ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

ଆପଣଙ୍କ ୱର୍କ୍‌ସ୍ପେସ୍‌କୁ କଷ୍ଟମାଇଜ୍ କରନ୍ତୁ

ଗୋଟିଏ ସମୟରେ ଏକାଧିକ ଆପ୍ ସହିତ କାର୍ଯ୍ଯ କରିବା ପାଇଁ ଆପଣ iPad ମଲ୍ଟିଟାସ୍କିଂ ଫୀଚର୍‌ ବ୍ଯବହାର କରିପାରିବେ ଏବଂ ସେଗୁଡ଼ିକ ମଧ୍ୟରେ ଶୀଘ୍ର ସ୍ୱିଚ୍ କରିପାରିବେ। ସମର୍ଥିତ iPad ମଡେଲ୍‌ରେ, ଆପଣ ନିଜ ସ୍କ୍ରୀନ୍‌ରେ ଆପ୍ ୱିଣ୍ଡୋର ଆକାର ପରିବର୍ତ୍ତନ, ଓଭର୍‌ଲାପ୍ ଏବଂ ଗ୍ରୁପ୍ କରିବା ପାଇଁ ଷ୍ଟେଜ୍ ପରିଚାଳକ ମଧ୍ୟ ବ୍ଯବହାର କରିପାରିବେ।

ଆପ୍ ସୁଇଚର ଏକାଧିକ ନିକଟରେ ବ୍ୟବହୃତ ଆପ୍‌ ଦେଖାଉଛି।

iPadରେ ଆପ୍‌ଗୁଡ଼ିକ ମଧ୍ୟରେ ସ୍ୱିଚ୍ କରନ୍ତୁ

ଆପଣ ଗୋଟିଏ ଆପ୍‌ରେ କାର୍ଯ୍ଯ କରୁଥିବା ସମୟରେ, ଆପଣ Dock ବ୍ଯବହାର କରି ହୋମ୍ ସ୍କ୍ରୀନ୍‌କୁ ନ ଫେରି ଅନ୍ଯ ଏକ ଆପ୍ ଖୋଲିପାରିବେ। ଆପଣଙ୍କ ସମ୍ପ୍ରତି ଆପ୍‌ରୁ, ସ୍କ୍ରୀନ୍ ତଳେ Dockକୁ ଦେଖାଇବା ପାଇଁ ସ୍କ୍ରୀନ୍‌ର ନିମ୍ନ ଧାରରୁ ଯଥେଷ୍ଟ ଉପରକୁ ସ୍ୱାଇପ୍ କରନ୍ତୁ, ତା’ପରେ ଆପଣ ବ୍ଯବହାର କରିବାକୁ ଚାହୁଁଥିବା ଆପ୍‌ରେ ଟାପ୍‌ କରନ୍ତୁ।

ଆପଣ ଖୋଲିଥିବା ଆପ୍‌ଗୁଡ଼ିକ ମଧ୍ୟରେ ଶୀଘ୍ର ସ୍ୱିଚ୍ କରିବାକୁ, ସ୍କ୍ରୀନ୍‌ର ତଳ ପାର୍ଶ୍ୱରେ ବାମ କିମ୍ବା ଡାହାଣକୁ ସ୍ୱାଇପ୍ କରନ୍ତୁ।

ସ୍କ୍ରୀନ୍‌ର ବାମ ପାର୍ଶ୍ୱରେ Keynote ଆପ୍ ଖୋଲା ଅଛି ଏବଂ ମ୍ଯାପ୍‌ ଆପ୍ ଡାହାଣ ପାର୍ଶ୍ୱରେ ଖୋଲା ଅଛି। ଆପ୍‌ଗୁଡ଼ିକ ମଧ‍୍ୟରେ ଏକ ଆଡ୍‌ଜଷ୍ଟ୍ ହୋଇପାରୁଥିବା ଡିଭାଇଡର୍ ଅଛି ଯାହା Split Viewକୁ ରିସାଇଜ୍ କରିବା ପାଇଁ ବ୍ଯବହୃତ ହୁଏ।

ପାଖାପାଖି ଦୁଇଟି ଆପ୍ ଦେଖନ୍ତୁ

ଯେତେବେଳେ ଆପଣ ଗୋଟିଏ ଆପ୍‌ରେ କାର୍ଯ୍ଯ କରୁଛନ୍ତି, ଆପଣ ସ୍କ୍ରୀନ୍‌ରେ ଏହାର ପାର୍ଶ୍ୱରେ ଏକ ଦ୍ୱିତୀୟ ଆପ୍ ଖୋଲିପାରିବେ। ସ୍କ୍ରୀନର ଶୀର୍ଷରେ ମଲ୍ଟିଟାସ୍କିଂ କଣ୍ଟ୍ରୋଲ୍ ବଟନ୍ରେ ଟାପ୍‌ କରନ୍ତୁ, Split Viewରେ ଟାପ୍‌ କରନ୍ତୁ, ତା’ପରେ ହୋମ୍ ସ୍କ୍ରୀନ୍ ଦେଖାଗଲେ, ଆପଣ ଖୋଲିବାକୁ ଚାହୁଁଥିବା ଦ୍ୱିତୀୟ ଆପ୍‌ରେ ଟାପ୍‌ କରନ୍ତୁ। ଏକାସାଙ୍ଗରେ ଦ୍ୱିତୀୟ ଆପ୍‌ ପ୍ରଥମ ଆପ୍ ନିକଟରେ ଦେଖାଯାଏ।

ସ୍କ୍ରୀନ୍‌ରେ ଥିବା ଦୁଇଟି ଆପ୍‌ର ସାଇଜ୍‌ ଆଡଜଷ୍ଟ୍ କରିବାକୁ, ଆପ୍ ଡିଭାଇଡର୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, ତା’ପରେ ଏହାକୁ ବାମ କିମ୍ବା ଡାହାଣକୁ ମୂଭ୍‌ କରନ୍ତୁ।

କୀ’ନୋଟ୍ ଆପ୍ ସ୍କ୍ରୀନ୍ ପୂରଣ କରେ। ସ୍କ୍ରୀନ୍‌ର ଡାହାଣ ପାର୍ଶ୍ୱରେ ଥିବା Slide Over ୱିଣ୍ଡୋରେ ମ୍ଯାପ୍‌ ଆପ୍ ଖୋଲା ଅଛି।

ଗୋଟିଏ ଆପ୍‌କୁ ଅନ୍ଯ ଆପ୍ ଉପରେ ଦେଖନ୍ତୁ

ଆପଣ ଗୋଟିଏ ଆପ୍‌ରେ କାର୍ଯ୍ଯ କରିବା ଏବଂ ଏକ ଦ୍ୱିତୀୟ ଆପ୍ ଖୋଲିବାକୁ ଚାହୁଁଥିବା ସମୟରେ, ଆପଣ ପ୍ରଥମ ଆପ୍ ୱିଣ୍ଡୋର ସାଇଜ୍‌ ହ୍ରାସ କରିପାରିବେ ଯାହା ଦ୍ୱାରା ଏହା ଦ୍ୱିତୀୟ ଆପ୍ ଉପରେ ଫ୍ଲୋଟ୍‌ ହେବ। ସ୍କ୍ରୀନ୍‌ର ଶୀର୍ଷରେ ମଲ୍ଟିଟାସ୍କିଂ କଣ୍ଟ୍ରୋଲ୍ ବଟନ୍ରେ ଟାପ୍‌ କରନ୍ତୁ, Slide Overରେ ଟାପ୍‌ କରନ୍ତୁ, ତା’ପରେ ହୋମ୍ ସ୍କ୍ରୀନ୍ ଦେଖାଯିବା ସମୟରେ, ଏହାକୁ ଖୋଲିବା ପାଇଁ ଏକ ଦ୍ୱିତୀୟ ଆପ୍‌ରେ ଟାପ୍‌ କରନ୍ତୁ। ଦ୍ୱିତୀୟ ଆପ୍ ଫୂଲ୍‌ ସ୍କ୍ରୀନ୍‌ରେ ଦେଖାଯିବ ଏବଂ ପ୍ରଥମ ଆପ୍ ଏହାର ଶୀର୍ଷରେ ଫ୍ଲୋଟ୍‌ ହେବ।

Slide Over ୱିଣ୍ଡୋକୁ ସ୍କ୍ରୀନ୍‌ର ଅନ୍ଯ ପାର୍ଶ୍ୱକୁ ଘୁଞ୍ଚାଇବା ପାଇଁ, ବାମ କିମ୍ବା ଡାହାଣକୁ ୱିଣ୍ଡୋର ଶୀର୍ଷରେ ମଲ୍ଟିଟାସ୍କିଂ କଣ୍ଟ୍ରୋଲ୍ ବଟନ୍କୁ ଡ୍ରାଗ୍ କରନ୍ତୁ।

ଷ୍ଟେଜ୍ ପରିଚାଳକ ସହିତ ଏକ iPad ଡିସ୍‌ପ୍ଲେ ଚାଲୁ ହୋଇଛି। ସମ୍ପ୍ରତି ୱିଣ୍ଡୋଗୁଡ଼ିକ ସ୍କ୍ରୀନ୍ କେନ୍ଦ୍ରରେ ଅଛି ଏବଂ ଅନ୍ଯ ସମ୍ପ୍ରତି ଆପ୍‌ଗୁଡ଼ିକ ସ୍କ୍ରୀନ୍ ବାମ ପାର୍ଶ୍ୱରେ ଏକ ଲିଷ୍ଟ୍‌ରେ ଅଛି।

ଷ୍ଟେଜ୍ ପରିଚାଳକ ସହିତ ଅଧିକ ଦେଖନ୍ତୁ

ସମର୍ଥିତ iPad ମଡେଲ୍‌ରେ ଆପଣ ଷ୍ଟେଜ୍ ପରିଚାଳକ ବ୍ଯବହାର କରି ସମାନ ଟାଇମ୍‌ରେ ସ୍କ୍ରୀନ୍‌ରେ ଆପଣଙ୍କ ଖୋଲା ଆପ୍ ଦେଖିପାରିବେ ଏବଂ ସେଗୁଡ଼ିକ ମଧ୍ୟରେ ସହଜରେ ନାଭିଗେଟ୍ କରିପାରିବେ।

ଷ୍ଟେଜ୍ ପରିଚାଳକ ଚାଲୁ କରିବାକୁ, କଣ୍ଟ୍ରୋଲ୍ ସେଣ୍ଟର୍‌ ଖୋଲିବାକୁ ଶୀର୍ଷ-ଡାହାଣ କୋଣରୁ ତଳକୁ ସ୍ୱାଇପ୍ କରନ୍ତୁ, ତା’ପରେ ଷ୍ଟେଜ୍ ପରିଚାଳକ ବଟନ୍‌ରେ ଟାପ୍‌ କରନ୍ତୁ।

ଅଧିକ ଜାଣିବାକୁ ଚାହୁଁଛନ୍ତି କି?

ସବୁ iPad ମଡେଲ୍ ପାଇଁ ସମସ୍ତ ଫୀଚର୍ ଉପଲବ୍ଧ ନୁହେଁ।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.