ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିବା ରିମାଇଣ୍ଡର୍‌ରେ ଏକାଧିକ ଲିଷ୍ଟ୍‌କୁ ବ୍ଯବସ୍ଥିତ କରନ୍ତୁ

ରିମାଇଣ୍ଡର୍ ଆପ୍‌ରେ ଆପଣ ନୂଆ ଲିଷ୍ଟ୍ ତିଆରି କରିପାରିବେ, ଲିଷ୍ଟ୍‌ଗୁଡ଼ିକୁ ଗ୍ରୁପ୍‌ରେ ବ୍ଯବସ୍ଥିତ କରିପାରିବେ ଏବଂ ଶୀଘ୍ର ଆକ୍ସେସ୍ ପାଇଁ ଲିଷ୍ଟ୍‌ଗୁଡ଼ିକୁ ପିନ୍ କରିପାରିବେ।

ଧ‍୍ୟାନ ଦିଅନ୍ତୁ: ଆପଣ iCloudରେ ଅପ୍‌ଡେଟ୍‌ ହୋଇଥିବା ରିମାଇଣ୍ଡର୍‌ ବ୍ୟବହାର କଲେ ଏହି ମାର୍ଗଦର୍ଶିକାରେ ବର୍ଣ୍ଣିତ ସମସ୍ତ ରିମାଇଣ୍ଡର୍ ଫୀଚର୍‌ଗୁଡ଼ିକ ଉପଲବ୍ଧ ହୁଏ। ଅନ୍ଯ ଆକାଉଣ୍ଟ୍ ବ୍ଯବହାର କରିବା ସମୟରେ କେତେକ ଫୀଚର୍ ଉପଲବ୍ଧ ହୁଏ ନାହିଁ।

ଏକ ନୂଆ ଲିଷ୍ଟ୍ ତିଆରି କରନ୍ତୁ

  1. ଆପଣଙ୍କ iPadରେ ରିମାଇଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. “ଲିଷ୍ଟ୍‌ ଯୋଡ଼ନ୍ତୁ” ଉପରେ ଟାପ୍ କରନ୍ତୁ।

  3. ଏକ ନାମ ଲେଖନ୍ତୁ, ତା’ପରେ ଲିଷ୍ଟ୍‌ ପାଇଁ ଏକ ରଙ୍ଗ ଏବଂ ଚିହ୍ନ ବାଛନ୍ତୁ।

  4. “ଲିଷ୍ଟ୍‌ ପ୍ରକାର”ରେ ଟାପ୍‌ କରନ୍ତୁ, ତାପରେ ଷ୍ଟାଣ୍ଡାର୍ଡ୍‌, ଗ୍ରୋସରୀ, କିମ୍ୱା ସ୍ମାର୍ଟ ଲିଷ୍ଟ୍‌ ବାଛନ୍ତୁ।

ସହଜ ଆକ୍ସେସ୍ ପାଇଁ ଅନ୍ଯ ଲିଷ୍ଟ୍‌ଗୁଡ଼ିକ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଲିଷ୍ଟ୍‌କୁ ପିନ୍ କରନ୍ତୁ

  1. ଆପଣଙ୍କ iPadରେ ରିମାଇଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. ଏକ ଲିଷ୍ଟ୍ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “ପିନ୍ କରନ୍ତୁ” ଉପରେ ଟାପ୍ କରନ୍ତୁ। ଆପଣ ମଧ୍ଯ ଲିଷ୍ଟ୍‌ରେ ଡାହାଣକୁ ସ୍ୱାଇପ୍ କରି, ତା’ପରେ “ପିନ୍ କରନ୍ତୁ” ବଟନ୍ରେ ଟାପ୍‌ କରିପାରିବେ।

    ଆପଣ ସର୍ବାଧିକ ନଅଟି ପିନ୍ କରାଯାଇଥିବା ଲିଷ୍ଟ୍ ରଖିପାରିବେ।

ପିନ୍ ହୋଇଥିବା ଲିଷ୍ଟ୍‌ର ସ୍ଥିତି ବଦଳାଇବା ପାଇଁ “ଅଧିକ” ବଟନ୍‌ରେ (ଆପଣଙ୍କ ଲିଷ୍ଟ୍ ଉପରେ) ଟାପ୍ କରନ୍ତୁ, "ଲିଷ୍ଟ୍ ଏଡିଟ୍‌ କରନ୍ତୁ" ଉପରେ ଟାପ୍ କରନ୍ତୁ, ତା’ପରେ “ରିଅର୍ଡର୍ କରନ୍ତୁ” ବଟନ୍‌କୁ ଏକ ନୂଆ ସ୍ଥାନକୁ ଡ୍ରାଗ୍ କରନ୍ତୁ।

ଲିଷ୍ଟ୍‌ର ଏକ ଗ୍ରୁପ୍ ତିଆରି କରନ୍ତୁ

ଆପଣ ନିଜ ଲିଷ୍ଟ୍‌ଗୁଡ଼ିକୁ କାର୍ଯ୍ଯସ୍ଥଳ, ସ୍କୁଲ୍ କିମ୍ବା ଶପିଂ ଭଳି ଗ୍ରୁପ୍‌ରେ ବ୍ଯବସ୍ଥିତ କରିପାରିବେ।

ଏକ ଗ୍ରୁପ୍ ତିଆରି କରିବା ପାଇଁ, କେବଳ ଏକ ଲିଷ୍ଟ୍‌କୁ ଡ୍ରାଗ୍ କରି ଅନ୍ଯ ଏକ ଲିଷ୍ଟ୍ ଉପରେ ରଖନ୍ତୁ। ଆପଣ ନିମ୍ନଲିଖିତ କାର୍ଯ୍ୟ ମଧ୍ଯ କରିପାରିବେ:

  1. ଆପଣଙ୍କ iPadରେ ରିମାଇଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. “ଅଧିକ” ବଟନ୍‌ (ଆପଣଙ୍କ ଲିଷ୍ଟ୍ ଉପରେ)ରେ ଟାପ୍ କରନ୍ତୁ, ତା’ପରେ "ଲିଷ୍ଟ୍ ଏଡିଟ୍‌ କରନ୍ତୁ" ଉପରେ ଟାପ୍ କରନ୍ତୁ।

  3. “ଗ୍ରୁପ୍ ଯୋଡ଼ନ୍ତୁ” ଉପରେ ଟାପ୍ କରନ୍ତୁ, ଏକ ନାମ ଲେଖନ୍ତୁ, ଗ୍ରୁପ୍‌ରେ ଅନ୍ତର୍ଭୁକ୍ତ କରିବା ପାଇଁ ଲିଷ୍ଟ୍ ଚୟନ କରନ୍ତୁ (ଇଚ୍ଛାଧୀନ), ତା’ପରେ”ତିଆରି କରନ୍ତୁ”ଉପରେ ଟାପ୍ କରନ୍ତୁ।

ଲିଷ୍ଟ୍ ଏବଂ ଗ୍ରୁପ୍‌ଗୁଡ଼ିକୁ ଏଡିଟ୍ ଏବଂ ପୁନଃ ବ୍ୟବସ୍ଥିତ କରନ୍ତୁ

  1. ଆପଣଙ୍କ iPadରେ ରିମାଇଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଲିଷ୍ଟ୍ ଏବଂ ଗ୍ରୁପ୍‌ଗୁଡ଼ିକୁ ପୁନଃ: ବ୍ଯବସ୍ଥିତ କରନ୍ତୁ: ଏକ ଲିଷ୍ଟ୍‌ କିମ୍ବା ଗ୍ରୁପ୍‌କୁ ଏକ ନୂଆ ଲୋକେଶନ୍‌କୁ ଡ୍ରାଗ୍ କରନ୍ତୁ। ଏପରିକି ଆପଣ ଏକ ଲିଷ୍ଟ୍‌କୁ ଏକ ଭିନ୍ନ ଗ୍ରୁପ୍‌କୁ ମଧ୍ଯ ମୂଭ୍ କରିପାରିବେ।

    • ଏକ ଲିଷ୍ଟ୍‌ କିମ୍ବା ଗ୍ରୁପ୍‌ର ନାମ ଏବଂ ଆପିଅରନ୍ସ୍ ବଦଳାନ୍ତୁ: ଲିଷ୍ଟ୍ କିମ୍ବା ଗ୍ରୁପ୍‌ରେ ବାମକୁ ସ୍ୱାଇପ୍ କରନ୍ତୁ, ତା’ପରେ “ବିବରଣୀ ଏଡିଟ୍ କରନ୍ତୁ” ବଟନ୍ରେ ଟାପ୍ କରନ୍ତୁ।

ଏକ ଲିଷ୍ଟ୍ କିମ୍ବା ଗ୍ରୁପ୍ ଡିଲିଟ୍ କରନ୍ତୁ

  1. ଆପଣଙ୍କ iPadରେ ରିମାଇଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. ଲିଷ୍ଟ୍ କିମ୍ବା ଗ୍ରୁପ୍‌ରେ ବାମକୁ ସ୍ୱାଇପ୍ କରନ୍ତୁ, ତା’ପରେ “ଡିଲିଟ୍ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ।

    ଆପଣ ଏକ ଗ୍ରୁପ୍ ଡିଲିଟ୍ କରିବା ସମୟରେ, ଆପଣଙ୍କ ପାଖରେ ଲିଷ୍ଟ୍‌ ରଖିବାର ବିକଳ୍ପ ଅଛି।

ଡିଲିଟ୍ ହୋଇଥିବା ଲିଷ୍ଟ୍ କିମ୍ବା ଗ୍ରୁପ୍‌ଗୁଡ଼ିକୁ “ସମ୍ପ୍ରତି ଡିଲିଟ୍ ହୋଇଛି”କୁ ମୂଭ୍ କରାଯାଏ। ଆପଣ ଡିଲିଟ୍ ହେବାର 30 ଦିନ ମଧ୍ଯରେ ସେଗୁଡ଼ିକୁ ରିକଭର୍ କରିପାରିବେ। 30 ଦିନ ପରେ, ସେଗୁଡ଼ିକୁ ସ୍ଥାୟୀ ଭାବେ ଡିଲିଟ୍ କରିଦିଆଯାଏ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.