ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ iCloud Driveରେ ଫାଇଲ୍ ଏବଂ ଫୋଲ୍ଡର୍ ଶେୟର୍‌ କରନ୍ତୁ

ଆପଣ iCloud Drive ସେଟ୍ ଅପ୍ କରିବା ପରେ, ଆପଣ ବନ୍ଧୁ ଏବଂ ସହକର୍ମୀଙ୍କ ସହ ଫୋଲ୍ଡର୍ ଏବଂ ବ୍ଯକ୍ତିଗତ ଫାଇଲ୍ ଶେୟର୍‌ କରିପାରିବେ। ଆପଣ ଏକ ଶେୟର୍‌ କରାଯାଇଥିବା ଫୋଲ୍ଡର୍‌ କିମ୍ବା ଫାଇଲ୍‌ରେ ପରିବର୍ତ୍ତନ କରିବା ସମୟରେ, ଅନ୍ଯମାନେ ଆପଣଙ୍କ ପରିବର୍ତ୍ତନକୁ ସ୍ବୟଂଚାଳିତ ଭାବରେ ଦେଖନ୍ତି। ଯଦି ଆପଣ ଲୋକମାନଙ୍କୁ ଏଡିଟ୍ କରିବାକୁ ଅନୁମତି ଦିଅନ୍ତି, ତେବେ ସେମାନଙ୍କର ପରିବର୍ତ୍ତନ ମଧ୍ଯ ସ୍ୱୟଂଚାଳିତ ଭାବରେ ଦେଖାଯାଏ।

iCloud Driveରେ ଶେୟର୍‌ କରାଯାଇଥିବା ଫାଇଲ୍ ଏବଂ ଫୋଲ୍ଡର୍‌ଗୁଡ଼ିକର ଏହି ଗୁରୁତ୍ୱପୂର୍ଣ୍ଣ ବିଶେଷତା ରହିଛି:

  • ଯଦି ଆପଣ ଏକ ଫୋଲ୍ଡର୍ ଶେୟର୍‌ କରନ୍ତି, ତେବେ ଆପଣ କିମ୍ବା ଅନ୍ଯ ଅଂଶଗ୍ରହଣକାରୀଙ୍କ ଦ୍ୱାରା ସେହି ଫୋଲ୍ଡର୍‌ରେ ଯୋଡ଼ାଯାଇଥିବା ସମସ୍ତ ଆଇଟମ୍ ସ୍ୱୟଂଚାଳିତ ଭାବରେ ଶେୟର୍‌ ହୋଇଥାଏ।

  • ଶେୟର୍‌ କରାଯାଇଥିବା ଫାଇଲ୍ ପାଇଁ ଏକ ଲିଙ୍କ୍‌ରେ ଫାଇଲ୍ ନାମ ଅନ୍ତର୍ଭୁକ୍ତ ଥାଏ। ଯଦି ନାମ କିମ୍ୱା ବିଷୟବସ୍ତୁ ଗୋପନୀୟ ଥାଏ, ତେବେ ପ୍ରାପ୍ତକର୍ତ୍ତାଙ୍କୁ ଲିଙ୍କ୍ ଅନ୍ଯ କାହାକୁ ଫର୍‌ଓ୍ବର୍ଡ୍‌ ନକରିବା ପାଇଁ ନିଶ୍ଚୟ କୁହନ୍ତୁ।

  • ଯଦି ଆପଣ ଏକ ଶେୟର୍‌ କରାଯାଇଥିବା ଫାଇଲ୍‌କୁ ଅନ୍ଯ ଏକ ଫୋଲ୍ଡର୍ କିମ୍ବା ଲୋକେଶନ୍‌କୁ ମୂଭ୍‌ କରନ୍ତି, ତେବେ ଲିଙ୍କ୍ ଆଉ କାମ କରିବ ନାହିଁ ଏବଂ ଲୋକମାନେ ଆଇଟମ୍‌କୁ ଆକ୍ସେସ୍ ହରାଇବେ।

  • ଆପ୍ ଉପରେ ନିର୍ଭର କରି, ସଦ୍ଯତମ ପରିବର୍ତ୍ତନ ଦେଖିବା ପାଇଁ ୟୁଜର୍‌ମାନଙ୍କୁ ଏକ ଫାଇଲ୍ ପୁଣି ଖୋଲିବା କିମ୍ବା “ମୂଳ ଲିଙ୍କ୍‌”ରେ ଟାପ୍ କରିବାକୁ ପଡ଼ିପାରେ।

ଏକ ଫୋଲ୍ଡର୍ କିମ୍ବା ଫାଇଲ୍ ଶେୟର୍‌ କରନ୍ତୁ

ଯଦି ଆପଣ iCloud Drive ରେ ଏକ ଫୋଲ୍ଡର୍ କିମ୍ୱା ଫାଇଲ୍‌ର ମାଲିକ ଅଟନ୍ତି, ତେବେ ଆପଣ ଏହାର ବିଷୟବସ୍ତୁ ଦେଖିବା କିମ୍ବା ପରିବର୍ତ୍ତନ କରିବାକୁ ଅନ୍ୟମାନଙ୍କୁ ଆମନ୍ତ୍ରଣ କରିପାରିବେ।

ଆପଣ ଏକ ଫୋଲ୍ଡର୍ କିମ୍ବା ଫାଇଲ୍ ଶେୟର୍‌ କରିପାରିବେ ଯାହା ଦ୍ୱାରା କେବଳ ଆପଣ ଆମନ୍ତ୍ରଣ କରିଥିବା ଲୋକମାନେ ଏହାକୁ ଖୋଲିପାରିବେ କିମ୍ବା ଲିଙ୍କ୍ ଥିବା ଯେକୌଣସି ବ୍ଯକ୍ତି ଏହାକୁ ଖୋଲିପାରିବେ।

ଆପଣ ଏକ ଫୋଲ୍ଡର୍ କିମ୍ବା ଫାଇଲ୍‌ର ବିଷୟବସ୍ତୁ ପରିବର୍ତ୍ତନ କରିବାକୁ ଅନୁମତି ଦେଇପାରିବେ କିମ୍ବା ଆପଣ ଆକ୍ସେସ୍ ଉପରେ ପ୍ରତିବନ୍ଧ ଲଗାଇପାରିବେ ଯାହା ଦ୍ୱାରା ବିଷୟବସ୍ତୁ କେବଳ ଦେଖାଯାଇପାରିବ।

  1. ଆପଣଙ୍କ iPadରେ ଫାଇଲ୍ ଆପ୍‌କୁ ଯାଆନ୍ତୁ।

  2. ଏକ ଲୋକେଶନ୍‌କୁ ଯାଆନ୍ତୁ, ତା’ପରେ ଆପଣ ଶେୟର୍‌ କରିବାକୁ ଚାହୁଁଥିବା ଫୋଲ୍ଡର୍ କିମ୍ବା ଫାଇଲ୍ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ।

  3. “ଶେୟର୍ କରନ୍ତୁ” ବଟନ୍‌ ଉପରେ ଟାପ୍ କରନ୍ତୁ, ତା’ପରେ ଆପଣ ସହଯୋଗ କରିବାକୁ ଚାହୁଁଛନ୍ତି ନା ଫୋଲ୍ଡର୍ କିମ୍ବା ଫାଇଲ୍‌ର ଏକ କପି ପଠାଇବାକୁ ଚାହୁଁଛନ୍ତି ତାହା ବାଛନ୍ତୁ।

  4. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ବିଷୟବସ୍ତୁ ଦେଖିବା ଏବଂ ଏଡିଟ୍ କରିବା ପାଇଁ କେବଳ ଆମନ୍ତ୍ରିତମାନଙ୍କୁ ଅନୁମତି ଦିଅନ୍ତୁ: “ଫର୍‌ଓ୍ବର୍ଡ୍”‌ ବଟନ୍‌ରେ ଟାପ୍‌ କରନ୍ତୁ, “କେବଳ ଆମନ୍ତ୍ରିତ ବ୍ଯକ୍ତି”ରେ ଟାପ୍‌ କରନ୍ତୁ, “ପରିବର୍ତ୍ତନ କରିପାରିବେ”ରେ ଟାପ୍‌ କରନ୍ତୁ, ତା’ପରେ—ଲୋକଙ୍କୁ ଫୋଲ୍ଡର୍ କିମ୍ବା ଫାଇଲ୍‌ର ଏକ ଲିଙ୍କ୍ ପଠାଇବା ପାଇଁ—ମେସେଜ୍‌ କିମ୍ବା Mail ପରି ଏକ ପଦ୍ଧତି ବାଛନ୍ତୁ।

    • ବିଷୟବସ୍ତୁ ଦେଖିବା ପାଇଁ କେବଳ ଆମନ୍ତ୍ରିତମାନଙ୍କୁ ଅନୁମତି ଦିଅନ୍ତୁ: “ଫର୍‌ଓ୍ବର୍ଡ୍”‌ ବଟନ୍‌ରେ ଟାପ୍‌ କରନ୍ତୁ, “କେବଳ ଆମନ୍ତ୍ରିତ ବ୍ଯକ୍ତି”ରେ ଟାପ୍‌ କରନ୍ତୁ, “କେବଳ ଦେଖନ୍ତୁ”ରେ ଟାପ୍‌ କରନ୍ତୁ, ତା’ପରେ ଲିଙ୍କ୍ ପଠାଇବା ପାଇଁ ଏକ ପଦ୍ଧତି ବାଛନ୍ତୁ।

    • ଲିଙ୍କ୍ ଥିବା ଯେକୌଣସି ବ୍ଯକ୍ତିଙ୍କୁ ବିଷୟବସ୍ତୁ ଦେଖିବା ଏବଂ ଏଡିଟ୍ କରିବା ପାଇଁ ଅନୁମତି ଦିଅନ୍ତୁ: “ଫର୍‌ଓ୍ବର୍ଡ୍”‌ ବଟନ୍‌ରେ ଟାପ୍‌ କରନ୍ତୁ, “ଲିଙ୍କ୍ ଥିବା କୌଣସି ବ୍ଯକ୍ତି”ରେ ଟାପ୍‌ କରନ୍ତୁ, “ପରିବର୍ତ୍ତନ କରିପାରିବେ”ରେ ଟାପ୍‌ କରନ୍ତୁ, ତା’ପରେ ଲିଙ୍କ୍ ପଠାଇବା ପାଇଁ ଏକ ପଦ୍ଧତି ବାଛନ୍ତୁ।

    • ଲିଙ୍କ୍ ଥିବା ଯେକୌଣସି ବ୍ଯକ୍ତିଙ୍କୁ ବିଷୟବସ୍ତୁ ଦେଖିବାର ଅନୁମତି ଦିଅନ୍ତୁ: “ଫର୍‌ଓ୍ବର୍ଡ୍”‌ ବଟନ୍‌ରେ ଟାପ୍ କରନ୍ତୁ, “ଲିଙ୍କ୍ ଥିବା ଯେ ଯେକୌଣସି ବ୍ଯକ୍ତି”ରେ ଟାପ୍ କରନ୍ତୁ, “କେବଳ ଦେଖନ୍ତୁ”ରେ ଟାପ୍ କରନ୍ତୁ, ତା'ପରେ ଲିଙ୍କ୍ ପଠାଇବା ପାଇଁ ଏକ ପଦ୍ଧତି ବାଛନ୍ତୁ।

    • ଯେକୌଣସି ବ୍ଯକ୍ତିଙ୍କୁ ଅଧିକ ଲୋକଙ୍କୁ ଆମନ୍ତ୍ରଣ କରିବାକୁ ଅନୁମତି ଦିଅନ୍ତୁ: “ଫର୍‌ଓ୍ବର୍ଡ୍”‌ ବଟନ୍‌ରେ ଟାପ୍ କରନ୍ତୁ, “ଅନ୍ଯମାନଙ୍କୁ ଆମନ୍ତ୍ରଣ କରିବାକୁ ଅନୁମତି ଦିଅନ୍ତୁ”କୁ ଚାଲୁ କରନ୍ତୁ, ତା’ପରେ "ସମ୍ପୂର୍ଣ୍ଣ ହୋଇଛି"ରେ ଟାପ୍ କରନ୍ତୁ।

  5. ଆପଣ ନିଜ ଆମନ୍ତ୍ରଣ କିପରି ପଠାଇବାକୁ ଚାହୁଁଛନ୍ତି ତାହା ବାଛନ୍ତୁ, ତା’ପରେ “ପଠାନ୍ତୁ”ରେ ଟାପ୍ କରନ୍ତୁ।

ଏକ ଫୋଲ୍ଡର୍ କିମ୍ବା ଫାଇଲ୍‌ରେ ସହଯୋଗ କରିବାକୁ ଅଧିକ ଲୋକଙ୍କୁ ଆମନ୍ତ୍ରଣ କରନ୍ତୁ

ଯଦି ଆପଣ ପୂର୍ବରୁ ଏକ ଫୋଲ୍ଡର୍ କିମ୍ବା ଫାଇଲ୍ ଶେୟର୍‌ କରିଛନ୍ତି ଏବଂ ଏହାର ଆକ୍ସେସ୍ “କେବଳ ଆପଣ ଆମନ୍ତ୍ରିତ କରୁଥିବା ବ୍ଯକ୍ତି”ରେ ସେଟ୍ ହୋଇଛି, ତେବେ ଆପଣ ଏହାକୁ ଅଧିକ ଲୋକଙ୍କ ସହ ଶେୟର୍‌ କରିପାରିବେ।

  1. ଆପଣଙ୍କ iPadରେ ଫାଇଲ୍ ଆପ୍‌କୁ ଯାଆନ୍ତୁ।

  2. ସ୍କ୍ରୀନ୍‌ ତଳେ ଥିବା “ଶେୟର୍‌ କରାଯାଇଛି”ରେ ଟାପ୍‌ କରନ୍ତୁ।

  3. ଆପଣ ଶେୟର୍‌ କରିବାକୁ ଚାହୁଁଥିବା ଫୋଲ୍ଡର୍ କିମ୍ବା ଫାଇଲ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ।

  4. “ଶେୟର୍ କରନ୍ତୁ” ବଟନ୍‌ ଉପରେ ଟାପ୍ କରନ୍ତୁ, ତା’ପରେ “ଶେୟର୍‌ ହୋଇଥିବା ଫୋଲ୍ଡର୍ ପରିଚାଳନା କରନ୍ତୁ” କିମ୍ବା “ଶେୟର୍‌ ହୋଇଥିବା ଫାଇଲ୍ ପରିଚାଳନା କରନ୍ତୁ” ଉପରେ ଟାପ୍ କରନ୍ତୁ।

  5. “ଅଧିକ ଲୋକଙ୍କ ସହ ଶେୟର୍‌ କରନ୍ତୁ” ଉପରେ ଟାପ୍ କରନ୍ତୁ ଏବଂ ଲିଙ୍କ୍ ପଠାଇବା ପାଇଁ ଏକ ପଦ୍ଧତି ବାଛନ୍ତୁ।

  6. ଯେକୌଣସି ଅନୁରୋଧ କରାଯାଇଥିବା ସୂଚନା ଲେଖନ୍ତୁ, ତା’ପରେ ଆମନ୍ତ୍ରଣ ପଠାନ୍ତୁ କିମ୍ବା ପୋଷ୍ଟ କରନ୍ତୁ।

ଏକ ଲିଙ୍କ୍ ବ୍ଯବହାର କରି ଅଧିକ ଲୋକଙ୍କ ସହ ଏକ ଫୋଲ୍ଡର୍ କିମ୍ୱା ଫାଇଲ୍ ଶେୟର୍‌ କରନ୍ତୁ

ଯଦି ଆପଣ ଏକ ଶେୟର୍‌ ହୋଇଥିବା ଫୋଲ୍ଡର୍ କିମ୍ବା ଫାଇଲ୍ ଆକ୍ସେସ୍‌କୁ “ଲିଙ୍କ୍ ଥିବା ଯେକୌଣସି ବ୍ଯକ୍ତି”ରେ ସେଟ୍ କରନ୍ତି, ତେବେ ଯେକୌଣସି ବ୍ଯକ୍ତି ଯାହା ପାଖରେ ଲିଙ୍କ୍ ଅଛି ଏହାକୁ ଅନ୍ଯମାନଙ୍କ ସହ ଶେୟର୍‌ କରିପାରିବେ।

  1. ଆପଣଙ୍କ iPadରେ ଫାଇଲ୍ ଆପ୍‌କୁ ଯାଆନ୍ତୁ।

  2. ସ୍କ୍ରୀନ୍‌ର ଶୀର୍ଷରେ “ଶେୟର୍ ହୋଇଛି”ରେ ଟାପ୍ କରନ୍ତୁ।

  3. ଆପଣ ଶେୟର୍‌ କରିବାକୁ ଚାହୁଁଥିବା ଫୋଲ୍ଡର୍ କିମ୍ବା ଫାଇଲ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ।

  4. “ଶେୟର୍ କରନ୍ତୁ” ବଟନ୍‌ ଶେୟର୍ କରନ୍ତୁରେ ଟାପ୍ କରନ୍ତୁ, ଶେୟର୍‌ କରାଯାଇଥିବା ଫୋଲ୍ଡର୍ ପରିଚାଳନା କରନ୍ତୁ କିମ୍ବା ଶେୟର୍‌ କରାଯାଇଥିବା ଫାଇଲ୍ ପରିଚାଳନା କରନ୍ତୁ, ତା’ପରେ”ଲିଙ୍କ୍ ପଠାନ୍ତୁ”ରେ ଟାପ୍ କରନ୍ତୁ।

  5. ଲିଙ୍କ୍ ପଠାଇବା ପାଇଁ ଏକ ପଦ୍ଧତି ବାଛନ୍ତୁ, ଅନ୍ଯ କୌଣସି ଅନୁରୋଧ କରାଯାଇଥିବା ସୂଚନା ଲେଖନ୍ତୁ, ତା’ପରେ ଆମନ୍ତ୍ରଣ ପଠାନ୍ତୁ କିମ୍ବା ପୋଷ୍ଟ କରନ୍ତୁ।

ସମସ୍ତଙ୍କ ପାଇଁ ଆକ୍ସେସ୍ ଏବଂ ଅନୁମତି ସେଟିଂସ୍ ପରିବର୍ତ୍ତନ କରନ୍ତୁ

ଯଦି ଆପଣ ଏକ ଶେୟର୍‌ ହୋଇଥିବା ଫୋଲ୍ଡର୍ କିମ୍ବା ଫାଇଲ୍‌ର ମାଲିକ ଅଟନ୍ତି, ତେବେ ଆପଣ ଯେକୌଣସି ସମୟରେ ଏହାର ଆକ୍ସେସ୍ ପରିବର୍ତ୍ତନ ପାରିବେ। ତେବେ, ଆପଣ ଏହି ଲିଙ୍କ୍ ଶେୟର୍‌ କରିଥିବା ସମସ୍ତେ ପ୍ରଭାବିତ ହୋଇଛନ୍ତି।

  1. ଆପଣଙ୍କ iPadରେ ଫାଇଲ୍ ଆପ୍‌କୁ ଯାଆନ୍ତୁ।

  2. ସ୍କ୍ରୀନ୍‌ର ଶୀର୍ଷରେ “ଶେୟର୍ ହୋଇଛି”ରେ ଟାପ୍ କରନ୍ତୁ

  3. ସେହି ଫୋଲ୍ଡର୍ କିମ୍ବା ଫାଇଲ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ ଯାହାର ଅନୁମତି ଆପଣ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି।

  4. “ଶେୟର୍ କରନ୍ତୁ” ବଟନ୍‌ “ଶେୟର୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଶେୟର୍‌ କରାଯାଇଥିବା ଫୋଲ୍ଡର୍ ପରିଚାଳନା କରନ୍ତୁ କିମ୍ବା ଶେୟର୍‌ କରାଯାଇଥିବା ଫାଇଲ୍ ପରିଚାଳନା କରନ୍ତୁରେ ଟାପ୍ କରନ୍ତୁ ଏବଂ “ଶେୟର୍‌ କରନ୍ତୁ” ବିକଳ୍ପରେ ଟାପ୍ କରନ୍ତୁ।

  5. ଗୋଟିଏ କିମ୍ବା ଉଭୟ ବିକଳ୍ପ ପରିବର୍ତ୍ତନ କରନ୍ତୁ।

    • ଆକ୍ସେସ୍ ବିକଳ୍ପ: ଆପଣ ଆକ୍ସେସ୍ ବିକଳ୍ପକୁ “ଲିଙ୍କ୍ ଥିବା ଯେକୌଣସି ବ୍ଯକ୍ତି”ରୁ “କେବଳ ଆପଣଙ୍କ ଆମନ୍ତ୍ରିତ ବ୍ଯକ୍ତି”କୁ ପରିବର୍ତ୍ତନ କଲେ, ମୂଳ ଲିଙ୍କ୍ ଆଉ କାହା ପାଇଁ କାମ କରିବ ନାହିଁ ଏବଂ କେବଳ ଆପଣଙ୍କଠାରୁ ଏକ ନୂଆ ଆମନ୍ତ୍ରଣ ପ୍ରାପ୍ତ କରିଥିବା ଲୋକମାନେ ଫୋଲ୍ଡର୍ କିମ୍ବା ଫାଇଲ୍ ଖୋଲିପାରିବେ।

    • ଅନୁମତି ବିକଳ୍ପ: ଆପଣ ଅନୁମତି ବିକଳ୍ପ ପରିବର୍ତ୍ତନ କଲେ, ଆପଣ ଅନୁମତି ପରିବର୍ତ୍ତନ କରିବା ସମୟରେ ଯେଉଁ ବ୍ଯକ୍ତିମାନେ ଏହି ଫାଇଲ୍ ଖୋଲିଛନ୍ତି ସେମାନେ ଏକ ଆଲର୍ଟ୍ ଦେଖିବେ। ଆଲର୍ଟ୍ ଖାରଜ ହେବା ପରେ ନୂଆ ସେଟିଂସ୍ ପ୍ରଭାବ ପକାଏ।

ଜଣେ ବ୍ଯକ୍ତିଙ୍କ ପାଇଁ ଆକ୍ସେସ୍ ଏବଂ ଅନୁମତି ସେଟିଂସ୍ ପରିବର୍ତ୍ତନ କରନ୍ତୁ

ଯଦି ଆପଣ ଏକ ଶେୟର୍‌ ହୋଇଥିବା ଫୋଲ୍ଡର୍ କିମ୍ବା ଫାଇଲ୍‌ର ମାଲିକ ଅଟନ୍ତି ଏବଂ ଏହାର ଆକ୍ସେସ୍ “କେବଳ ଆମନ୍ତ୍ରିତ ବ୍ଯକ୍ତି”ରେ ସେଟ୍ ହୋଇଛି, ତେବେ ଆପଣ ଅନ୍ଯର ଅନୁମତି ଉପରେ ପ୍ରଭାବ ପକାଇବା ବିନା ଜଣେ ବ୍ଯକ୍ତିଙ୍କ ପାଇଁ ଅନୁମତି ପରିବର୍ତ୍ତନ କରିପାରିବେ। ଆପଣ ସେହି ବ୍ଯକ୍ତିଙ୍କ ଆକ୍ସେସ୍ ମଧ୍ଯ କାଢ଼ି ପାରିବେ।

  1. ଆପଣଙ୍କ iPadରେ ଫାଇଲ୍ ଆପ୍‌କୁ ଯାଆନ୍ତୁ।

  2. ସେହି ଫୋଲ୍ଡର୍ କିମ୍ବା ଫାଇଲ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ ଯାହାର ଅନୁମତି ଆପଣ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି।

  3. “ଶେୟର୍ କରନ୍ତୁ” ବଟନ୍‌ “ଶେୟର୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ “ଶେୟର୍‌ ହୋଇଥିବା ଫୋଲ୍ଡର୍ ପରିଚାଳନା କରନ୍ତୁ” କିମ୍ବା “ଶେୟର୍‌ ହୋଇଥିବା ଫାଇଲ୍ ପରିଚାଳନା କରନ୍ତୁ”ରେ ଟାପ୍ କରନ୍ତୁ।

  4. ବ୍ଯକ୍ତିଙ୍କ ନାମ ଉପରେ ଟାପ୍ କରନ୍ତୁ, ତା’ପରେ ଏକ ବିକଳ୍ପ ଚୟନ କରନ୍ତୁ।

ଏକ ଫୋଲ୍ଡର୍ କିମ୍ବା ଫାଇଲ୍ ଶେୟର୍‌ କରିବା ବନ୍ଦ କରନ୍ତୁ

ଯଦି ଆପଣ ଏକ ଶେୟର୍‌ ହୋଇଥିବା ଫୋଲ୍ଡର୍ କିମ୍ବା ଫାଇଲ୍‌ର ମାଲିକ ଅଟନ୍ତି, ତେବେ ଆପଣ ଏହାକୁ ଶେୟର୍‌ କରିବା ବନ୍ଦ କରିପାରିବେ।

  1. ଆପଣଙ୍କ iPadରେ ଫାଇଲ୍ ଆପ୍‌କୁ ଯାଆନ୍ତୁ।

  2. ଆପଣ ଶେୟର୍‌ କରିବା ବନ୍ଦ କରିବାକୁ ଚାହୁଁଥିବା ଫୋଲ୍ଡର୍‌ କିମ୍ବା ଫାଇଲ୍‌ର ଲୋକେଶନ୍ ଖୋଲନ୍ତୁ।

  3. ଫୋଲ୍ଡର୍ କିମ୍ବା ଫାଇଲ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, “ଶେୟର୍ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ, ତା’ପରେ “ଶେୟର୍‌ ହୋଇଥିବା ଫୋଲ୍ଡର୍ ପରିଚାଳନା କରନ୍ତୁ” କିମ୍ବା “ଶେୟର୍‌ ହୋଇଥିବା ଫାଇଲ୍ ପରିଚାଳନା କରନ୍ତୁ” ଉପରେ ଟାପ୍ କରନ୍ତୁ।

  4. “ଶେୟର୍‌ କରିବା ବନ୍ଦ କରନ୍ତୁ”ରେ ଟାପ୍ କରନ୍ତୁ।

ଆପଣ ଏହାକୁ ଶେୟର୍‌ କରିବା ବନ୍ଦ କରିବା ସମୟରେ ଯେଉଁ ବ୍ଯକ୍ତିମାନେ ଏହି ଫାଇଲ୍ ଖୋଲିଛନ୍ତି, ସେମାନେ ଏକ ଆଲର୍ଟ୍ ଦେଖିବେ। ଆଲର୍ଟ୍ ଖାରଜ ହେବା ପରେ ଆଇଟମ୍ ବନ୍ଦ ହୋଇଯାଏ, ବ୍ଯକ୍ତିଙ୍କ iCloud Driveରୁ ଫାଇଲ୍ ହଟାଇ ଦିଆଯାଏ ଏବଂ ଲିଙ୍କ୍ ଆଉ କାମ କରେ ନାହିଁ। ଯଦି ଆପଣ ପରେ ଆଇଟମ୍‌କୁ ପୁନର୍ବାର ଶେୟର୍‌ କରନ୍ତି ଏବଂ “ଲିଙ୍କ୍ ଥିବା ଯେକୌଣସି ବ୍ଯକ୍ତି” ପାଇଁ ଆକ୍ସେସ୍ ସେଟ୍ କରନ୍ତି, ତେବେ ମୂଳ ଲିଙ୍କ୍ କାମ କରିବ। ଯଦି ଆକ୍ସେସ୍ “କେବଳ ଆମନ୍ତ୍ରିତ ବ୍ଯକ୍ତି” ରେ ସେଟ୍ କରାଯାଏ, ତେବେ ମୂଳ ଲିଙ୍କ୍ କେବଳ ସେହି ଲୋକମାନଙ୍କ ପାଇଁ ପୁଣି କାର୍ଯ୍ୟ କରେ ଯେଉଁମାନଙ୍କୁ ଆପଣ ଆଇଟମ୍ ଶେୟର୍‌ କରିବାକୁ ପୁନର୍ବାର ଆମନ୍ତ୍ରଣ କରନ୍ତି।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.