ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadକୁ ଇଣ୍ଟର୍‌ନେଟ୍ ସହିତ ସଂଯୁକ୍ତ କରନ୍ତୁ

ଏକ ଉପଲବ୍ଧ Wi-Fi ନେଟ୍‌ୱର୍କ୍ ବ୍ଯବହାର କରି ଆପଣଙ୍କ iPadକୁ ଇଣ୍ଟର୍‌ନେଟ୍ ସହିତ ସଂଯୋଗ କରନ୍ତୁ। Wi-Fi + Cellular ମଡେଲ୍ ମଧ୍ଯ ଏକ ମୋବାଇଲ୍ ନେଟ୍‌ୱର୍କ୍ ବ୍ଯବହାର କରି ଇଣ୍ଟର୍‌ନେଟ୍ ସହିତ ସଂଯୁକ୍ତ ହୋଇପାରିବ।

ଉପଲବ୍ଧ Wi-Fi ନେଟ୍‌ୱର୍କ୍ ଦେଖାଉଥିବା ସେଟିଂସ୍ ସ୍କ୍ରୀନ୍।

ଉପଲବ୍ଧ ଥିବା ନେଟ୍‌ୱର୍କ୍‌ ଦେଖନ୍ତୁ ଏବଂ Wi-Fi ସହିତ ସଂଯୋଗ କରନ୍ତୁ

  1. ସେଟିଂସ୍  > Wi-Fiକୁ ଯାଆନ୍ତୁ, ତା’ପରେ Wi-Fi ଚାଲୁ କରନ୍ତୁ।

    iPad ସ୍ୱୟଂଚାଳିତ ଭାବରେ ଜଣାଶୁଣା ନେଟ୍‌ଓ୍ବର୍କ୍‌ରେ ଯୋଗ ଦିଏ।

  2. ଏକ ନୂଆ ନେଟ୍‌ଓ୍ବର୍କ୍‌ରେ ଯୋଗ ଦେବା ପାଇଁ, ନିମ୍ନଲିଖିତ ମଧ୍ଯରୁ ଗୋଟିଏ କରନ୍ତୁ:

    • ଏକ ଉପଲବ୍ଧ ଥିବା ନେଟ୍‌ଓ୍ବର୍କ୍‌ରେ ଯୋଗ ଦିଅନ୍ତୁ: ନେଟ୍‌ୱର୍କ୍‌ର ନାମ ଉପରେ ଟାପ୍ କରନ୍ତୁ। ଯଦି ପଚରାଯାଏ, ତେବେ ପାସ୍‌ୱର୍ଡ୍‌ ଲେଖନ୍ତୁ।

    • ଏକ ଲୁକ୍କାଯ଼ିତ ନେଟ୍‌ଓ୍ବର୍କ୍‌ରେ ଯୋଗ ଦିଅନ୍ତୁ: “ଅନ୍ଯ” ଉପରେ ଟାପ୍ କରନ୍ତୁ, ତା’ପରେ ନେଟ୍‌ୱର୍କ୍‌ର ନାମ, ସୁରକ୍ଷା ପ୍ରକାର ଏବଂ ପାସ୍‌ଓ୍ବର୍ଡ୍ ଲେଖନ୍ତୁ।

iPad Wi-Fi ସହିତ ସଂଯୁକ୍ତ ହେଲେ, ନେଟ୍‌ଓ୍ବର୍କ୍‌ ନାମ ପାଖରେ ଏବଂ Wi-Fi ଆଇକନ୍‌ ସ୍କ୍ରୀନ୍‌ ଶୀର୍ଷରେ ଏକ ନୀଳ ଚେକ୍‌ମାର୍କ୍‌ ଦେଖାଯାଇଥାଏ।

ଗୋଟିଏ Wi-Fi ପାସ୍‌ୱର୍ଡ୍ ଶେୟର୍ କରନ୍ତୁ

ଯଦି ଆପଣଙ୍କର iPad ଏକ Wi-Fi ନେଟ୍‌ୱର୍କ୍ ସହିତ ସଂଯୁକ୍ତ ଅଛି, ତେବେ ଆପଣ ଆଖପାଖରେ ଥିବା ଅନ୍ଯ iPhone, iPad କିମ୍ବା Mac ସହିତ Wi-Fi ପାସ୍‌ୱର୍ଡ୍ ଶେୟର୍ କରିପାରିବେ।

  1. ନିଶ୍ଚିତ କରନ୍ତୁ ଯେ ଆପଣଙ୍କର iPad ଅନ୍‌ଲକ୍ ହୋଇଛି, Wi-Fi ନେଟ୍‌ୱର୍କ୍ ସହିତ ସଂଯୁକ୍ତ ହୋଇଛି ଏବଂ ଆପଣଙ୍କର Apple ଆକାଉଣ୍ଟ୍ରେ ସାଇନ୍ ଇନ୍ ହୋଇଛି।

  2. ନିମ୍ନଲିଖିତ କାର୍ଯ୍ଯ କରିବା ନିଶ୍ଚିତ କରନ୍ତୁ:

    • ଆପଣ ଯେଉଁ ବ୍ଯକ୍ତିଙ୍କ ସହ ପାସ୍‌ୱର୍ଡ୍ ଶେୟର୍ କରୁଛନ୍ତି, ସେ ତାଙ୍କ ଡିଭାଇସ୍‌ର Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ ହୋଇଛନ୍ତି।

    • ବ୍ଯକ୍ତି ଜଣକ ଆପଣଙ୍କର କଣ୍ଟାକ୍ଟ୍ ଲିଷ୍ଟ୍‌ରେ କଣ୍ଟାକ୍ଟ୍ ଆପ୍ ରେ ଅଛନ୍ତି।

    • ଅନ୍ଯ ଡିଭାଇସ୍ ଆପଣଙ୍କ iPad ନିକଟରେ ଅଛି।

  3. ଅନ୍ଯ ଡିଭାଇସ୍‌ରେ, Wi-Fi ନେଟ୍‌ୱର୍କ୍ ବାଛନ୍ତୁ।

  4. ଆପଣଙ୍କ iPadରେ, Wi-Fi ପାସ୍‌ୱର୍ଡ୍ ନୋଟିଫିକେଶନ୍ ଦେଖାଜିବା ପାଇଁ କିଛି ସମୟ ଅପେକ୍ଷା କରନ୍ତୁ, ତା’ପରେ “ପାସ୍‌ୱର୍ଡ୍ ଶେୟର୍ କରନ୍ତୁ”ରେ ଟାପ୍‌ କରନ୍ତୁ।

ଏକ ପର୍ସନଲ୍‌ ହଟ୍‌ସ୍ପଟ୍‌ରେ ଯୋଗ ଦିଅନ୍ତୁ

ଯଦି ମୋବାଇଲ୍ ସେବା ଥିବା ଏକ iPhone କିମ୍ବା iPad ପର୍ସନଲ୍ ହଟ୍‌ସ୍ପଟ୍ ଶେୟର୍ କରୁଛି, ତେବେ ଆପଣ ଏହାର ମୋବାଇଲ୍ ସେବା ସଂଯୋଗ ବ୍ଯବହାର କରିପାରିବେ।

  1. ସେଟିଂସ୍ > Wi-Fiକୁ ଯାଆନ୍ତୁ, ତା’ପରେ ପର୍ସନଲ୍ ହଟ୍‌ସ୍ପଟ୍‌ ଶେୟର୍ କରୁଥିବା ଡିଭାଇସ୍ ନାମ ବାଛନ୍ତୁ।

  2. ଯଦି ପଚରାଯାଏ, ତେବେ ପାସ୍‌ୱର୍ଡ୍‌ ଲେଖନ୍ତୁ। (ପର୍ସନଲ୍‌ ହଟ୍‌ସ୍ପଟ୍‌ ଶେୟର୍ କରୁଥିବା ଡିଭାଇସ୍‌ରେ, ସେଟିଂସ୍ > ମୋବାଇଲ୍ ସେବା > ପର୍ସନଲ୍‌ ହଟ୍‌ସ୍ପଟ୍‌ରେ ପାସ୍‌ୱର୍ଡ୍ ଦର୍ଶାଯାଇଛି।)

Wi-Fi ଏବଂ ହଟ୍‌ସ୍ପଟ୍‌ ପାଇଁ ସେଟିଂସ୍ ପରିଚାଳନା କରନ୍ତୁ

  1. ସେଟିଂସ୍ > Wi-Fiକୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • Wi-Fi ନେଟ୍‌ୱର୍କ୍‌ ପାଇଁ ସେଟିଂସ୍ ପରିବର୍ତ୍ତନ କରନ୍ତୁ: ସୂଚନା ବଟନ୍‌ରେ ଟାପ୍‌ କରନ୍ତୁ।

    • ନୂଆ Wi-Fi ନେଟ୍‌ଓ୍ବର୍କ୍‌ରେ ଯୋଗ ଦିଅନ୍ତୁ: “ନେଟ୍‌ଓ୍ବର୍କ୍‌ରେ ଯୋଗଦାନ ପାଇଁ ପଚାରନ୍ତୁ”ରେ ଟାପ୍‌ କରନ୍ତୁ, ତା’ପରେ “ଅଫ୍ କରନ୍ତୁ”, “ସୂଚିତ କରନ୍ତୁ” କିମ୍ବା “ପଚାରନ୍ତୁ” ବାଛନ୍ତୁ।

    • Wi-Fi ଉପଲବ୍ଧ ନ ଥିବା ସମୟରେ ଏକ ପର୍ସନଲ୍ ହଟ୍‌ସ୍ପଟ୍‌ରେ ଯୋଗ ଦିଅନ୍ତୁ: “ହଟ୍‌ସ୍ପଟ୍‌ରେ ଅଟୋ-ଜଏନ୍ କରନ୍ତୁ”ରେ ଟାପ୍‌ କରନ୍ତୁ, ତା’ପରେ “କଦାପି ନୁହେଁ”, “ଜଏନ୍ କରିବାକୁ କୁହନ୍ତୁ” କିମ୍ବା “ସ୍ୱୟଂଚାଳିତ”କୁ ବାଛନ୍ତୁ।

ଯଦି Wi-Fi ଉପଲବ୍ଧ ନାହିଁ, ତେବେ ମୋବାଇଲ୍ ନେଟ୍‌ୱର୍କ୍‌ ସହ ସଂଯୋଗ କରନ୍ତୁ (ମୋବାଇଲ୍ ସେବା ଥିବା iPad ମଡେଲ୍‌ରେ)

ଯଦି Wi-Fi ନେଟ୍‌ୱର୍କ୍‌ ଉପଲବ୍ଧ ନଥାଏ ତେବେ ଆପଣଙ୍କର iPad ସ୍ୱୟଂଚାଳିତ ଭାବରେ ଆପଣଙ୍କ ନେଟ୍‌ୱର୍କ୍‌ ପ୍ରଦାନକାରୀ ମୋବାଇଲ୍ ସେବା ଡେଟା ନେଟ୍‌ୱର୍କ୍‌ ସହିତ ସଂଯୋଗ ହୁଏ। ଯଦି iPad ସଂଯୋଗ ହୁଏ ନାହିଁ, ନିମ୍ନଲିଖୁତ ଯାଞ୍ଚ କରନ୍ତୁ:

  1. ଆପଣଙ୍କ SIM ସକ୍ରିୟ ଏବଂ ଅନ୍‌ଲକ୍‌ ଥିବା ଯାଞ୍ଚ କରନ୍ତୁ। ମୋବାଇଲ୍ ସେବା ସେଟ୍ ଅପ୍ କରନ୍ତୁ ଦେଖନ୍ତୁ।

  2. ସେଟିଂସ୍  > ମୋବାଇଲ୍‌ ଡେଟାକୁ ଯାଆନ୍ତୁ।

  3. ମୋବାଇଲ୍ ଡେଟା ଚାଲୁ ହୋଇଛି କି ନାହିଁ ଯାଞ୍ଚ କରନ୍ତୁ।

iPad ଇଣ୍ଟର୍‌ନେଟ୍ ସହିତ କିପରି ସଂଯୁକ୍ତ ହୁଏ

ଏକ ସଂଯୋଗ ନ ହେବା ପର୍ଯ୍ଯନ୍ତ iPad ନିମ୍ନଲିଖିତ କାର୍ଯ‍୍ୟଗୁଡ଼ିକ କ୍ରମାନୁସାରେ କରିଥାଏ:

  • ସମ୍ପ୍ରତି ବ୍ଯବହୃତ ହୋଇଥିବା ଉପଲବ୍ଧ Wi-Fi ନେଟ୍‌ୱର୍କ୍‌ ସହ ସଂଯୋଗ କରିବାକୁ ଚେଷ୍ଟା କରେ

  • ରେଞ୍ଜ୍‌ରେ ଥିବା Wi-Fi ନେଟ୍‌ୱର୍କ୍‌ର ଏକ ଲିଷ୍ଟ୍ ଦେଖାଏ ଏବଂ ଆପଣ ବାଛିଥିବା ନେଟ୍‌ୱର୍କ୍‌ ସହିତ ସଂଯୋଗ ହୁଏ

  • ଆପଣଙ୍କ ନେଟ୍‌ୱର୍କ୍‌ ପ୍ରଦାନକାରୀ ମୋବାଇଲ୍ ଡେଟା ନେଟ୍‌ୱର୍କ୍ (Wi-Fi + Cellular ମଡେଲ୍) ସହିତ ସଂଯୁକ୍ତ ହୁଏ

    5Gକୁ ସମର୍ଥନ କରୁଥିବା iPadରେ, iPad Wi-Fi ପରିବର୍ତ୍ତେ ଆପଣଙ୍କ 5G ମୋବାଇଲ୍ ଡେଟା ବ୍ଯବହାର କରିପାରେ। ଯଦି ଏପରି ହୁଏ, ତେବେ ଆପଣ Wi-Fi ନେଟ୍‌ଓ୍ବର୍କ୍‌ର ନାମ ତଳେ “ଇଣ୍ଟର୍‌ନେଟ୍ ପାଇଁ 5G ମୋବାଇଲ୍ ସେବା ବ୍ଯବହାର କରାଯାଉଛି” ଦେଖିବେ। ପୁନର୍ବାର Wi-Fiକୁ ସ୍ୱିଚ୍ କରିବାକୁ, ନେଟ୍‌ଓ୍ବର୍କ୍‌ ନାମର ପାଖରେ ଥିବା ସୂଚନା ବଟନ୍‌ରେ ଟାପ୍ କରନ୍ତୁ, ତା’ପରେ “ଇଣ୍ଟର୍‌ନେଟ୍ ପାଇଁ Wi-Fi ବ୍ଯବହାର କରନ୍ତୁ”ରେ ଟାପ୍ କରନ୍ତୁ। Apple ସହାୟତା ଆର୍ଟିକଲ୍ ଆପଣଙ୍କ iPad ସହିତ 5G ବ୍ଯବହାର କରନ୍ତୁ ଦେଖନ୍ତୁ।

ଧ‍୍ୟାନ ଦିଅନ୍ତୁ: ଯଦି ଇଣ୍ଟର୍‌ନେଟ୍ ସହିତ Wi-Fi ସଂଯୋଗ ଉପଲବ୍ଧ ନାହିଁ, ତେବେ ଆପ୍ ଏବଂ ସେବାଗୁଡ଼ିକ ଆପଣଙ୍କ ନେଟ୍‌ୱର୍କ୍‌ ପ୍ରଦାନକାରୀ ମୋବାଇଲ୍ ନେଟ୍‌ୱର୍କ୍‌ ମାଧ୍ଯମରେ ଡେଟା ଟ୍ରାନ୍ସ୍‌ଫର୍ କରିପାରେ, ଯାହା ଫଳରେ ଅତିରିକ୍ତ ଶୁଳ୍କ ଲାଗୁ ହୋଇପାରେ। ଆପଣଙ୍କ ମୋବାଇଲ୍ ଡେଟାର ପ୍ଲାନ୍‌ ବିଷୟରେ ସୂଚନା ପାଇଁ ଆପଣଙ୍କ ନେଟ୍‌ୱର୍କ୍‌ ପ୍ରଦାନକାରୀ ସହିତ ଯୋଗାଯୋଗ କରନ୍ତୁ। ମୋବାଇଲ୍ ଡେଟା ଉପଯୋଗ ପରିଚାଳନା କରିବାକୁ, ମୋବାଇଲ୍ ଡେଟା ସେଟିଂସ୍ ଦେଖନ୍ତୁ କିମ୍ବା ପରିବର୍ତ୍ତନ କରନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.