ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଏକ Apple Music ପ୍ରୋଫାଇଲ୍ ତିଆରି କରନ୍ତୁ

ଆପଣ Apple Music ସବ୍‌ସ୍କ୍ରାଇବ୍‌ କଲା ପରେ, ଆପଣ ଆପଣଙ୍କର ଫେଭରିଟ୍‌ ପ୍ଲେଲିଷ୍ଟ୍‌ ଏବଂ ଆପଣ ବର୍ତ୍ତମାନ ଯାହା ଶୁଣୁଛନ୍ତି ତାହା ଫୀଚର୍‌ କରୁଥିବା ଏକ Apple ମ୍ଯୂଜିକ୍‌ ପ୍ରୋଫାଇଲ୍ ତିଆରି କରିପାରିବେ। ଆପଣ ସମସ୍ତଙ୍କ ସହିତ କିମ୍ବା କେବଳ ଆପଣ ଆମନ୍ତ୍ରଣ କରିଥିବା ବନ୍ଧୁଙ୍କ ସହ ଆପଣଙ୍କ ପ୍ରୋଫାଇଲ୍ ଶେୟର୍‌ କରିପାରିବେ।

ଆପଣ ଏକ ପ୍ରୋଫାଇଲ୍ ତିଆରି କରିବା ପରେ, ଆପଣ ଶେୟର୍‌ କରିବାକୁ ଚାହୁଁଥିବା ପ୍ଲେଲିଷ୍ଟ୍ ବାଛି ପାରିବେ। ଅତିରିକ୍ତ ଭାବରେ, ଆପଣ ବନ୍ଧୁଙ୍କ ଦ୍ୱାରା ତିଆରି କରାଯାଇଥିବା ପ୍ରୋଫାଇଲ୍ ଦେଖିପାରିବେ କିମ୍ବା ସେମାନଙ୍କୁ ଅନୁସରଣ କରିବା ପାଇଁ ଅନୁରୋଧ କରିପାରିବେ ଏବଂ ସେମାନେ କ’ଣ ଶୁଣୁଛନ୍ତି ତାହା ଦେଖିପାରିବେ।

ଏକ ପ୍ରୋଫାଇଲ୍ ତିଆରି କରନ୍ତୁ

  1. ଆପଣଙ୍କ iPadରେ ଥିବା ମ୍ଯୂଜିକ୍‌ ଆପ୍ କୁ ଯାଆନ୍ତୁ।

  2. ସାଇଡ୍‌ବାର୍‌ରେ ଥିବା “ହୋମ୍‌”ରେ ଟାପ୍ କରନ୍ତୁ, ତା’ପରେ “ମୋ ଆକାଉଣ୍ଟ୍‌” ବଟନ୍‌ରେ ଟାପ୍ କରନ୍ତୁ।

  3. “ପ୍ରୋଫାଇଲ୍ ସେଟ୍ ଅପ୍ କରନ୍ତୁ” ଉପରେ ଟାପ୍ କରନ୍ତୁ, ତା’ପରେ ଏକ ପ୍ରୋଫାଇଲ୍ ତିଆରି କରିବା ପାଇଁ ଅନ୍‌ସ୍କ୍ରୀନ୍‌ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

ଆପଣ ନିଜ ପ୍ରୋଫାଇଲ୍ ସେଟ୍ ଅପ୍ ସମ୍ପୂର୍ଣ୍ଣ କରିବା ପରେ, ଆପଣ ସେହି ବନ୍ଧୁମାନଙ୍କୁ ଖୋଜିପାରିବେ ଯେଉଁମାନଙ୍କ ମ୍ଯୂଜିକ୍‌ ପ୍ରୋଫାଇଲ୍ ଆପଣ ଅନୁସରଣ କରିବାକୁ ଚାହୁଁଛନ୍ତି କିମ୍ବାଆପଣ କେଉଁ ବ୍ଯକ୍ତିଙ୍କ ସହିତ ମ୍ଯୂଜିକ୍‌ ଶେୟର୍‌ କରିବେ ବାଛନ୍ତୁ (ଯାହା ଦ୍ବାରା ଆପଣ କ’ଣ ଶୁଣୁଛନ୍ତି ତାହା ବନ୍ଧୁଙ୍କୁ ଦେଖାଇ ପାରିବେ)।

ଧ‍୍ୟାନ ଦିଅନ୍ତୁ: ଯଦି ଆପଣ ଏକ ଫ୍ୟାମିଲି ଶେୟରିଂ‌ ଗ୍ରୂପ୍‌ର ଅର୍ଗାନାଇଜର୍ ଅଟନ୍ତି, ତେବେ ଆପଣ 13 ରୁ 18 ବର୍ଷ ବୟସର ପିଲାମାନଙ୍କୁ Apple Music ପ୍ରୋଫାଇଲ୍ ତିଆରି କରିବା ପାଇଁ ଅନୁମତି ଦେଇପାରିବେ (କିମ୍ବା ସେମାନଙ୍କୁ ଏପରି କରିବାରୁ ପ୍ରତିରୋଧ କରିପାରିବେ)। 13 ବର୍ଷରୁ କମ୍ ବୟସର ପିଲାମାନେ Apple Music ପ୍ରୋଫାଇଲ୍ ତିଆରି କରିପାରିବେ ନାହିଁ। (ଅଞ୍ଚଳ ଅନୁଯାୟୀ ବୟସ ସୀମା ଭିନ୍ନ ହୋଇଥାଏ।) ବିଷୟବସ୍ତୁକୁ ବ୍ଲକ୍‌ କରନ୍ତୁ ଏବଂ iTunes ଓ ap Store କ୍ରୟଗୁଡ଼ିକୁ ରୋକନ୍ତୁ ଦେଖନ୍ତୁ।

ଆପଣଙ୍କ ପ୍ରୋଫାଇଲ୍ ଏଡିଟ୍‌ କରନ୍ତୁ

  1. ଆପଣଙ୍କ iPadରେ ଥିବା ମ୍ଯୂଜିକ୍‌ ଆପ୍ କୁ ଯାଆନ୍ତୁ।

  2. ସାଇଡ୍‌ବାର୍‌ରେ ହୋମ୍‌ରେ ଟାପ୍ କରନ୍ତୁ, ତା’ପରେ “ମୋ ଆକାଉଣ୍ଟ୍‌” ବଟନ୍‌ କିମ୍ବା ଆପଣଙ୍କ ପ୍ରୋଫାଇଲ୍ ପିକ୍ଚର୍‌ରେ ଟାପ୍ କରନ୍ତୁ।

  3. ସ୍କ୍ରୀନ୍‌ର ଶୀର୍ଷରେ ଥିବା “ପ୍ରୋଫାଇଲ୍ ଦେଖନ୍ତୁ”ରେ ଟାପ୍‌ କରନ୍ତୁ, ତା’ପରେ ଅପ୍‌ଡେଟ୍‌ କରିବା ପାଇଁ “ଏଡିଟ୍ କରନ୍ତୁ”ରେ ଟାପ୍‌ କରନ୍ତୁ।

    ଆପଣ କେଉଁ ବ୍ଯକ୍ତିଙ୍କ ସହିତ ମ୍ଯୂଜିକ୍‌ ଶେୟର୍‌ କରନ୍ତି କିମ୍ବା ଆପଣଙ୍କ ଅନୁସରଣକାରୀଙ୍କ ସହ ଶେୟର୍‌ କରିବା ପାଇଁ ବାଛିବାକୁ ଆପଣ ନିଜର ପ୍ରୋଫାଇଲ୍ ଏଡିଟ୍‌ କରିପାରିବେ।

ଆପଣଙ୍କ ପ୍ରୋଫାଇଲ୍ ଡିଲିଟ୍ କରନ୍ତୁ

ଆପଣ ନିଜ ପ୍ରୋଫାଇଲ୍ ଡିଲିଟ୍ କରିପାରିବେ ଯାହା ଦ୍ୱାରା ଆପଣଙ୍କ ପ୍ଲେଲିଷ୍ଟ୍ ଏବଂ ମ୍ଯୁଜିକ୍‌ ଆଉ ସର୍ଚ୍ଚ୍‌ରେ ଦେଖାଯିବ ନାହିଁ ଏବଂ ଆପଣଙ୍କ ମ୍ଯୁଜିକ୍‌ କିମ୍ବା ପ୍ରୋଫାଇଲ୍ ଆପଣଙ୍କ ଅନୁସରଣକାରୀମାନଙ୍କୁ ଦୃଶ୍ଯମାନ ହେବ ନାହିଁ।

ଧ‍୍ୟାନ ଦିଅନ୍ତୁ: ଯଦି ଆପଣ ନିଜ ପ୍ରୋଫାଇଲ୍ ଡିଲିଟ୍ କରନ୍ତି, ତେବେ ଆପଣଙ୍କ Apple Music ସବ୍‌ସ୍କ୍ରିପ୍ସନ୍‌, ଲାଇବ୍ରେରି ଏବଂ ପ୍ଲେଲିଷ୍ଟ୍ ପ୍ରଭାବିତ ହେବ ନାହିଁ କିନ୍ତୁ ଆପଣଙ୍କ ବନ୍ଧୁମାନେ କ’ଣ ଶୁଣୁଛନ୍ତି ତାହା ଆପଣ ଆଉ ଦେଖିପାରିବେ ନାହିଁ।

  1. ଆପଣଙ୍କ iPadରେ ଥିବା ମ୍ଯୂଜିକ୍‌ ଆପ୍ କୁ ଯାଆନ୍ତୁ।

  2. ସାଇଡ୍‌ବାର୍‌ରେ ହୋମ୍‌ରେ ଟାପ୍ କରନ୍ତୁ, ତା’ପରେ “ମୋ ଆକାଉଣ୍ଟ୍‌” ବଟନ୍‌ କିମ୍ବା ଆପଣଙ୍କ ପ୍ରୋଫାଇଲ୍ ପିକ୍ଚର୍‌ରେ ଟାପ୍ କରନ୍ତୁ।

  3. “ସ୍କ୍ରୀନ୍‌ର ଶୀର୍ଷରେ ଥିବା ପ୍ରୋଫାଇଲ୍ ଦେଖନ୍ତୁ”ରେ ଟାପ୍‌ କରନ୍ତୁ, ତା’ପରେ “ଏଡିଟ୍ କରନ୍ତୁ”ରେ ଟାପ୍‌ କରନ୍ତୁ।

  4. ନିମ୍ନକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ “ପ୍ରୋଫାଇଲ୍ ଡିଲିଟ୍ କରନ୍ତୁ”ରେ ଟାପ୍‌ କରନ୍ତୁ।

    ଯଦି ଆପଣ 90 ଦିନ ମଧ‍୍ୟରେ ନିଜ ପ୍ରୋଫାଇଲ୍ ପୁନର୍ବାର ତିଆରି କରନ୍ତି, ତେବେ ଆପଣଙ୍କ ପୂର୍ବର ସୂଚନା ଏବଂ ଅନୁସରଣକାରୀଙ୍କୁ ରିଷ୍ଟୋର୍ କରାଯିବ।

ଧ‍୍ୟାନ ଦିଅନ୍ତୁ: ଯଦି ଆପଣ ନିଜ ପ୍ରୋଫାଇଲ୍ ଡିଲିଟ୍ କରନ୍ତି, ତେବେ ଆପଣଙ୍କ ଅନୁସରଣକାରୀ କିମ୍ବା ସର୍ଚ୍ଚ୍‌ରେ ଏହା ଆଉ ଦୃଶ୍ଯମାନ ନ ହେବା ପାଇଁ ଅନେକ ମିନିଟ୍ ଲାଗିପାରେ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.