ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ନୋଟ୍‌ର‌ ଭ୍ଯୁକୁ ପରିବର୍ତ୍ତନ କରନ୍ତୁ

ନୋଟ୍ ଆପ୍‌ରେ ଆପଣଙ୍କ ନୋଟ୍ କିପରି ଦେଖାଯିବ ତାହା ଆପଣ ପରିବର୍ତ୍ତନ କରିପାରିବେ। ଆପଣଙ୍କ ନୋଟ୍‌ରେ ଲାଇନ୍ କିମ୍ବା ଗ୍ରିଡ୍ ଯୋଡ଼ନ୍ତୁ, ଆପଣଙ୍କ ନୋଟ୍‌ଗୁଡ଼ିକୁ ଏକ ଲିଷ୍ଟ୍ କିମ୍ବା ଗ୍ଯାଲେରି ଭାବେ ଦେଖନ୍ତୁ ଏବଂ ସବୁ ଆଟାଚ୍‌ମେଣ୍ଟ୍‌କୁ ଗୋଟିଏ ସ୍ଥାନରେ ଦେଖନ୍ତୁ।

ଆପଣଙ୍କ iPadରେ ନୋଟ୍ ଡିସ୍‌ପ୍ଲେ ପରିବର୍ତ୍ତନ କରନ୍ତୁ

  • ଫୁଲ୍-ସ୍କ୍ରୀନ୍‌ରେ ଏକ ନୋଟ୍ ଦେଖନ୍ତୁ: ଲ୍ଯାଣ୍ଡ୍‌ସ୍କେପ୍‌ ଓରିଏଣ୍ଟେଶନ୍‌ରେ ଏକ ନୋଟ୍ ଦେଖିବା ସମୟରେ “ଫୁଲ୍ ସ୍କ୍ରୀନ୍ ଏଣ୍ଟର୍‌ କରନ୍ତୁ” ବଟନ୍‌ ରେ ଟାପ୍‌ କରନ୍ତୁ କିମ୍ବା iPad କୁ ପୋର୍ଟ୍ରେଟ୍ ଓରିଏଣ୍ଟେଶନ୍‌କୁ ଟର୍ନ୍ କରନ୍ତୁ।

  • ଆପଣଙ୍କ ଆକାଉଣ୍ଟ୍, ନୋଟ୍ ଲିଷ୍ଟ୍‌ ଏବଂ ଚୟନିତ ନୋଟ୍ ସବୁ ଏକାଥରକେ ଦେଖନ୍ତୁ: iPad କୁ ଲ୍ୟାଣ୍ଡ୍‌ସ୍କେପ୍‌ ଓରିଏଣ୍ଟେଶନ୍‌କୁ ଘୂରାନ୍ତୁ, ତା’ପରେ “ସାଇଡ୍‌ବାର୍‌ ଟଗଲ୍ କରନ୍ତୁ” ବଟନ୍ ରେ ଟାପ୍‌ କରନ୍ତୁ।

ନୋଟ୍‌ରେ ଲାଇନ୍ କିମ୍ବା ଗ୍ରିଡ୍ ଦେଖାଇବା ପାଇଁ

  • ଏକ ବିଦ୍ଯମାନ ନୋଟ୍‌ରେ: ନୋଟ୍ ଆକ୍ସନ୍ ବଟନ୍‌ ରେ ଟାପ୍‌ କରନ୍ତୁ, ଲାଇନ୍‌ ଓ ଗ୍ରିଡ୍‌ରେ ଟାପ୍‌ କରନ୍ତୁ, ତା’ପରେ ଏକ ଷ୍ଟାଇଲ୍ ବାଛନ୍ତୁ।

  • ସମସ୍ତ ନୂଆ ନୋଟ୍‌ରେ: ସେଟିଂସ୍  > ଆପ୍ > ନୋଟ୍‌କୁ ଯାଆନ୍ତୁ, ଲାଇନ୍ ଏବଂ ଗ୍ରିଡ୍‌ରେ ଟାପ୍ କରନ୍ତୁ, ତା’ପରେ ଏକ ଷ୍ଟାଇଲ୍ ବାଛନ୍ତୁ।

ନୋଟ୍‌ଗୁଡ଼ିକୁ ଏକ ଲିଷ୍ଟ୍ କିମ୍ବା ଗ୍ଯାଲେରି ଭାବରେ ଦେଖନ୍ତୁ

ନୋଟ୍ ଲିଷ୍ଟ୍‌ରେ "ଫୋଲ୍ଡର୍ ଆକ୍ସନ୍" ବଟନ୍‌ ଟାପ୍‌ କରନ୍ତୁ, ତା’ପରେ “ଲିଷ୍ଟ୍‌ ଭାବରେ ଦେଖନ୍ତୁ” କିମ୍ବା “ଗ୍ଯାଲେରି ଭାବରେ ଦେଖନ୍ତୁ”ରେ ଟାପ୍‌ କରନ୍ତୁ।

ସମସ୍ତ ଆଟାଚ୍‌ମେଣ୍ଟ୍‌ ଦେଖନ୍ତୁ

ନୋଟ୍ ଲିଷ୍ଟ୍‌ରେ "ଫୋଲ୍ଡର୍ ଆକ୍ସନ୍" ବଟନ୍‌ ଟାପ୍‌ କରନ୍ତୁ, ତା’ପରେ “ଆଟାଚ୍‌ମେଣ୍ଟ୍‌ ଦେଖନ୍ତୁ”ରେ ଟାପ୍‌ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.