ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ Safari ବ୍ଯବହାର କରି ୱେବ୍ ବ୍ରାଉଜ୍‌ କରନ୍ତୁ

ଆପଣ ୱେବ୍ ବ୍ରାଉଜ୍‌ କରିପାରିବେ, ଓ୍ବେବ୍‌ସାଇଟ୍‌ ଦେଖିପାରିବେ, ଓ୍ବେବ୍‌ସାଇଟ୍‌ ଲିଙ୍କ୍ ପ୍ରିଭ୍ଯୁ କରିପାରିବେ, ୱେବ୍ ପେଜ୍ ଅନୁବାଦ କରିପାରିବେ ଏବଂ ଯଦି Safari ଆପ୍‌କୁ କାଢ଼ି ଦିଆଯାଏ ତେବେ ଏହାକୁ ଆପଣଙ୍କ ହୋମ୍ ସ୍କ୍ରୀନ୍‌ରେ ପୁଣି ଯୋଡ଼ିପାରିବେ। ଯଦି ଆପଣ ନିଜର ସମସ୍ତ ଡିଭାଇସ୍‌ରେ ସମାନ Apple ଆକାଉଣ୍ଟ୍ ସହିତ iCloudରେ ସାଇନ୍ ଇନ୍ କରନ୍ତି, ତେବେ ଆପଣ ଅନ୍ଯ ଡିଭାଇସ୍‌ରେ ଖୋଲା ଥିବା ପେଜ୍‌ଗୁଡ଼ିକ ଦେଖିପାରିବେ ଏବଂ ଆପଣଙ୍କ ସମସ୍ତ ଡିଭାଇସ୍‌ରେ ଆପଣଙ୍କ ବୁକ୍‌ମାର୍କ୍‌, ହିଷ୍ଟ୍ରି ଏବଂ ପଠନ ଲିଷ୍ଟ୍ ଅପଡେଟ୍ ରଖିପାରିବେ।

ଏକ ଖୋଲା ୱେବ୍‌ପୃଷ୍ଠା। ଶୀର୍ଷରେ ବାମରୁ ଡାହାଣକୁ, ସାଇଡ୍‌ବାର୍‌ ବଟନ୍, ବର୍ତ୍ତମାନର ଖୋଲା ଥିବା ଟ୍ଯାବ୍‌ ଗ୍ରୂପ୍‌ର ଶୀର୍ଷକ, ପୂର୍ବ ଏବଂ ପଛ ବଟନ୍, ସର୍ଚ୍ଚ୍‌ ଫିଲ୍ଡ୍‌, ଶେୟର୍ ବଟନ୍, ନୂଆ ଟ୍ଯାବ୍‌ ବଟନ୍ ଏବଂ ଟ୍ଯାବ୍‌ ଓଭର୍‌ଭ୍ଯୁ ବଟନ୍ ଅଛି।

ଏକ ୱେବ୍‌ପେଜ୍‌କୁ ଯାଆନ୍ତୁ

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. ସର୍ଚ୍ଚ୍‌ ଫିଲ୍ଡ୍‌ରେ ୱେବ୍‌ପେଜ୍‌‌ର ନାମ କିମ୍ବା ୱେବ୍ ଠିକଣା (URL) ଲେଖନ୍ତୁ।

Safariରେ ଓ୍ବେବ୍‌ସାଇଟ୍‌ ଦେଖନ୍ତୁ

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଶୀର୍ଷକୁ ଫେରନ୍ତୁ: ଏକ ଲମ୍ବା ପୃଷ୍ଠାର ଶୀର୍ଷକୁ ଶୀଘ୍ର ଫେରିବାକୁ ସ୍କ୍ରୀନ୍‌ର ଉପର ଧାରରେ ଡବଲ୍-ଟାପ୍ କରନ୍ତୁ।

    • ପୃଷ୍ଠା ବିଷୟରେ ଅଧିକ ଜାଣନ୍ତୁ: iPadକୁ ଲ୍ୟାଣ୍ଡ୍‌ସ୍କେପ୍‌ ଓରିଏଣ୍ଟେଶନ୍‌କୁ ଘୂରାନ୍ତୁ।

    • ପୃଷ୍ଠା ରିଫ୍ରେଶ୍‌ କରନ୍ତୁ: ପୃଷ୍ଠାର ଶୀର୍ଷରୁ ତଳକୁ ଟାଣନ୍ତୁ।

    • ଲିଙ୍କ୍ ଶେୟର୍‌ କରନ୍ତୁ: ପେଜ୍‌ର ଶୀର୍ଷ ଡାହାଣ ପଟେ “ଶେୟର୍ କରନ୍ତୁ”‌ ବଟନ୍‌ରେ ଟାପ୍ କରନ୍ତୁ।

Split Viewରେ ଦୁଇଟି ପୃଷ୍ଠା ଏକା ଥରରେ ଦେଖନ୍ତୁ

ଦୁଇଟି Safari ପୃଷ୍ଠା ପାଖାପାଖି ଖୋଲିବା ପାଇଁ Split View ବ୍ଯବହାର କରନ୍ତୁ।

ଆଡ୍‌ଜଷ୍ଟେବଲ୍ ଡିଭାଇଡର୍ ଦ୍ୱାରା ପୃଥକ୍‌ ହୋଇଥିବା ଦୁଇଟି ଭିନ୍ନ ୱେବ୍ ପେଜ୍ ସ୍କ୍ରୀନ୍ ଦେଖଏ। ପ୍ରତ୍ଯେକ ୱେବ୍‌ପେଜ୍‌ ଶୀର୍ଷରେ ମଲ୍ଟି ଟାସ୍କିଂ କଣ୍ଟ୍ରୋଲ୍ ପାଇଁ ଆଇକନ୍ ଅଛି।
  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • Split Viewରେ ଏକ ଖାଲି ପେଜ୍‌ ଖୋଲନ୍ତୁ: “ଟାବ୍” ବଟନ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, ତା’ପରେ ନୂଆ ୱିଣ୍ଡୋରେ ଟାପ୍ କରନ୍ତୁ।

    • Split Viewରେ ଏକ ଲିଙ୍କ୍ ଖୋଲନ୍ତୁ: ଲିଙ୍କ୍ ସ୍ସର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “ନୂଆ ଟ୍ଯାବ୍‌ରେ ଖୋଲନ୍ତୁ”ରେ ଟାପ୍ କରନ୍ତୁ।

    • Split Viewର ଅନ୍ଯ ପାର୍ଶ୍ୱକୁ ଏକ ୱିଣ୍ଡୋ ମୂଭ୍‌ କରନ୍ତୁ: ୱିଣ୍ଡୋର ଶୀର୍ଷରେ Safari ମଲ୍ଟି ଟାସ୍କିଂ କଣ୍ଟ୍ରୋଲ୍ ବଟନ୍ କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ବାମ କିମ୍ବା ଡାହାଣକୁ ଡ୍ରାଗ୍ କରନ୍ତୁ।

    • Split View ୱିଣ୍ଡୋରେ ଟ୍ଯାବ୍‌‌ଗୁଡ଼ିକୁ ବନ୍ଦ କରନ୍ତୁ: “ଟାବ୍” ବଟନ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ।

    • Split Viewରୁ ବାହାରନ୍ତୁ: ଆପଣ ବନ୍ଦ କରିବାକୁ ଚାହୁଁଥିବା ୱିଣ୍ଡୋ ଉପରେ ଡିଭାଇଡର୍‌କୁ ଡ୍ରାଗ୍ କରନ୍ତୁ।

ଓ୍ବେବ୍‌ସାଇଟ୍‌ ଲିଙ୍କ୍ ପ୍ରିଭ୍ଯୁ କରନ୍ତୁ

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. ପୃଷ୍ଠା ନଖୋଲି ଲିଙ୍କ୍‌ର ପ୍ରିଭ୍ଯୁ ଦେଖିବା ପାଇଁ Safariରେ ଏକ ଲିଙ୍କ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

    ଲିଙ୍କ୍ ଖୋଲିବା ପାଇଁ ପ୍ରୀଭ୍ୟୂରେ ଟାପ୍‌ କରନ୍ତୁ କିମ୍ବା “ଖୋଲନ୍ତୁ”ରେ ଟାପ୍ କରନ୍ତୁ। ପ୍ରିଭ୍ଯୁ ବନ୍ଦ କରିବା ଏବଂ ସାମ୍ପ୍ରତିକ ପୃଷ୍ଠାରେ ରହିବା ପାଇଁ ପ୍ରିଭ୍ଯୁ ବାହାରେ ଯେକୌଣସି ସ୍ଥାନରେ ଟାପ୍‌ କରନ୍ତୁ।

    ଏକ ଓ୍ବେବ୍‌ସାଇଟ୍‌ ପାଇଁ ପ୍ରୀଭ୍ୟୂ। ପ୍ରୀଭ୍ୟୂର ଡାହାଣ ପଟେ ଏକ ମେନ୍ଯୁ ଅଛି ଯାହା ବିକଳ୍ପଗୁଡ଼ିକ ଦେଖାଏ, ଯେଉଁଥିରେ ଖୋଲନ୍ତୁ, ବ୍ଯାକ୍‌ଗ୍ରାଉଣ୍ଡ୍‌ରେ ଖୋଲନ୍ତୁ, ନୂଆ ୱିଣ୍ଡୋରେ ଖୋଲନ୍ତୁ ଇତ୍ଯାଦି ଅନ୍ତର୍ଭୁକ୍ତ।

ଏକ ୱେବ୍ ପେଜ୍ ଅନୁବାଦ କରନ୍ତୁ

ଆପଣ ଏକ ୱେବ୍‌ପୃଷ୍ଠାକୁ ଅନ୍ଯ ଭାଷାରେ ଦେଖିଲେ, ଏହାକୁ ଅନୁବାଦ କରିବା ପାଇଁ ଆପଣ Safari ବ୍ଯବହାର କରିପାରିବେ (ସମସ୍ତ ଭାଷା କିମ୍ବା ଅଞ୍ଚଳରେ ଉପଲବ୍ଧ ନୁହେଁ)।

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. “ପୃଷ୍ଠା ସେଟିଂସ୍” ବଟନ୍‌ରେ ଟାପ୍‌ କରନ୍ତୁ, ତା'ପରେ “ଅନୁବାଦ” ବଟନ୍ରେ ଟାପ୍‌ କରନ୍ତୁ (ଯଦି ଅନୁବାଦ ଉପଲବ୍ଧ)।

ଡାଉନ୍‌ଲୋଡ୍‌‌ ପରିଚାଳନା କରନ୍ତୁ

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. ଆପଣ ଡାଉନ୍‌ଲୋଡ୍‌‌ କରିବାକୁ ଚାହୁଁଥିବା ଫାଇଲ୍ କିମ୍ବା ଲିଙ୍କ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ଡାଉନ୍‌ଲୋଡ୍‌‌ ଲିଙ୍କ୍ ହୋଇଥିବା ଫାଇଲ୍ ଉପରେ ଟାପ୍ କରନ୍ତୁ।

    ଆପଣ ଡାଉନ୍‌ଲୋଡ୍‌ କରୁଥିବା ଫାଇଲ୍‌ର ସ୍ଥିତି ଯାଞ୍ଚ କରିବା, ଡାଉନ୍‌ଲୋଡ୍‌ ହୋଇଥିବା ଫାଇଲ୍‌କୁ ଶୀଘ୍ର ଆକ୍ସେସ୍ କରିବା କିମ୍ବା ଡାଉନ୍‌ଲୋଡ୍‌ ହୋଇଥିବା ଫାଇଲ୍‌କୁ ଅନ୍ଯ ଫାଇଲ୍‌ରେ କିମ୍ବା ଆପଣ କାର୍ଯ୍ଯ କରୁଥିବା ଇମେଲ୍‌କୁ ଡ୍ରାଗ୍ କରିବା ପାଇଁ “ଡାଉନ୍‌ଲୋଡ୍‌ କରନ୍ତୁ” ବଟନ୍ ଉପରେ ଟାପ୍‌ କରନ୍ତୁ।

ଟିପ୍‌: Safari ବ୍ଯବହାର କରିବା ଜାରି ରଖିବା ସମୟରେ ଆପଣ ବ୍ଯାକ୍‌ଗ୍ରାଉଣ୍ଡ୍‌ରେ ଫାଇଲ୍ ଡାଉନ୍‌ଲୋଡ୍ କରିପାରିବେ।

ଆପଣଙ୍କ ହୋମ୍ ସ୍କ୍ରୀନ୍‌ରେ Safari ପୁଣି ଯୋଡ଼ନ୍ତୁ

ଯଦି ଆପଣ ନିଜ ହୋମ୍ ସ୍କ୍ରୀନ୍‌ରେ Safari ଦେଖୁନାହାନ୍ତି, ତେବେ ଆପଣ ଏହାକୁ ଆପ୍ ଲାଇବ୍ରେରୀରେ ପାଇପାରିବେ ଏବଂ ଏହାକୁ ପୁଣି ଯୋଡ଼ିପାରିବେ।

  1. ହୋମ୍ ସ୍କ୍ରୀନ୍‌ରେ, ଆପ୍ ଲାଇବ୍ରେରୀ ନ ଦେଖାଯିବା ପର୍ଯ୍ଯନ୍ତ ବାମକୁ ସ୍ୱାଇପ୍ କରନ୍ତୁ।

  2. ସର୍ଚ୍ଚ୍‌ ଫିଲ୍ଡରେ "Safari" ଲେଖନ୍ତୁ।

  3. Safari ଆପ୍ ଆଇକନ୍କୁ ଦବାଇ ହୋଲ୍ଡ୍‌ କରନ୍ତୁ, ତା'ପରେ “ହୋମ୍ ସ୍କ୍ରୀନ୍‌ରେ ଯୋଡ଼ନ୍ତୁ”ରେ ଟାପ୍‌ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.