ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିବା ରିମାଇଣ୍ଡର୍‌ରେ ସ୍ମାର୍ଟ୍ ଲିଷ୍ଟ୍ ବ୍ଯବହାର କରନ୍ତୁ

ରିମାଇଣ୍ଡର୍ ଆପ୍‌ରେ ଆପଣ ସ୍ମାର୍ଟ୍‌ ଲିଷ୍ଟ୍ ବ୍ଯବହାର କରି ଲିଷ୍ଟ୍‌ଗୁଡ଼ିକରେ ଆପଣଙ୍କ ଆଇଟମ୍‌ଗୁଡ଼ିକୁ ସହଜରେ ଫିଲ୍ଟର୍ କରିପାରିବେ। ଆପଣ ଟ୍ଯାଗ୍‌, ତାରିଖ, ସମୟ, ଲୋକେଶନ୍, ଫ୍ଲାଗ୍ ଏବଂ ପ୍ରାଥମିକତା ଅନୁଯାୟୀ ଫିଲ୍ଟର୍ ହୋଇଥିବା ଆଇଟମ୍‌ଗୁଡ଼ିକୁ ସ୍ୱୟଂଚାଳିତ ଭାବରେ ଅନ୍ତର୍ଭୁକ୍ତ କରିବାକୁ କଷ୍ଟମ୍ ସ୍ମାର୍ଟ୍ ଲିଷ୍ଟ୍ ତିଆରି କରିପାରିବେ। ଆପଣ ଗୋଟିଏରୁ ଅଧିକ ଟ‍୍ୟାଗ୍ ଚୟନ କରିପାରିବେ (ଯେପରିକି #gardening ଏବଂ #errands) ଏବଂ ସେଗୁଡ଼ିକୁ ଅନ୍ଯ ଫିଲ୍ଟର୍ ସହିତ ସଂଯୁକ୍ତ କରିପାରିବେ।

ଏକ ରିମାଇଣ୍ଡର୍ ସ୍କ୍ରୀନ୍‌ ଯେଉଁଥିରେ ସମସ୍ତ ଫ୍ଲାଗ୍ କରାଯାଇଥିବା ଆଇଟମ୍ ଥିବା ସ୍ମାର୍ଟ୍ ଲିଷ୍ଟ୍‌ ଦେଖାଯାଉଛି।

ଧ‍୍ୟାନ ଦିଅନ୍ତୁ: ଏହି ମାର୍ଗଦର୍ଶିକାରେ ବର୍ଣ୍ଣିତ ସମସ୍ତ ରିମାଇଣ୍ଡର୍‌ ଫୀଚର୍‌ଗୁଡ଼ିକ ଉପଲବ୍ଧ ହୁଏ ଯେତେବେଳେ ଆପଣ ଅପ୍‌ଡେଟ୍‌ ହୋଇଥିବା ରିମାଇଣ୍ଡର୍‌ଗୁଡ଼ିକ ବ୍ୟବହାର କରନ୍ତି। ଅନ୍ଯ ଆକାଉଣ୍ଟ୍ ବ୍ଯବହାର କରିବା ସମୟରେ କେତେକ ଫୀଚର୍ ଉପଲବ୍ଧ ହୁଏ ନାହିଁ।

ଡିଫଲ୍ଟ୍ ସ୍ମାର୍ଟ୍ ଲିଷ୍ଟ୍ ବ୍ଯବହାର କରି ଆଇଟମ୍‌ଗୁଡ଼ିକୁ ସ୍ୱୟଂଚାଳିତ ଭାବରେ ବ୍ଯବସ୍ଥିତ କରନ୍ତୁ

  1. ଆପଣଙ୍କ iPadରେ ରିମାଇଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. “ଅଧିକ” ବଟନ୍‌ (ଆପଣଙ୍କ ଲିଷ୍ଟ୍ ଉପରେ)ରେ ଟାପ୍ କରନ୍ତୁ, ତା’ପରେ "ଲିଷ୍ଟ୍ ଏଡିଟ୍‌ କରନ୍ତୁ" ଉପରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ସ୍ମାର୍ଟ୍ ଲିଷ୍ଟ୍‌ଗୁଡ଼ିକୁ ଚାଲୁ କିମ୍ବା ବନ୍ଦ କରନ୍ତୁ:

    • ଆଜି: ଆଜି ପାଇଁ ଶେଡ୍ଯୂଲ୍ ହୋଇଥିବା ଆଇଟମ୍ ଏବଂ ବିଳମ୍ବିତ ଆଇଟମ୍‌ଗୁଡ଼ିକ

    • ଶେଡ୍ଯୂଲ୍ ହୋଇଛି: ତାରିଖ କିମ୍ବା ସମୟ ଅନୁସାରେ ଶେଡ୍ଯୁଲ୍ କରାଯାଇଥିବା ଆଇଟମ୍‌ଗୁଡ଼ିକ

    • ସମସ୍ତ: ଆପଣଙ୍କ ସମସ୍ତ ଲିଷ୍ଟ୍‌ରେ ଥିବା ସମସ୍ତ ଆଇଟମ୍

    • ସମ୍ପୂର୍ଣ୍ଣ ହୋଇଛି: ଚେକ୍‌ମାର୍କ୍‌ ଥିବା ଆଇଟମ୍

    • ମୋତେ ଆସାଇନ୍ କରାଯାଇଛି: ଶେୟର୍ କରାଯାଇଥିବା ଲିଷ୍ଟ୍‌ରେ ଆପଣଙ୍କୁ ଆସାଇନ୍ କରାଯାଇଥିବା ଆଇଟମ୍‌ଗୁଡ଼ିକ

    • Siri ପରାମର୍ଶ: ମେଲ୍ ଏବଂ ମେସେଜ୍‌ରେ ସୂଚିତ ଆଇଟମ୍ ଚିହ୍ନଟ ହୋଇଛି

    • ଫ୍ଲାଗ୍ ହୋଇଛି: ଫ୍ଲାଗ୍ ଥିବା ଆଇଟମ୍

ଏକ କଷ୍ଟମ୍ ସ୍ମାର୍ଟ୍ ଲିଷ୍ଟ୍ ତିଆରି କରନ୍ତୁ

  1. ଆପଣଙ୍କ iPadରେ ରିମାଇଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. “ଲିଷ୍ଟ୍‌ ଯୋଡ଼ନ୍ତୁ” ଉପରେ ଟାପ୍ କରନ୍ତୁ, ଗୋଟିଏ ନାମ ଲେଖନ୍ତୁ, ଗୋଟିଏ ରଙ୍ଗ ଏବଂ ଆଇକନ୍ ବାଛନ୍ତୁ, ତା’ପରେ “ସ୍ମାର୍ଟ୍ ଲିଷ୍ଟ୍‌ରେ ପରିଣତ କରନ୍ତୁ” ଉପରେ ଟାପ୍ କରନ୍ତୁ।

  3. ଗୋଟିଏ କିମ୍ବା ଅଧିକ ଫିଲ୍ଟର୍ ଚୟନ କରନ୍ତୁ, ତା’ପରେ ଅନ୍ତର୍ଭୂକ୍ତ କରିବାକୁ କୌଣସି କିମ୍ବା ସମସ୍ତ ଚୟନିତ ଫିଲ୍ଟର୍ ସହିତ ମେଳ ହେଉଥିବା ଆଇଟମ୍‌ଗୁଡ଼ିକୁ ବାଛନ୍ତୁ। ଆପଣ ଟ୍ଯାଗ୍‌, ତାରିଖ, ଲୋକେଶନ୍ ଇତ୍ଯାଦି ଅନୁସାରେ ଫିଲ୍ଟର୍ କରିପାରିବେ।

ଏକ ଲିଷ୍ଟ୍‌କୁ ଏକ ସ୍ମାର୍ଟ୍ ଲିଷ୍ଟ୍‌ରେ ପରିଣତ କରନ୍ତୁ

ଆପଣ ଏକ ଲିଷ୍ଟ୍‌କୁ ରୂପାନ୍ତର କଲେ, ଏହାର ଆଇଟମ୍‌ଗୁଡ଼ିକ ଡିଫଲ୍ଟ୍ ଲିଷ୍ଟ୍‌ର ଶୀର୍ଷ ସ୍ତରକୁ ସ୍ଥାନାନ୍ତରିତ ହୁଏ ଏବଂ ସ୍ମାର୍ଟ୍ ଲିଷ୍ଟ୍‌ର ନାମ ସହିତ ଟ୍ଯାଗ୍‌ କରାଯାଏ।

ଧ‍୍ୟାନ ଦିଅନ୍ତୁ: ଆପଣ ଏକ ଶେୟର୍‌ କରାଯାଇଥିବା ଲିଷ୍ଟ୍‌କୁ ରୂପାନ୍ତର କରିପାରିବେ ନାହିଁ।

  1. ଆପଣଙ୍କ iPadରେ ରିମାଇଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. ଆପଣ ରୂପାନ୍ତର କରିବାକୁ ଚାହୁଁଥିବା ଲିଷ୍ଟ୍ ଦେଖନ୍ତୁ।

  3. “ଅଧିକ” ବଟନ୍‌ରେ ଟାପ୍ କରନ୍ତୁ, "ଲିଷ୍ଟ୍‌ ସୂଚନା ଦେଖାନ୍ତୁ"ରେ ଟାପ୍ କରନ୍ତୁ, ତଳକୁ ସ୍କ୍ରୋଲ୍ କରନ୍ତୁ, ତାପରେ "ସ୍ମାର୍ଟ୍‌ ଲିଷ୍ଟ୍‌ରେ ପରିଣତ କରନ୍ତୁ”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.