ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଆପଣଙ୍କ ନୋଟ୍ ଆପ୍‌ର ସେଟିଂସ୍ ପରିବର୍ତ୍ତନ କରନ୍ତୁ

ସେଟିଂସ୍‌ରେ, ଆପଣ ନୋଟ୍ ଆପ୍ ପାଇଁ ଆପଣଙ୍କ ପ୍ରାଥମିକତାକୁ କଷ୍ଟମାଇଜ୍ କରିପାରିବେ। ନୂଆ ନୋଟ୍ ପାଇଁ ଡିଫଲ୍ଟ୍ ଆକାଉଣ୍ଟ୍ ବାଛନ୍ତୁ, ପାସ୍‌ଓ୍ବର୍ଡ୍‌ ସେଟ୍ ଇତ୍ଯଦି କରନ୍ତୁ।

ଆପଣଙ୍କ ନୋଟ୍ ସେଟିଂସ୍ କଷ୍ଟମାଇଜ୍ କରନ୍ତୁ

  1. ସେଟିଂସ୍‌  > ଆପ୍‌ > ନୋଟ୍‌କୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ ଆଡ୍‌ଜଷ୍ଟ୍‌ କରନ୍ତୁ:

    • ଆକାଉଣ୍ଟ୍‌: ନୋଟ୍‌ରେ ଆକାଉଣ୍ଟ୍ ଯୋଡ଼ନ୍ତୁ କିମ୍ବା କାଢ଼ି ଦିଅନ୍ତୁ

    • Siri: ଆପଣ ନୋଟ୍ କିପରି‌ ବ୍ଯବହାର କରନ୍ତି ତା’ ଉପରେ ଆଧାର କରି ସମସ୍ତ ଆପ୍‌ରେ ପରାମର୍ଶ ଦେବା ପାଇଁ Siriକୁ ଅନୁମତି ଦିଅନ୍ତୁ। .

    • ସର୍ଚ୍ଚ୍ କରନ୍ତୁ: ନୋଟ୍‌ରୁ ଆସିଥିବା ପରାମର୍ଶ ଏବଂ ବିଷୟବସ୍ତୁକୁ ସର୍ଚ୍ଚ୍ ଏବଂ ୱିଜେଟ୍ରେ ପ୍ରଦର୍ଶିତ ହେବା ପାଇଁ ଅନୁମତି ଦିଅନ୍ତୁ

    • ନୋଟିଫିକେଶନ୍‌: ନୋଟିଫିକେଶନ୍ ସେଟିଂସ୍ ପରିବର୍ତ୍ତନ କରନ୍ତୁ

    • ଭାଷା: ଆପଣଙ୍କର ପସନ୍ଦର ଭାଷା ବାଛନ୍ତୁ (ଏକାଧିକ ଭାଷା ଯୋଡ଼ାଗଲେ ବିକଳ୍ପ ଦେଖାଯିବ)।

    • ଡିଫଲ୍ଟ୍ ଆକାଉଣ୍ଟ୍: Siri ଏବଂ ନୋଟ୍ ୱିଜେଟ୍ ବ୍ଯବହାର କରି ନୋଟ୍ ତିଆରି କରିବା ସମୟରେ ଡିଫଲ୍ଟ୍ ଆକାଉଣ୍ଟ୍‌ ବାଛନ୍ତୁ।

    • ପାସ୍‌ୱର୍ଡ୍‌: ଗୁରୁତ୍ୱପୂର୍ଣ୍ଣ ନୋଟ୍‌ଗୁଡ଼ିକୁ ଲକ୍ କରନ୍ତୁ

    • “ମୋ iPadରେ” ଆକାଉଣ୍ଟ୍: “ମୋ iPad ଆକାଉଣ୍ଟ୍‌ରେ” ଚାଲୁ କରନ୍ତୁ।

    • ଉଲ୍ଲେଖିତ ନୋଟିଫିକେଶନ୍‌: ଶେୟର୍ ହୋଇଥିବା ନୋଟ୍ରେ ଆପଣଙ୍କ ନାମ ଉଲ୍ଲେଖ ଥିଲେ ନୋଟିଫିକେଶନ୍ ପ୍ରାପ୍ତ କରନ୍ତୁ।

    • ଦେଖିବା: ଦେଖିବାର ବିକଳ୍ପ ଯେପରିକି ସଜାଇବାର କ୍ରମ, ଧାଡ଼ି ଓ ଗ୍ରିଡ୍ ଏବଂ ତାରିଖ ଅନୁଯାୟୀ ଗ୍ରୂପ୍‌ ନୋଟ୍‌ ବାଛନ୍ତୁ।

    • କ୍ୱିକ୍ ନୋଟ୍: ଶୀଘ୍ର ଏକ ନୂଆ ନୋଟ୍ ତିଆରି କରିବା କିମ୍ବା ଶେଷ କ୍ୱିକ୍ ନୋଟ୍ ପୁନଃ ଚାଲୁ କରିବା ପାଇଁ କର୍ଣ୍ଣର୍ ଜେଶ୍ଚର୍ ବାଛନ୍ତୁ।

    • ଆପ୍ ଲିଙ୍କ୍‌: ପ୍ରସ୍ତାବିତ ଆପ୍ ଲିଙ୍କ୍ ପ୍ରାପ୍ତ କରନ୍ତୁ।

    • ଟାଗ୍‌ର ଅଟୋ ରୂପାନ୍ତର: ଏକ ସ୍ପେସ୍ ଟାଇପ୍ କରିବା ସମୟରେ ସ୍ୱୟଂଚାଳିତ ଭାବରେ #textକୁ ଟାଗ୍‌ରେ ପରିବର୍ତ୍ତନ କରନ୍ତୁ।

    • ଫଟୋ ଆପ୍‌ରେ ସେଭ୍ କରନ୍ତୁ: ନୋଟ୍‌ରେ ନିଆଯାଇଥିବା ଫଟୋ ଏବଂ ଭିଡିଓକୁ ଫଟୋ ଆପ୍‌ରେ ସେଭ୍‌ କରନ୍ତୁ।

    • ଲକ୍ ସ୍କ୍ରୀନ୍‌ରୁ ନୋଟ୍ ଆକ୍ସେସ୍ କରନ୍ତୁ: “ସର୍ବଦା ନୂଆ ନୋଟ୍ ତିଆରି କରନ୍ତୁ” କିମ୍ବା “ପୂର୍ବ ନୋଟ୍ ପୁନଃ ଚାଲୁ କରନ୍ତୁ”କୁ ବାଛନ୍ତୁ। କିମ୍ବା ଲକ୍ ସ୍କ୍ରୀନ୍‌ରୁ ଆକ୍ସେସ୍ ରୋକିବା ପାଇଁ ଏହାକୁ ବନ୍ଦ କରନ୍ତୁ।

ଏହା ମଧ‍୍ୟ ଦେଖନ୍ତୁiPadରେ ସେଟିଂସ୍ ଖୋଜନ୍ତୁ
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.