ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିବା ଫାଇଲ୍‌ ଆପ୍‌ରେ ଫାଇଲ୍ ଏବଂ ଫୋଲ୍ଡର୍‌କୁ ପରିବର୍ତ୍ତନ କରନ୍ତୁ

ଆପଣ iPadରେ ଆପଣଙ୍କ ଡକ୍ଯୁମେଣ୍ଟ୍‌, ଇମେଜ୍ ଏବଂ ଅନ୍ଯ ଫାଇଲ୍‌ଗୁଡ଼ିକୁ କପି, ମୂଭ୍, ଶେୟର୍‌ ଏବଂ ଡିଲିଟ୍ କରିପାରିବେ।

ଡକ୍ଯୁମେଣ୍ଟ୍‌କୁ ବଦଳାନ୍ତୁ ଏବଂ ପୁଣି ବ୍ଯବସ୍ଥିତ କରନ୍ତୁ

ଏକ ସମର୍ଥିତ ଡକ୍ଯୁମେଣ୍ଟ୍‌ ଫର୍ମାଟ୍‌ରେ ଏକ ଫାଇଲ୍ ଦେଖିବା ସମୟରେ, ଆପଣ ଡକ୍ଯୁମେଣ୍ଟ୍‌ର ବିଷୟବସ୍ତୁ ପରିବର୍ତ୍ତନ ଏବଂ ପୁନଃ ବ୍ଯବସ୍ଥିତ କରିପାରିବେ।

  1. ଆପଣଙ୍କ iPadରେ ଫାଇଲ୍ ଆପ୍‌କୁ ଯାଆନ୍ତୁ।

  2. ଆପଣ ଚାହୁଁଥିବା ଡକ୍ଯୁମେଣ୍ଟ୍‌ ଖୋଲନ୍ତୁ, ଏହାର ଶୀର୍ଷକରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ ଚୟନ କରନ୍ତୁ:

    • ଫଟୋ ଆପ୍‌ରେ ସେଭ୍ କରନ୍ତୁ: ଡକ୍ଯୁମେଣ୍ଟ୍‌କୁ ଫଟୋ ଲାଇବ୍ରେରିରେ ସେଭ୍ କରନ୍ତୁ।

    • ଡୁପ୍ଲିକେଟ୍: ଡକ୍ଯୁମେଣ୍ଟ୍‌ର ଏକ କପି ତିଆରି କରନ୍ତୁ।

    • ମୂଭ୍ କରନ୍ତୁ: ଡକ୍ଯୁମେଣ୍ଟ୍‌କୁ ଅନ୍ଯ ଏକ ସ୍ଥାନକୁ ମୁଭ୍ କରନ୍ତୁ।

    • ଏକ୍ସ୍‌ପୋର୍ଟ୍‌ କରନ୍ତୁ: ଏକ ଭିନ୍ନ ଫାଇଲ୍ ଫର୍ମାଟ୍‌ରେ ଫାଇଲ୍‌ର ଏକ କପି ସେଭ୍ କରନ୍ତୁ।

    • ପ୍ରିଣ୍ଟ୍ କରନ୍ତୁ: ଡକ୍ଯୁମେଣ୍ଟ୍‌ ପ୍ରିଣ୍ଟ୍ କରନ୍ତୁ

    ଏକ ଡକ୍ଯୁମେଣ୍ଟ୍‌କୁ ପୁନଃ ବ୍ଯବସ୍ଥିତ କରିବା ପାଇଁ, ଏକ ହାଇଲାଇଟ୍ ହୋଇଥିବା ପେଜ୍‌କୁ ସ୍ପର୍ଶ କରି ଧରି ରଖନ୍ତୁ ଏବଂ ଏହାକୁ ଏକ ନୂଆ ଲୋକେଶନ୍‌କୁ ଡ୍ରାଗ୍ କରନ୍ତୁ।

    ଏକ ଡକ୍ଯୁମେଣ୍ଟ୍‌କୁ ଚିହ୍ନିତ କରିବା ପାଇଁ ମାର୍କ୍‌ଅପ୍ ଟୂଲ୍‌ବାର୍ ବଟନ୍‌ରେ ଟାପ୍‌ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ସମସ୍ତ ଡକ୍ଯୁମେଣ୍ଟ୍‌ ଫର୍ମାଟ୍ ଫାଇଲ୍ ଆପ୍ ଦ୍ୱାରା ସମର୍ଥିତ ନୁହେଁ।

ଆଇକନ୍, ଲିଷ୍ଟ୍ କିମ୍ବା କଲମ୍‌ ଭ୍ଯୁରେ ପରିବର୍ତ୍ତନ କରନ୍ତୁ

ଆପଣ iPadରେ ଏକ ଖୋଲା ଲୋକେଶନ୍ କିମ୍ବା ଫୋଲ୍ଡର୍‌ରେ ଆପଣଙ୍କ ଫାଇଲ୍ ଭ୍ଯୁକୁ ପରିବର୍ତ୍ତନ କରିପାରିବେ।

  1. ଆପଣଙ୍କ iPadରେ ଫାଇଲ୍ ଆପ୍‌କୁ ଯାଆନ୍ତୁ।

  2. ସ୍କ୍ରୀନ୍‌ର ଶୀର୍ଷରେ ଥିବା ଏକ ଲୋକେଶନ୍‌ରେ ଟାପ୍‌ କରନ୍ତୁ—ସମ୍ପ୍ରତି, ଶେୟର୍‌ କିମ୍ବା ବ୍ରାଉଜ୍‌ କରନ୍ତୁ—କିମ୍ବା ସାଇଡ୍‌ବାର୍ ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ ସାଇଡ୍‌ବାର୍‌ରେ ଏକ ଲୋକେଶନ୍‌ରେ ଟାପ୍‌ କରନ୍ତୁ।

  3. ଅଧିକ ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ ଆପଣଙ୍କ ଫାଇଲ୍‌ର ଭ୍ଯୁ ପରିବର୍ତ୍ତନ କରିବା ପାଇଁ ଆଇକନ୍, ଲିଷ୍ଟ୍‌ କିମ୍ବା କଲମ୍‌ରେ ଟାପ୍‌ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: କଲମ୍‌ ଭ୍ଯୁରୁ ଏକ ଫୋଲ୍ଡର୍ ପଦାନୁକ୍ରମରେ ଗଭୀର ଭାବରେ ଦେଖିବା ପାଇଁ, ସବୁଠାରୁ ଡାହାଣରେ ଥିବା କଲମ୍‌ରେ ଏକ ଆଇଟମ୍‌ରେ ଟାପ୍‌ କରନ୍ତୁ, ତା’ପରେ ବାମ ପାର୍ଶ୍ବକୁ ସ୍ୱାଇପ୍ କରନ୍ତୁ। ଏକ ଫାଇଲ୍‌ର ପ୍ରୀଭ୍ୟୂ ଏବଂ ଏହାର ମେଟାଡେଟା (ଯେପରିକି ଏହାର ପ୍ରକାର ଏବଂ ସାଇଜ୍) ଦେଖିବା ପାଇଁ, ଫାଇଲ୍‌ରେ ଟାପ୍ କରନ୍ତୁ। (ଯଦି ପ୍ରୀଭ୍ୟୂ ସବୁଠାରୁ ଡାହାଣ କଲମ୍‌ରେ ଦେଖାଯାଉ ନାହିଁ, ତେବେ ବାମ ପାର୍ଶ୍ବକୁ ସ୍ୱାଇପ୍ କରନ୍ତୁ।) ଫାଇଲ୍ ଦେଖିବା ଏବଂ ଫାଇଲ୍ ନ ଛାଡ଼ି ଏହା ଉପରେ ବିଭିନ୍ନ କାର୍ଯ୍ଯ କରିବା ପାଇଁ, “ଫାଇଲ୍ ପ୍ରୀଭ୍ଯୂର ତଳେ ଖୋଲନ୍ତୁ”ରେ ଟାପ୍‌ କରନ୍ତୁ।

ବ୍ରାଉଜିଂ ସାଇଡ୍‌ବାର୍‌ ପୁନଃ ବ୍ଯବସ୍ଥିତ କରନ୍ତୁ

  1. ଆପଣଙ୍କ iPadରେ ଫାଇଲ୍ ଆପ୍‌କୁ ଯାଆନ୍ତୁ।

  2. ସାଇଡ୍‌ବାର୍‌ ଖୋଲିବା ପାଇଁ ସାଇଡ୍‌ବାର୍ ବଟନ୍‌ରେ ଟାପ୍ କରନ୍ତୁ।

  3. ସାଇଡ୍‌ବାର୍‌ର ଶୀର୍ଷରେ ଅଧିକ ବଟନ୍‌ରେ ଟାପ୍‌ କରନ୍ତୁ, “ସାଇଡ୍‌ବାର୍‌ ଏଡିଟ୍‌ କରନ୍ତୁ”ରେ ଟାପ୍‌ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ୟରୁ କୌଣସି ଗୋଟିଏ କରନ୍ତୁ:

ଏକ ଫାଇଲ୍ ଡିଲିଟ୍ କରନ୍ତୁ

  1. ଆପଣଙ୍କ iPadରେ ଫାଇଲ୍ ଆପ୍‌କୁ ଯାଆନ୍ତୁ।

  2. ଆପଣ ଡିଲିଟ୍ କରିବାକୁ ଚାହୁଁଥିବା ଫାଇଲ୍ ଚିହ୍ନଟ କରନ୍ତୁ।

  3. ଫାଇଲ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, ତା’ପରେ “ଡିଲିଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.