ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିବା “ଖୋଜାଖୋଜି” ଆପ୍‌ରେ ଯଦି ଆପଣ ଏକ ଡିଭାଇସ୍‌କୁ ପଛରେ ଛାଡ଼ି ଦିଅନ୍ତି, ତେବେ “ସେପରେଶନ୍‌” ଆଲର୍ଟ୍‌ ସେଟ୍ କରନ୍ତୁ

ଖୋଜାଖୋଜି ଆପ୍‌ରେ, ଆପଣ ଏକ ଡିଭାଇସ୍ ପାଇଁ ପୃଥକୀକରଣ ଆଲର୍ଟ୍‌ ଚାଲୁ କରିପାରିବେ, ଯାହାଦ୍ୱାରା ଆପଣ ଏହାକୁ ଭୁଲରେ ମଧ୍ଯ ଛାଡ଼ିଦେବେ ନାହିଁ। ଆପଣ “ବିଶ୍ୱସନୀୟ ସ୍ଥାନ”, ଯେଉଁ ସ୍ଥାନଗୁଡ଼ିକରେ ଆପଣ କୌଣସି ଆଲର୍ଟ୍ ପ୍ରାପ୍ତ ନକରି ନିଜ ଡିଭାଇସ୍ ଛାଡ଼ି ପାରିବେ, ମଧ୍ଯ ସେଟ୍ କରିପାରିବେ।

ଯଦି ଆପଣଙ୍କ ପାଖରେ MagSafe ଏବଂ ଖୋଜାଖୋଜି ସମର୍ଥନ ଥିବା iPhone ୱଲେଟ୍ ଅଛି, ତେବେ ଏହା ଆପଣଙ୍କ iPhoneରୁ ଅଲଗା ହେଲେ ଆପଣ ଏକ ଆଲର୍ଟ୍ ପାଇପାରିବେ।

ଗୁରୁତ୍ବପୂର୍ଣ୍ଣ: ସେପରେଶନ୍ ଆଲର୍ଟ୍‌ ପ୍ରାପ୍ତ କରିବା ପାଇଁ, ନିଶ୍ଚିତ କରନ୍ତୁ ଯେ ଆପଣ ଖୋଜାଖୋଜି ଆପ୍ ପାଇଁ ନୋଟିଫିକେଶନ୍‌କୁ ଅନୁମତି ଦେଉଛନ୍ତି। iPadରେ ନୋଟିଫିକେଶନ୍ ସେଟିଂସ୍ ପରିବର୍ତ୍ତନ କରନ୍ତୁ ଦେଖନ୍ତୁ।

ଆପଣଙ୍କ iPhone, iPad, Mac, କିମ୍ବା AirPods ପାଇଁ ଆଲର୍ଟ ସେଟ୍ ଅପ୍ କରନ୍ତୁ

ଆପଣ ନିଜ iPhone, iPad ପାଇଁ iOS 15, iPadOS 15 କିମ୍ବା ପରବର୍ତ୍ତୀ ଭର୍ଶନ୍‌; Apple silicon ଏବଂ macOS 12 କିମ୍ବା ପରବର୍ତ୍ତୀ ଭର୍ଶନ୍‌; କିମ୍ବା ଖୋଜାଖୋଜି ନେଟ୍‌ଓ୍ବର୍କ୍ ଚାଲୁ ଥିବା AirPods ପାଇଁ ଅଲଗା ଆଲର୍ଟ ସେଟ୍ ଅପ୍ କରିପାରିବେ।

ଆପଣ କେବଳ ଆପଣଙ୍କ ଲୋକେଶନ୍ ଶେୟର୍‌ କରୁଥିବା ଡିଭାଇସ୍‌ରୁ ଏକ ପୃଥକୀକରଣ ଆଲର୍ଟ୍ ସେଟ୍ ଅପ୍ କରିପାରିବେ। ଆପଣ ନିଜର ଲୋକେଶନ୍ ଶେୟର୍‌ କରୁଥିବା ଡିଭାଇସ୍ ପ୍ରତ୍ଯେକ ଥର ଆପଣ ସେଟ୍ କରିଥିବା ଡିଭାଇସ୍ ଠାରୁ ଅଲଗା ହେବା ସମୟରେ ଏକ ଆଲର୍ଟ୍ ପାଇବେ।

  1. ଆପଣଙ୍କ iPadରେ “ଖୋଜାଖୋଜି” ଆପ୍ କୁ ଯାଆନ୍ତୁ।

  2. ସ୍କ୍ରୀନ୍‌ର ନିମ୍ନ-ବାମ ପାର୍ଶ୍ବରେ ଥିବା ଡିଭାଇସ୍‌ରେ ଟାପ୍ କରନ୍ତୁ, ତା’ପରେ ଆପଣ ଯେଉଁ ଡିଭାଇସ୍ ପାଇଁ ଆଲର୍ଟ୍ ସେଟ୍ ଅପ୍ କରିବାକୁ ଚାହୁଁଛନ୍ତି ତାହାର ନାମରେ ଟାପ୍ କରନ୍ତୁ।

  3. ନୋଟିଫିକେଶନ୍ ତଳେ, ପଛରେ ରହିଗଲେ “ସୂଚିତ କରନ୍ତୁ”ରେ ଟାପ୍ କରନ୍ତୁ।

  4. “ଛାଡ଼ି ଦେଇଥିଲେ ସୂଚିତ କରନ୍ତୁ” ଚାଲୁ କରନ୍ତୁ, ତା’ପରେ ଅନ୍‌ସ୍କ୍ରୀନ୍‌‌ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

  5. ଯଦି ଆପଣ ଏକ ବିଶ୍ବାସଯୋଗ୍ଯ ଲୋକେଶନ୍ ଯୋଡ଼ିବାକୁ ଚାହାଁନ୍ତି, ଆପଣ ଏକ ପ୍ରସ୍ତାବିତ ଲୋକେଶନ୍ ବାଛିପାରିବେ କିମ୍ବା ନୂଆ ଲୋକେଶନ୍ ଉପରେ ଟାପ୍ କରିପାରିବେ, ମ୍ଯାପ୍‌ରେ ଏକ ଲୋକେଶନ୍ ଚୟନ କରିପାରିବେ, ତା’ପରେ “ସମ୍ପୂର୍ଣ୍ଣ ହୋଇଛି” ଉପରେ ଟାପ୍ କରିପାରିବେ।

  6. “ସମ୍ପୂର୍ଣ୍ଣ ହୋଇଛି”ରେ ଟାପ୍ କରନ୍ତୁ।

MagSafe ଆପଣଙ୍କiPhoneରୁ ଅଲଗା ହେବା ସମୟରେ ଆପଣଙ୍କ iPhone ୱଲେଟ୍ ସହିତ ଆପଣ ସୂଚନା ପାଆନ୍ତୁ

MagSafe ଏବଂ ଖୋଜାଖୋଜି ସପୋର୍ଟ୍‌ ଥିବା ଆପଣଙ୍କ iPhone ୱଲେଟ୍‌ ଆପଣଙ୍କ iPhone ଠାରୁ ଅଲଗା ହେବାର ଏକ ମିନିଟ୍ ପରେ ଆପଣ ଏକ ଆଲର୍ଟ୍ ପାଇପାରିବେ। ତା’ପରେ ଆପଣ ମ୍ଯାପ୍‌ରେ ଏହାର ଶେଷ ଜ୍ଞାତ ଲୋକେଶନ୍ ଦେଖିବା ପାଇଁ ଖୋଜାଖୋଜି ଆପ୍ ବ୍ଯବହାର କରିପାରିବେ।

  1. ଆପଣଙ୍କ iPadରେ “ଖୋଜାଖୋଜି” ଆପ୍ କୁ ଯାଆନ୍ତୁ।

  2. ସ୍କ୍ରୀନ୍‌ ନିମ୍ନ-ବାମ ପାର୍ଶ୍ବରେ ଥିବା ଡିଭାଇସ୍‌ରେ ଟାପ୍ କରନ୍ତୁ, ତା’ପରେ MagSafe ସହିତ “ଆପଣଙ୍କ iPhone ୱଲେଟ୍‌ର ନାମ”ରେ ଟାପ୍ କରନ୍ତୁ।

  3. ନୋଟିଫିକେଶନ୍ ତଳେ, ଅଲଗା ଥିବା ସମୟରେ “ସୂଚିତ କରନ୍ତୁ”ରେ ଟାପ୍ କରନ୍ତୁ।

  4. “ଅଲଗା ହେବା ସମୟରେ ସୂଚିତ କରନ୍ତୁ”କୁ ବନ୍ଦ କରନ୍ତୁ କିମ୍ୱା ଚାଲୁ କରନ୍ତୁ, ତା’ପରେ “ସମ୍ପୂର୍ଣ୍ଣ ହୋଇଛି”ରେ ଟାପ୍‌ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.