ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଲମ୍ବା ଅବଧିର ଭିଡିଓ ଶେୟର୍ କରନ୍ତୁ

ଷ୍ଟାଣ୍ଡାର୍ଡ୍ ଟେକ୍ସ୍‌ଟ୍ ମେସେଜ୍‌ରେ ପଠାଇବା ପାଇଁ କେତେକ ଲମ୍ବା ଭିଡିଓ ଫାଇଲ୍ ବହୁତ ବଡ଼ ଅଟେ। ଆପଣ ନିଜର iPad କ୍ୟାମେରା ମାଧ୍ଯମରେ ରେକର୍ଡ୍ କରୁଥିବା ଲମ୍ବା ଭିଡିଓଗୁଡ଼ିକ ପଠାଇବାକୁ AirDrop, iCloud କିମ୍ୱା Mail Drop ବ୍ୟବହାର କରିପାରିବେ।

AirDrop ବ୍ୟବହାର କରି ଏକ ଭିଡିଓ ପଠାନ୍ତୁ

ଆଖପାଖରେ ଥିବା iPhone, iPad, Mac କିମ୍ବା Apple Vision Proକୁ ଏକ ବଡ଼ ଭିଡିଓ ପଠାଇବାର ସରଳ ଉପାୟ ହେଉଛି AirDrop Wi-Fi ଏବଂ Bluetooth® ବ୍ୟବହାର କରି AirDrop ସୂଚନା ପଠାଏ, ତେଣୁ ପଠାଇବା ପୂର୍ବରୁ, ନିଶ୍ଚିତ କରନ୍ତୁ ଯେ ଆପଣ ଏବଂ ପ୍ରାପ୍ତକର୍ତ୍ତା ଉଭୟଙ୍କ କଣ୍ଟ୍ରୋଲ୍‌ ସେଣ୍ଟ୍‌ର୍‌ରେ ଏହି କଣ୍ଟ୍ରୋଲ୍‌ ଚାଲୁ ଅଛି।

  1. ଯଦି ଆପଣ ଯେଉଁ ବ୍ଯକ୍ତିମାନଙ୍କୁ ଭିଡିଓ ପଠାଉଛନ୍ତି ସେମାନେ ଆପଣଙ୍କ କଣ୍ଟାକ୍ଟ୍‌ରେ ନାହାନ୍ତି, ତେବେ ସେମାନଙ୍କୁ ନିମ୍ନଲିଖିତ ମଧ୍ୟରୁ ଗୋଟିଏ କାର୍ଯ୍ଯ କରିବାକୁ ଦିଅନ୍ତୁ:

    • iPhone କିମ୍ବା iPadରେ: ସେଟିଂସ୍‌  > ସାଧାରଣ > AirDropକୁ ଯାଆନ୍ତୁ, ତା’ପରେ 10 ମିନିଟ୍‌ ପାଇଁ ସମସ୍ତଙ୍କୁ ଟାପ୍ କରନ୍ତୁ।

    • ଗୋଟିଏ Macରେ: Apple ମେନ୍ଯୁ  > ସିଷ୍ଟମ୍‌ ସେଟିଂସ୍ ବାଛନ୍ତୁ, ତା’ପରେ ସାଇଡ୍‌ବାର୍‌ରେ “ସାଧାରଣ”ରେ କ୍ଲିକ୍‌ କରନ୍ତୁ। AirDrop ଓ Handoffରେ କ୍ଲିକ୍ କରନ୍ତୁ, ତା’ପରେ AirDrop ପାଖରେ ଥିବା ପପ୍-ଅପ୍ ମେନ୍ୟୁରେ କ୍ଲିକ୍ କରନ୍ତୁ ଏବଂ ସମସ୍ତଙ୍କୁ ବାଛନ୍ତୁ।

  2. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  3. ଆପଣ ପଠାଇବାକୁ ଚାହୁଁଥିବା ଭିଡିଓରେ ଟାପ୍ କରନ୍ତୁ, ତା’ପରେ “ଶେୟର୍ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ।

    ଯଦି ଆପଣ ମେଟାଡାଟା, ଲୋକେଶନ୍‌ ଏବଂ କୌଣସି ସମ୍ବନ୍ଧିତ ହିଷ୍ଟ୍ରି ଏଡିଟ୍ କରିବା କିମ୍ବା କ୍ୟାପ୍ସନ୍ ସମେତ ଏହାର ମୂଳ ଫର୍ମାଟ୍‌ରେ ଭିଡିଓ ପଠାଇବାକୁ ଚାହାଁନ୍ତି, ତେବେ “ବିକଳ୍ପ”ରେ ଟାପ୍‌ କରନ୍ତୁ, ତା’ପରେ “ସମସ୍ତ ଫଟୋ ଡାଟା”କୁ ଚାଲୁ କରନ୍ତୁ।

  4. AirDropରେ ଟାପ୍‌ କରନ୍ତୁ, ତା’ପରେ ଆପଣ ଶେୟର୍ କରିବାକୁ ଚାହୁଁଥିବା କଣ୍ଟାକ୍ଟ୍ କିମ୍ବା ଡିଭାଇସ୍‌ରେ ଟାପ୍‌ କରନ୍ତୁ।

    ଆପଣ ଶେୟର୍ କରିବା ପରେ, AirDrop ଟ୍ରାନ୍ସ୍‌ଫର୍‌ ଗ୍ରହଣ କିମ୍ବା ଅସ୍ବୀକାର କରିବା ପାଇଁ ପ୍ରାପ୍ତକର୍ତ୍ତା ଏକ ଆଲର୍ଟ୍ ପ୍ରାପ୍ତ କରିବେ।

ଏକ iCloud ଲିଙ୍କ୍ ବ୍ୟବହାର କରି ଏକ ଭିଡିଓ ପଠାନ୍ତୁ

ଏକ iCloud ଲିଙ୍କ୍ ହେଉଛି ଗୋଟିଏ URL ଯାହାକୁ ଆପଣ ମେସେଜ୍‌ କିମ୍ୱା Mail ସହିତ ଏକ ବଡ଼ ଭିଡିଓ ପଠାଇବାକୁ ବ୍ୟବହାର କରିପାରିବେ।

iCloud ଲିଙ୍କ୍ ପଠାଇବାକୁ, ନିଶ୍ଚିତ କରନ୍ତୁ ଯେ ଆପଣଙ୍କର iCloud ଫଟୋ ଚାଲୁ ଅଛି। ତା’ପରେ ଏହି ଷ୍ଟେପ୍‌ଗୁଡ଼ିକୁ ଫଲୋ କରନ୍ତୁ:

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଆପଣ ପଠାଇବାକୁ ଚାହୁଁଥିବା ଭିଡିଓରେ ଟାପ୍ କରନ୍ତୁ, ତା’ପରେ “ଶେୟର୍ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ।

  3. ବିକଳ୍ପରେ ଟାପ୍ କରନ୍ତୁ, ତା’ପରେ iCloud ଲିଙ୍କ୍‌ରେ ଟାପ୍ କରନ୍ତୁ।

  4. ମେସେଜ୍‌ , ମେଲ୍‌ କିମ୍ବା ଅନ୍ଯ ଏକ କମ‍୍ୟୂନିକେଶନ୍‌ ଆପ୍‌କୁ ଯାଆନ୍ତୁ, ତା’ପରେ iCloud ଲିଙ୍କ୍‌ର ପ୍ରାପ୍ତକର୍ତ୍ତାଙ୍କ ନାମ ଲେଖନ୍ତୁ। iCloud ଲିଙ୍କ୍‌କୁ ଏକ ମେସେଜ୍‌ରେ ପେଷ୍ଟ୍ କରନ୍ତୁ ଏବଂ ଏହାକୁ ପଠାନ୍ତୁ।

    iCloud ଲିଙ୍କ୍ ସହିତ ପଠାଯାଇଥିବା ଏକ ଭିଡିଓ ଡାଉନ୍‌ଲୋଡ୍ କରିବା ପାଇଁ ପ୍ରାପ୍ତକର୍ତ୍ତାଙ୍କ ପାଖରେ 30 ଦିନ ସମୟ ଥାଏ।

Mail Drop ବ୍ୟବହାର କରି ଏକ ଭିଡିଓ ପଠାନ୍ତୁ

Mail Drop ସହିତ, ଆପଣ Mailରେ ଏକ ଆଟାଚ୍‌ମେଣ୍ଟ୍ ଭାବରେ ଏକ ବଡ଼ ଭିଡିଓ ପଠାଇପାରିବେ।

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଆପଣ ପଠାଇବାକୁ ଚାହୁଁଥିବା ଭିଡିଓରେ ଟାପ୍ କରନ୍ତୁ, “ଶେୟର୍ କରନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ ମେଲ୍‌ରେ ଟାପ୍‌ କରନ୍ତୁ।

  3. “ପ୍ରାପ୍ତେଷୁ” ଫିଲ୍ଡ୍‌ରେ ଟାପ୍ କରନ୍ତୁ, ତା’ପରେ ପ୍ରାପ୍ତକର୍ତ୍ତାଙ୍କ ନାମ କିମ୍ବା ଇମେଲ୍ ଲେଖନ୍ତୁ।

    ଯଦି ଆପଣ ଏକ ବିଷୟ କିମ୍ବା ମେସେଜ୍ ଯୋଡ଼ିବାକୁ ଚାହୁଁଛନ୍ତି, ବିଷୟ ଫିଲ୍ଡ୍‌ କିମ୍ବା ଇମେଲ୍ ବଡିରେ ଟାପ୍‌ କରନ୍ତୁ।

  4. ପଠାଇବା ପାଇଁ “ପଠାନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ।

    Mail Drop ଆଟାଚ୍‌ମେଣ୍ଟ୍‌ଗୁଡ଼ିକୁ ଡାଉନ୍‌ଲୋଡ୍ କରିବା ପାଇଁ ପ୍ରାପକର୍ତ୍ତାଙ୍କ ପାଖରେ 30 ଦିନର ସମୟ ରହିଛି।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.