ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିବା ଅନୁବାଦ ଆପ୍‌ରେ କ୍ଯାମେରା ଦୃଶ୍ଯ ସହିତ ଟେକ୍ସ୍‌ଟ୍‌କୁ ଅନୁବାଦ କରନ୍ତୁ

iPadରେ, ଆପଣ ନିଜ ଚାରିପାଖରେ ଥିବା ଟେକ୍ସ୍‌ଟ୍‌କୁ ଅନୁବାଦ କରିବା ପାଇଁ ଅନୁବାଦ ଆପ୍‌ରୁ କ୍ଯାମେରା ଭ୍ଯୁ ବ୍ଯବହାର କରିପାରିବେ-ଉଦାହରଣ ସ୍ୱରୂପ, ଏକ ରେସ୍ତୋରାଁ ମେନ୍ଯୁ କିମ୍ବା ଷ୍ଟ୍ରିଟ୍ ଚିହ୍ନ। ଆପଣ ନିଜ ଫଟୋ ଲାଇବ୍ରେରିରୁ ଫଟୋର ଟେକ୍ସ୍‌ଟ୍‌ ମଧ୍ଯ ଅନୁବାଦ କରିପାରିବେ।

ଧ‍୍ୟାନ ଦିଅନ୍ତୁ: ସମର୍ଥିତ ଭାଷାଗୁଡ଼ିକ ପାଇଁ ଅନୁବାଦ ଉପଲବ୍ଧ ଅଟେ। iOS ଏବଂ iPadOS ଫୀଚର୍‌ ଉପଲବ୍ଧତା ଓ୍ବେବ୍‌ସାଇଟ୍‌ ଦେଖନ୍ତୁ।

କ୍ଯାମେରା ଦୃଶ୍ଯ ବ୍ଯବହାର କରି ଟେକ୍ସ୍‌ଟ୍‌ ଅନୁବାଦ କରନ୍ତୁ

  1. ଆପଣଙ୍କ iPadରେ ଅନୁବାଦ ଆପ୍ ଖୋଲନ୍ତୁ।

  2. “ସାଇଡ୍‌ବାର୍‌ ଦେଖାନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ, ତା’ପରେ କ୍ଯାମେରାରେ ଟାପ୍ କରନ୍ତୁ।

  3. ଆପଣ ନିଜ ଚୟନିତ ଟେକ୍ସ୍‌ଟ୍‌କୁ ଯେଉଁ ଭାଷାରେ ଅନୁବାଦ କରିବାକୁ ଚାହୁଁଛନ୍ତି, ସେହି ଭାଷା ବାଛନ୍ତୁ।

  4. ପଛ କ୍ଯାମେରା ଆପଣଙ୍କ ଚାରିପାଖରେ ଟେକ୍ସ୍‌ଟ୍‌ ଅନୁବାଦ କରିବା ପାଇଁ iPadକୁ ସ୍ଥାନିତ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: ଆପଣ ପଛ କ୍ଯାମେରା ମୂଭ୍‌ କଲେ, ରିଅଲ୍ ଟାଇମ୍‌ରେ ଟେକ୍ସ୍‌ଟ୍‌ ଅନୁବାଦ ହୁଏ।

  5. ଦୃଶ୍ଯ ପଜ୍ କରିବା ପାଇଁ “ଅନୁବାଦ କ୍ଯାମେରା” ବଟନ୍ରେ ଟାପ୍ କରନ୍ତୁ।

    ଓଭର୍‌ଲେଡ୍ ହୋଇଥିବା ଅନୁବାଦ ଉପରେ ଭଲଭାବରେ ନଜର ପକାଇବା ପାଇଁ ଆପଣ ଜୂମ୍ ଇନ୍ କରିପାରିବେ।

  6. ଅନୁବାଦ କାର୍ଡ୍‌ ଦେଖାଇବା ପାଇଁ “ଏକ ଓଭର୍‌ଲେଡ୍ ହୋଇଥିବା ଅନୁବାଦ”ରେ ଟାପ୍ କରନ୍ତୁ, ତା’ପରେ ନିମ୍ନୋକ୍ତ ଯେ କୌଣସି ଗୋଟିଏ କରନ୍ତୁ:

    • ଅନୁବାଦ କପି କରନ୍ତୁ: ଅନୁବାଦ ହୋଇଥିବା ଟେକ୍ସ୍‌ଟ୍‌ କପି କରନ୍ତୁ।

    • ଫେଭରିଟ୍‌ରେ ଯୋଡ଼ନ୍ତୁ: ଫେଭରିଟ୍ ଲିଷ୍ଟ୍‌ରେ ଅନୁବାଦ ଯୋଡ଼ନ୍ତୁ।

    • ମୂଳ ଟେକ୍ସ୍‌ଟ୍‌ ଶୁଣନ୍ତୁ: ଅଧିକ ଟାପ୍ କରନ୍ତୁ, ତା’ପରେ ମୂଳ ଟେକ୍ସ୍‌ଟ୍‌ ଶୁଣିବା ପାଇଁ “ଗ୍ରେ ପ୍ଲେ” ବଟନ୍ରେ ଟାପ୍ କରନ୍ତୁ।

    • ଅନୁବାଦିତ ଟେକ୍ସ୍‌ଟ୍‌ ଶୁଣନ୍ତୁ: ଅନୁବାଦିତ ଟେକ୍ସ୍‌ଟ୍‌ ଶୁଣିବା ପାଇଁ “ନୀଳ ପ୍ଲେ” ବଟନ୍ରେ ଟାପ୍ କରନ୍ତୁ।

  7. ସମାପ୍ତ ହେବା ପରେ, “ଯୋଡ଼ନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ।

ଆପଣଙ୍କ ଫଟୋ ଲାଇବ୍ରେରିରୁ ଫଟୋରେ ଟେକ୍ସ୍‌ଟ୍‌ ଅନୁବାଦ କରନ୍ତୁ

  1. iPadରେ ଅନୁବାଦ ଆପ୍‌କୁ ଯାଆନ୍ତୁ।

  2. “ସାଇଡ୍‌ବାର୍‌ ଦେଖାନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ, ତା’ପରେ କ୍ଯାମେରାରେ ଟାପ୍ କରନ୍ତୁ।

  3. ଆପଣ ନିଜ ଚୟନିତ ଟେକ୍ସ୍‌ଟ୍‌କୁ ଯେଉଁ ଭାଷାରେ ଅନୁବାଦ କରିବାକୁ ଚାହୁଁଛନ୍ତି, ସେହି ଭାଷା ବାଛନ୍ତୁ।

  4. “ଫଟୋ ଲାଇବ୍ରେରି” ବଟନ୍ରେ ଟାପ୍‌ କରନ୍ତୁ, ତା’ପରେ ଆପଣଙ୍କ ଫଟୋ ଲାଇବ୍ରେରିରୁ ଟେକ୍ସ୍‌ଟ୍‌ ଥିବା ଏକ ଫଟୋ ଚୟନ କରନ୍ତୁ।

  5. ସମାପ୍ତ ହେବା ପରେ, “ଯୋଡ଼ନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ।

ଏକ ଅନୁବାଦିତ ଇମେଜ୍ ଶେୟର୍‌ ଏବଂ ସେଭ୍ କରନ୍ତୁ

କ୍ଯାମେରା ଭ୍ଯୁ କିମ୍ବା ଏକ ଫଟୋରୁ ଟେକ୍ସ୍‌ଟ୍ ଅନୁବାଦ କରିବା ପରେ “ଶେୟର୍ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

  1. ଆପଣଙ୍କ iPadରେ ଅନୁବାଦ ଆପ୍ କୁ ଯାଆନ୍ତୁ।

  2. “ସାଇଡ୍‌ବାର୍‌ ଦେଖାନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ, ଆପିଅରନ୍ସ୍‌ରେ ଟାପ୍‌ କରନ୍ତୁ, ତା’ପରେ ନିମ୍ନୋକ୍ତ ମଧ୍ଯରୁ ଗୋଟିଏ କରନ୍ତୁ:

    • କ୍ଯାମେରା ଭ୍ଯୁ ବ୍ଯବହାର କରନ୍ତୁ: “ଅନୁବାଦ କ୍ଯାମେରା” ବଟନ୍ରେ ଟାପ୍‌ କରନ୍ତୁ।

    • ଆପଣଙ୍କ ଫଟୋ ଲାଇବ୍ରେରିରୁ ଏକ ଫଟୋ ବ୍ଯବହାର କରନ୍ତୁ: “ଫଟୋ ଲାଇବ୍ରେରି” ବଟନ୍ରେ ଟାପ୍‌ କରନ୍ତୁ, ତା’ପରେ ଏକ ଫଟୋରେ ଟାପ୍‌ କରନ୍ତୁ।

  3. “ଶେୟର୍ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ, ତା'ପରେ ନିମ୍ନଲିଖିତ ଯେକୌଣସି କାର୍ଯ୍ଯ କରନ୍ତୁ:

    • ଅନୁବାଦ ଶେୟର୍‌ କରନ୍ତୁ: ଏକ ଶେୟର୍‌ ବିକଳ୍ପ ବାଛନ୍ତୁ।

    • ଅନୁବାଦକୁ ଏକ ଇମେଜ୍ ଭାବରେ ସେଭ୍ କରନ୍ତୁ: “ଇମେଜ୍ ସେଭ୍ କରନ୍ତୁ”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.