ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad ଥିବା Apple TV ଆପ୍‌ରେ ଏକାଧିକ ଲାଇଭ୍ ସ୍ପୋର୍ଟସ୍ ଷ୍ଟ୍ରୀମ୍‌ ଦେଖନ୍ତୁ

iPadରେ, ଆପଣ ମଲ୍ଟିଭ୍ଯୂ ସହିତ ସମାନ ସମୟରେ ସର୍ବାଧିକ ଚାରିଟି ଲାଇଭ୍ ସ୍ପୋର୍ଟ୍ସ୍ ଷ୍ଟ୍ରିମ୍ ଚଲାଇ ପାରିବେ।

ଧ‍୍ୟାନ ଦିଅନ୍ତୁ: ମଲ୍ଟିଭ୍ଯୁ iPadOS 17.2 କିମ୍ବା ପରବର୍ତ୍ତୀ ଭର୍ଶନ୍ ଉପଲବ୍ଧ; MLS Season Pass (MLS ପାଇଁ) କିମ୍ବା Apple TV+ (ଶୁକ୍ରବାର ରାତି ବେସ୍‌ବଲ୍ ଏବଂ ରବବାର ରାତି ସୁକର୍‌ ପାଇଁ)ର ସବ୍‌ସ୍କ୍ରିପ୍ସନ୍‌ ମଧ୍ଯ ଆବଶ୍ଯକ। ଏକାଧିକ ଗେମ୍ ଦେଖିବାର ବିକଳ୍ପ କାର୍ଯ୍ଯସୂଚୀ ଉପରେ ନିର୍ଭର କରେ।

ଏକାଧିକ ଲାଇଭ୍ ସ୍ପୋର୍ଟସ୍ ଷ୍ଟ୍ରିମ୍ ଦେଖନ୍ତୁ

  1. ଆପଣଙ୍କ iPadରେ ଥିବା Apple TV ଆପ୍ କୁ ଯାଆନ୍ତୁ।

  2. ସାଇଡ୍‌ବାର୍‌ରେ ସ୍ପୋର୍ଟ୍ସ୍‌ରେ ଟାପ୍ କରନ୍ତୁ, ତା’ପରେ ଏକ ଲାଇଭ୍ ଗେମ୍ ଆରମ୍ଭ କରନ୍ତୁ।

  3. ଆପଣ ଏକ ମ୍ଯାଚ୍ ଦେଖୁଥିବା ସମୟରେ, ପ୍ଲେବ୍ଯାକ୍ କଣ୍ଟ୍ରୋଲ୍ ଦେଖାଇବା ପାଇଁ ସ୍କ୍ରୀନ୍‌ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ ଗୋଟିଏ କରନ୍ତୁ:

    • ଶୀର୍ଷ ବାମରେ ମଲ୍ଟିଭ୍ଯୁ ବଟନ୍ରେ ଟାପ୍ କରନ୍ତୁ, ତା’ପରେ "ଅଧିକ ଯୋଡ଼ନ୍ତୁ" ତଳେ "ଏକ ଗେମ୍"ରେ ଟାପ୍ କରନ୍ତୁ।

    • ତଳ ବାମ ପାର୍ଶ୍ୱରେ “ଲାଇଭ୍ ସ୍ପୋର୍ଟ୍ସ୍‌”ରେ ଟାପ୍ କରନ୍ତୁ କିମ୍ବା ଦେଖିବା ଜାରି ରଖନ୍ତୁ, ଏକ ଲାଇଭ୍ ଗେମ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, ତା’ପରେ “ମଲ୍ଟିଭ୍ଯୁରେ ଦେଖନ୍ତୁ”ରେ ଟାପ୍ କରନ୍ତୁ।

  4. ମଲ୍ଟିଭ୍ଯୁରେ ଥିବା ସମୟରେ, ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • ଏକ ଷ୍ଟ୍ରିମ୍ ଯୋଡ଼ନ୍ତୁ: ନିମ୍ନରୁ ଉପରକୁ ସ୍ୱାଇପ୍ କରନ୍ତୁ, ତା’ପରେ “ଅଧିକ ଧାଡ଼ି ଯୋଡ଼ନ୍ତୁ”ରେ ଥିବା ଏକ ଷ୍ଟ୍ରିମ୍‌ରେ ଟାପ୍ କରନ୍ତୁ।

    • ଷ୍ଟ୍ରିମ୍‌ଗୁଡ଼ିକୁ ମୂଭ୍ କରନ୍ତୁ: ଏକ ଷ୍ଟ୍ରିମ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ଏହାକୁ ଏକ ନୂଆ ସ୍ଥାନକୁ ଡ୍ରାଗ୍ କରନ୍ତୁ।

    • ଅଡିଓକୁ ଏକ ଭିନ୍ନ ଷ୍ଟ୍ରିମ୍‌ରେ ପରିବର୍ତ୍ତନ କରନ୍ତୁ: ଷ୍ଟ୍ରିମ୍‌ ଉପରେ ଫୋକସ୍ କରିବାକୁ ତାହା ଉପରେ ଟାପ୍ କରନ୍ତୁ।

      ଧ‍୍ୟାନ ଦିଅନ୍ତୁ: ସାଉଣ୍ଡ୍ ବଟନ୍ ଷ୍ଟ୍ରିମ୍‌ର ନିମ୍ନ-ଡାହାଣ କୋଣରେ ଅଡିଓ ଚାଲୁଥିବା ସ୍ଥାନରେ ଦେଖାଯାଏ।

    • ପୂର୍ଣ୍ଣ ସ୍କ୍ରୀନ୍‌ରେ ଏକ ଷ୍ଟ୍ରୀମ୍‌କୁ ଦେଖନ୍ତୁ: ଏକ ଷ୍ଟ୍ରୀମ୍‌ରେ ଟାପ୍ କରନ୍ତୁ, ତା’ପରେ ଫୁଲ୍ ସ୍କ୍ରୀନ୍ ବଟନ୍ରେ ଟାପ୍ କରନ୍ତୁ। ମଲ୍ଟିଭ୍ଯୁକୁ ଫେରିବା ପାଇଁ ମଲ୍ଟିଭ୍ଯୁ ବଟନ୍ରେ ଟାପ୍ କରନ୍ତୁ।

    • ମଲ୍ଟିଭ୍ଯୁରୁ ଏକ ଷ୍ଟ୍ରିମ୍ ଡିଲିଟ୍ କରନ୍ତୁ: ଏକ ଷ୍ଟ୍ରୀମ୍‌ରେ ଟାପ୍ କରନ୍ତୁ, ତା’ପରେ “ଡିଲିଟ୍ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ।

    • ମଲ୍ଟିଭ୍ଯୁରୁ ପ୍ରସ୍ଥାନ କରନ୍ତୁ: “ପଛକୁ ଯାଆନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ। ମଲ୍ଟିଭ୍ଯୁକୁ ଫେରିବା ପାଇଁ ମଲ୍ଟିଭ୍ଯୁ ବଟନ୍ରେ ଟାପ୍ କରନ୍ତୁ।

ସ୍ପୋର୍ଟସ୍ ଷ୍ଟ୍ରିମ୍‌ର ଲେଅଉଟ୍ ପରିବର୍ତ୍ତନ କରନ୍ତୁ

ଗ୍ରିଡ୍‌ରେ ଥିବା ଷ୍ଟ୍ରୀମ୍‌ର ଲେଆଉଟ୍ ବଦଳାଇବା ପାଇଁ ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

  • ଯେତେବେଳେ ଦୁଇଟି ଷ୍ଟ୍ରୀମ୍‌ ଚୟନ କରାଯାଏ: 70/30 ଅନୁପାତରେ ଷ୍ଟ୍ରୀମ୍‌କୁ ଦେଖିବା ପାଇଁ ଶୀର୍ଷର ଡାହାଣ ପଟେ ଗ୍ରିଡ୍ ବଟନ୍ରେ ଟାପ୍ କରନ୍ତୁ। ଷ୍ଟ୍ରୀମ୍‌ଗୁଡ଼ିକୁ ସମାନ ଆକାରରେ ଦେଖିବା ପାଇଁ ଗ୍ରିଡ୍ ବଟନ୍ ଉପରେ ପୁଣିଥରେ ଟାପ୍ କରନ୍ତୁ।

  • ଯେତେବେଳେ ଚାରୋଟି ଷ୍ଟ୍ରୀମ୍‌ ଚୟନ କରାଯାଏ: 70/30 ଅନୁପାତରେ ଷ୍ଟ୍ରୀମ୍‌କୁ ଦେଖିବା ପାଇଁ ଉପର ଡାହାଣ ପଟେ ଗ୍ରିଡ୍ ବଟନ୍ରେ ଟାପ୍ କରନ୍ତୁ (ଗୋଟିଏ ଷ୍ଟ୍ରୀମ୍‌ 70 ପ୍ରତିଶତରେ, ତିନୋଟି ଷ୍ଟ୍ରୀମ୍‌ 30 ପ୍ରତିଶତରେ)। ଷ୍ଟ୍ରୀମ୍‌ଗୁଡ଼ିକୁ ସମାନ ଆକାରରେ ଦେଖିବା ପାଇଁ ଗ୍ରିଡ୍ ବଟନ୍ ଉପରେ ପୁଣିଥରେ ଟାପ୍ କରନ୍ତୁ।

Apple TV+ (ଯେଉଁଥିରେ କିଛି ଦେଶ ଏବଂ ଅଞ୍ଚଳରେ ଶୁକ୍ରବାର ରାତିର ବେସ୍ ବଲ୍, ରବିବାର ରାତିର ଫୁଟ୍‌ବଲ୍‌ କିମ୍ବା ଉଭୟ ଅନ୍ତର୍ଭୁକ୍ତ) ଏବଂ MLS Season Pass (ଯେଉଁଥିରେ ରବିବାର ରାତି ଫୁଟ୍‌ବଲ୍‌ ଅନ୍ତର୍ଭୁକ୍ତ) ପାଇଁ ସବ୍‌ସ୍କ୍ରିପ୍ସନ୍ ଆବଶ୍ଯକ। MLS Season Pass, ରବିବାର ରାତିର ଫୁଟ୍‌ବଲ୍‌ ଏବଂ ଶୁକ୍ରବାର ରାତିର ବେସ୍ ବଲ୍ ପାଇଁ iPadOS 16.2 କିମ୍ବା ପରବର୍ତ୍ତୀ ଭର୍ଶନ୍ ଆବଶ୍ଯକ। ସମସ୍ତ ଫୀଚର୍ ଏବଂ ବିଷୟବସ୍ତୁ ସବୁ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.