ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ FaceTime କଲ୍ ପ୍ରାପ୍ତ କରନ୍ତୁ

ଏକ FaceTime କଲ୍‌ର ଉତ୍ତର ଦିଅନ୍ତୁ

ଯେତେବେଳେ ଏକ FaceTime କଲ୍ ଆସେ, ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

  • କଲ୍ ଗ୍ରହଣ କରନ୍ତୁ: ଏକ ଭିଡିଓ କଲ୍‌ର ଉତ୍ତର ଦେବା ପାଇଁ ଭିଡିଓ ବଟନ୍‌ରେ ଟାପ୍ କରନ୍ତୁ, ତା’ପରେ "ଯୋଗ ଦିଅନ୍ତୁ"ରେ ଟାପ୍ କରନ୍ତୁ। ଏକ ଅଡିଓ କଲ୍‌ର ଉତ୍ତର ଦେବା ପାଇଁ ଅଡିଓ ବଟନ୍ରେ ଟାପ୍ କରନ୍ତୁ।

    ଯଦି ଏକ ସ୍ଲାଇଡର୍ ଦେଖାଯାଏ, ଉତ୍ତର ଦେବା ପାଇଁ ଆପଣ ଏହାକୁ ଡାହାଣକୁ ଡ୍ରାଗ୍ କରିପାରିବେ।

  • କଲ୍ ପ୍ରତ୍ଯାଖ୍ୟାନ କରନ୍ତୁ: ଅଡିଓ ବଟନ୍ରେ ଟାପ୍ କରନ୍ତୁ।

    କଲ୍ ବ୍ଯାକ୍ କରିବା ପାଇଁ ରିମାଇଣ୍ଡର୍ ସେଟ୍ କରିବାକୁ “ମୋତେ ରିମାଇଣ୍ଡ୍‌ କରନ୍ତୁ”ରେ ଟାପ୍ କରନ୍ତୁ କିମ୍ବା ଏକ ଟେକ୍ସଟ୍ ମେସେଜ୍ ପଠାଇବା ପାଇଁ “ମେସେଜ୍”ରେ ଟାପ୍ କରନ୍ତୁ। (ଏହି ବିକଳ୍ପଗୁଡ଼ିକ ଦେଖିବା ପାଇଁ ଆପଣଙ୍କୁ “ଇନ୍‌କମିଂ କଲ୍ ବ୍ଯାନର୍‌”ରେ ଟାପ୍ କରିବାକୁ ପଡ଼ିପାରେ।)

  • ସାମ୍ପ୍ରତିକ କଲ୍‌କୁ ହୋଲ୍ଡ୍‌ରେ ରଖନ୍ତୁ: “ହୋଲ୍ଡ୍ କରନ୍ତୁ ଓ ଗ୍ରହଣ କରନ୍ତୁ”ରେ ଟାପ୍ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: ଯଦି ଆପଣ ଏକ FaceTime ଅଡିଓ କଲ୍‌ରେ ଅଛନ୍ତି ଏବଂ ଆପଣ ଅନ୍ୟ ଏକ ଇନ୍‌କମିଂ FaceTime ଅଡିଓ କଲ୍ ପ୍ରାପ୍ତ କରନ୍ତି, କେବଳ ସେତେବେଳେ ହିଁ ଏହି ବିକଳ୍ପ ଉପଲବ୍ଧ ହେବ। ନଚେତ୍, ଆପଣ ସାମ୍ପ୍ରତିକ କଲ୍‌କୁ ଶେଷ କରିବା ଏବଂ ଇନ୍‌କମିଂ କଲ୍‌ର ଉତ୍ତର ଦେବା ପାଇଁ “ସମାପ୍ତ କରନ୍ତୁ ଓ ଗ୍ରହଣ କରନ୍ତୁ”ରେ ଟାପ୍ କରିପାରିବେ।

ଟିପ୍‌: Siri ଆପଣଙ୍କ ପାଇଁଇନ୍‌କମିଂ କଲ୍ ଘୋଷଣା କରିପାରିବ, ଯାହାକୁ ଆପଣ ନିଜର ଭଏସ୍‌ ବ୍ୟବହାର କରି ଗ୍ରହଣ କରିପାରିବେ କିମ୍ବା ଅସ୍ୱୀକାର କରିପାରିବେ।

ଏକ ଭିଡିଓ କିମ୍ବା ଅଡିଓ ମେସେଜ୍ ଶୁଣନ୍ତୁ

ଯଦି ଆପଣ ଜଣାଶୁଣା କଣ୍ଟାକ୍ଟ୍‌ଙ୍କଠାରୁ ଇନ୍‌କମିଂ ଭିଡିଓ କଲ୍‌କୁ ମିସ୍‌ କରନ୍ତି ଏବଂ କଲ୍ କରିଥିବା ବ୍ୟକ୍ତି ଏକ ଭିଡିଓ ମେସେଜ୍‌ ପଠାନ୍ତି, ତେବେ ଆପଣ ଭିଡିଓ ମେସେଜ୍‌ ବିଷୟରେ ଏକ ନୋଟିଫିକେଶନ୍‌ ପ୍ରାପ୍ତ କରିବେ, ଯାହାକୁ ଆପଣ ଦେଖିବା ପାଇଁ ଟାପ୍ କରିପାରିବେ। ଆପଣ ମିସ୍ କରିଥିବା କଲ୍ ତଳେ ଆପଣଙ୍କ କଲ୍ ହିଷ୍ଟ୍ରିରେ ଭିଡିଓର ଲିଙ୍କ୍ ମଧ୍ୟ ପାଇପାରିବେ।

ଧ‍୍ୟାନ ଦିଅନ୍ତୁ: ଆପଣ କେବଳ ସେଭ୍ ହୋଇଥିବା କଣ୍ଟାକ୍ଟ୍, ଆପଣ କଲ୍ କରିଥିବା ବ୍ଯକ୍ତି ଏବଂ Siri ଦ୍ୱାରା ପରାମର୍ଶିତ ବ୍ଯକ୍ତିଙ୍କଠାରୁ ଭିଡିଓ ମେସେଜ୍ ଗ୍ରହଣ କରିପାରିବେ।

କଲର୍ ଏକ ଭିଡିଓ ମେସେଜ୍ ପଠାଇବା ପରେ, ଆପଣଙ୍କ FaceTime କଲ୍ ହିଷ୍ଟ୍ରିରେ, ସେମାନଙ୍କ କଲ୍ ତଳେ ଏକ ଲିଙ୍କ୍ ଦେଖାଯାଏ।

ଯଦି ଆପଣ ଏକ ଇନ୍‌କମିଂ ଅଡିଓ କଲ୍ ମିସ୍ କରନ୍ତି, ଯଦି ସେଟିଂସ୍‌  > ଆପ୍‌ > ଫୋନ୍‌ରେ ଆପଣଙ୍କର ଲାଇଭ୍ ଭଏସ୍‌ ମେଲ୍ ଚାଲୁ ଅଛି, ତେବେ କଲର୍ ଭଏସ୍ ମେଲ୍ ଛାଡ଼ିପାରିବେ ଏବଂ ଏବଂ ଆପଣଙ୍କ iPhone ଆପଣଙ୍କ iPad ଭଳି ସମାନ Apple ଆକାଉଣ୍ଟ୍‌ ସହିତ FaceTimeରେ ସାଇନ୍ ଇନ୍ ହୋଇଛି। ଭଏସ୍ ମେଲ୍ ଆପଣଙ୍କ iPhoneରେ ଆପଣଙ୍କ FaceTime କଲ୍ ହିଷ୍ଟ୍ରିରେ ଦେଖାଯିବ।

FaceTime କଲ୍ ହିଷ୍ଟ୍ରି, ଏକ ରେକର୍ଡ୍‌ କରାଯାଇଥିବା ଭିଡିଓ ମେସେଜ୍ ପାଇଁ ଲିଙ୍କ୍ ଦେଖାଉଛି।

ଧ‍୍ୟାନ ଦିଅନ୍ତୁ: ସମସ୍ତ ଭାଷା କିମ୍ବା ଅଞ୍ଚଳରେ ଲାଇଭ୍ ଭଏସ୍‌ମେଲ୍‌ ଉପଲବ୍ଧ ନାହିଁ। iOS ଏବଂ iPadOS ଫୀଚର୍ ଉପଲବ୍ଧତା ୱେବ୍‌ସାଇଟ୍ ଦେଖନ୍ତୁ।

ଆପଣଙ୍କ କଲ୍ ହିଷ୍ଟ୍ରିରୁ ଏକ କଲ୍ ଡିଲିଟ୍ କରନ୍ତୁ

FaceTime ଆପ୍ ଖୋଲନ୍ତୁ, ଆପଣଙ୍କ କଲ୍ ହିଷ୍ଟ୍ରିରେ କଲ୍ ଉପରେ ବାମକୁ ସ୍ୱାଇପ୍ କରନ୍ତୁ, ତା'ପରେ “ଡିଲିଟ୍ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.