ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

ଆପଣଙ୍କ iPad ଏବଂ ଅନ୍ଯ ଡିଭାଇସ୍‌ ମଧ୍ଯରେ ଫାଇଲ୍ ଟ୍ରାନ୍ସ୍‌ଫର୍‌ କରନ୍ତୁ

ଆପଣଙ୍କ iPad ଏବଂ iPhone, Mac, କିମ୍ବା Windows ଡିଭାଇସ୍ ପରି ଅନ୍ଯ ଡିଭାଇସ୍ ମଧ୍ଯରେ ଫଟୋ, ଭିଡିଓ ଏବଂ ଅନ୍ଯ ଫାଇଲ୍ ଟ୍ରାନ୍ସ୍‌ଫର୍‌ କରିବାର ଏକାଧିକ ଉପାୟ ଅଛି। ଆପଣ AirDrop ଭଳି ଫୀଚର୍ କିମ୍ବା Mail ଏବଂ ମେସେଜ୍ ଭଳି ଆପ୍ ସହିତ ୱେୟର୍‌ଲେସ୍ ଭାବରେ ଫାଇଲ୍ ଟ୍ରାନ୍ସ୍‌ଫର୍‌ କରିପାରିବେ କିମ୍ବା ଆପଣ ନିଜ iPadକୁ ଏକ କମ୍ପ୍ଯୁଟର୍ କିମ୍ବା ଏକ କେବଲ୍ ଦ୍ବାରା ଏକ ବାହ୍ଯ ଷ୍ଟୋରେଜ୍ ଡିଭାଇସ୍‌ ସହିତ ସଂଯୋଗ କରିପାରିବେ ଏବଂ ତା’ପରେ ଫାଇଲ୍ ଟ୍ରାନ୍ସ୍‌ଫର୍‌ କିମ୍ବା ସିଙ୍କ୍ କରିପାରିବେ।

ଆପଣ ନିଜ ଫାଇଲ୍, ଫଟୋ, ଭିଡିଓ ଇତ୍ଯାଦି ଷ୍ଟୋର୍ କରିବା ପାଇଁ ମଧ୍ଯ iCloud ବ୍ଯବହାର କରିପାରିବେ ଏବଂ ଆପଣ ସମାନ Apple ଆକାଉଣ୍ଟ୍‌ରେ ସାଇନ୍‌ ଇନ୍‌ କରିଥିବା ସମସ୍ତ ଡିଭାଇସ୍‌ରେ ସବୁକିଛି ଅପ୍‌-ଟୁ-ଡେଟ୍‌ ରଖିପାରିବେ।

ଗୁରୁତ୍ବପୂର୍ଣ୍ଣ: କିଛି ପ୍ରକାରର ଡେଟା ପାଇଁ ଟ୍ରାନ୍ସଫର୍, ଶେୟର୍‌ କିମ୍ବା ସିଙ୍କ୍ କରିବା ସୀମିତ ହୋଇପାରେ, ଯେପରିକି ଆପ୍‌ର ମାଲିକାନା ଫର୍ମାଟ୍‌ରେ ସେଭ୍ ହୋଇଥିବା ଫାଇଲ୍, ପୁରୁଣା ସଫ୍ଟୱେୟର୍ ଭର୍ଶନ୍‌ରେ ସେଭ୍ ହୋଇଥିବା ଫାଇଲ୍ ଏବଂ କପିରାଇଟ୍ ଦ୍ୱାରା ସୁରକ୍ଷିତ ଫାଇଲ୍।

ଆପଣଙ୍କ iPadରୁ ଫାଇଲ୍ ୱେୟର୍‌ଲେସ୍ ଭାବରେ ଟ୍ରାନ୍ସ୍‌ଫର୍‌ କରନ୍ତୁ

ଆପଣଙ୍କ iPadରୁ ଆଖପାଖରେ ଥିବା Apple ଡିଭାଇସ୍‌କୁ ଏକ ଫଟୋ, ଫାଇଲ୍ କିମ୍ୱା ଅନ୍ୟ ଆଇଟମ୍ ଶୀଘ୍ର ଶେୟର୍ କରିବାକୁ, ଆପଣ AirDrop ବ୍ୟବହାର କରିପାରିବେ। ଆଖପାଖରେ ଥିବା Apple ଡିଭାଇସ୍‌କୁ ଆଇଟମ୍ ପଠାଇବା ପାଇଁ iPadରେ AirDrop ବ୍ୟବହାର କରନ୍ତୁ ଦେଖନ୍ତୁ।

ଆପଣ ଫାଇଲ୍‌କୁ Mail କିମ୍ବା ମେସେଜ୍ ଆପ୍‌ରେ ଆଟାଚ୍‌ମେଣ୍ଟ୍ ଭାବରେ ପଠାଇ ଆପଣଙ୍କ iPadରୁ ଅନ୍ଯ ଏକ ଡିଭାଇସ୍‌କୁ ମଧ୍ଯ ଫାଇଲ୍ ଟ୍ରାନ୍ସ୍‌ଫର୍‌ କରିପାରିବେ।

iPadକୁ ଏକ କେବଲ୍ ସହିତ ସଂଯୋଗ କରି ଫାଇଲ୍ ଟ୍ରାନ୍ସ୍‌ଫର୍‌ କରନ୍ତୁ

ଆପଣଙ୍କ କମ୍ପ୍ଯୁଟର୍, ଏକ ଏକ୍ସଟର୍ନଲ୍ ଷ୍ଟୋରେଜ୍ ଡିଭାଇସ୍‌ କିମ୍ବା ଏକ ଫାଇଲ୍ ସର୍ଭର୍‌କୁ ଫାଇଲ୍ ଟ୍ରାନ୍ସ୍‌ଫର୍‌ କରିବା ପାଇଁ ଆପଣ ଆପଣଙ୍କ iPadକୁ ନିଜ Mac କିମ୍ବା Windows ଡିଭାଇସ୍‌ ସହିତ ଏକ କେବଲ୍ ଦ୍ବାରା ସଂଯୋଗ କରିପାରିବେ। ଆପଣ ନିଜ Mac କିମ୍ବା Windows ଡିଭାଇସ୍‌‌କୁ ଫାଇଲ୍ ଟ୍ରାନ୍ସ୍‌ଫର୍‌ କଲେ, ଆପଣଙ୍କ କମ୍ପ୍ଯୁଟର୍ ମଡେଲ୍ ଏବଂ ଅପରେଟିଂ ସିଷ୍ଟମ୍ ଉପରେ ନିର୍ଭର କରି ଆପଣ Finder, Apple ଡିଭାଇସ୍‌ କିମ୍ବା iTunes ବ୍ଯବହାର କରିପାରିବେ।

ଧ‍୍ୟାନ ଦିଅନ୍ତୁ: iPad ଆପ୍‌ରୁ କେବଳ ସେହି ଫାଇଲ୍‌ଗୁଡ଼ିକୁ ଟ୍ରାନ୍ସ୍‌ଫର୍‌ କରାଯାଇପାରିବ ଯେଉଁଗୁଡ଼ିକ ଫାଇଲ୍‌ ଶେୟରିଂକୁ ସମର୍ଥନ କରନ୍ତି।

ଅନ୍ଯ ଡିଭାଇସ୍ ସହିତ ଆପଣଙ୍କ iPad ସିଙ୍କ୍ କରନ୍ତୁ

ସମର୍ଥିତ ବିଷୟବସ୍ତୁ ସିଙ୍କ୍ କରିବାକୁ ଆପଣ ନିଜର iPadକୁ ଆପଣଙ୍କ Mac କିମ୍ୱା Windows ଡିଭାଇସ୍‌କୁ ସଂଯୋଗ କରିପାରିବେ। ଉଦାହରଣ ସ୍ୱରୂପ, ଯେତେବେଳେ ଆପଣ ନିଜ iPadରେ ଏକ ମୂଭି ଯୋଡ଼ନ୍ତି, ଆପଣ ସିଙ୍କ୍ କରିପାରିବେ ଯାହା ଦ୍ୱାରା ଆପଣଙ୍କ କମ୍ପ୍ୟୁଟର୍‌ରେ ମଧ୍ୟ ମୂଭି ଦେଖାଯିବ। ଆପଣ ମ୍ଯୂଜିକ୍, ମୂଭି, TV ଶୋ’ଏବଂ ଇତ୍ଯାଦି ବିଷୟବସ୍ତୁ ସିଙ୍କ୍ କରିପାରିବେ।

ଆପଣ ନିଜ Mac କିମ୍ବା Windows ଡିଭାଇସ୍‌ରେ ଫାଇଲ୍ ସିଙ୍କ୍ କଲେ, ଆପଣ ନିଜ କମ୍ପ୍ଯୁଟର୍ ମଡେଲ୍ ଏବଂ ଅପରେଟିଂ ସିଷ୍ଟମ୍ ଉପରେ ନିର୍ଭର କରି Finder, Apple ଡିଭାଇସ୍‌ କିମ୍ବା iTunes ବ୍ଯବହାର କରିପାରିବେ।

iCloud ସହିତ ଆପଣଙ୍କ ଫାଇଲ୍‌ଗୁଡ଼ିକୁ ସ୍ୱୟଂଚାଳିତ ଭାବରେ ସିଙ୍କ୍ କରନ୍ତୁ

ଆପଣ iCloudରେ ନିଜ ଫାଇଲ୍, ଫଟୋ, ଭିଡିଓ ଇତ୍ଯାଦି ଷ୍ଟୋର୍ କରିପାରିବେ ଯାହା ଦ୍ୱାରା ଆପଣ ସେଗୁଡ଼ିକୁ ଆକ୍ସେସ୍ କରିପାରିବେ ଏବଂ ସେଗୁଡ଼ିକୁ ଆପଣଙ୍କ ସମସ୍ତ ଡିଭାଇସ୍‌ରୁ ତଥା ସମର୍ଥିତ ୱେବ୍ ବ୍ରାଉଜର୍‌ରେ ସିଙ୍କ୍ କରିପାରିବେ। ଆପଣଙ୍କ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ ହୋଇଥିବା ଏକ ଡିଭାଇସ୍‌ରୁ ଫାଇଲ୍‌ରେ ଆପଣ କରିଥିବା ଯେକୌଣସି ପରିବର୍ତ୍ତନ ସେହି ସମାନ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ ହୋଇଥିବା ସମସ୍ତ ଡିଭାଇସ୍‌ରୁ ଦେଖାଯିବ। ଅଧିକ ସୂଚନା ପାଇଁ iCloud ୟୁଜର୍ ଗାଇଡ୍‌ରେ iCloud କିପରି ଆପଣଙ୍କ ସମସ୍ତ ଡିଭାଇସ୍‌ରୁ ସୂଚନା ଅପ୍-ଟୁ-ଡେଟ୍ ରଖିଥାଏ ଦେଖନ୍ତୁ।

ଆରମ୍ଭ କରିବା ପାଇଁ, iCloud ୟୁଜର୍ ଗାଇଡ୍‌ରେ ଆପଣଙ୍କର ସମସ୍ତ ଡିଭାଇସ୍‌ରେ iCloud ସେଟ୍ ଅପ୍ କରନ୍ତୁ ଦେଖନ୍ତୁ।

ଗୁରୁତ୍ବପୂର୍ଣ୍ଣ: OS X 10.10 (କିମ୍ବା ପରବର୍ତ୍ତୀ ଭର୍ଶନ୍‌) କିମ୍ବା Windows 7 (କିମ୍ବା ପରବର୍ତ୍ତୀ ଭର୍ଶନ୍‌) ଆବଶ୍ୟକ। ଆପଣଙ୍କୁ ଉଭୟ iPhone ଏବଂ ଆପଣଙ୍କ କମ୍ପ୍ଯୁଟର୍ ସହିତ ଆପଣ ବ୍ଯବହାର କରୁଥିବା ଯେକୌଣସି ସମର୍ଥିତ ୱେବ୍ ବ୍ରାଉଜର୍‌ରେ ସମାନ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରିବାକୁ ହେବ। Apple ସହାୟତା ଆର୍ଟିକଲ୍ iCloud ପାଇଁ ସିଷ୍ଟମ୍‌ ଆବଶ୍ଯକତା ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.