ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadର ଫଟୋ କିମ୍ବା ଭିଡିଓରେ ଥିବା ବିଷୟବସ୍ତୁ ସହିତ ଇଣ୍ଟରାକ୍ଟ୍ କରିବା ପାଇଁ ଲାଇଭ୍‌ ଟେକ୍ସ୍‌ଟ୍ ବ୍ଯବହାର କରନ୍ତୁ

ଲାଇଭ୍ ଟେକ୍ସ୍‌ଟ୍ ଆପଣଙ୍କ ଫଟୋ, ଭିଡିଓ ଏବଂ ଆପଣ ଅନ୍‌ଲାଇନ୍‌ରେ ପାଇଥିବା ଇମେଜ୍ ମଧ୍ଯରେ ଟେକ୍ସ୍‌ଟ୍ ଚିହ୍ନଟ କରେ। ଆପଣ ଏହି ଟେକ୍ସ୍‌ଟ୍ ସହିତ ଏକାଧିକ ଉପାୟରେ ଇଣ୍ଟରାକ୍ଟ୍ କରିପାରିବେ। କପି, ଶେୟର୍ କିମ୍ବା ଅନୁବାଦ କରିବା ପାଇଁ ଆପଣ ଟେକ୍ସଟ୍ ଚୟନ କରିପାରିବେ କିମ୍ବା ଫୋନ୍ କଲ୍ କରିବା, ୱେବ୍‌ସାଇଟ୍ ଖୋଲିବା କିମ୍ବା ମୁଦ୍ରା ପରିବର୍ତ୍ତନ କରିବା ଭଳି କାର୍ଯ୍ଯ କରିବା ପାଇଁ ଆପଣ ତ୍ୱରିତ ଆକ୍ସନ୍ ବ୍ଯବହାର କରିପାରିବେ।

ଲାଇଭ୍‌ ଟେକ୍ସ୍‌ଟ୍‌ ସମର୍ଥିତ ମଡେଲ୍‌ଗୁଡ଼ିକରେ ଉପଲବ୍ଧ ଏବଂ Safari, ଫଟୋ, କ୍ଯାମେରା, କ୍ୱିକ୍ ଲୁକ୍ ଇତ୍ଯାଦିରେ ବ୍ଯବହାର କରାଯାଇପାରିବ।

ଲାଇଭ୍ ଟେକ୍ସ୍‌ଟ୍ ଚାଲୁ କରନ୍ତୁ

ଲାଇଭ୍ ଟେକ୍ସ୍‌ଟ୍ ବ୍ଯବହାର କରିବା ଆରମ୍ଭ କରିବା ପୂର୍ବରୁ, ନିଶ୍ଚିତ କରନ୍ତୁ ଯେ, ଏହା ସମସ୍ତ ସମର୍ଥିତ ଭାଷା ପାଇଁ ଚାଲୁ ହୋଇଛି।

  1. ସେଟିଂସ୍‌  > ସାଧାରଣ > ଭାଷା ଓ ଅଞ୍ଚଳକୁ ଯାଆନ୍ତୁ।

  2. ଲାଇଭ୍ ଟେକ୍ସ୍‌ଟ୍ ଚାଲୁ କରନ୍ତୁ।

ଏକ ଫଟୋ କିମ୍ବା ଭିଡିଓରେ ଟେକ୍ସ୍‌ଟ୍ କପି କରନ୍ତୁ, ଅନୁବାଦ କରନ୍ତୁ ଏବଂ ଖୋଜନ୍ତୁ

  1. ଏକ ଫଟୋ ଖୋଲନ୍ତୁ କିମ୍ବା ଟେକ୍ସ୍‌ଟ୍ ଥିବା ଏକ ଭିଡିଓକୁ ପଜ୍ କରନ୍ତୁ।

  2. “ଟେକ୍ସ୍‌ଟ୍ ଚିହ୍ନଟ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ, ତା’ପରେ ଚୟନିତ ଟେକ୍ସଟ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

  3. ନିର୍ଦ୍ଦିଷ୍ଟ ଟେକ୍ସଟ୍ ଚୟନ କରିବାକୁ ଗ୍ରାବ୍ ପଏଣ୍ଟ୍ ବ୍ଯବହାର କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • ଟେକ୍ସ୍‌ଟ୍ କପି କରନ୍ତୁ: ନୋଟ୍ କିମ୍ବା ମେସେଜ୍ ଭଳି ଅନ୍ୟ ଏକ ଆପ୍‌ରେ ପେଷ୍ଟ୍ କରିବାକୁ ଟେକ୍ସ୍‌ଟ୍ କପି କରନ୍ତୁ।

    • ସବୁ ଚୟନ କରନ୍ତୁ: ଫ୍ରେମ୍ ମଧ୍ଯରେ ଥିବା ସମସ୍ତ ଟେକ୍ସ୍‌ଟ୍ ଚୟନ କରନ୍ତୁ।

    • ଲୁକ୍ ଅପ୍: ପର୍ସନାଲାଇଜ୍ ହୋଇଥିବା ୱେବ୍ ପରାମର୍ଶ ଦେଖାନ୍ତୁ।

    • ଅନୁବାଦ କରନ୍ତୁ: ଟେକ୍ସ୍‌ଟ୍ ଅନୁବାଦ କରନ୍ତୁ।

    • ୱେବ୍ ସର୍ଚ୍ଚ୍‌ କରନ୍ତୁ: ୱେବ୍‌ରେ ଚୟନିତ ଟେକ୍ସ୍‌ଟ୍ ଖୋଜନ୍ତୁ।

    • ଶେୟର୍ କରନ୍ତୁ: AirDrop, ମେସେଜ୍, Mail କିମ୍ବା ଅନ୍ୟ ଉପଲବ୍ଧ ବିକଳ୍ପକୁ ବ୍ୟବହାର କରି ଟେକ୍ସ୍‌ଟ୍ ଶେୟର୍ କରନ୍ତୁ।

  4. ଫଟୋ କିମ୍ବା ଭିଡିଓକୁ ଫେରିବାକୁ “ଟେକ୍ସ୍‌ଟ୍ ଚିହ୍ନଟ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ।

ତ୍ୱରିତ କାର୍ଯ୍ଯ ସହିତ ଫଟୋ କିମ୍ବା ଭିଡିଓ ମଧ୍ଯରେ କାର୍ଯ୍ଯ ସମ୍ପାଦନ କରନ୍ତୁ

ଫଟୋ କିମ୍ୱା ଭିଡିଓର ବିଷୟବସ୍ତୁ ଉପରେ ନିର୍ଭର କରି, ଆପଣ ଫୋନ୍ କଲ୍, ନିର୍ଦ୍ଦେଶାବଳୀ ପ୍ରାପ୍ତ କରିବା, ଭାଷା ଅନୁବାଦ, ମୁଦ୍ରା ପରିବର୍ତ୍ତନ ଇତ୍ଯାଦି କାର୍ଯ୍ୟ କରିବାକୁ ସ୍କ୍ରୀନ୍‌ର ତଳଭାଗରେ ଏକ “ତ୍ବରିତ କାର୍ଯ୍ଯ”ରେ ଟାପ୍ କରିପାରିବେ।

  1. ଏକ ଫଟୋ ଖୋଲନ୍ତୁ କିମ୍ବା ଟେକ୍ସ୍‌ଟ୍ ଥିବା ଏକ ଭିଡିଓକୁ ପଜ୍ କରନ୍ତୁ।

  2. “ଟେକ୍ସ୍‌ଟ୍ ଚିହ୍ନଟ କରନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ।

  3. ସ୍କ୍ରୀନ୍ ତଳେ ଏକ ତ୍ବରିତ କାର୍ଯ‍୍ୟ ଉପରେ ଟାପ୍ କରନ୍ତୁ।

  4. ଫଟୋ କିମ୍ବା ଭିଡିଓକୁ ଫେରିବାକୁ “ଟେକ୍ସ୍‌ଟ୍ ଚିହ୍ନଟ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ।

ଲାଇଭ୍ ଟେକ୍ସ୍‌ଟ୍ ସମସ୍ତ ଅଞ୍ଚଳ କିମ୍ବା ଭାଷାରେ ଉପଲବ୍ଧ ନାହିଁ। iOS ଓ iPadOS ଫୀଚର୍ ଉପଲବ୍ଧତା ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.