ଏବଂ ଡାହାଣ ପାର୍ଶ୍ବରେ ଏକ ବାର୍ତ୍ତାଳାପ ଅଛି। ଆପଣ ଯେଉଁ ବ୍ୟକ୍ତି କିମ୍ବା ଗ୍ରୂପ୍ ମେସେଜ୍ ପଠାଉଛନ୍ତି ତାଙ୍କ ନାମ ସ୍କ୍ରୀନ୍‌ର ପାର୍ଶ୍ବରେ ଅଛି। ବାର୍ତ୍ତାଳାପ ବିବରଣୀ ଦେଖିବା ପାଇଁ ଆପଣ ସ୍କ୍ରୀନ୍‌ର ଶୀର୍ଷରେ ସେମାନଙ୍କ ନାମ ଟାପ୍‌ କରିପାରିବେ। “ଯୋଡ଼ନ୍ତୁ” ବଟନ୍ ସ୍କ୍ରୀନ୍‌ର ନିମ୍ନରେ ଅଛି।
  1. ଆପଣଙ୍କ iPadରେ ମେସେଜ୍‌ ଆପ୍‌ କୁ ଯାଆନ୍ତୁ।

  2. ସ୍କ୍ରୀନ୍‌ର ଶୀର୍ଷରେ “କମ୍ପୋଜ୍” ବଟନ୍‌ରେ ଟାପ୍‌ କରନ୍ତୁ।

  3. ପ୍ରତ୍ୟେକ ପ୍ରାପ୍ତକର୍ତ୍ତାଙ୍କ ଫୋନ୍ ନମ୍ବର୍, କଣ୍ଟାକ୍ଟ୍ ନାମ କିମ୍ବା Apple ଆକାଉଣ୍ଟ୍ ଲେଖନ୍ତୁ।

    କିମ୍ବା “କଣ୍ଟାକ୍ଟ୍‌ ଯୋଡ଼ନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ ଲିଷ୍ଟ୍‌ରୁ ଏକ କଣ୍ଟାକ୍ଟ୍ ବାଛନ୍ତୁ।

  4. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

  5. ପଠାଇବା ପାଇଁ “ପଠାନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ।

    ଯଦି ଏକ ମେସେଜ୍ ପଠାଯାଇପାରିବ ନାହିଁ, ତେବେ ଏକ ଆଲର୍ଟ୍ ଦେଖାଯିବ। ପୁନର୍ବାର ମେସେଜ୍‌ ପଠାଇବାକୁ “ପଠାଇବା ବିଫଳ ହୋଇଛି” ବଟନ୍‌ରେ ଟାପ୍‌ କରନ୍ତୁ।

ଏକ ବାର୍ତ୍ତାଳାପରୁ ମେସେଜ୍ ଲିଷ୍ଟ୍‌କୁ ଫେରିବାକୁ “ପଛକୁ ଯାଆନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ।

ଗୋଟିଏ ମେସେଜ୍‌ର ଉତ୍ତର ଦିଅନ୍ତୁ

ମେସେଜ୍‌ ଲିଷ୍ଟ୍‌ରେ ବାର୍ତ୍ତାଳାପ ଅନୁସାରେ ମେସେଜ୍ ଗ୍ରୂପ୍‌ ହୋଇଛି। ଏକ ଡଟ୍ ଦର୍ଶାଏ ଯେ ଆପଣ ସେହି ବାର୍ତ୍ତାଳାପରେ ଏକ କିମ୍ବା ତା’ଠାରୁ ଅଧିକ ମେସେଜ୍ ପଢ଼ିନାହାନ୍ତି।

  1. ଆପଣଙ୍କ iPadରେ ମେସେଜ୍‌ ଆପ୍‌ କୁ ଯାଆନ୍ତୁ।

  2. ମେସେଜ୍ ଲିଷ୍ଟ୍‌ରେ, ଆପଣ ଯେଉଁ ବାର୍ତ୍ତାଳାପରେ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି ସେଥିରେ ଟାପ୍ କରନ୍ତୁ।

  3. ଟେକ୍ସଟ୍ ଫିଲ୍ଡ୍‌ରେ ଟାପ୍‌ କରନ୍ତୁ, ଆପଣଙ୍କ ମେସେଜ୍ ତିଆରି କରନ୍ତୁ, ତା’ପରେ ଆପଣଙ୍କ ମେସେଜ୍ ପଠାଇବା ପାଇଁ “ପଠାନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ।

ଟିପ୍‌: ଆପଣଙ୍କୁ ଏକ ମେସେଜ୍ କେବେ ପଠାଯାଇଥିଲା ତାହା ଖୋଜନ୍ତୁ। ବାର୍ତ୍ତାଳାପରେ ଥିବା ସମସ୍ତ ମେସେଜ୍‌ର ଟାଇମ୍‌ଷ୍ଟାମ୍ପ୍‌ ଦେଖିବା ପାଇଁ ମେସେଜ୍ ବବଲ୍‌କୁ ବାମକୁ ଡ୍ରାଗ୍ କରନ୍ତୁ।

ଏକ ନିର୍ଦ୍ଦିଷ୍ଟ ମେସେଜ୍ ପାଇଁ ଇନ୍‌ଲାଇନ୍‌ ଉତ୍ତର ଦିଅନ୍ତୁ

ଆପଣ ଏକ ନିର୍ଦ୍ଦିଷ୍ଟ ମେସେଜ୍‌ର ଇନ୍‌ଲାଇନ୍‌ ଉତ୍ତର ଦେଇପାରିବେ। ଆପଣ ଯେଉଁ ମେସେଜ୍‌କୁ ଉତ୍ତର ଦେଉଛନ୍ତି ତାହା ଏକ ଇନ୍‌ଲାଇନ୍‌ ଉତ୍ତର ଉଦ୍ଧୃତ କରେ। କେଉଁ ଉତ୍ତରଟି କେଉଁ ମେସେଜ୍ ସହ ସମ୍ବନ୍ଧିତ ତାହା ସ୍ପଷ୍ଟ କରି ଏହା ଏକ ବ୍ୟସ୍ତ ବାର୍ତ୍ତାଳାପକୁ ବ୍ଯବସ୍ଥିତ କରି ରଖିଥାଏ।

  1. ଆପଣଙ୍କ iPadରେ ମେସେଜ୍‌ ଆପ୍‌ କୁ ଯାଆନ୍ତୁ।

  2. ଆପଣ ଉତ୍ତର ଦେବାକୁ ଚାହୁଁଥିବା ମେସେଜ୍ ବବଲ୍‌ରେ ଡାହାଣକୁ ସ୍ୱାଇପ୍ କରନ୍ତୁ।

  3. ଆପଣଙ୍କ ମେସେଜ୍ ଲେଖନ୍ତୁ, ତା’ପରେ “ପଠାନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ।

  4. ମୁଖ୍ୟ ବାର୍ତ୍ତାଳାପକୁ ଫେରିବାକୁ, ବ୍ଳର୍ ହୋଇଥିବା ବ୍ଯାକ୍‌ଗ୍ରାଉଣ୍ଡ୍‌ରେ ଟାପ୍ କରନ୍ତୁ।

ଏକ Tapback‌ ଯେପରି ଥମ୍ବସ୍ ଅପ୍ କିମ୍ବା ହାର୍ଟ୍‌ ସହିତ ପ୍ରତିକ୍ରିୟା ଦେବା ପାଇଁ ଏକ ମେସେଜ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

ଯଦି ଆପଣ ଏକ ଗ୍ରୂପ୍‌ ବାର୍ତ୍ତାଳାପରେ ଉତ୍ତର ଦେଉଛନ୍ତି ଏବଂ ଯଦି ଆପଣ ଚାହୁଁନାହାନ୍ତି ଯେ ସମସ୍ତେ ଆପଣଙ୍କ ମେସେଜ୍ ପଢ଼ନ୍ତୁ, ତେବେ ଆପଣ ଯେଉଁ ବ୍ୟକ୍ତିଙ୍କୁ ଉତ୍ତର ଦେବାକୁ ଚାହୁଁଛନ୍ତି ତାଙ୍କ ସହିତ ଏକ ନୂଆ ବାର୍ତ୍ତାଳାପ ଆରମ୍ଭ କରନ୍ତୁ।

ମେସେଜ୍ ପଠାଇବା, ପଢ଼ିବା ଏବଂ ଉତ୍ତର ଦେବା ପାଇଁ Siri ବ୍ଯବହାର କରନ୍ତୁ

ଆପଣ ମେସେଜ୍ ପଠାଇବା, ଆପଣଙ୍କ ଇନ୍‌କମିଂ ଟେକ୍ସଟ୍‌କୁ ଉଚ୍ଚ ସ୍ବରରେ ପଢ଼ିବା ଏବଂ ମେସେଜ୍‌ଗୁଡ଼ିକର ଉତ୍ତର ଦେବା ପାଇଁ Siri ବ୍ୟବହାର କରିପାରିବେ। Siriକୁ କିପରି ବ୍ୟବହାର କରିବେ ଜାଣନ୍ତୁ

Siri: ଏହିପରି କିଛି କୁହନ୍ତୁ:

  • “ମୟୂରୀକୁ ଏକ ମେସେଜ୍ ପଠାଇ ପଚାରନ୍ତୁ, ଆସନ୍ତାକାଲି କିପରି ରହିବ?”

  • “ଆଣ୍ଟୋନିଓଙ୍କ ଠାରୁ ମୋ ମିଳିଥିବା ଶେଷ ମେସେଜ୍ ପଢ଼ନ୍ତୁ”

  • “ଉତ୍ତର ଦିଅନ୍ତୁ, ଏହା ବହୁତ ଭଲ ଖବର!”

ଏକ ମେସେଜ୍ ଆପଣଙ୍କ ପାଇଁ ପଢ଼ା ସରିବା ଠିକ୍‌ ପରେ Siri ଏକ ମେସେଜ୍‌ ପଠାଇବ। ସେଟିଂସ୍ > Siri (କିମ୍ବା Apple Intelligence ଓ Siri) > Siri ସହିତ ମେସେଜିଂକୁ ଯାଆନ୍ତୁ, ତା’ପରେ “ସ୍ବୟଂଚାଳିତ ଭାବରେ ମେସେଜ୍ ପଠାନ୍ତୁ” ଚାଲୁ କରନ୍ତୁ।

ଚେତାବନୀ: ଡ୍ରାଇଭିଂ ସମୟରେ ଅନ୍ୟମନସ୍କ ହେବା ଏଡ଼ାନ୍ତୁ। ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ସୂଚନା ଦେଖନ୍ତୁ।

ଆପଣଙ୍କ ଲକ୍ ସ୍କ୍ରୀନ୍‌ରୁ ମେସେଜ୍‌ଗୁଡ଼ିକର ଉତ୍ତର ଦିଅନ୍ତୁ

ଆପଣ ମେସେଜ୍ ନଖୋଲି ଆପଣଙ୍କ ଲକ୍ ସ୍କ୍ରୀନ୍‌ରେ ମେସେଜ୍‌ଗୁଡ଼ିକର ଉତ୍ତର ଦେଇପାରିବେ। ଲକ୍ ସ୍କ୍ରୀନ୍ ଫୀଚର୍ ଚାଲୁ କରନ୍ତୁ ଦେଖନ୍ତୁ।

କିଛି ବବଲ୍‌ ନୀଳ ଏବଂ କିଛି ସବୁଜ କାହିଁକି?

ଯଦି iMessageକୁ ବ୍ୟବହାର କରି ମେସେଜ୍ ପଠାଯାଇପାରିବ, ତେବେ ଆପଣ ଏକ ନୀଳ ରଙ୍ଗର “ପଠାନ୍ତୁ” ତୀର “ପଠାନ୍ତୁ” ବଟନ୍‌କୁ ଦେଖିବେ ଏବଂ ମେସେଜ୍ ଏକ ନୀଳ ରଙ୍ଗର ବବଲ୍‌ରେ ଦେଖାଯିବ।

ଯଦି ଆପଣ iMessage ବ୍ୟବହାର କରିପାରିବେ ନାହିଁ (ଉଦାହରଣ ସ୍ୱରୂପ, ଯେତେବେଳେ ଜଣେ ପ୍ରାପ୍ତକର୍ତ୍ତା Apple ଡିଭାଇସ୍ ବ୍ୟବହାର କରୁ ନାହାନ୍ତି), ଆପଣ SMS, MMS କିମ୍ବା RCS ବ୍ୟବହାର କରିପାରିବେ। SMS, MMS କିମ୍ବା RCS ସହିତ ପଠାଯାଇଥିବା ମେସେଜ୍ ସବୁଜ ବବଲ୍‌ରେ ଦେଖାଯାଏ।

ଅଧିକ ସୂଚନା ପାଇଁ, Apple ସହାୟତା ଆର୍ଟିକଲ୍ iMessage, RCS ଏବଂ SMS/MMS ମଧ୍ୟରେ କ’ଣ ପାର୍ଥକ୍ୟ ରହିଛି? ଦେଖନ୍ତୁ

ମେସେଜ୍‌ରେ ଏକ ଗ୍ରୂପ୍ ବାର୍ତ୍ତାଳାପ। ସବୁଜ ରଙ୍ଗର ମେସେଜ୍ ବବଲ୍ ସୂଚାଇଥାଏ ଯେ ଅତିକମ୍‌ରେ ଜଣେ ବ୍ୟକ୍ତି iMessage ବ୍ୟବହାର କରୁନାହାନ୍ତି।

ଧ‍୍ୟାନ ଦିଅନ୍ତୁ: ଆପଣ ଯେତେବେଳେ Apple ଡିଭାଇସ୍ ବ୍ଯବହାର କରୁନଥିବା ପ୍ରାପ୍ତକର୍ତ୍ତାଙ୍କୁ ମେସେଜ୍ ପଠାନ୍ତି, ସେତେବେଳେ ବିଷୟବସ୍ତୁ ଆଶାନୁରୂପ ଭାବରେ ଦେଖାଯିବ ନାହିଁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.