ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଟ୍ରାକ୍‌ପ୍ୟାଡ୍ ସେଟିଂସ୍ ବଦଳାନ୍ତୁ

iPad ସ୍କ୍ରୀନ୍‌ରେ ଆଇଟମ୍ ସହିତ ଇଣ୍ଟରାକ୍ଟ୍ କରିବା ପାଇଁ ଆପଣ ଟ୍ରାକ୍‌ପ୍ୟାଡ୍ କିପରି ବ୍ଯବହାର କରନ୍ତି ତାହା ପରିବର୍ତ୍ତନ କରିପାରିବେ।

  1. ସେଟିଂସ୍‌  > ସାଧାରଣକୁ ଯାଆନ୍ତୁ, ତା’ପରେ ଆପଣଙ୍କ ଆକ୍ସେସରି ଉପରେ ନିର୍ଭର କରି ନିମ୍ନଲିଖିତ ମଧ୍ଯରୁ ଗୋଟିଏ ବାଛନ୍ତୁ: 

    • ଟ୍ରାକ୍‌ପ୍ୟାଡ୍‌

    • ଟ୍ରାକ୍‌ପ୍ୟାଡ୍ ଏବଂ ମାଉସ୍

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଟ୍ରାକିଂ ସ୍ପୀଡ୍ ବଦଳାନ୍ତୁ: ଯେତେବେଳେ ଆପଣ ପଏଣ୍ଟର୍‌କୁ ସ୍କ୍ରୀନ୍‌ ଉପରେ ମୂଭ୍ କରନ୍ତି, ସେତେବେଳେ ତାହାର ଟ୍ରାକିଂ ସ୍ପୀଡ୍ ସେଟ୍ କରିବା ପାଇଁ ସ୍ଲାଇଡର୍‌କୁ ଡ୍ରାଗ୍ କରନ୍ତୁ।

    • ପ୍ରାକୃତିକ ସ୍କ୍ରୋଲିଂ ଚାଲୁ କିମ୍ବା ବନ୍ଦ କରନ୍ତୁ: ଏହି ବିକଳ୍ପ ଚୟନ ହେବା ସହିତ, ସ୍କ୍ରୀନ୍‌ରେ ଥିବା ବିଷୟବସ୍ତୁ ଆପଣଙ୍କ ଆଙ୍ଗୁଠିର ସମାନ ଦିଗରେ ମୂଭ୍ ହୋଇଥାଏ।

    • ଚାଲୁ କିମ୍ବା ବନ୍ଦ କରିବାକୁ ଟାପ୍ କରନ୍ତୁ: ଯଦି ଆପଣ ଏହି ବିକଳ୍ପକୁ ଚୟନ କରନ୍ତି, ତେବେ ଗୋଟିଏ ଆଙ୍ଗୁଠିରେ ଟ୍ରାକ୍‌ପ୍ୟାଡ୍ ହାଲୁକା ଭାବରେ ଟାପ୍ କରିବା ଦ୍ୱାରା ଟ୍ରାକ୍‌ପ୍ୟାଡ୍ କ୍ଲିକ୍ ନହେବା ପର୍ଯ୍ଯନ୍ତ ଦବାଇବା ଭଳି ସମାନ ଇଫେକ୍ଟ୍‌ ରହିବ।

    • ଦୁଇ ଆଙ୍ଗୁଠି-ସେକେଣ୍ଡରୀ କ୍ଲିକ୍ ଚାଲୁ କିମ୍ବା ବନ୍ଦ କରନ୍ତୁ: ଏହି ବିକଳ୍ପ ଚୟନ ହେବା ସହିତ, ଆପଣ ଦୁଇଟି ଆଙ୍ଗୁଠି ସାହାଯ୍ଯରେ କ୍ଲିକ୍ କରି ହୋମ୍ ସ୍କ୍ରୀନ୍‌ରେ ଆଇକନ୍, ମେଲ୍‌ବକ୍ସ୍‌ରେ ମେସେଜ୍ କିମ୍ବା କଣ୍ଟ୍ରୋଲ୍ ସେଣ୍ଟର୍‌ରେ କ୍ଯାମେରା ବଟନ୍ ଭଳି ଆଇଟମ୍ ପାଇଁ କ୍ୱିକ୍ ଆକ୍ସନ୍ ମେନ୍ୟୂ ଦେଖାନ୍ତୁ

ଧ‍୍ୟାନ ଦିଅନ୍ତୁ: ଆପଣ ପଏଣ୍ଟର୍‌ର ଆକୃତି ମଧ୍ଯ ବଦଳାଇ ପାରିବେ, ଯେପରିକି ଏହାର ରଙ୍ଗ, ଆକୃତି ଏବଂ ଆକାର। iPad ସହିତ ମାଉସ୍ କିମ୍ବା ଟ୍ରାକ୍‌ପ୍ୟାଡ୍ ବ୍ୟବହାର କରିବା ସମୟରେ ପଏଣ୍ଟର୍ ଦେଖିବା ସହଜ କରନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.