iPadରେ ଫଟୋ ଆପ୍ କଷ୍ଟମାଇଜ୍ କରନ୍ତୁ

ଆପଣ ନିଜ ଇଚ୍ଛା ଅନୁସାରେ ସଂଗ୍ରହଗୁଡ଼ିକୁ ବ୍ଯବସ୍ଥିତ କରିବା ପାଇଁ ସେଗୁଡ଼ିକୁ କାଢ଼ି ପାରିବେ, ପୁଣି କ୍ରମବଦ୍ଧ କରିପାରିବେ ଏବଂ ପିନ୍ କରିପାରିବେ।

ସଂଗ୍ରହଗୁଡ଼ିକୁ ପୁନଃ ଅର୍ଡର୍ କରନ୍ତୁ କିମ୍ବା ଲୁଚାନ୍ତୁ

ଆପଣ ଫଟୋ ଆପ୍‌ରେ ସଂଗ୍ରହର କ୍ରମ ବଦଳାଇ ପାରିବେ ଯାହା ଦ୍ୱାରା ଆପଣ ଅଧିକ ବ୍ୟବହାର କରୁଥିବା ସଂଗ୍ରହ ପ୍ରଥମେ, ଫଟୋ ଗ୍ରିଡ୍ ତଳେ ଦେଖାଯିବ। ଉଦାହରଣ ସ୍ୱରୂପ, ଯଦି ଆପଣ ବାରମ୍ବାର ଆପଣଙ୍କ ଶେୟର୍‌ କରାଯାଇଥିବା ଆଲ୍‌ବମ୍‌ ଦେଖନ୍ତି, ତେବେ ଆପଣ ସେଗୁଡ଼ିକୁ ଅନ୍ଯ ସଂଗ୍ରହର ଉପରକୁ ମୂଭ୍ କରିପାରିବେ। ଆପଣ ଡିସ୍‌ପ୍ଲେ କରିବାକୁ ଚାହୁଁ ନଥିବା ଯେକୌଣସି ସଂଗ୍ରହକୁ ମଧ୍ଯ ଲୁଚାଇ ପାରିବେ।

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ସ୍କ୍ରୀନ୍‌ର ନିମ୍ନକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ କଷ୍ଟମାଇଜ୍ ଏବଂ “ପୁଣି କ୍ରମରେ ସଜାନ୍ତୁ”ରେ ଟାପ୍ କରନ୍ତୁ।

  3. ଏକ ସଂଗ୍ରହକୁ ଏକ ନୂଆ ସ୍ଥାନକୁ ଡ୍ରାଗ୍ କରନ୍ତୁ କିମ୍ବା ଲୁଚାଇବା ପାଇଁ ଏହାକୁ ଅଚୟନ କରନ୍ତୁ।

    ଆପଣଙ୍କ ପରିବର୍ତ୍ତନଗୁଡ଼ିକୁ ପୂର୍ବ ଭଳି କରିବା ପାଇଁ “ ରୀସେଟ୍‌ କରନ୍ତୁ”ରେ ଟାପ୍ କରନ୍ତୁ।

  4. କ୍ଲୋଜ୍‌ରେ ଟାପ୍‌ କରନ୍ତୁ।

ଏକ ସଂଗ୍ରହ ପିନ୍ କରନ୍ତୁ

ପିନ୍ ହୋଇଥିବା ସଂଗ୍ରହରେ କେଉଁ ଆଲବମ୍ ଏବଂ ସଂଗ୍ରହ ଦେଖାଯିବ ଆପଣ ଚୟନ କରିପାରିବେ, ଯାହା ଦ୍ୱାରା ସେଗୁଡ଼ିକୁ ଖୋଜିବା ସହଜ ହୋଇପାରିବ।

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ ପିନ୍ ହୋଇଥିବା ସଂଗ୍ରହ ନିକଟରେ ଥିବା “ପରିବର୍ତ୍ତନ କରନ୍ତୁ”ରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • ପିନ୍ ହୋଇଥିବା ସଂଗ୍ରହକୁ କାଢ଼ି ଦିଅନ୍ତୁ: “କାଢ଼ନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ, ତା'ପରେ “ଡିଲିଟ୍‌ କରନ୍ତୁ”ରେ ଟାପ୍‌ କରନ୍ତୁ।

    • ଏକ ସଂଗ୍ରହ ପିନ୍ କରନ୍ତୁ: ଆପଣ ଯୋଡ଼ିବାକୁ ଚାହୁଁଥିବା ପ୍ରସ୍ତାବିତ ସଂଗ୍ରହରେ ଟାପ୍ କରନ୍ତୁ କିମ୍ବା ଅଧିକ ବିକଳ୍ପ ଦେଖିବା ପାଇଁ ଯେକୌଣସି ସଂଗ୍ରହ କିମ୍ବା ଆଲ୍‌ବମ୍‌ରେ ଟାପ୍ କରନ୍ତୁ।

    • ପିନ୍ ହୋଇଥିବା ସଂଗ୍ରହକୁ ପୁଣି କ୍ରମରେ ସଜାନ୍ତୁ: ଏକ ପିନ୍ ହୋଇଥିବା ସଂଗ୍ରହକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ଏହାକୁ ଏକ ନୂଆ ସ୍ଥାନକୁ ଡ୍ରାଗ୍ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: ସେମାନଙ୍କ ପାଖରେ ଥିବା ସଂଗ୍ରହଗୁଡ଼ିକ “କାଢ଼ନ୍ତୁ” ବଟନ୍‌ ସମ୍ପ୍ରତି ଆପଣଙ୍କ ପିନ୍ ହୋଇଥିବା ସଂଗ୍ରହରେ ଅଛି। ସଂଗ୍ରହ ଯାହ ପାଖରେ “ଯୋଡ଼ନ୍ତୁ” ବଟନ୍‌ ଅଛି ଏ ପର୍ଯ୍ୟନ୍ତ ପିନ୍ ହୋଇନାହିଁ।

  4. କ୍ଲୋଜ୍‌ରେ ଟାପ୍‌ କରନ୍ତୁ।

ଫଟୋ ଗ୍ରିଡ୍‌କୁ କଷ୍ଟମାଇଜ୍ କରନ୍ତୁ

ଆପଣ ଫଟୋ ଗ୍ରୀଡ୍‌ରେ ଥମ୍ବନେଲ୍‌ର ଆପିଅରନ୍ସ୍ ପରିବର୍ତ୍ତନ କରିପାରିବେ।

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଫଟୋ ଗ୍ରିଡ୍‌ରେ ତଳକୁ ସ୍ୱାଇପ୍ କରନ୍ତୁ।

  3. ଫିଲ୍ଟର୍‌ ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ “ବିକଳ୍ପ ଦେଖନ୍ତୁ”ରେ ଟାପ୍‌ କରନ୍ତୁ।

  4. ନିମ୍ନୋକ୍ତ ମଧ୍ୟରୁ ଯେକୌଣସି କାର୍ଯ୍ଯ କରନ୍ତୁ:

    • ଜୂମ୍ ଇନ୍ କରନ୍ତୁ: ଫଟୋ କିମ୍ବା ଭିଡିଓ ଥମ୍ବନେଲ୍ ଆକାରକୁ ବଡ଼ କରନ୍ତୁ।

    • ଜୂମ୍ ଆଉଟ୍ କରନ୍ତୁ: ଫଟୋ ଏବଂ ଭିଡିଓ ଥମ୍ବନେଲ୍‌ର ଆକାର ହ୍ରାସ କରି ଏକ ସମୟରେ ଅଧିକ ଦେଖନ୍ତୁ।

    • ଆସ୍ପେକ୍ଟ୍‌ ରେସିଓ ଗ୍ରିଡ୍: ପ୍ରତ୍ଯେକ ଫଟୋ କିମ୍ବା ଭିଡିଓ ଥମ୍ବନେଲ୍ ଯେଉଁ ଆକାରରେ କ୍ଯାପ୍ଚର୍ ହୋଇଛି ସେଥିରେ ଦେଖନ୍ତୁ। ବର୍ଗାକାର ଥମ୍ବ୍‌ନେଲ୍‌କୁ ଫେରିବାକୁ ବର୍ଗାକାର ଫଟୋ ଗ୍ରିଡ୍‌ରେ ଟାପ୍ କରନ୍ତୁ।

ଏଡିଟ୍ ମୋଡ୍‌ର ବ୍ଯାକ୍‌ଗ୍ରାଉଣ୍ଡ୍ ରଙ୍ଗ ସେଟ୍ କରନ୍ତୁ

ଡିଫଲ୍ଟ୍ ଭାବରେ, ଏଡିଟ୍ ମୋଡ୍‌ର ବ୍ଯାକ୍‌ଗ୍ରାଇଣ୍ଡ୍‌ ଆପଣଙ୍କ iPadର ଲାଇଟ୍‌ କିମ୍ବା ଡାର୍କ୍‌ ଆପିଅରନ୍ସ୍ ସହିତ ମେଳ ଖାଏ। ଆପଣ ଏଡିଟ୍‌ ମୋଡ୍‌ର ବ୍ୟାକ୍‌ଗ୍ରାଉଣ୍ଡ୍ ରଙ୍ଗ ପରିବର୍ତ୍ତନ କରିପାରିବେ—ଉଦାହରଣ ସ୍ୱରୂପ, ଯଦି ଆପଣ ଏକ ଡାର୍କ୍‌ ପୃଷ୍ଠପଟରେ ଫଟୋଗୁଡ଼ିକ ଏଡିଟ୍‌ କରିବାକୁ ପସନ୍ଦ କରନ୍ତି ତେବେ ଏହାକୁ ସର୍ବଦା ଡାର୍କ୍‌ ଦେଖାଯିବା ପାଇଁ ସେଟ୍ କରିପାରିବେ।

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଏହାକୁ ଖୋଲିବାକୁ ଫଟୋ କିମ୍ବା ଭିଡିଓରେ ଟାପ୍‌ କରନ୍ତୁ, ତା’ପରେ ଏଡିଟ୍ ବଟନ୍‌ରେ ଟାପ୍‌ କରନ୍ତୁ।

  3. “ଅଧିକ” ବଟନ୍‌ରେ ଟାପ୍‌ କରନ୍ତୁ, ଆପିଅରନ୍ସ୍‌ରେ ଟାପ୍‌ କରନ୍ତୁ, ତା’ପରେ ନିମ୍ନୋକ୍ତ ମଧ୍ଯରୁ ଗୋଟିଏ କରନ୍ତୁ:

    • ଆପଣଙ୍କ iPadର ଲାଇଟ୍‌ କିମ୍ବା ଡାର୍କ୍‌ ଆପିଅରନ୍ସ୍‌ ସହ ଏଡିଟ୍ ମୋଡ୍‌କୁ ମେଳ କରନ୍ତୁ: ସିଷ୍ଟମ୍‌ରେ ଟାପ୍ କରନ୍ତୁ।

    • ଏଡିଟ୍ ମୋଡ୍‌କୁ ସର୍ବଦା ଡାର୍କ୍‌ ରଖନ୍ତୁ: ଡାର୍କ୍‌ରେ ଟାପ୍ କରନ୍ତୁ।

    • ଏଡିଟ୍ ମୋଡ୍‌କୁ ସର୍ବଦା ଲାଇଟ୍‌ ରଖନ୍ତୁ: ଲାଇଟ୍‌ରେ ଟାପ୍ କରନ୍ତୁ।

ମେମୋରି, ଛୁଟିଦିନ ଏବଂ ଅନ୍ଯ ଫୀଚର୍‌ ହୋଇଥିବା ବିଷୟବସ୍ତୁ ଲୁଚାନ୍ତୁ

ଆପଣ ମେମୋରି କିମ୍ବା ଫୀଚର୍ ହୋଇଥିବା ଫଟୋ ଲୁଚାଇ ପାରିବେ ଏବଂ ଛୁଟିଦିନର ଇଭେଣ୍ଟ୍ ବନ୍ଦ କରିପାରିବେ। “ଆପଣ ପୂର୍ବରୁ କମ୍ ଫୀଚର୍‌ କରନ୍ତୁ” ଭାବରେ ବାଛିଥିବା ମେମୋରି ଏବଂ ଲୋକ ଓ ପୋଷା ଜୀବ ପରାମର୍ଶକୁ ମଧ୍ଯ ରୀସେଟ୍ କରିପାରିବେ।

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଶୀର୍ଷ-ଡାହାଣ କୋଣରେ ଥିବା ଆପଣଙ୍କ ଆକାଉଣ୍ଟ୍‌ରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • ଫୀଚର୍ ହୋଇଥିବା ବିଷୟବସ୍ତୁ ଏବଂ ମେମୋରି ଲୁଚାନ୍ତୁ: ଫଟୋକୁ ସ୍ୱୟଂଚାଳିତ ଭାବରେ ଫୀଚର୍ ହୋଇଥିବା ଫଟୋ ଏବଂ ମେମୋରି ତିଆରି କରିବା ପାଇଁ “ଫୀଚର୍ ହୋଇଥିବା ବିଷୟବସ୍ତୁ ଦେଖାନ୍ତୁ” ବନ୍ଦ କରନ୍ତୁ।

    • ଛୁଟିଦିନ ଇଭେଣ୍ଟ୍‌ ବନ୍ଦ କରନ୍ତୁ: ଫଟୋକୁ ମେମୋରି ଏବଂ ଛୁଟିଦିନ ବିଷୟରେ ଫୀଚର୍ ହୋଇଥିବା ବିଷୟବସ୍ତୁ ତିଆରି କରିବାରୁ ପ୍ରତିରୋଧ କରିବା ପାଇଁ “ଛୁଟିଦିନ ଇଭେଣ୍ଟ୍ ଦେଖାନ୍ତୁ” ବନ୍ଦ କରନ୍ତୁ।

    • ମେମୋରି ରୀସେଟ୍ କରନ୍ତୁ: ଆପଣ ବଦଳାଇଥିବା କିମ୍ବା କମ୍ ଫୀଚର୍ କରିଥିବା କୌଣସି ମେମୋରିକୁ ଫେରାଇ ଆଣିବା ପାଇଁ “ପ୍ରସ୍ତାବିତ ମେମୋରି ରୀସେଟ୍ କରନ୍ତୁ”ରେ ଟାପ୍‌ କରନ୍ତୁ।

    • ଲୋକ ଏବଂ ପୋଷା ଜୀବ ରୀସେଟ୍ କରନ୍ତୁ: ଆପଣ କମ୍ ଫୀଚର୍ କରିଥିବା ଯେକୌଣସି ଲୋକ କିମ୍ବା ପୋଷା ଜୀବଙ୍କୁ ଫେରାଇ ଆଣିବା ପାଇଁ “ଲୋକ ଏବଂ ପୋଷା ଜୀବ ପରାମର୍ଶକୁ ରୀସେଟ କରନ୍ତୁ”ରେ ଟାପ୍‌ କରନ୍ତୁ।

ଭିଡିଓ ଏବଂ Live Photoର ଅଟୋପ୍ଲେ ବନ୍ଦ କରନ୍ତୁ

ଡିଫଲ୍ଟ୍ ଭାବରେ, ଆପଣ ସଂଗ୍ରହ ଏବଂ ଆଲ୍‌ବମ୍ ଖୋଲିଲେ ଭିଡିଓ ଏବଂ Live Photo ସ୍ୱୟଂଚାଳିତ ଭାବରେ ଚାଲୁ ହୋଇଥାଏ। ଆପଣ ଅଟୋପ୍ଲେ ଚାଲୁ କିମ୍ବା ବନ୍ଦ କରିପାରିବେ।

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଶୀର୍ଷ-ଡାହାଣ କୋଣରେ ଥିବା ଆପଣଙ୍କ ଆକାଉଣ୍ଟ୍‌ରେ ଟାପ୍ କରନ୍ତୁ।

  3. ଅଟୋ-ପ୍ଲେ ମୋଶନ୍ ଏବଂ ଲୂପ୍ ଭିଡିଓ ବନ୍ଦ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.