ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

ଆଇଟମ୍ ଚୟନ କରିବାକୁ, କାର୍ଯ୍ୟ ପଫର୍ମ୍‌ କରିବାକୁ ଏବଂ ଅଧିକ କିଛି କରିବାକୁ iPadରେ ସ୍ୱିଚ୍ କଣ୍ଟ୍ରୋଲ୍ ବ୍ୟବହାର କରନ୍ତୁ

ଆପଣ ସେଟ୍ ଅପ୍ ଏବଂ ସ୍ୱିଚ୍ କଣ୍ଟ୍ରୋଲ୍ ଚାଲୁ କରିବା ପରେ, ଆପଣ ନିମ୍ନଲିଖିତ ମଧ୍ଯରୁ ଯେକୌଣସି କାର୍ଯ୍ୟ କରି ସ୍କ୍ରୀନ୍‌ରେ ଆଇଟମ୍ ଚୟନ କରିପାରିବେ:

  • ଆଇଟମ୍ ମୋଡ୍: ଆଇଟମ୍ କିମ୍ବା ଆଇଟମ୍‌ଗୁଡ଼ିକର ଗ୍ରୂପ୍‌ର କ୍ରମ ଅନୁଯାୟୀ ଆଇଟମ୍ କର୍ସର୍‌ ହାଇଲାଇଟ୍ କରେ। ଆପଣ ପ୍ରଥମେ ସ୍ୱିଚ୍ କଣ୍ଟ୍ରୋଲ୍ ଚାଲୁ କଲେ ଏବଂ ସ୍କାନର୍ ମେନ‍୍ୟୂ ଦେଖାଦେଲେ, ଏହା ହେଉଛି ଡିଫଲ୍ଟ୍‌ ପଦ୍ଧତି।

  • ଗ୍ଲାଇଡିଂ କର୍ସର୍: ଆପଣ ସ୍କାନିଂ କ୍ରସ୍‌ହେୟର୍ ବ୍ଯବହାର କରି ସ୍କ୍ରୀନ୍‌ରେ କୌଣସି ପଏଣ୍ଟ୍ ଚୟନ କରନ୍ତି। ଆପଣଙ୍କୁ ମ୍ଯାପ୍‌ରେ କିମ୍ବା ଅନେକ ଆଇଟମ୍ ଥିବା ସ୍କ୍ରୀନ୍‌ରେ ଏକ ନିର୍ଦ୍ଦିଷ୍ଟ ପଏଣ୍ଟ୍‌ ଚୟନ କରିବାକୁ ହେଲେ ଏହି ପଦ୍ଧତି ଉପଯୋଗୀ ହୋଇଥାଏ।

  • ହେଡ୍ ଟ୍ରାକିଂ: ସମର୍ଥିତ ମଡେଲ୍‌ରେ, ଆପଣ ସ୍କ୍ରୀନ୍‌ରେ କର୍ସର୍ କଣ୍ଟ୍ରୋଲ୍ କରିବା ପାଇଁ ନିଜ ମୁଣ୍ଡକୁ (ସମ୍ମୁଖ କ୍ଯାମେରା ଦ୍ୱାରା ଚିହ୍ନଟ) ମୂଭ୍ କରିପାରିବେ। ଆପଣଙ୍କୁ ମ୍ଯାପ୍‌ରେ କିମ୍ବା ଅନେକ ଆଇଟମ୍ ଥିବା ସ୍କ୍ରୀନ୍‌ରେ ଏକ ନିର୍ଦ୍ଦିଷ୍ଟ ପଏଣ୍ଟ୍‌ ଚୟନ କରିବାକୁ ହେଲେ ଏହି ପଦ୍ଧତି ଉପଯୋଗୀ ହୋଇଥାଏ।

ଆପଣ ଚାହୁଁଥିବା ଆଇଟମ୍‌ରେ କର୍ସର୍ ଥିବା ସମୟରେ, ଉପଲବ୍ଧ ଆକ୍ସନ୍ ଯେପରିକି ଟାପ୍‌ କରନ୍ତୁ, ସ୍କ୍ରୋଲ୍ କରନ୍ତୁ, ଭଲ୍ୟୂମ୍ କଣ୍ଟ୍ରୋଲ୍ କରନ୍ତୁ ଇତ୍ଯାଦି ଦେଖାଇବା ପାଇଁ ସ୍କାନର୍ ମେନ‍୍ୟୂ ଖୋଲିଥାଏ।

ଆଇଟମ୍ ଚୟନ କରିବା ଏବଂ କାର୍ଯ୍ୟ କରିବାକୁ ଆଇଟମ୍ ମୋଡ୍ ବ୍ୟବହାର କରନ୍ତୁ

  1. ଆପଣ ବ୍ୟବହାର କରୁଥିବା ସ୍କାନିଂ ଷ୍ଟାଇଲ୍ ଉପରେ ନିର୍ଭର କରି ନିମ୍ନଲିଖିତ ମଧ୍ଯରୁ ଗୋଟିଏ କରନ୍ତୁ:

    • ଯଦି ଅଟୋ ସ୍କାନିଂ ବ୍ୟବହାର କରୁଛନ୍ତି: ଆଇଟମ୍‌ଗୁଡ଼ିକର ଗ୍ରୂପ୍ ଯେଉଁ କ୍ରମରେ ହାଇଲାଇଟ୍ ହୁଅନ୍ତି ସେହି କ୍ରମରେ ଶୁଣନ୍ତୁ କିମ୍ବା ଦେଖନ୍ତୁ।

    • ଯଦି ମାନ୍ଯୁଅଲ୍ ସ୍କାନିଂ ବ୍ୟବହାର କରୁଛନ୍ତି: ସ୍କ୍ରୀନ୍‌ରେ ଆଇଟମ୍ ଗ୍ରୂପ୍‌ ମାଧ୍ୟମରେ ନାଭିଗେଟ୍ କରିବାକୁ “ପରବର୍ତ୍ତୀ ଆଇଟମ୍‌କୁ ମୂଭ୍‌ କରନ୍ତୁ” ସ୍ବିଚ୍‌ ସକ୍ରିୟ କରନ୍ତୁ।

    • ଯଦି ସିଂଗଲ୍‌ ସ୍ବିଚ୍ ଷ୍ଟେପ୍ ସ୍କାନିଂ ବ୍ୟବହାର କରାଯାଉଛି: ସ୍କ୍ରୀନ୍‌ରେ ଆଇଟମ୍ ଗ୍ରୂପ୍‌ ମାଧ୍ୟମରେ ନାଭିଗେଟ୍ କରିବାକୁ “ପରବର୍ତ୍ତୀ ଆଇଟମ୍‌କୁ ମୂଭ୍‌ କରନ୍ତୁ” ସ୍ବିଚ୍‌ ସକ୍ରିୟ କରନ୍ତୁ।

  2. ଯେତେବେଳେ ଆପଣ ଚାହୁଁଥିବା ଗ୍ରୂପ୍ ହାଇଲାଇଟ୍ ହୁଏ, ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଯଦି ଅଟୋ ସ୍କାନିଂ ବ୍ୟବହାର କରାଯାଉଛି: ଆପଣଙ୍କ “ଚୟନିତ ଆଇଟମ୍ ସ୍ବିଚ୍ କରନ୍ତୁ” ସକ୍ରିୟ କରନ୍ତୁ।

    • ଯଦି ମାନ୍ଯୁଅଲ୍ ସ୍କାନିଂ ବ୍ୟବହାର କରାଯାଉଛି: ଆପଣଙ୍କ “ଚୟନିତ ଆଇଟମ୍ ସ୍ବିଚ୍ କରନ୍ତୁ” ସକ୍ରିୟ କରନ୍ତୁ।

    • ଯଦି ସିଙ୍ଗଲ୍ ସ୍ବିଚ୍ ଷ୍ଟେପ୍ ସ୍କାନିଂ ବ୍ୟବହାର କରାଯାଉଛି: ସାମ୍ପ୍ରତିକ ଗ୍ରୂପ୍ ସ୍ୱୟଂଚାଳିତ ଭାବରେ ଚୟନ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ।

  3. ଗ୍ରୂପ୍ ମଧ୍ୟରେ ଏକ ଆଇଟମ୍ ସ୍କାନ୍ ଏବଂ ଚୟନ କରିବା ପାଇଁ ଷ୍ଟେପ୍‌ 1 ଏବଂ 2 କୁ ପୁନରାବୃତ୍ତି କରନ୍ତୁ।

  4. ସ୍କାନର୍ ମେନ୍ୟୂରେ ଏକ କାର୍ଯ୍ଯ ସ୍କାନ୍ କରିବା ଏବଂ ବାଛିବା ପାଇଁ ଷ୍ଟେପ୍‌ 1 ଏବଂ 2 ପୁନରାବୃତ୍ତି କରନ୍ତୁ। ମେନ‍୍ୟୂର ତଳେ ଥିବା ଡଟ୍‌ଗୁଡ଼ିକ ଅଧିକ ବିକଳ୍ପ ପ୍ରଦାନ କରେ।

ଏକ କାର୍ଯ୍ଯ ଚୟନ ନକରି ସ୍କାନର୍ ମେନ୍ୟୂକୁ ଖାରଜ କରିବା ପାଇଁ, ମୂଳ ଆଇଟମ୍ ହାଇଲାଇଟ୍ ହେବା ଏବଂ ମେନ୍ୟୂର ସମସ୍ତ ଆଇକନ୍ ଡିମ୍ ହେବା ସମୟରେ ଆପଣଙ୍କ ଚୟନିତ ଆଇଟମ୍ ସ୍ବିଚ୍ ସକ୍ରିୟ କରନ୍ତୁ।

ଏକ ପଏଣ୍ଟ୍‌ ଚୟନ କରିବାକୁ ଗ୍ଲାଇଡିଂ କର୍ସର୍ ବ୍ୟବହାର କରନ୍ତୁ

ଆଇଟମ୍ ମୋଡ୍‌ରେ ସ୍ୱିଚ୍ କଣ୍ଟ୍ରୋଲ୍ ଡିଫଲ୍ଟ୍ ଭାବରେ ଆରମ୍ଭ ହୋଇଥାଏ। ଏହା ପରିବର୍ତ୍ତେ ଗ୍ଲାଇଡିଂ କର୍ସର୍ ବ୍ୟବହାର କରିବା ପାଇଁ ନିମ୍ନଲିଖିତ କାର୍ଯ୍ୟ କରନ୍ତୁ:

  1. ଯେକୌଣସି ଆଇଟମ୍ ଚୟନ କରିବାକୁ ଆଇଟମ୍ ମୋଡ୍ ବ୍ୟବହାର କରନ୍ତୁ, ତା’ପରେ ଗାଇଡିଂ କର୍ସର୍‌ (ସ୍କାନର୍ ମେନ୍ୟୂରେ) ବାଛନ୍ତୁ।

  2. ଭର୍ଟିକଲ୍ କ୍ରସ୍‌ହେୟର୍‌କୁ ଠକ୍‌ ସ୍ଥାନରେ ରଖିବା ପାଇଁ, ଆପଣ ଚାହୁଁଥିବା ଆଇଟମ୍‌ ଉପରେ ପ୍ରଶସ୍ତ ଭର୍ଟିକଲ୍ ବ୍ୟାଣ୍ଡ୍ ଥିବା ସମୟରେ ଆପଣଙ୍କ “ଆଇଟମ୍ ସ୍ବିଚ୍ ଚୟନ କରନ୍ତୁ” ସକ୍ରିୟ କରନ୍ତୁ।

  3. ଆଇଟମ୍‌ରେ ଫାଇନ୍‌ ଭର୍ଟିକଲ୍ ଲାଇନ୍ ଥିବା ସମୟରେ “ଆପଣଙ୍କ ଚୟନିତ ଆଇଟମ୍ ସ୍ବିଚ୍ କରନ୍ତୁ” ପୁଣି ସକ୍ରିୟ କରନ୍ତୁ।

  4. ହରିଜଣ୍ଟଲ୍‌ କ୍ରସ୍‌ହେୟର୍‌କୁ ଠକ୍‌ ସ୍ଥାନରେ ରଖିବା ପାଇଁ, ଆପଣ ଚାହୁଁଥିବା ଆଇଟମ୍‌ ଉପରେ ପ୍ରଶସ୍ତ ହରିଜଣ୍ଟଲ୍‌ ବ୍ୟାଣ୍ଡ୍ ଥିବା ସମୟରେ ଆପଣଙ୍କ “ଆଇଟମ୍ ସ୍ବିଚ୍ ଚୟନ କରନ୍ତୁ” ସକ୍ରିୟ କରନ୍ତୁ।

  5. ଆଇଟମ୍‌ରେ ଫାଇନ୍‌ ହୋରିଜୋଣ୍ଟଲ୍ ଲାଇନ୍ ଥିବା ସମୟରେ “ଆପଣଙ୍କ ଚୟନିତ ଆଇଟମ୍ ସ୍ବିଚ୍ କରନ୍ତୁ” ପୁଣି ସକ୍ରିୟ କରନ୍ତୁ।

  6. ସ୍କାନର୍ ମେନ୍ୟୂରେ, ଆପଣ ଚାହୁଁଥିବା କାର୍ଯ୍ୟ ଚୟନ କରନ୍ତୁ, ତା’ପରେ “ଆପଣଙ୍କ ଚୟନିତ ଆଇଟମ୍ ସ୍ବିଚ୍ କରନ୍ତୁ” ସକ୍ରିୟ କରନ୍ତୁ।

ଆଇଟମ୍ ମୋଡ୍‌କୁ ଫେରିବା ପାଇଁ, ସ୍କାନର୍ ମେନ୍ୟୂ ଖୋଲନ୍ତୁ, ତା’ପରେ ଆଇଟମ୍ ମୋଡ୍ ବାଛନ୍ତୁ।

ହେଡ୍ ଟ୍ରାକିଂ ସେଟ୍ ଅପ୍ କରନ୍ତୁ

Face ID ସହିତ iPadରେ, ଆପଣ ସ୍କ୍ରୀନ୍‌ରେ ଏକ କର୍ସର୍‌କୁ କଣ୍ଟ୍ରୋଲ୍ କରିବା ପାଇଁ ଆପଣଙ୍କ ମୁଣ୍ଡ୍‌କୁ ମୂଭ୍ କରିପାରିବେ। ଆପଣ ମୁହଁର ଅଭିବ୍ୟକ୍ତି ଯେପରିକି ହସ କିମ୍ବା ଆଖିପତା ଉପରକୁ ଉଠାଇବା ପାଇଁ ଆକ୍ସନ୍‌ଗୁଡ଼ିକୁ ମଧ୍ୟ ଆସାଇନ୍‌ କରିପାରିବେ।

ହେଡ୍ ଟ୍ରାକିଂ ସେଟ୍ ଅପ୍ କରିବା ପାଇଁ ନିମ୍ନଲିଖିତ କାର୍ଯ୍ୟ କରନ୍ତୁ:

  • ସେଟିଂସ୍  >ଆକ୍ସେସିବିଲିଟି >ସ୍ୱିଚ୍ କଣ୍ଟ୍ରୋଲ୍ >ସ୍ୱିଚ୍‌କୁ ଯାଆନ୍ତୁ, ତା’ପରେ ନିଶ୍ଚିତ କରନ୍ତୁ ଯେ ଆପଣ ସ୍ୱିଚ୍ ସେଟ୍ ଅପ୍ କରିଛନ୍ତି।

  • ସେଟିଂସ୍‌ > ଆକ୍ସେସିବିଲିଟି > ସ୍ୱିଚ୍ କଣ୍ଟ୍ରୋଲ୍ > ହେଡ୍ ଟ୍ରାକିଂକୁ ଯାଆନ୍ତୁ, ହେଡ୍ ଟ୍ରାକିଂ ଚାଲୁ କରନ୍ତୁ, ତା’ପରେ ଏହି ବିକଳ୍ପଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ ସେଟ୍ କରନ୍ତୁ:

    • ମୁହଁର ଅଭିବ୍ୟକ୍ତି ପାଇଁ ଆକ୍ସନ୍ ଅସାଇନ୍ କରନ୍ତୁ: ପ୍ରତ୍ୟେକ ଅଭିବ୍ୟକ୍ତି ଏକ ଭିନ୍ନ କାର୍ଯ୍ଯ କରିପାରେ ଏବଂ ଏକ ଭିନ୍ନ ମାତ୍ରାର ଅଭିବ୍ୟକ୍ତି ଆବଶ୍ୟକ କରେ।

    • ପଏଣ୍ଟର୍ ଆପଣଙ୍କ ମୁଣ୍ଡର ଗତିବିଧିକୁ କିପରି ଟ୍ରାକ୍ କରିବ ବାଛନ୍ତୁ: ସ୍କ୍ରୀନ୍ ଧାରକୁ କିମ୍ବା ମୁଣ୍ଡପଟକୁ ଦେଖୁଥିବା ସମୟରେ ଟ୍ରାକିଂ ମୋଡ୍ ଉପରେ ଟାପ୍ କରନ୍ତୁ, ତା’ପରେ “ମୁହଁ ସହିତ” ବାଛନ୍ତୁ।

    • ପଏଣ୍ଟର୍ ସ୍ପୀଡ୍‌ ଆଡ୍‌ଜଷ୍ଟ୍ କରନ୍ତୁ: ହ୍ରାସ ବଟନ୍‌ କିମ୍ବା ବୃଦ୍ଧି ବଟନ୍‌ରେ ଟାପ୍‌ କରନ୍ତୁ।

ହେଡ୍ ଟ୍ରାକିଂ ବ୍ୟବହାର କରନ୍ତୁ

ହେଡ୍ ଟ୍ରାକିଂ ବ୍ୟବହାର କରିବା ପାଇଁ ନିମ୍ନଲିଖିତ କାର୍ଯ୍ୟ କରନ୍ତୁ:

  1. ଯେକୌଣସି ଆଇଟମ୍ ଚୟନ କରିବାକୁ ଆଇଟମ୍ ମୋଡ୍ ବ୍ୟବହାର କରନ୍ତୁ, ତା’ପରେ ହେଡ୍ ଟ୍ରାକିଂ (ସ୍କାନର୍ ମେନ୍ୟୂରେ) ବାଛନ୍ତୁ।

  2. ଆପଣ ଚାହୁଁଥିବା ଲୋକେଶନ୍ ଉପରେ କର୍ସର୍‌କୁ ରଖିବା ପାଇଁ ନିଜ ମୁଣ୍ଡକୁ ମୂଭ୍ କରନ୍ତୁ, ତା’ପରେ ଆପଣଙ୍କର ଚୟନିତ ଆଇଟମ୍ ସ୍ବିଚ୍ କରନ୍ତୁ କିମ୍ବା ମୁହଁର ଅଭିବ୍ୟକ୍ତି ବ୍ୟବହାର କରି ଏହାକୁ ସକ୍ରିୟ କରନ୍ତୁ।

  3. ସ୍କାନର୍ ମେନ୍ୟୂରେ, ଆପଣ ଚାହୁଁଥିବା କାର୍ଯ୍ଯ ଚୟନ କରନ୍ତୁ, ତା’ପରେ ଆପଣଙ୍କ ଚୟନିତ ଆଇଟମ୍ ସ୍ବିଚ୍ କରନ୍ତୁ କିମ୍ବା ମୁହଁର ଅଭିବ‍୍ୟକ୍ତି ସକ୍ରିୟ କରନ୍ତୁ।

ଆଇଟମ୍ ମୋଡ୍‌କୁ ଫେରିବା ପାଇଁ, ସ୍କାନର୍ ମେନ୍ୟୂ ଖୋଲନ୍ତୁ, ତା’ପରେ ଆଇଟମ୍ ମୋଡ୍ ବାଛନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.