ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ପ୍ରେଡିକ୍ଟିଭ୍ ଟେକ୍ସ୍‌ଟ୍ ବ୍ଯବହାର କରନ୍ତୁ

ପ୍ରେଡିକ୍ଟିଭ୍ ଟେକ୍ସଟ୍ ବ୍ଯବହାର କରି, ଆପଣ କେବଳ ଅଳ୍ପ କିଛି ଟାପ୍ କରି ସମ୍ପୂର୍ଣ୍ଣ ବାକ୍ଯ ଲେଖିପାରିବେ ଏବଂ ସମ୍ପୂର୍ଣ୍ଣ କରିପାରିବେ। iPad କୀ’ବୋର୍ଡ୍‌ରେ ଟେକ୍ସ୍‌ଟ୍ ଟାଇପ୍ କରିବା ସମୟରେ, ଆପଣ ଓ୍ବର୍ଡ୍, ଇମୋଜି ଏବଂ ସୂଚନା ପାଇଁ ବିକଳ୍ପ ଦେଖନ୍ତି ଯାହାକୁ ଆପଣ ସମ୍ଭବତଃ ଏହା ପରେ ଟାଇପ୍ କରିବେ (ସମସ୍ତ ଭାଷା ପାଇଁ ଉପଲବ୍ଧ ନୁହେଁ)। ମେସେଜ୍‌ଗୁଡ଼ିକରେ, ଉଦାହରଣ ସ୍ୱରୂପ, ଯେତେବେଳେ ଆପଣ ଏହିପରି କିଛି ଟାଇପ୍ କରନ୍ତି:

  • “ମୁଁ” ପରେ ଏକ ସ୍ପେସ୍, ଆପଣଙ୍କ “ସାମ୍ପ୍ରତିକ ଲୋକେଶନ୍”ରେ ଅଛି ଏକ ବିକଳ୍ପ ଭାବରେ ଦେଖାଯାଏ

  • “ମୋ ନମ୍ବର୍” ପରେ ଏକ ସ୍ପେସ୍ ଅଛି, ଆପଣଙ୍କ ଫୋନ୍ ନମ୍ବର୍ ଏକ ବିକଳ୍ପ ଭାବରେ ଦେଖାଯାଏ

ଆପଣ ଇନ୍‌ଲାଇନ୍ ପୂର୍ବାନୁମାନ ମଧ୍ଯ ଦେଖନ୍ତି ଯାହା ଆପଣ ସମ୍ପ୍ରତି ଟାଇପ୍ କରୁଥିବା ଶବ୍ଦ କିମ୍ବା ବାକ୍ଯାଂଶକୁ ସମ୍ପୂର୍ଣ୍ଣ କରିଥାଏ।

ଇନ୍‌ଲାଇନ୍‌ ଟେକ୍ସଟ୍ ପୂର୍ବାନୁମାନ ପ୍ରୟୋଗ କରନ୍ତୁ

ଆପଣ ଟାଇପ୍ କରୁଥିବା ସମୟରେ, ଆପଣ ଟାଇପ୍ କରୁଥିବା ୱର୍ଡ୍‌ କିମ୍ବା ବାକ୍ଯାଂଶକୁ ସମ୍ପୂର୍ଣ୍ଣ କରୁଥିବା ପୂର୍ବାନୁମାନ ଗ୍ରେ ଟେକ୍ସଟ୍‌ରେ ଇନ୍‌ଲାଇନ୍ ଦେଖାଯିବ। ଶବ୍ଦ କିମ୍ବା ବାକ୍ଯାଂଶର ପୂର୍ବାନୁମାନ ଗ୍ରହଣ କରିବାକୁ “ସ୍ପେସ୍ ବାର୍”ରେ ଟାପ୍ କରନ୍ତୁ; ଏହାକୁ ପ୍ରତ୍ୟାଖ୍ୟାନ କରିବାକୁ ଟାଇପ୍ କରିବା ଜାରି ରଖନ୍ତୁ।

ଯଦି ଆପଣ ଏକ ଇନ୍‌ଲାଇନ୍ ପୂର୍ବାନୁମାନକୁ ଗ୍ରହଣ କରନ୍ତି ଏବଂ ତା'ପରେ ଆପଣଙ୍କ ମନ ପରିବର୍ତ୍ତନ କରନ୍ତି, ତେବେ ଡିଲିଟ୍ କୀ’ରେ ଟାପ୍ କରନ୍ତୁ, ତା'ପରେ ଟାଇପ୍‌ କରୁଥିବା ଓର୍ଡ୍‌ରେ ଟାପ୍ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଇନ୍‌ଲାଇନ୍‌ ପ୍ରେଡିକ୍ଟିଭ୍ ଟେକ୍ସଟ୍ ଆପଣଙ୍କ ଭାଷାରେ ସମର୍ଥିତ ହୋଇନପାରେ। iOS ଓ iPadOS ଫୀଚର୍ ଉପଲବ୍ଧତା ଦେଖନ୍ତୁ।

ପ୍ରେଡିକ୍ଟିଭ୍ ଟେକ୍ସଟ୍ ପ୍ରୟୋଗ କରନ୍ତୁ

ଆପଣ ଟାଇପ୍ କରିବା ସମୟରେ, ପ୍ରସ୍ତାବିତ ୱର୍ଡ୍‌, ଇମୋଜି ଏବଂ ସୂଚନା ଅନ୍‌ସ୍କ୍ରୀନ୍ କୀ’ବୋର୍ଡ୍ ଉପରେ ଦେଖାଯିବ; ଏହାକୁ ଲାଗୁ କରିବା ପାଇଁ ଏକ ପରାମର୍ଶ ଉପରେ ଟାପ୍ କରନ୍ତୁ।

ନୋଟ୍ ଆପ୍‌ରେ ଅନ୍‌ସ୍କ୍ରୀନ୍ କୀ’ବୋର୍ଡ୍ ଖୋଲା ଅଛି। ଟେକ୍ସଟ୍ ଫିଲ୍ଡ୍‌ରେ ଟେକ୍ସଟ୍ ଲେଖା ହୋଇଛି ଏବଂ କୀ'ବୋର୍ଡ୍ ଉପରେ ପରବର୍ତ୍ତୀ ୱର୍ଡ୍‌ ପାଇଁ ପ୍ରେଡିକ୍ଟିଭ୍ ଟେକ୍ସଟ୍ ପରାମର୍ଶ ଅଛି।

ଧ‍୍ୟାନ ଦିଅନ୍ତୁ: ଆପଣ ଏକ ପ୍ରସ୍ତାବିତ ୱର୍ଡ୍‌ ଗ୍ରହଣ କଲେ, ପ୍ରସ୍ତାବିତ ୱର୍ଡ୍‌ ପରେ ଏକ ସ୍ପେସ୍ ସ୍ୱୟଂଚାଳିତ ଭାବରେ ଏଣ୍ଟର୍‌ ହୋଇଥାଏ। ଯଦି ଆପଣ କମା, ପୂର୍ଣ୍ଣଚ୍ଛେଦ କିମ୍ବା ଅନ୍ଯ ବିରାମଚିହ୍ନ ଲେଖନ୍ତି, ତେବେ ସେହି ସ୍ପେସ୍ ସ୍ୱୟଂଚାଳିତ ଭାବରେ ଡିଲିଟ୍ ହୋଇଯିବ।

ପରାମର୍ଶକୁ ପ୍ରତ୍ୟାଖ୍ୟାନ କରିବାକୁ, ଆପଣଙ୍କ ମୂଳ ୱର୍ଡ୍‌ ଉପରେ ଟାପ୍ କରନ୍ତୁ (ଉଦ୍ଧୃତି ଚିହ୍ନ ମଧ୍ଯରେ ବିକଳ୍ପ ଭାବରେ ଦର୍ଶାଯାଏ) କିମ୍ବା କେବଳ ଟାଇପ୍ କରିବା ଜାରି ରଖନ୍ତୁ।

ପ୍ରେଡିକ୍ଟିଭ୍ ଟେକ୍ସ୍‌ଟ୍ ବନ୍ଦ କିମ୍ବା ଅନ୍ କରନ୍ତୁ

  • ଅନ୍‌ସ୍କ୍ରୀନ୍‌ କୀ'ବୋର୍ଡ୍ ସହିତ: ଇମୋଜି ବଟନ୍‌ କିମ୍ବା ସ୍ବିଚ୍ କୀ’ବୋର୍ଡ୍‌ କୀ’କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, "କୀ’ବୋର୍ଡ୍‌ ସେଟିଂସ୍"ରେ ଟାପ୍ କରନ୍ତୁ, ତା’ପରେ ପ୍ରେଡିକ୍ଟିଭ୍ ଟେକ୍ସ୍‌ଟ୍ ବନ୍ଦ କିମ୍ବା ଚାଲୁ କରନ୍ତୁ।

  • ଏକ ବାହ୍ୟ କୀ'ବୋର୍ଡ୍ ସହିତ: ସେଟିଂସ୍  > କୀ’ବୋର୍ଡ୍‌କୁ ଯାଆନ୍ତୁ, ତା’ପରେ ପ୍ରେଡିକ୍ଟିଭ୍ ଟେକ୍ସ୍‌ଟ୍ ବନ୍ଦ କରନ୍ତୁ।

ଆପଣ ପ୍ରେଡିକ୍ଟିଭ୍ ଟେକ୍ସ୍‌ଟ୍ ବନ୍ଦ କଲେ iPad ଭୁଲ ବନାନ ଥିବା ଓ୍ବର୍ଡ୍ ପାଇଁ ସଂଶୋଧନ ପ୍ରସ୍ତାବ ଦେବାକୁ ଚେଷ୍ଟା କରିପାରେ। ସଂଶୋଧନ ଗ୍ରହଣ କରିବାକୁ, ଏକ ସ୍ପେସ୍ କିମ୍ବା ବିରାମଚିହ୍ନ ଲେଖନ୍ତୁ କିମ୍ବା “ରିଟର୍ଣ୍ଣ”ରେ ଟାପ୍ କରନ୍ତୁ। ସଂଶୋଧନକୁ ପ୍ରତ୍ଯାଖାନ କରିବାକୁ, “x”ରେ ଟାପ୍ କରନ୍ତୁ। ଯଦି ଆପଣ ସମାନ ପରାମର୍ଶକୁ କିଛିଥର ପ୍ରତ୍ଯାଖ୍ଯାନ କରନ୍ତି, ତେବେ iPad ଏହାର ପରାମର୍ଶ ଦେବା ବନ୍ଦ କରିଦେବ।

ଧ‍୍ୟାନ ଦିଅନ୍ତୁ: ପ୍ରେଡିକ୍ଟିଭ୍ ଟେକ୍ସ୍‌ଟ୍ ସେଟିଂ ବନ୍ଦ କରିବା ଦ୍ୱାରା ଉଭୟ ପ୍ରେଡିକ୍ଟିଭ୍ ଟେକ୍ସ୍‌ଟ୍ ଏବଂ ଇନ୍‌ଲାଇନ୍ ଟେକ୍ସ୍‌ଟ୍‌ର ପ୍ରେଡିକ୍ସନ୍ ବନ୍ଦ ହୋଇଯାଏ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.