ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ମେସେଜ୍ ବ୍ୟବହାର କରି ସ୍କ୍ରୀନ୍ ଶେୟର୍ କରନ୍ତୁ

ସର୍ବନିମ୍ନ ସିଷ୍ଟମ୍ ଆବଶ୍ଯକତା ପୂରଣ କରୁଥିବା ଏକ iPadରେ ମେସେଜ୍ ବ୍ୟବହାର କରୁଥବା ସମୟରେ ଆପଣ ନିଜ ସ୍କ୍ରୀନ୍ ଶେୟର୍ କରିପାରିବେ କିମ୍ବା ଅନ୍ୟ କୌଣସି ବ୍ଯକ୍ତିଙ୍କ ସ୍କ୍ରୀନ୍ ଦେଖିବାକୁ କହିପାରିବେ। ସମର୍ଥିତ ଆପ୍‌ରେ ଆପଣ ନିଜ ଫେଭରିଟ୍‌ ଶୋ’ର ନବୀନତମ ଏପିସୋଡ୍ ଦେଖିବା ସମୟରେ କିମ୍ବା ରିଅଲ୍ ଟାଇମ୍‌ରେ ଏକ ନୂଆ ଗୀତ ଶୁଣିବା ସମୟରେ ବନ୍ଧୁଙ୍କ ସହ ବାର୍ତ୍ତାଳପ କରିବା ପାଇଁ ମଧ୍ଯ SharePlay ବ୍ଯବହାର କରିପାରିବେ।

ଆପଣଙ୍କ ସ୍କ୍ରୀନ୍‌ରେ କ’ଣ ଅଛି ଅନ୍ଯ କାହାକୁ ଦେଖାନ୍ତୁ

ଆପ୍, ୱେବ୍‌ପେଜ୍ ଇତ୍ଯାଦି ବାର୍ତ୍ତାଳାପକୁ ଆଣିବା ପାଇଁ ଆପଣ ନିଜ ସ୍କ୍ରୀନ୍ ଶେୟର୍ କରିବାକୁ ମେସେଜ୍‌ରୁ FaceTimeକୁ ଯାଇପାରିବେ।

  1. ଆପଣଙ୍କ iPadରେ ମେସେଜ୍‌ ଆପ୍‌ କୁ ଯାଆନ୍ତୁ।

  2. କେବଳ ଜଣେ ଅନ୍ଯ ବ୍ଯକ୍ତି ଥିବା ବାର୍ତ୍ତାଳାପରେ “FaceTime” ବଟନ୍‌ ଟାପ୍‌ କରନ୍ତୁ।

  3. “ମୋ ସ୍କ୍ରୀନ୍ ଶେୟର୍ କରନ୍ତୁ”ରେ ଟାପ୍ କରନ୍ତୁ। FaceTime କଲ୍‌ରେ ଆପଣଙ୍କ ସ୍କ୍ରୀନ୍ ଶେୟର୍‌ କରନ୍ତୁ ଦେଖନ୍ତୁ।

ଅନ୍ଯ ଜଣେ ବ୍ଯକ୍ତିଙ୍କ ସ୍କ୍ରୀନ୍ ଦେଖନ୍ତୁ

ଆପଣ ଅନ୍ୟ ଜଣେ ବ୍ୟକ୍ତିଙ୍କ ସ୍କ୍ରୀନ୍ ଦେଖିବା ପାଇଁ ମେସେଜ୍‌ରୁ FaceTimeକୁ ଯାଇପାରିବେ କିମ୍ବା ଦୂରରୁ ମଧ୍ୟ ଏହାକୁ ନିୟନ୍ତ୍ରଣ କରିପାରିବେ।

  1. ଆପଣଙ୍କ iPadରେ ମେସେଜ୍‌ ଆପ୍‌ କୁ ଯାଆନ୍ତୁ।

  2. କେବଳ ଜଣେ ଅନ୍ଯ ବ୍ଯକ୍ତି ଥିବା ବାର୍ତ୍ତାଳାପରେ “FaceTime” ବଟନ୍‌ ଟାପ୍‌ କରନ୍ତୁ।

  3. “ସ୍କ୍ରୀନ୍ ଶେୟର୍ କରିବାକୁ ପଚାରନ୍ତୁ”ରେ ଟାପ୍‌ କରନ୍ତୁ। ରିମୋଟ୍ କଣ୍ଟ୍ରୋଲ୍ ପାଇଁ ଅନୁରୋଧ କରନ୍ତୁ ଦେଖନ୍ତୁ।

କଣ୍ଟେଣ୍ଟ୍‌କୁ ଏକାଠି ଉପଭୋଗ କରିବା ପାଇଁ SharePlay ବ୍ୟବହାର କରନ୍ତୁ

ଆପଣ Apple TV ଏବଂ ମ୍ଯୁଜିକ୍‌ ଭଳି ସମର୍ଥିତ ଆପ୍‌ରୁ ଏକ ମେସେଜ୍ ବାର୍ତ୍ତାଳାପ ଆରମ୍ଭ କରିପାରିବେ।

ମେସେଜ୍‌ରେ SharePlayରେ ବ୍ଯବହାର କରିବା ପାଇଁ, ଆପଣ ଏବଂ ଆପଣଙ୍କ ପ୍ରାପ୍ତକର୍ତ୍ତା iMessageବ୍ଯବହାର କରୁଥିବା ଆବଶ୍ଯକ। ଶେୟର୍ କରାଯାଇଥିବା ପ୍ଲେବ୍ଯାକ୍ କଣ୍ଟ୍ରୋଲ୍ ସମସ୍ତଙ୍କ ସମଧ୍ଯରେ ସମନ୍ଵୟ ରଖିଥାଏ।

  1. ଏକ ସମର୍ଥିତ ଆପ୍‌ରେ, ଆପଣ ଶେୟର୍ କରିବାକୁ ଚାହୁଁଥିବା ଏକ ଶୋ’, ମୂଭି, ଗୀତ, ଆଲ୍‌ବମ୍‌ କିମ୍ବା ଅନ୍ଯ ବିଷୟବସ୍ତୁ ଖୋଜନ୍ତୁ, ତା’ପରେ ଏହାର ବିବରଣୀ ଦେଖିବା ପାଇଁ “ଆଇଟମ୍” ରେ ଟାପ୍ କରନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • “ଶେୟର୍ କରନ୍ତୁ” ବଟନ୍‌ ରେ ଟାପ୍‌ କରନ୍ତୁ, ତା’ପରେ SharePlay ରେ ଟାପ୍‌ କରନ୍ତୁ।

    • ଶୀର୍ଷ ଡାହାଣରେ ଥିବା “ଅଧିକ” ବଟନ୍‌ ରେ ଟାପ୍‌ କରନ୍ତୁ, “ଶେୟର୍ କରନ୍ତୁ” ବଟନ୍‌ ରେ ଟାପ୍‌ କରନ୍ତୁ, ତା’ପରେ SharePlay ରେ ଟାପ୍ କରନ୍ତୁ।

    • ବିଷୟବସ୍ତୁ ପାଖରେ ଥିବା “ଅଧିକ” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ SharePlayରେ ଟାପ୍‌ କରନ୍ତୁ।

  3. “To” ଫିଲ୍ଡ୍‌ରେ, ଆପଣ ଶେୟର୍ କରିବାକୁ ଚାହୁଁଥିବା ବିଷୟବସ୍ତୁ ଲେଖନ୍ତୁ, ତା’ପରେ “ମେସେଜ୍”ରେ ଟାପ୍‌ କରନ୍ତୁ।

  4. SharePlayର ବ୍ୟବହାର ଆରମ୍ଭ କରିବା ପାଇଁ “ଆରମ୍ଭ କରନ୍ତୁ” କିମ୍ବା “ଚଲାନ୍ତୁ”ରେ ଟାପ୍‌ କରନ୍ତୁ।

    ଦେଖିବା କିମ୍ବା ଶୁଣିବା ଆରମ୍ଭ କରିବାକୁ, ପ୍ରାପ୍ତକର୍ତ୍ତା ବାର୍ତ୍ତାଳାପର ଶୀର୍ଷରେ ଥିବା ବିଷୟବସ୍ତୁର ଶୀର୍ଷକରେ ଟାପ୍‌ କରନ୍ତୁ, ତା’ପରେ “ଖୋଲନ୍ତୁ”ରେ ଟାପ୍‌ କରନ୍ତୁ। ଯେଉଁ ମାନଙ୍କ ପାଖରେ ବିଷୟବସ୍ତୁର ଆକ୍ସେସ୍ ଅଛି ସେମାନଙ୍କ ପାଇଁ ଭିଡିଓ ସମାନ ସମୟରେ ଚାଲିବା ଆରମ୍ଭ ହେବ।

    ଧ‍୍ୟାନ ଦିଅନ୍ତୁ: ଯଦି ଶେୟର୍ କରାଯାଇଥିବା ବିଷୟବସ୍ତୁ ପାଇଁ ସବ୍‌ସ୍କ୍ରିପ୍‌ଶନ୍‌ର ଆବଶ୍ୟକତା ଥାଏ, ତେବେ ଯେଉଁମାନଙ୍କ ପାଖରେ ଆକ୍ସେସ୍ ନାହିଁ ସେମାନଙ୍କୁ ସେବା ସବ୍‌ସ୍କ୍ରାଇବ୍‌ କରିବାକୁ, ଏକ ଟ୍ରାଞ୍ଜେକ୍ସନ୍ କରିବାକୁ କିମ୍ବା ଉପଲବ୍ଧ ଥିଲେ ଏକ ଫ୍ରି ଟ୍ରାଯ଼ଲ୍ ପାଇଁ ସାଇନ୍ ଅପ୍ କରିବାକୁ କହିପାରେ।

    ଯେତେବେଳେ ଆପଣ ଶେୟର୍ କରିବା ପାଇଁ କଣ୍ଟେଣ୍ଟ୍‌ ଚୟନ କରନ୍ତି ଏବଂ “ଚଲାନ୍ତୁ ବଟନ୍”ରେ ଟାପ୍‌ କରନ୍ତି, ଆପଣ ବାର୍ତ୍ତାଳାପରେ ଥିବା ସମସ୍ତଙ୍କ ପାଇଁ ଏହାକୁ ଆରମ୍ଭ କରିବା ପାଇଁ “ସମସ୍ତଙ୍କ ପାଇଁ ଚାଲୁ କରନ୍ତୁ” (ଯଦି ଏହା ଦେଖାଯାଏ) ମଧ୍ୟ ଚୟନ କରିପାରିବେ। (ଭିଡିଓ ଦେଖିବା ପାଇଁ ଥ୍ରେଡ୍‌ରେ ଥିବା ଅନ୍ଯମାନଙ୍କୁ “SharePlayରେ ଯୋଗ ଦିଅନ୍ତୁ”ରେ ଟାପ୍‌ କରିବାକୁ ପଡ଼ିପାରେ।)

ବାର୍ତ୍ତାଳାପରେ ଥିବା ପ୍ରତ୍ଯେକ ବ୍ୟକ୍ତି ପ୍ଲେବ୍ଯାକ୍ କଣ୍ଟ୍ରୋଲ୍ ବ୍ଯବହାର କରି ସମସ୍ତଙ୍କ ପାଇଁ ପ୍ଲେ, ପଜ୍, ରିୱାଇଣ୍ଡ୍ କିମ୍ବା ଫାଷ୍ଟ-ଫର୍‌ୱର୍ଡ୍ କରିପାରିବେ କିନ୍ତୁ କ୍ଲୋଜ୍-କ୍ଯାପ୍‌ଶନିଂ ଏବଂ ଭଲ୍ଯୁମ୍ ପରି ସେଟିଂସ୍‌ ପ୍ରତ୍ଯେକ ବ୍ୟକ୍ତିଙ୍କ ଦ୍ବାରା ପୃଥକ୍ ଭାବରେ ନିୟନ୍ତ୍ରଣ କରାଯାଏ।

ଆପଣ ମୂଭି, ଶୋ’, ଗୀତ, କିମ୍ବା ପଡ୍‌କାଷ୍ଟ୍‌ ଶୁଣୁଥିବା ସମୟରେ କୌଣସି ବାଧା ସୃଷ୍ଟି ନ ହେବା ପାଇଁ ଚାହୁଁଥିଲେ ମେସେଜ୍‌ ବ୍ଯବହାର କରନ୍ତୁ କିମ୍ବା ଆପଣ ଚାଟ୍ କରୁଥିବା ସମୟରେ ଅନ୍ୟ ଲୋକମାନଙ୍କୁ ଦେଖିବାକୁ ଏବଂ ଶୁଣିବାକୁ ଚାହୁଁଥିଲେ, FaceTime ରେ ସ୍ୱିଚ୍ କରିବାକୁ “FaceTime” ବଟନ୍‌ ରେ ଟାପ୍‌ କରନ୍ତୁ।

ଟିପ୍‌: ଭିଡିଓ ଚାଲିବା ଆରମ୍ଭ ହେବା ପରେ, ଆପଣ ଏହାକୁ Apple TV 4K ରେ ଷ୍ଟ୍ରୀମ୍‌ କରିପାରିବେ। ଆପଣ SharePlay ରେ ଯାହା ଦେଖୁଛନ୍ତି ତାହା Apple TV 4K କୁ ପଠାନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.