ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଅଫ୍‌ଲାଇନ୍ ମ୍ଯାପ୍‌କୁ ଡାଉନ୍‌ଲୋଡ୍‌ କରନ୍ତୁ

ଆପଣଙ୍କ iPad ଅଫ୍‌ଲାଇନ୍ ଥିବା ସମୟରେ ଆପଣ ଏକ କ୍ଷେତ୍ରର ମ୍ଯାପ୍‌ ସେଭ୍ କରିପାରିବେ ଏବଂ ଏହାକୁ ବ୍ଯବହାର କରିପାରିବେ।

ଏପରିକି ଆପଣ Wi-Fi କିମ୍ବା ମୋବାଇଲ୍ ସେବା ଆକ୍ସେସ୍ କରି ପାରୁନଥିବା ସମୟରେ, ଆପଣ ପ୍ଲେସ୍‌ କାର୍ଡ୍‌ରେ ଘଣ୍ଟା ଏବଂ ରେଟିଂ ପରି ସୂଚନା ଦେଖିପାରିବେ, ଡ୍ରାଇଭିଂ, ଚାଲିବା, ସାଇକ୍ଲିଂ କିମ୍ବା ରାଇଡିଂ ଟ୍ରାଞ୍ଜିଟ୍ ପାଇଁ ଟର୍ନ୍-ବାଇ-ଟର୍ନ୍ ଦିଗ ନିର୍ଦ୍ଦେଶ ପ୍ରାପ୍ତ କରିପାରିବେ ଏବଂ ଆପଣଙ୍କ ଆଗମନର ଆନୁମାନିକ ସମୟ ଦେଖିପାରିବେ।

ଧ‍୍ୟାନ ଦିଅନ୍ତୁ: ଅଫ୍‌ଲାଇନ୍ ମ୍ଯାପ୍‌ ଚୟନିତ ଅଞ୍ଚଳରେ ଉପଲବ୍ଧ। ଦେଶ ଏବଂ ଅଞ୍ଚଳ ଅନୁଯାୟୀ ଫୀଚର୍‌ ଭିନ୍ନ ହୋଇଥାଏ। ସ୍ୱୟଂଚାଳିତ ଅପ୍‌ଡେଟ୍‌ ଡିଫଲ୍ଟ୍ ଭାବରେ ଅନ୍‌ ଅଛି।

ଏକ ଜାତୀୟ ପାର୍କର ମ୍ଯାପ୍‌ ଥିବା ଏକ iPad। ପାର୍କ୍‌କୁ ହ୍ଯାଣ୍ଡଲ୍ ଥିବା ଏକ ଆୟତକ୍ଷେତ୍ର ଦ୍ୱାରା ଫ୍ରେମ୍ କରାଯାଇଛି, ଯାହାକୁ ଡାଉନ୍‌ଲୋଡ୍‌ କରିବା ପାଇଁ ମ୍ଯାପ୍‌ର ସାଇଜ୍‌ ପରିବର୍ତ୍ତନ କରିବା ପାଇଁ ମୂଭ୍ କରାଯାଇପାରିବ। ଚୟନିତ ମ୍ଯାପ୍‌ର ଡାଉନ୍‌ଲୋଡ୍‌ ସାଇଜ୍ ମ୍ଯାପ୍‌ର ନିମ୍ନରେ ଦର୍ଶାଯାଇଛି। “ବାତିଲ୍ କରନ୍ତୁ” ଏବଂ “ଡାଉନ୍‌ଲୋଡ୍‌ କରନ୍ତୁ” ବଟନ୍ ସ୍କ୍ରୀନ୍‌ର ନିମ୍ନରେ ଅଛି।

ମ୍ଯାପ୍‌ ଡାଉନ୍‌ଲୋଡ୍‌ କରନ୍ତୁ

  1. ଆପଣଙ୍କ iPadରେ ମ‍୍ୟାପ୍‌ ଆପ୍‌ କୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଏକ ପିନ୍ ମାର୍କର୍ ଦେଖାଯିବା ପର୍ଯ୍ଯନ୍ତ ମ୍ଯାପ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, ତା’ପରେ “ଡାଉନ୍‌ଲୋଡ୍‌ କରନ୍ତୁ”ରେ ଟାପ୍ କରନ୍ତୁ।

    • ସର୍ଚ୍ଚ୍‌ ଫିଲ୍ଡ୍‌ର ପାର୍ଶ୍ୱରେ ଥିବା ଆପଣଙ୍କ ଇମେଜ୍ କିମ୍ବା ପ୍ରଥମ ଅକ୍ଷରରେ ଟାପ୍ କରନ୍ତୁ, ଅଫ୍‌ଲାଇନ୍ ମ୍ଯାପ୍‌ରେ ଟାପ୍ କରନ୍ତୁ, ନୂଆରେ ଟାପ୍ କରନ୍ତୁ, ତା’ପରେ ସର୍ଚ୍ଚ୍‌ ଫିଲ୍ଡ୍‌ରେ ଏକ ଲୋକେଶନ୍ ଲେଖନ୍ତୁ କିମ୍ବା ସାମ୍ପ୍ରତିକ ଲୋକେଶନ୍‌ରେ ଟାପ୍ କରନ୍ତୁ।

  3. ଚୟନିତ କ୍ଷେତ୍ର ଆଡ୍‌ଜଷ୍ଟ୍ କରନ୍ତୁ, ତା’ପରେ “ଡାଉନ୍‌ଲୋଡ୍‌ କରନ୍ତୁ”ରେ ଟାପ୍ କରନ୍ତୁ।

    ଆପଣ ଡାଉନ୍‌ଲୋଡ୍‌ କରିଥିବା ମ୍ଯାପ୍‌ ସାଇଜ୍‌ ହ୍ରାସ କରିବା ପାଇଁ, ଏକ ଛୋଟ କ୍ଷେତ୍ର ଚୟନ କରନ୍ତୁ।

ଯଦି ଆପଣ ନିଜ ସେଟିଂସ୍ ପରିବର୍ତ୍ତନ ନ କରନ୍ତି, ତେବେ ଡାଉନ୍‌ଲୋଡ୍‌ ହୋଇଥିବା ମ୍ଯାପ୍‌ ସ୍ୱୟଂଚାଳିତ ଭାବରେ ଅପ୍‌ଡେଟ୍‌ ହୁଏ।

ଆପଣ ଡାଉନ୍‌ଲୋଡ୍‌ କରିଥିବା ଏକ ମ୍ଯାପ୍‌କୁ ଖୋଲନ୍ତୁ କିମ୍ବା ଏଡିଟ୍‌ କରନ୍ତୁ

ଅଫ୍‌ଲାଇନ୍‌ରେ ବ୍ୟବହାର କରିବାକୁ ଆପଣ ଡାଉନ୍‌ଲୋଡ୍ କରୁଥିବା ଯେକୌଣସି ମ୍ଯାପ୍‌ ଆପଣଙ୍କ ଅଫ୍‌ଲାଇନ୍‌ ମ୍ଯାପ୍‌ର ଲିଷ୍ଟ୍‌ରେ ଦେଖାଯାଏ।

  1. ଆପଣଙ୍କ iPadରେ ମ‍୍ୟାପ୍‌ ଆପ୍‌ କୁ ଯାଆନ୍ତୁ।

  2. ସର୍ଚ୍ଚ୍‌ ଫିଲ୍ଡ୍‌ ନିକଟରେ ଥିବା ଆପଣଙ୍କ ଇମେଜ୍ କିମ୍ବା ପ୍ରଥମ ଅକ୍ଷରରେ ଟାପ୍ କରନ୍ତୁ, ତା’ପରେ ଅଫ୍‌ଲାଇନ୍‌ ମ୍ଯାପ୍‌ରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଏକ ମ୍ଯାପ୍‌ ଖୋଲନ୍ତୁ: ଏହାର ନାମରେ ଟାପ୍ କରନ୍ତୁ।

    • ଏକ ମ୍ଯାପ୍‌ ରୀନେମ୍‌ କରନ୍ତୁ: ମ୍ଯାପ୍‌ରେ ବାମକୁ ସ୍ୱାଇପ୍ କରନ୍ତୁ, ତା’ପରେ “ରୀନେମ୍‌ କରନ୍ତୁ”ରେ ଟାପ୍ କରନ୍ତୁ।

    • ଏକ ମ୍ଯାପ୍‌ ଦ୍ୱାରା କଭର୍ ହୋଇଥିବା କ୍ଷେତ୍ରକୁ ପରିବର୍ତ୍ତନ କରନ୍ତୁ: ମ୍ଯାପ୍‌ର ନାମରେ ଟାପ୍ କରନ୍ତୁ, ତା’ପରେ “ମ୍ଯାପ୍‌ର ଇମେଜ୍‌ରେ ରୀସାଇଜ୍‌ କରନ୍ତୁ”ରେ ଟାପ୍ କରନ୍ତୁ।

ମ୍ଯାପ୍‌ ଡାଟା ଡାଉନ୍‌ଲୋଡ୍‌କୁ ନିୟନ୍ତଣ କରନ୍ତୁ

ଆପଣଙ୍କ ଡେଟାର ଷ୍ଟୋରେଜ୍ ଆବଶ୍ଯକତା ଏବଂ ପ୍ରାଥମିକତା ଅନୁଯାୟୀ—ଆପଣ ନିଜ ସେଟିଂସ୍ ପରିବର୍ତ୍ତନ କରିପାରିବେ—ଯେପରିକି କେବେ ଏକ ମ୍ଯାପ୍‌କୁ ଡାଉନ୍‌ଲୋଡ୍‌ କିମ୍ବା ଅପ୍‌ଡେଟ୍‌ କରିବେ।

  1. ଆପଣଙ୍କ iPadରେ ମ‍୍ୟାପ୍‌ ଆପ୍‌ କୁ ଯାଆନ୍ତୁ।

  2. ସର୍ଚ୍ଚ୍‌ ଫିଲ୍ଡ୍‌ ନିକଟରେ ଥିବା ଆପଣଙ୍କ ଇମେଜ୍ କିମ୍ବା ପ୍ରଥମ ଅକ୍ଷରରେ ଟାପ୍ କରନ୍ତୁ, ତା’ପରେ ଅଫ୍‌ଲାଇନ୍‌ ମ୍ଯାପ୍‌ରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ମୋବାଇଲ୍‌ରେ ଡାଉନ୍‌ଲୋଡ୍‌ କରନ୍ତୁ: କେବଳ Wi-Fiରେ ଟାପ୍ କରନ୍ତୁ, ତା’ପରେ Wi-Fi + Cellular ଚୟନ କରିବାକୁ ଟାପ୍ କରନ୍ତୁ।

    • ସମସ୍ତ ମ୍ଯାପ୍‌କୁ ସ୍ୱୟଂଚାଳିତ ଭାବରେ ଅପ୍‌ଡେଟ୍‌ କରନ୍ତୁ: ସ୍ୱୟଂଚାଳିତ ଅପ୍‌ଡେଟ୍‌ ଚାଲୁ କରନ୍ତୁ।

    • ଅବ୍ଯବହୃତ ମ୍ଯାପ୍‌ଗୁଡ଼ିକୁ ସ୍ବୟଂଚାଳିତ ଭାବରେ ଡିଲିଟ୍ କରନ୍ତୁ: “ଷ୍ଟୋରେଜ୍ ଅପ୍ଟିମାଇଜ୍ କରନ୍ତୁ” ଚାଲୁ କରନ୍ତୁ।

    • ଅନ୍‌ଲାଇନ୍‌ ମ୍ଯାପ୍‌ ବ୍ଯବହାର କରନ୍ତୁ: “କେବଳ ଅଫ୍‌ଲାଇନ୍ ମ୍ଯାପ୍‌ ବ୍ଯବହାର କରନ୍ତୁ” ବନ୍ଦ କରନ୍ତୁ।

ଡାଉନ୍‌ଲୋଡ୍‌ ହୋଇଥିବା ମ୍ଯାପ୍‌ଗୁଡ଼ିକୁ କାଢ଼ି ଦିଅନ୍ତୁ

ଆପଣଙ୍କ iPadରେ ଷ୍ଟୋରେଜ୍ ସ୍ପେସ୍ ଖାଲି କରିବାକୁ ଆପଣ ଡାଉନ୍‌ଲୋଡ୍‌ ହୋଇଥିବା ମ୍ଯାପ୍‌ଗୁଡ଼ିକୁ କାଢ଼ିପାରିବେ।

  1. ଆପଣଙ୍କ iPadରେ ମ‍୍ୟାପ୍‌ ଆପ୍‌ କୁ ଯାଆନ୍ତୁ।

  2. ସର୍ଚ୍ଚ୍‌ ଫିଲ୍ଡ୍‌ ନିକଟରେ ଥିବା ଆପଣଙ୍କ ଇମେଜ୍ କିମ୍ବା ପ୍ରଥମ ଅକ୍ଷରରେ ଟାପ୍ କରନ୍ତୁ, ତା’ପରେ ଅଫ୍‌ଲାଇନ୍‌ ମ୍ଯାପ୍‌ରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ମାନ୍ଯୁଅଲ୍ ଭାବେ ଏକ ମ୍ଯାପ୍‌ କାଢ଼ନ୍ତୁ: ମ୍ଯାପ୍‌ରେ ବାମକୁ ସ୍ୱାଇପ୍ କରନ୍ତୁ, ତା’ପରେ “ଡିଲିଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

    • ଅବ୍ଯବହୃତ ମ୍ଯାପ୍‌ଗୁଡ଼ିକୁ ସ୍ବୟଂଚାଳିତ ଭାବରେ ଡିଲିଟ୍ କରନ୍ତୁ: “ଷ୍ଟୋରେଜ୍ ଅପ୍ଟିମାଇଜ୍ କରନ୍ତୁ” ଚାଲୁ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.