ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଫର୍ମ ପୂରଣ କରନ୍ତୁ, ଡକ୍ଯୁମେଣ୍ଟ୍ ସାଇନ୍ କରନ୍ତୁ ଏବଂ ସ୍ବାକ୍ଷର ତିଆରି କରନ୍ତୁ

ଆପଣ ନିଜ iPadରେ ପ୍ରାପ୍ତ କରୁଥିବା ଫର୍ମ୍‌ ପୂରଣ କରିପାରିବେ ଏବଂ ଡକ୍ଯୁମେଣ୍ଟ୍ ସାଇନ୍ କରିପାରିବେ। ଏକ ଫର୍ମ୍‌ ପୂରଣ କରିବା ପରେ, ଆପଣ ନିଜ ସ୍ବାକ୍ଷର ଯୋଡ଼ିପାରିବେ ଏବଂ ଏହାକୁ ଅନ୍ଯମାନଙ୍କ ସହ ଶେୟର୍ କରିପାରିବେ। କଣ୍ଟାକ୍ଟ୍‌ ଆପ୍‌ରେ ସେଭ୍ କରିଥିବା ସୂଚନା ସହିତ ଫର୍ମଗୁଡ଼ିକୁ ଶୀଘ୍ର ପୂରଣ କରିବା ପାଇଁ ଆପଣ ଅଟୋଫିଲ୍ ମଧ୍ଯ ବ‍୍ୟବହାର କରିପାରିବେ। ସମର୍ଥିତ ଆପ୍‌ରେ ଆପଣ ଏକ ଡକ୍ଯୁମେଣ୍ଟ୍‌ରେ ନିଜ ସ୍ୱାକ୍ଷର ଯୋଡ଼ିବାକୁ କିମ୍ବା ଭିନ୍ନ ଭିନ୍ନ ଇମେଜ୍ ଏବଂ ଡକ୍ଯୁମେଣ୍ଟ୍‌ରେ ବ‍୍ୟବହାର କରିବା ପାଇଁ ଏକାଧିକ ସ୍ୱାକ୍ଷର ତିଆରି କରିବାକୁ ମାର୍କ୍‌ଅପ୍ ବ‍୍ୟବହାର କରିପାରିବେ।

ଫର୍ମ୍‌ ପୂରଣ କରନ୍ତୁ ଏବଂ ସ୍ବାକ୍ଷର ଯୋଡ଼ନ୍ତୁ

  1. ଆପଣ ଖୋଲିବାକୁ ଚାହୁଁଥିବା ଫାଇଲ୍‌କୁ ଯାଆନ୍ତୁ।

  2. ଡକ୍ଯୁମେଣ୍ଟ୍ ଖୋଲିବା ପାଇଁ ଫାଇଲ୍ ଉପରେ ଟାପ୍ କରନ୍ତୁ।

    ଯଦି ଅନୁରୋଧ କରାଯାଏ, ଫାଇଲ୍ ଆପ୍‌ରେ ଡକ୍ଯୁମେଣ୍ଟ୍ ଖୋଲନ୍ତୁ, ତା’ପରେ ସେଭ୍ ଉପରେ ଟାପ୍ କରନ୍ତୁ।

  3. “ଅଟୋଫିଲ୍” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ ଅନ୍‌ସ୍କ୍ରୀନ୍‌ କୀ’ବୋର୍ଡ୍ ବ୍ଯବହାର କରି ଟେକ୍ସ୍‌ଟ୍ ଲେଖିବା ପାଇଁ ଏକ “ଖାଲି ଫିଲ୍ଡ୍‌”ରେ ଟାପ୍‌ କରନ୍ତୁ।

  4. ଅନ୍ୟ ଏକ ଫିଲ୍ଡ୍ ପୂରଣ କରିବା ପାଇଁ, ସେଥିରେ ଟାପ୍ କରନ୍ତୁ, ତା’ପରେ ଟେକ୍ସଟ୍ ଲେଖନ୍ତୁ।

  5. ଅତିରିକ୍ତ ଟେକ୍ସଟ୍ କିମ୍ବା ଆପଣଙ୍କ ସ୍ବାକ୍ଷର ଯୋଡ଼ିବାକୁ “ଯୋଡ଼ନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ ଗୋଟିଏ କରନ୍ତୁ:

    • ଟେକ୍ସ୍‌ଟ୍ ଯୋଡ଼ନ୍ତୁ: “ଟେକ୍ସ୍‌ଟ୍ ଫର୍ମ୍ ବକ୍ସ୍ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ, ଆପଣ ଚାହୁଁଥିବା ଟେକ୍ସ୍‌ଟ୍ ବକ୍ସ୍‌କୁ ଫର୍ମ୍‌ ଡ୍ରାଗ୍ କରନ୍ତୁ, ତା’ପରେ ଅନ୍‌ସ୍କ୍ରୀନ୍‌ କୀ’ବୋର୍ଡ୍ ବ୍ଯବହାର କରି ଟେକ୍ସ୍‌ଟ୍ ଲେଖନ୍ତୁ।

    • ଆପଣଙ୍କ ସ୍ବାକ୍ଷର ଯୋଡ଼ନ୍ତୁ: “ସ୍ବାକ୍ଷର ଯୋଡ଼ନ୍ତୁ” ଉପରେ ଟାପ୍ କରନ୍ତୁ, ଆପଣଙ୍କ ଆଙ୍ଗୁଠି କିମ୍ବା Apple Pencil ସହାୟତାରେ ଆପଣଙ୍କ ନାମ ସାଇନ୍ କରନ୍ତୁ, ତା’ପରେ “ସମ୍ପୂର୍ଣ୍ଣ ହୋଇଛି”ରେ ଟାପ୍‌ କରନ୍ତୁ। ଆପଣ ଚାହୁଁଥିବା ଡକ୍ଯୁମେଣ୍ଟ୍‌ରେ ଆପଣଙ୍କ ସ୍ବାକ୍ଷର ଡ୍ରାଗ୍ କରନ୍ତୁ।

  6. ସଂପୂର୍ଣ୍ଣ କଲାପରେ, ମେଲ୍, ମେସେଜ୍‌, କିମ୍ୱା AirDrop ବ୍ୟବହାର କରି ସମ୍ପୂର୍ଣ୍ଣ ଡକ୍ୟୁମେଣ୍ଟ୍‌ ଶେୟର୍ କରିବାକୁ “ଶେୟର୍ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ।

  7. ଡକ୍ଯୁମେଣ୍ଟ୍ ବନ୍ଦ କରିବା ପାଇଁ “ସମ୍ପୂର୍ଣ୍ଣ ହୋଇଛି”ରେ ଟାପ୍ କରନ୍ତୁ।

ଅଟୋଫିଲ୍ ସାହାଯ‍୍ୟରେ ଫର୍ମ୍ ପୂରଣ କରନ୍ତୁ

ଆପଣ ସମର୍ଥିତ ଫର୍ମ୍‌ ଏବଂ ଡକ୍ୟୁମେଣ୍ଟ୍‌ଗୁଡ଼ିକରେ ଆପଣଙ୍କ ପର୍ସନଲ୍ ସୂଚନା ଶୀଘ୍ର ଲେଖିବାକୁ ଅଟୋଫିଲ୍ ବ୍ୟବହାର କରିପାରିବେ ଯଦି ଆପଣ କଣ୍ଟାକ୍ଟ୍‌ ଆପ୍‌ରେ ଆପଣଙ୍କ "ମୋ କାର୍ଡ୍" ସମ୍ପୂର୍ଣ୍ଣ କରିଛନ୍ତି

  1. ଆପଣ ଖୋଲିବାକୁ ଚାହୁଁଥିବା ଫାଇଲ୍‌କୁ ଯାଆନ୍ତୁ।

  2. ଡକ୍ଯୁମେଣ୍ଟ୍ ଖୋଲିବା ପାଇଁ ଫାଇଲ୍ ଉପରେ ଟାପ୍ କରନ୍ତୁ।

    ଯଦି ଅନୁରୋଧ କରାଯାଏ, ଫାଇଲ୍ ଆପ୍‌ରେ ଡକ୍ଯୁମେଣ୍ଟ୍ ଖୋଲନ୍ତୁ, ତା’ପରେ ସେଭ୍ ଉପରେ ଟାପ୍ କରନ୍ତୁ।

  3. “ଅଟୋଫିଲ୍” ବଟନ୍‌ରେ ଟାପ୍ କରନ୍ତୁ, ତା’ପରେ ଏକ ଖାଲି ଫିଲ୍ଡ୍‌ରେ ଟାପ୍ କରନ୍ତୁ।

  4. କ୍ଷେତ୍ର ସମ୍ପୂର୍ଣ୍ଣ କରିବା ପାଇଁ ଆପଣଙ୍କ ସେଭ୍ ହୋଇଥିବା କଣ୍ଟାକ୍ଟ୍ ସୂଚନାରୁ ଏକ ବିକଳ୍ପ ଉପରେ ଟାପ୍ କରନ୍ତୁ।

    ଆପଣଙ୍କ କଣ୍ଟାକ୍ଟ୍ ଲିଷ୍ଟ୍‌ରୁ ଅନ୍ଯ ଜଣେ ବ୍ଯକ୍ତିଙ୍କ ସୂଚନା ଲେଖିବାକୁ ଅଟୋଫିଲ୍ ବ୍ଯବହାର କରିବା ପାଇଁ “ଅନ୍ଯ ଜଣଙ୍କୁ ବାଛନ୍ତୁ” ଉପରେ ଟାପ୍ କରନ୍ତୁ, ଯେପରିକି ଜଣେ ପରିବାର ସଦସ୍ଯ କିମ୍ବା ଯତ୍ନ ନେଉଥିବା ବ୍ଯକ୍ତି।

  5. ଏହାକୁ ଚୟନ କରିବା ପାଇଁ ଯେକୌଣସି କ୍ଷେତ୍ରରେ ଟାପ୍ କରନ୍ତୁ, ତା’ପରେ ଅନ୍‌ସ୍କ୍ରୀନ୍ କୀ’ବୋର୍ଡ୍ ବ୍ଯବହାର କରି ପରିବର୍ତ୍ତନ କରିବା ପାଇଁ “ପୁନର୍ବାର”ରେ ଟାପ୍ କରନ୍ତୁ।

  6. ଡକ୍ଯୁମେଣ୍ଟ୍ ବନ୍ଦ କରିବା ପାଇଁ “ସମ୍ପୂର୍ଣ୍ଣ ହୋଇଛି”ରେ ଟାପ୍ କରନ୍ତୁ।

ମାର୍କ୍‌ଅପ୍ ସହିତ ଆପଣଙ୍କ ସ୍ବାକ୍ଷର ଯୋଡ଼ନ୍ତୁ

ସମର୍ଥିତ ଆପ୍‌, ଯେପରିକି ନୋଟ୍ ଏବଂ ଫଟୋରେ, ଆପଣ ଇମେଜ୍ ଏବଂ ଡକ୍ଯୁମେଣ୍ଟ୍‌ରେ ଆପଣଙ୍କ ସ୍ୱାକ୍ଷର ଯୋଡ଼ିବାକୁ ମାର୍କ୍‌ଅପ୍ ଟୂଲ୍‌ ବ‍୍ୟବହାର କରିପାରିବେ।

  1. ଏକ ସମର୍ଥିତ ଆପ୍‌ରେ ମାର୍କ୍‌ଅପ୍ ବଟନ୍‌ କିମ୍ବା ମାର୍କଅପ୍‌ରେ ଟାପ୍ କରନ୍ତୁ।

  2. ମାର୍କ୍‌ଅପ୍ ଟୂଲ୍‌ବାର୍‌ରେ “ଯୋଡ଼ନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ, ତା’ପରେ "ସ୍ବାକ୍ଷର ଯୋଡ଼ନ୍ତୁ"ରେ ଟାପ୍ କରନ୍ତୁ।

  3. ଆପଣଙ୍କ ନାମ ସ୍ବାକ୍ଷର କରିବାକୁ ଆପଣଙ୍କ ଆଙ୍ଗୁଠି କିମ୍ବା Apple Pencil ବ୍ଯବହାର କରନ୍ତୁ।

    ଆପଣଙ୍କ ସ୍ବାକ୍ଷର ପୁନର୍ବାର କରିବାକୁ, “କ୍ଲିଅର୍‌”ରେ ଟାପ୍ କରନ୍ତୁ, ତା’ପରେ ଆପଣଙ୍କ ନାମ ପୁନର୍ବାର ସାଇନ୍ କରନ୍ତୁ।

  4. “ସମ୍ପୂର୍ଣ୍ଣ ହୋଇଛି”ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଆଡ୍‌ଜଷ୍ଟ୍‌ମେଣ୍ଟ୍‌ କରନ୍ତୁ:

    • ସ୍ବାକ୍ଷର ମୂଭ୍ କରନ୍ତୁ: ଏହାକୁ ଡ୍ରାଗ୍ କରନ୍ତୁ।

    • ସ୍ବାକ୍ଷର ଆକାର ପରିବର୍ତ୍ତନ କରନ୍ତୁ: ଆଉଟ୍‌ଲାଇନ୍‌ରେ ଯେକୌଣସି ଡଟ୍ ଡ୍ରାଗ୍ କରନ୍ତୁ।

    • ସ୍ବାକ୍ଷରର ଲାଇନ୍ ଓଜନ କିମ୍ବା ରଙ୍ଗ ପରିବର୍ତ୍ତନ କରନ୍ତୁ: ମାର୍କ୍‌ଅପ୍ ଟୂଲ୍‌ବାର୍‌ରେ ଏକ ବିକଳ୍ପ ଉପରେ ଟାପ୍ କରନ୍ତୁ।

    • ସ୍ବାକ୍ଷର କଟ୍‌, କପି, ଡୁପ୍ଲିକେଟ୍, ଶେୟର୍ କିମ୍ବା ଡିଲିଟ୍ କରନ୍ତୁ: ସ୍ବାକ୍ଷର ପାଖରେ ଥିବା “ଅଧିକ” ବଟନ୍‌ରେ ଟାପ୍ କରନ୍ତୁ, ତା’ପରେ ଏକ ବିକଳ୍ପ ଉପରେ ଟାପ୍ କରନ୍ତୁ।

  5. ଆପଣ ସ୍ବାକ୍ଷର ଆଡ୍‌ଜଷ୍ଟ୍ କରିବା ସମାପ୍ତ କରିବା ପରେ, ଟେକ୍ସ୍‌ଟ୍ ବକ୍ସ୍‌ ବାହାରେ ଟାପ୍ କରନ୍ତୁ।

ସ୍ବାକ୍ଷର ଯୋଡ଼ନ୍ତୁ କିମ୍ବା ଡିଲିଟ୍ କରନ୍ତୁ

ଆପଣ ଏକ ସ୍ବାକ୍ଷର ତିଆରି କରିବା ପରେ, iPad ଏହାକୁ ପରବର୍ତ୍ତୀ ସମୟରେ ଆପଣ ମାର୍କ୍‌ଅପ୍‌ରେ ସ୍ବାକ୍ଷର ଯୋଡ଼ିବା ବେଳେ ବ‍୍ୟବହାର କରିବା ପାଇଁ ସେଭ୍ କରେ। ଆପଣ ଏକାଧିକ ସ୍ବାକ୍ଷର ତିଆରି କରିପାରିବେ, ଯେପରିକି ଏକ ଡାକନାମ କିମ୍ବା ଆଦ୍ଯାକ୍ଷର ଏବଂ ସ୍ବାକ୍ଷର ଡିଲିଟ୍ କରିପାରିବେ।

  1. ଏକ ସମର୍ଥିତ ଆପ୍‌ରେ ମାର୍କ୍‌ଅପ୍ ବଟନ୍‌ କିମ୍ବା ମାର୍କଅପ୍‌ରେ ଟାପ୍ କରନ୍ତୁ।

  2. ମାର୍କ୍‌ଅପ୍ ଟୂଲ୍‌ବାର୍‌ରେ “ଯୋଡ଼ନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ, ତା’ପରେ "ସ୍ବାକ୍ଷର ଯୋଡ଼ନ୍ତୁ"ରେ ଟାପ୍ କରନ୍ତୁ।

  3. “ସ୍ବାକ୍ଷର ଯୋଡ଼ନ୍ତୁ କିମ୍ବା କାଢ଼ନ୍ତୁ”ରେ ଟ୍ଯାପ୍ କରନ୍ତୁ, ତା’ପରେ ନୂଆ ସ୍ବାକ୍ଷର ତିଆରି କରିବା ପାଇଁ “ଯୋଡ଼ନ୍ତୁ” ବଟନ୍‌ରେ ଟ୍ଯାପ୍ କରନ୍ତୁ।

  4. ନୂଆ ସ୍ବାକ୍ଷର ପାର୍ଶ୍ୱରେ ଥିବା ତୀରରେ ଟାପ୍ କରନ୍ତୁ, ତା’ପରେ ଆପଣ ଯୋଡ଼ିବାକୁ ଚାହୁଁଥିବା “ସ୍ବାକ୍ଷରର ପ୍ରକାର”ରେ ଟାପ୍ କରନ୍ତୁ, ଯେପରିକି ଦିଆଯାଇଥିବା ନାମ, ଡାକନାମ କିମ୍ବା ଆଦ୍ଯାକ୍ଷର।

  5. ସ୍ବାକ୍ଷର କରିବାକୁ ଆପଣଙ୍କ ଆଙ୍ଗୁଠି କିମ୍ବା Apple Pencil ବ୍ଯବହାର କରନ୍ତୁ, ତା’ପରେ “ସମ୍ପୂର୍ଣ୍ଣ ହୋଇଛି”ରେ ଟାପ୍ କରନ୍ତୁ।

ସ୍ବାକ୍ଷର ଡିଲିଟ୍ କରିବା ପାଇଁ “ଯୋଡ଼ନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ, ତା’ପରେ "ସ୍ବାକ୍ଷର ଯୋଡ଼ନ୍ତୁ"ରେ ଟାପ୍ କରନ୍ତୁ। "ସ୍ଵାକ୍ଷର ଯୋଡ଼ନ୍ତୁ କିମ୍ୱା କାଢ଼ନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଆପଣ ଡିଲିଟ୍‌ କରିବାକୁ ଚାହୁଁଥିବା ଯେକୌଣସି ସ୍ଵାକ୍ଷର ପାଖରେ ଥିବା “ଡିଲିଟ୍ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.